ଚିରଣଜିତ କୌର ବାଜୱା
ଦେଖଣା
ଚିରଣଜିତ କୌର ବାଜୱା | |
|---|---|
| ବିଧାୟିକା: ପଞ୍ଜାବ ବିଧାନ ସଭା | |
| କାର୍ଯ୍ୟକାଳ ୨୦୧୨ - ୨୦୧୭ | |
| ପୂର୍ବ ଅଧିକାରୀ | ଲାଖବିର ସିଂହ ଲୋଧିନଙ୍ଗଲ |
| ପର ଅଧିକାରୀ | ଫତେଃଜଙ୍ଗ ସିଂହ ବାଜୱା |
| ନିର୍ବାଚନ ମଣ୍ଡଳୀ | କ୍ୱାଦିଆନ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୫ ଜୁନ ୧୯୫୯ ପଟିଆଲା |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଜୀବନ ସାଥୀ | ପ୍ରତାପ ସିଂହ ବାଜୱା |
| ସନ୍ତାନ | ବିକ୍ରମ ପ୍ରତାପ ବାଜୱା |
| ଘର | କ୍ୱାଦିଆନ, ପଞ୍ଜାବ, ଭାରତ |
ଚିରଣଜିତ କୌର ବାଜୱା ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ପଞ୍ଜାବ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ପଞ୍ଜାବ ବିଧାନ ସଭାକୁ ଜଣେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ ।[୧] ତାଙ୍କ ପତି ପ୍ରତାପ ସିଂହ ବାଜୱା ମଧ୍ୟ ଜଣେ ରାଜନେତା, ଯିଏକି ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଥିଲେ ଏବଂ ଲୋକ ସଭା ତଥା ବିଧାନ ସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି ।[୨]
ରାଜନୈତିକ ଜୀବନ
[ସମ୍ପାଦନା]୨୦୧୨ ପଞ୍ଜାବ ବିଧାନ ସଭା ନିର୍ବାଚନରେ କ୍ୱାଦିଆନ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ପଞ୍ଜାବ ଦିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ସେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପଞ୍ଜାବର ସତଲେଜ-ଯମୁନା ଲିଙ୍କ ଜଳ କେନାଲକୁ ଅସାମ୍ବିଧାନିକ ଘୋଷଣା କରି ପ୍ରତିବାଦରେ ଇସ୍ତଫା ଦେଇଥିବା ୪୨ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଜଣେ ଥିଲେ ।[୪]
ଆଧାର
[ସମ୍ପାଦନା]- ↑ "List of winner and runner-up candidates". The Tribune. Retrieved 10 May 2013.
- ↑ "Seniors skip Bajwa's Golden Temple visit Despite 'diktat'". The Tribune. 17 March 2013. Retrieved 10 May 2013.
- "In Punjab, it's all in the family". The Hindu. 7 January 2012. Retrieved 10 May 2013. - ↑ "STATISTICAL REPORT ON GENERAL ELECTION, 2012 TO THE LEGISLATIVE ASSEMBLY OF PUNJAB" (PDF). Election Commission of India. Retrieved 9 May 2013.
- ↑ "SYL verdict: 42 Punjab Congress MLAs submit resignation", Indian Express, 11 November 2016