ଚିନ୍ମୟୀ ମହାପାତ୍ର
ଦେଖଣା
ଚିନ୍ମୟୀ ମହାପାତ୍ର | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୬ ଜୁନ ୧୯୬୦ ଝୁଟୁଣା, ଭଣ୍ଡାରିପୋଖରୀ, ଭଦ୍ରକ |
| ବୃତ୍ତି | ଲେଖକ |
| ଭାଷା | ଓଡ଼ିଆ |
| ଜାତୀୟତା | ଭାରତୀୟ |
| ଜୀବନସାଥୀ | ଅଶୋକ କୁମାର ମହାପାତ୍ର |
| ପିତାମାତା | ସଦାନନ୍ଦ ମହାପାତ୍ର, ସରସ୍ବତୀ ମହାପାତ୍ର |
ଚିନ୍ମୟୀ ମହାପାତ୍ର (ଜନ୍ମ: ୬ ଜୁନ ୧୯୬୦) ଜଣେ ଓଡ଼ିଆ ପ୍ରାବନ୍ଧିକା, କବି ଓ ଗାଳ୍ପିକା ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଚିନ୍ମୟୀ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଅନ୍ତର୍ଗତ ଝୁଟଣାରେ ୧୯୬୦ ଜୁନ୍ ୬ରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର, କଳାଭୂଷଣ, କଳାବିଭୂଷଣ ଉପାଧି ଲାଭ କରିଥିଲେ । 'ଫକୀରମୋହନଙ୍କ ସାହିତ୍ୟର ଭାଷାତାତ୍ତ୍ବିକ ସର୍ବେକ୍ଷଣ' ଶୀର୍ଷକ ଗବେଷଣା-ନିବନ୍ଧ ଉପସ୍ଥାପନ କରି କଳାବିଭୂଷଣ ଉପାଧି ଲାଭ କରିଥିଲେ । ଜଣେ ଗାଳ୍ପିକା, ସମାଲୋଚିକା, ଅନୁବାଦିକା ଓ କବି ଭାବରେ ତାଙ୍କର ବହୁ ଲେଖା କୋଣାର୍କ, ଝଙ୍କାର, ଉତ୍କଳ ପ୍ରସଙ୍ଗ, ଗୋକର୍ଣ୍ଣିକା, ସହକାର, ଅଧୁନା, ଡଗର, କଥା, ସୁଚରିତା, ସାହିତ୍ୟ ଦର୍ପଣ, ଅଜିଗର୍ତ୍ତ, ଶ୍ରୀଜଗନ୍ନାଥ ଆଦି ପତ୍ରପତ୍ରିକାରେ ପ୍ରକାଶ ପାଇଛି ।
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ନିଃସଙ୍ଗ ପଥିକ
- ଈଶ୍ବର ଉବାଚ
- ଗଙ୍ଗଶିଉଳି
- ମୂର୍ଛନା
ପ୍ରବନ୍ଧ/ସମାଲୋଚନା
[ସମ୍ପାଦନା]- କବିତା ସମୀକ୍ଷା
- ଓଡିଆ ଭାଷା- ଏକ ଐତିହାସିକ ଅନୁଶୀଳନ ୨୦୦୭
- ପ୍ରାକ୍-ସ୍ବାଧିନତା ଓଡିଆ କାବ୍ୟ-କବିତାରେ ବିଭିନ୍ନ ସ୍ବର
- ବିଚାର ବିଚିତ୍ରା
- ବିଦଗ୍ଧ ଚିନ୍ତାମଣି: କେତୋଟି ଦୃଷ୍ଟିପାତ
- କାବ୍ୟକଳା : କବି ମାନସ
- କୁମାର ସମ୍ଭବମ୍ ପଞ୍ଚମ ସର୍ଗ (ଅନୁବାଦ ଓ ଆଲୋଚନା)[୧]
- ଓଡିଆ କାବ୍ୟ-କବିତାରେ ମିଥ୍ ପ୍ରୟୋଗ
- ଶ୍ରୀଜଗନ୍ନାଥ : ତତ୍ତ୍ବ ଓ ପ୍ରୟୋଗ
- କବି-ମାନସ-ଚର୍ଚ୍ଚା-ବିଚାର
- କାବ୍ୟ-ବିତାନରେ ପ୍ରକୃତି
- ଫକୀର ମୋହନଙ୍କ ସାହିତ୍ୟରେ ଓଡିଆ ଭାଷାର ସ୍ବରୂପ
- ମନସ୍ବିନୀ ଆନି ବେସାନ୍ତ ୨୦୨୬
- ନୈସର୍ଗିକା
- ଚରିତ୍ର ଓ ଚିନ୍ତନ
- ଶୁଭ ସକାଳର ପ୍ରତୀକ୍ଷା
ଗଳ୍ପ
[ସମ୍ପାଦନା]- କାହାଣି ମଧୁପର୍କ
- ସୂର୍ଯ୍ୟ ଉଇଁବା ପୂର୍ବରୁ
- ହାକୁଲ ୨୦୨୧
- ଶିଖର
ଶିଶୁ-କିଶୋର ସାହିତ୍ୟ
[ସମ୍ପାଦନା]- ଗୀତଟିଏ ଗପଟିଏ
ଇଂରାଜୀ
[ସମ୍ପାଦନା]- Religious Tradition of India and Lord Jagannath
- Religious Tradition of West Bengal and Lord Jagannath
- Religious Tradition of Odisha and Lord Jagannath
- Religious Tradition of Assam and Lord Jagannath