ଚିତ୍ତ ରଞ୍ଜନ ଦାଶ (୧୯୬୨ ଜନ୍ମ)
ଚିତ୍ତ ରଞ୍ଜନ ଦାଶ (ଜନ୍ମ: ୨୧.୦୫.୧୯୬୨) ଓଡ଼ିଶା ଉଚ୍ଚ ନ୍ୟାୟାଳୟର ତଥା କଲିକତା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧][୨]
ଶିକ୍ଷା ଓ ବୃତ୍ତି
[ସମ୍ପାଦନା]ଚିତ୍ତ ରଞ୍ଜନ ଦାଶ ସୋନପୁରରେ ୨୧.୦୫.୧୯୬୨ରେ ଜନ୍ମ ହୋଇଥିଲେ । ପିତା ଥିଲେ ଓଡ଼ିଶା ଉଚ୍ଚ ନ୍ୟାୟଳୟର ପୂର୍ବତନ ବିଚାରପତି ଯଜ୍ଞେଶ୍ୱର ଦାସ ଏବଂ ମାତା ସୁଧାମୟୀ ଦାଶ । ୧୯୭୮ ମସିହାରେ ସୋନପୁର ଜିଲ୍ଲାର ଉଲ୍ଲୁଣ୍ଡା ପଞ୍ଚାୟତ ସମିତି ହାଇ ସ୍କୁଲ୍ରୁ ମାଟ୍ରିକ ପାସ କରିଥିଲେ । ଢେଙ୍କାନାଲ କଲେଜ, ଢେଙ୍କାନାଲରୁ ଇଣ୍ଟରମିଡିଏଟ୍ ଆର୍ଟ୍ସ ପାସ କରିଥିଲେ । ୧୯୮୨ ମସିହାରେ ଭୁବନେଶ୍ୱରର ବିଜେବି କଲେଜରୁ ପଲିଟିକାଲ ସାଇନ୍ସ (ଅନର୍ସ) ସହିତ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୮୫ ମସିହାରେ କଟକ ମଧୁସୂଦନ ଲ ଲଲେଜରୁ ଐନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣ- କଲେଜ ଛାତ୍ର ଭାବେ ସାମ୍ବିଧାନିକ ଆଇନ (Constitutional Law) ବିଷୟରେ ବିଶେଷ ବିଷୟ ସହିତ ଏଲ୍ଏଲ୍.ଏମ୍. ଡିଗ୍ରୀ ଅର୍ଜନ କରିଥିଲେ । ୧୯୮୬ ମସିହାରେ ଏକ ଅଧିବକ୍ତା (Advocate) ଭାବେ ଭର୍ତ୍ତି ହେଇଥିଲେ ଏବଂ ଏ.ଏସ୍. ନାୟଡୁଙ୍କ ଜୁନିଅର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୯୨ ମସିହାରେ ଅତିରିକ୍ତ ସ୍ଥାୟୀ କାଉନ୍ସିଲ୍ (Additional Standing Counsel) ଭାବେ ନିଯୁକ୍ତ ହୋଇଥିଲେ ଏବଂ ୧୯୯୪ ଶେଷ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିଥିଲେ । ଛୋଟ ବେଳୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଚିନ୍ତାଧାରାର ସେ ସମର୍ଥକ ଥିଲେ ।[୩]
୧୬.୦୨.୧୯୯୯ରେ ଓଡ଼ିଶା ଉଚ୍ଚ ନ୍ୟାୟିକ ସେବା (ବରିଷ୍ଠ ଶାଖା)ରେ ପ୍ରତ୍ୟକ୍ଷ ନିଯୁକ୍ତ ଭାବେ ଯୋଗଦାନ କରିଥିଲେ । ସମ୍ବଲପୁରରେ ଅତିରିକ୍ତ ଜିଲ୍ଲା ଏବଂ ଦୌରା ବିଚାରପତି, ଦେଓଗଢରେ ଅତିରିକ୍ତ ଜିଲ୍ଲା ଏବଂ ଦୌରା ବିଚାରପତି, ସ୍ୱତନ୍ତ୍ର ନ୍ୟାୟାଳୟରେ (ଭିଜିଲାନ୍ସ), ସମ୍ବଲପୁରରେ ବିଚାରପତି, କେଉଁଝର ଏବଂ ବ୍ରହ୍ମପୁର ଜିଲ୍ଲା ଏବଂ ଦୌରା ବିଚାରପତି ଏବଂ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର୍ (ପ୍ରଶାସନ) ଭାବେ କାର୍ଯ୍ୟ କରିଥିଲେ ।
୦୭.୧୦.୨୦୦୯ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ଅତିରିକ୍ତ ବିଚାରପତି ଭାବେ ଯୋଗ ଦେଇଥିଲେ । ୨୦ ଜୁନ୍ ୨୦୨୨ ମସିହାରୁ କଲିକତା ଉଚ୍ଚ ନ୍ୟାୟାଳୟର ଏକ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ।[୪] ଏହି ପଦବୀରେ ଥାଇ ସେ ୨୦ ମେ ୨୦୨୪ରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ।[୫][୬]
ଆଧାର
[ସମ୍ପାଦନା]- ↑ "Calcutta High Court - Judges". www.calcuttahighcourt.gov.in. Retrieved 2025-01-12.
- ↑ "Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-12.
- ↑ "Retiring Calcutta High Court judge says he 'was and is still an RSS member'". India Today (in ଇଂରାଜୀ). 2024-05-21. Retrieved 2025-01-12.
- ↑ "CDJ Law Journal". www.cdjlawjournal.com. Retrieved 2025-01-12.
- ↑ Das, Srinjoy (2024-05-20). "Belonged To RSS From Childhood To Youth, Ready To Go Back: Justice Chitta Ranjan Dash Bids Farewell To Calcutta High Court". www.livelaw.in (in ଇଂରାଜୀ). Retrieved 2025-01-12.
- ↑ ANI (2024-05-22). "'Would have been hypocritical,' says retired Kolkata judge after mentioning RSS in farewell speech". ThePrint (in ଆମେରିକୀୟ ଇଂରାଜୀ). Retrieved 2025-01-12.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |