ଚାରଣଗୋଷ୍ଠୀ

ଉଇକିପିଡ଼ିଆ ରୁ
Jump to navigation Jump to search

ଜଗନ୍ନାଥ ଚେତନାର ବାହାକ ଚାରଣ ଗୋଷ୍ଠୀ

ଚାରଣ ଗୋଷ୍ଠୀ ସମ୍ବନ୍ଧରେ ସଂକ୍ଷିପ୍ତ ସୂଚନା : ଚାରଣ ଗୋଷ୍ଠୀ –ସୁସ୍ଥ ସମାଜ ଗଠନ ପାଇଁ ଏକ ଅଧ୍ୟାତ୍ମିକ ତଥା ସମାଜିକ ଅନୁଷ୍ଠାନ (ରାଜ୍ୟ ସରକାରଙ୍କ ଅଧିନରେ ପଞ୍ଜିକୃତ) ।

ଇଷ୍ଟ – ଶ୍ରୀ ଜଗନ୍ନାଥ ।

ଭାବ – ଜଗନ୍ନାଥ ସର୍ବସ୍ୱ ।

ଦର୍ଶନ-ଶ୍ରୀ ଜଗନ୍ନାଥ ଚେତନା ।

ଲକ୍ଷ୍ୟ- ସୁସ୍ଥ ସମାଜ ଗଠନ ।

ପଥ- ଆର୍ଯ୍ୟପଥ ।

ଆର୍ଯ୍ୟପଥର ସ୍ୱରୁପ -ତ୍ୟାଗର ପଥ ।

ତ୍ୟାଗର ପରିଣାମ – ସତ୍ୟର ଅନୁଭୁତି ବା ସ୍ୱଧର୍ମ ପାଳନ ।

ସାଧନାମାର୍ଗ – ଚରୈବେତି ଚରୈବେତି ଚରେନବୈ ମଧୁବିଦନ୍ତି ।

ସ୍ମରଣୀୟ ନାମ – ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବାୟ (ଆନୁଷ୍ଠାନିକ) ଓ ପ୍ରତ୍ୟହ କୀର୍ତ୍ତନୀୟ ନାମ ,

ବିଶ୍ୱାସ – “ଆଚର ପ୍ରଭାବୋ ଧର୍ମ ଧର୍ମସ୍ୟ ପ୍ରଭବୋଚ୍ୟୁତ” ,

ନିତ୍ୟକର୍ମ – ଚାରଣ ସ୍ୱଧ୍ୟାୟ ।

କରଣୀୟ- ଚାରଣ ଚର୍ଯ୍ୟା ପାଳନ ଯଥା –

୧-(କ) କାୟ –ମନ - ବାକ୍ୟରେ ଜଗନ୍ନାଥ ସର୍ବସ୍ୱ ଭାବରେ ବିଶ୍ୱାସ । (ଖ) ଶ୍ରୀ ବିଷ୍ଣୁ ସହସ୍ରନାମ ସହ ଗୀତା କିମ୍ବା ଭାଗବତ ସ୍ୱାଧ୍ୟାୟ । ( ଅତି କମରେ ସକାଳ/ରାତ୍ରି ଭୋଜନ ପୂର୍ବରୁ ) ୨- ସଦାଚାର ପାଳନ (ଯାହାକୁ କେହି ଖରାପ କହୁ ନଥିବେ ) ୩- ଦେଶତ୍ମବୋଧ (ନିଜକୁ ନ୍ୟୁନ ମନେ କରୁ ନଥିବେ ) ୪- ସେବା ( ପରକୁ ସାହାଯ୍ୟ କରିବା ) ୫- ଅତ୍ମ ସମୀକ୍ଷା (ଶୋଇବା ପୂର୍ବରୁ ନିଜର କାର୍ଯ୍ୟର ଭଲ ମନ୍ଦ ବିଚାର ପୂର୍ବକ ନିଜକୁ ଚଳାଇବା )

ସ୍ଥୂଳ ସାଧନା :

୧- ନିତ୍ୟ ସ୍ୱାଧ୍ୟାୟ । ୨- ଚାରଣୀୟ ସତ୍ସଙ୍ଗରେ ଯୋଗଦାନ । ୩- ଇଷ୍ଟପ୍ରୀତି ପ୍ରଦାନ । ୪- ସଦାଚାରରେ ପ୍ରବୃତ । ୫- ଅସଦାଚାରରୁ ନିବୃତ ।

ଚାରଣ ଚର୍ଯ୍ୟା

(ଚାରଣ ମାନଙ୍କର ପାଳନୀୟ ଆଚରଣ)


୧- ଜଗନ୍ନାଥ ସର୍ବସ୍ୱ

(କ) ପ୍ରଭୁ ଜଗନ୍ନାଥ ଜଗତର ସ୍ରଷ୍ଟା । ତାଙ୍କରି ଇଚ୍ଛାରୁ ଜଗତର ସୃଷ୍ଟି । ସେ ସ୍ରଷ୍ଟା ସୃଷ୍ଟିର କାରଣ ବୋଲି କାୟ-ମନ-ବାକ୍ୟରେ ଦୃଢ ଭାବରେ ବିଶ୍ୱାସ କରିବା । (ଖ) ସର୍ବଦା ଜଗନ୍ନାଥ ନାମ ସ୍ମରଣ ଓ କୀର୍ତ୍ତନ ପୂର୍ବକ ଜୀବନ ଯାତ୍ରା ନିର୍ବାହ କରିବା । (ଗ) ଭଗବତ ଚରଣାରବିନ୍ଦରେ ସମସ୍ତ କର୍ମଫଳ ସମର୍ପଣ କରିବା । (ଘ) ପ୍ରତ୍ୟେକ ସୃଷ୍ଟିରେ ଭାଗବତ ସତ୍ତା ଅନୁଭବ କରିବା । (ଙ) ପ୍ରତ୍ୟହ ପ୍ରାତଃ , ସାୟଂକାଳୀନ ପ୍ର୍ରାର୍ଥନା , ସଦ୍ଗ୍ରନ୍ଥ ପାଠ ଯଥା ସମ୍ଭବ କରି ନିର୍ମାଲ୍ୟ ସେବନ କରିବା ପରେ ଅନ୍ନ ଗ୍ରହଣ କରିବା । (ଚ) ଯଥା ସମ୍ଭବ ସତ୍ସଙ୍ଗ , ଜଗନ୍ନାଥ ତତ୍ତ୍ୱ ସମ୍ବନ୍ଧରେ ଅଧ୍ୟୟନ , ସ୍ମରଣ, ଆଚରଣ ଓ ପ୍ରଚାର କରିବା । ଦୈନିକ , ସାପ୍ତହିକ , ମାସିକ ବୈଠକରେ ଯୋଗ ଦେବା ଏବଂ ପ୍ରବ୍ରଜ୍ୟାରେ ସାଧନା କରିବା ।

୨- ସଦାଚାର :

(କ) ସତ୍ ଚିନ୍ତା , ସତ୍ କର୍ମ , ଓ ସତ୍ କଥନ ପ୍ରଭୃତି ସତ୍ ବିବେକ ଅନୁମୋଦିତ ମାର୍ଗରେ ପ୍ରବୃତ ହେବା । (ଖ) ସମସ୍ତ କର୍ମରେ ସତ୍ୟ , ଅହିଂସା , ତ୍ୟାଗ ଭାବ ଅନୁସରଣ କରିବା । (ଗ) ଦୁଷ୍ଟକର୍ମ , ପରର ଅମଙ୍ଗଳ କରିବାରୁ ନିବୃତ ହେବା । (ଘ) ସାତ୍ୱିକ ଅହାର ଗ୍ରହଣ , ଅନୁଦ୍ଧତ ପୋଷାକ ପରିଧାନ ପୂର୍ବକ ସରଳ , ନିରାଡମ୍ବର ଜୀବନ ଯାପନ କରିବା । (ଙ) ପିତାମାତା , ଗୁରୁଜନ ମାନଙ୍କୁ ଭକ୍ତି କରିବା । ପ୍ରତ୍ୟେହ ସ୍ୱଧ୍ୟାୟ ପରେ ବା ପୂର୍ବରୁ ପ୍ରଣାମ କରିବା ।

୩- ଦେଶାତ୍ମବୋଧ :

(କ) ନିଜକୁ ଓ ନିଜର ଦେଶକୁ ଭଲ ପାଇବା । (ଖ) ଜୀବନର ସମସ୍ତ କାର୍ଯ୍ୟରେ ଦେଶ ଓ ଜାତିପ୍ରୀତି ପ୍ରଦର୍ଶନ କରିବା । (ଗ) ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ କ୍ଷୁଦ୍ରତର ସ୍ୱାର୍ଥ ତ୍ୟାଗ କରିବା । (ଘ) ପ୍ରତ୍ୟେକଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିବା । ଚାରଣୀୟ ବନ୍ଧୁ ଓ ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ ପୂର୍ବକ ‘ଜୟ ଜଗନ୍ନାଥ ‘ ଉଚ୍ଚାରଣ କରି ସମ୍ମାନ କରିବା । (ଙ) ଦେଶ ଓ ଜାତିର ସ୍ୱାଭିମାନ , ପୂଜ୍ୟ ପୂଜା ପାଇଁ ସଚେତନ ହେବା । (ଚ) ଦେଶ ଓ ଜାତିର ନିନ୍ଦା ବା କ୍ଷତି ହେଲା ଭଳି କାର୍ଯ୍ୟ ନ କରିବା ।

୪- ସେବା :

(କ) ଆପଦ ବିପଦ ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବା । (ଖ) ସ୍ୱଜନ ଓ ପତିବେଶୀମାନଙ୍କ ସୁଖ ଦୁଃଖରେ ଭାଗୀ ହେବା । (ଗ) ସତ୍ ପାତ୍ରରେ ଯଥାଶକ୍ତି ସ୍ୱାଧିକାର (ଦାନ) ସମର୍ପଣ କରିବା । ଇଷ୍ଟପ୍ରୀତି ଦେବା ପାଇଁ ନିଷ୍ଠାବାନ ହେବା । (ଘ) ସମସ୍ତ କାର୍ଯ୍ୟକୁ ଭଗବତ ସେବା ବିଚାର ପୂର୍ବକ କରିବା । (ଙ) ପ୍ରତ୍ୟେକଙ୍କୁ ପ୍ରତ୍ୟକ୍ଷ ସାହାଯ୍ୟ କରି ପାରୁ ନ ଥିଲେ ସମବେଦନଶୀଳ ହେବା ।

୫-ଆତ୍ମ ସମୀକ୍ଷା:

(କ) ପ୍ରତ୍ୟେକ କାର୍ଯ୍ୟ ବିବେକ , ଶାସ୍ତ୍ର ଓ ସମାଜ ଅନୁମୋଦିତ କି ନାହିଁ ବିଚାର କରିବା । (ଖ) ନିଜର କାର୍ଯ୍ୟ, ସୃଷ୍ଟି ଓ ସମାଜର ମଙ୍ଗଳ କରୁଛି କି ନାହିଁ ବିଚାର କରିବା । (ଗ) ନିଜର ଭୁଲ ଜାଣିଲେ ଗୁରୁ , ଗୁରୁଜନ , ପିତାମାତା ଓ ସଦାଚାରୀମାନଙ୍କ ଠାରୁ କ୍ଷମା ପ୍ରାର୍ଥନା ପୂର୍ବକ ନିଜକୁ ସଂଶୋଧନ କରିବା । (ଘ) ପୁନର୍ବାର ଭୁଲ ନ କରିବା ପାଇଁ ସଚେତନ ହେବା । ବ୍ୟକ୍ତିଗତ ଜୀବନ ସୁସ୍ଥ କରି ସୁସ୍ଥ ସମାଜ ଗଠନ ପାଇଁ ପ୍ରତ୍ୟେକ ଚାରଣ ‘ଚାରଣ ଚର୍ଯ୍ୟା’ ବ୍ରତ ନିÂାରେ ପାଳନ କରିବା ବିଧେୟ । ଏହାଦ୍ୱାରା ଆତ୍ମାର ମୁକ୍ତି ଓ ଜଗତର ମଙ୍ଗଳ ହୁଏ । ଅନ୍ୟଥା ଚାରଣ ବ୍ରତ ଅପୂର୍ଣ୍ଣ ହେବ । ପ୍ରଭୁ ଜଗନ୍ନାଥଙ୍କ ଚରଣାରବିନ୍ଦରେ ନିଜକୁ ଉସôର୍ଗ କରନ୍ତୁ । “ ଜୟ ଜଗନ୍ନାଥ “

ଚାରଣର ମୂଳ ଚର୍ଯ୍ୟା :

ସମସ୍ତ ଶାସ୍ତ୍ରର ନିର୍ଯ୍ୟାସକୁ ପାରିପାଶ୍ୱିର୍କ ପରିସ୍ଥିତିରେ ଯୁଗୋପଯୋଗୀ ଭାବେ ଉପଯୋଗ କରି ଚାରଣ ଗୋଷ୍ଠୀ ତାର ମୌଳିକ ଲକ୍ଷ୍ୟ ସୁସ୍ଥ ସମାଜ ଗଠନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଅଛି । ସେମାନଙ୍କ ଦୃଷ୍ଟିରେ ସୁସ୍ଥ ସମାଜ ତାହା ଯେଉଁଠାରେ ମଣିଷ ଶାନ୍ତ ବିଶ୍ୱ ପ୍ରକୃତି ମଧ୍ୟରେ ସୁଖରେ , ଭଦ୍ର ଭାବରେ , ନୀରୋଗ, ଦୁଃଖହୀନ ଜୀବନ ଯାପନ କରୁଥିବ । ଏହି ଲକ୍ଷ୍ୟ ପ୍ରାପ୍ତି ପାଇଁ ସେ ସାଧନା ସିଦ୍ଧ ଚାରଣ ଚର୍ଯ୍ୟା ପାଳନ କରିବାକୁ ନିଜର ମାର୍ଗ ଭାବରେ ଗ୍ରହଣ କରିଅଛି ।

ତାର ମୁଖ୍ୟ ଅଙ୍ଗ :

ଜଗନ୍ନାଥ ସର୍ବସ୍ୱ ଭାବ :

ପ୍ରଭୁ ଗଜନ୍ନାଥଙ୍କୁ ସୃଷ୍ଟିର ସ୍ରଷ୍ଟାର କାରଣ ଭାବରେ କାୟ – ମନ - ବାକ୍ୟରେ ଇଷ୍ଟ ଭାବରେ ଗ୍ରହଣ କରିଥାନ୍ତି । ସବୁ ଧର୍ମର ନିର୍ଯ୍ୟାସକୁ ଜନପୋଯୋଗୀ ସାଧକମାନଙ୍କର ସିଦ୍ଧି ବୋଲି ସେମାନେ ଗ୍ରହଣ କରନ୍ତି । କିଛି ବ୍ୟତିକ୍ରମକୁ (ଯୁଗର ପ୍ରଭାବ ହେତୁ) ଛାଡିଦେଲେ ସୂକ୍ଷ୍ମ ବା ଚେତନ ସ୍ତରରେ ମର୍ତ୍ତ୍ୟ ବୈକୁଣ୍ଠ ନୀଳାଚଳରେ ପ୍ରଭୁ ଜଗନ୍ନାଥ ସନାତନ ଚେତନାର ପ୍ରତୀକ ଭାବରେ (ସର୍ବ ଧର୍ମର ମୌଳିକ ନିର୍ଯ୍ୟାସ , ନିର୍ଭରଶୀଳତା ) ଏବେ ବି ପ୍ରତ୍ୟକ୍ଷ ଲୀଳା କରୁଅଛନ୍ତି ବୋଲି ଚାରଣମାନେ ଦୃଢ ବିଶ୍ୱାସ କରନ୍ତି । ସାକାର-ନିରାକାର , ଏକ ଈଶ୍ୱର –ବହୁ ଇଶ୍ୱର କୌଣସି ଭେଦ ଜଗନ୍ନାଥ ଚେତନାରେ ବାସ୍ତବ କ୍ଷେତ୍ରରେ ନାହିଁ । ସେ ‘ ସର୍ବ ଦେବ ମୟୀ ହରି ‘ । ତାଙ୍କର ମହିମାର ପ୍ରଚାର ଓ ପ୍ରସାର କରାଗଲେ (ଜଗନ୍ନାଥ ଚେତନା) ବିଶ୍ୱରେ ଘଟୁଥିବା ଜଗନ୍ନାଥ ସର୍ବସ୍ୱ ଭାବକୁ ନିଜେ ଆନ୍ତରିକତାର ସହିତ ଆଚରଣ କରିଥାନ୍ତି । ପୂର୍ବୋକ୍ତ ସ୍ୱଧ୍ୟାୟ , ସତ୍ସଙ୍ଗ ସେମାନଙ୍କ ସାଧନା ପାଇଁ ଉଦ୍ଧିଷ୍ଟ ।

ସେବା :

ଜଗତକୁ ଜଗନ୍ନାଥମୟ ଭାବୁ ଥିବାରୁ , ନିର୍ଭରଶୀଳତା ମଣିଷର ସହଜାତ ଗୁଣ ହୋଇଥିବାରୁ , ଅପରକୁ ସାହାଯ୍ୟ କରିବା ବା ସେବା କରିବା ଚାରଣମାନଙ୍କର ପରମ ଧର୍ମ ଭାବରେ ଗୃହୀତ । ତେଣୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସେ ସାମର୍ଥ୍ୟ ଅନୁଯାୟୀ ସେବକାର୍ଯ୍ୟ ହାତକୁ ନେଇଥାନ୍ତି । ସେଗୁଡିକ ମଧ୍ୟରେ ସମାଜ ସଂସ୍କାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯଥା - ନିଶା ନିବାରଣ , ଯୌତୁକ ଗ୍ରହଣ ନକରିବା , ଜାତିଭେଦ , ଅସ୍ପୃଶ୍ୟତା ଆଦି ଦୁର କରିବା , ଦୁଃଖୀ ଦରିଦ୍ର ଅନାଥଙ୍କୁ ବିଭିନ୍ନ ଭାବରେ ସହାୟତା କରିବା , ପ୍ରାକୃତିକ ବିପର୍ଯ୍ୟୟ ତଥା ବିପଦ ସମୟରେ ସହାୟତା କରିବା , ଶିଶୁମାନଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ ସ୍ଥାପନ , ବୈଷୟିକ ଉନ୍ନତି ପାଇଁ ବିଭିନ୍ନ ଧନ୍ଦାମୂଳକ କାର୍ଯ୍ୟ , ସୁଲଭରେ ଶିକ୍ଷା ଓ ତଥ୍ୟ ଯୋଗାଣ ପାଇଁ ପୁସ୍ତକ ପ୍ରକାଶନ , ଔଷଧ ପ୍ରସ୍ତୁତିକରଣ , ଗ୍ରାମାଞ୍ଚଳ ରାସ୍ତାଘାଟ ପ୍ରଭୃତି ପରିମଳ କରିବା ଏବଂ ଲୁପ୍ତପ୍ରାୟ ଆଧ୍ୟାତ୍ମିକ କେନ୍ଦ୍ର ମଠବାଡି ମନ୍ଦିର ପ୍ରଭୃତିର ପୁନଃ ଉଦ୍ଧାର କାର୍ଯ୍ୟ ପ୍ରଭୃତି ସ୍ଥାନୀୟ ଆବଶ୍ୟକତାକୁ ଚାହିଁ କରିଥାନ୍ତି । ଅବଶ୍ୟ ଲୋକବଳ ଅର୍ଥବଳର ସ୍ୱଳ୍ପତା ହେତୁ ବୃହତ୍ତର ସେବା କାର୍ଯ୍ୟଗୁଡିକ ବାସ୍ତବରେ ହାତକୁ ନିଆଯାଇ ପାରିନାହିଁ । ଏପରି ପରିସ୍ଥିତି ଆସିଛି ବା ଆସୁଛି ଯାହା ଚାରଣ କଳ୍ପନାରେ ଅଛି ତାହା କରାଯାଇପାରି ନାହିଁ । କିନ୍ତୁ ଅସାମର୍ଥ୍ୟତା ଜାଣି ସହାନୁଭୁତିର ସହ କାର୍ଯ୍ୟରେ ସହାୟତା ପାଇଁ ପ୍ରଭୁଙ୍କୁ ନିଶ୍ଚୟ ପ୍ରାର୍ଥନା କରଥାନ୍ତି । ଅନ୍ୟ ଭାଷାରେ କହିଲେ ନିଜର ସେବା ଭାବନା ପାଇଁ ସେମାନେ ସଦା ସଚେତନ ଥାନ୍ତି ।

ଆତ୍ମ ସମୀକ୍ଷା :

ଚାରଣମାନଙ୍କର ଆତ୍ମ ସମୀକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚର୍ଯ୍ୟା । ସେମାନଙ୍କର ଉପରୋକ୍ତ ଚାରିଗୋଟି ଚର୍ଯ୍ୟା ପାଳନ ନିମନ୍ତେ ନିର୍ଦ୍ଧାରିତ ନୀତି ଅନୁଯାୟୀ ସେମାନେ ଚଳୁଛନ୍ତି କି ନାହିଁ ତାହା ବିଚାର କରିବାକୁ ସେମାନେ ଗୁରୁତ୍ୱ ଦେଇଥାନ୍ତି ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ଓ ପରେ ତାହା ବିବେକ ଅନୁମୋଦିତ କି ନୁହେଁ , ତାହା ବିଚାର କରିଥାନ୍ତି । ଯଦି କାର୍ଯ୍ୟବଶତଃ ବିଚାର କରିବା ପାଇଁ ସମୟ ପାଆନ୍ତି ନାହିଁ ନିଶ୍ଚିତ ଭାବରେ ଶୋଇବା ପୂର୍ବରୁ ବିଚାର ,ଦୈନିକ କାର୍ଯ୍ୟର ଆତ୍ମିକ ସମୀକ୍ଷା କରିଥାନ୍ତି । କୌଣସି ପରିସ୍ଥିତିରେ ନିଜର ଦୋଷ ଦୁର୍ବଳତା ଜାଣିଲେ ତାହା ସଂଶୋଧନ କରିଥାନ୍ତି ।

ସଦାଚାର :

ବିଭିନ୍ନ ଶାସ୍ତ୍ରରେ ଥିବା ସଦାଚାରକୁ ସର୍ବାନ୍ତକରଣରେ ଚାରଣମାନେ ଗ୍ରହଣ କରନ୍ତି । ତାହା ସାଧାରଣ ମଣିଷ ମାନଙ୍କ ପକ୍ଷେ ଦୁଃର୍ବୋଧ୍ୟ ହେବ ବୋଲି ସେମାନେ ସାଧାରଣରେ ଅନାଚାର, ପାପ , ଖରାପ , ଅଧର୍ମ , ଅନୀତି , ନିର୍ଭରଶୀଳତାର ବିରୋଧ ପ୍ରଭୃତି ଆଚରଣ ବୋଲାଇ ନଥବା କାର୍ଯ୍ୟ ଅସଦାଚାର ବୋଲି ଗ୍ରହଣ କରିଛନ୍ତି । ସେଥିପାଇଁ ସେମାନେ ସ୍ଥାନୀୟ ପ୍ରଭାବକୁ ଗୁରୁତ୍ୱ ଦେଇଥାନ୍ତି । ତେଣୁ କୌଣସି କାର୍ଯ୍ୟ କଲାବେଳେ ଶାସ୍ତ୍ରୀୟ ଉଚିତ ଅନୁଚିତ ବିଧିନିଷେଧ ପ୍ରଭୃତିକୁ ଦୃଷ୍ଟିକୁ ନେଇ ସ୍ଥାନ-କାଳ- ପାତ୍ର ଭେଦରେ ସମାଜରେ କ’ଣ କରଣୀୟ ନିର୍ଦ୍ଧାରଣ କରିଥାନ୍ତି । ସଦାଚାର ନିର୍ଦ୍ଧାରଣ କରିବା ପୂର୍ବରୁ ବିବେକ ଅନୁମୋଦିତ କର୍ମକୁ ଉଚିତ କର୍ମ ବୋଲି ଗ୍ରହଣ କରିଥାନ୍ତି । ଅନ୍ୟ ଭାଷାରେ କହିଲେ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ସେ ବିଚାର କରିଥାନ୍ତି । ତେଣୁ ଅବଟାରେ ନ ଯିବା ଚାରଣର ମୂଳ ଆଚରଣ ।

ଦେଶାତ୍ମବୋଧ :

ଦେଶାତ୍ମବୋଧ ସାଧାରଣତଃ ଦେଶ ବା ଜନ୍ମସ୍ଥାନକୁ ଉଚ୍ଚ ମାନ ଦେବାକୁ ବୁଝା ଯାଇଥାଏ । ଅନେକ ସ୍ତରରେ ଭଲମନ୍ଦ ବିଚାର ନକରି ଦେଶପାଇଁ ଗର୍ବ କରିବାକୁ ବୁଝା ଯାଇଥାଏ । ମାତ୍ର ଚାରଣମାନେ ଦେଶକୁ ଭଲ ପାଇବା ସହ ଆତ୍ମବୋଧକୁ ଯୋଡି କିଛି ସିନ୍ଧାନ୍ତ କରିଥାନ୍ତି । ସେହି ଦୃଷ୍ଟିରୁ କେବଳ ଦେଶକୁ ନୁହେଁ ନିଜକୁ ଓ ନିଜର ମାନକୁ ଯଥା ନିଜ ଦେହ , ପରିବାର ନିଜ ଗ୍ରାମ ବା ଅଞ୍ଚଳ , ଜିଲ୍ଲା , ପ୍ରଦେଶ , ଦେଶ , ବିଶ୍ୱ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲ ପାଇବାକୁ ହିଁ ଦେଶାତ୍ମ ବୋଧ ବୋଲି ବୁଝିଥାନ୍ତି । ଶାସ୍ତ୍ରୀୟ ନିୟମ , କ୍ଷୁଦ୍ରତ୍ତର ଆବଶ୍ୟକତାକୁ ବୃହତ୍ତର ଆବଶ୍ୟକତା ଦୃଷ୍ଟିରୁ ତ୍ୟାଗ କରିବା ନ୍ୟାୟରେ ବିଚାର କରି ଦେଶାତ୍ମବୋଧକୁ କାର୍ଯ୍ୟରେ ପରିଣତ କରିଥାନ୍ତି । ଉଦାହରଣ ସ୍ୱରୂପ ପରିବାରର ଆନନ୍ଦ ପାଇଁ ନିଜର ସ୍ୱାର୍ଥ ବଳି ଦେଇଥାନ୍ତି । ତେଣୁ କୌଣସି ପରିସ୍ଥିତିରେ ସୁଦ୍ଧା ନିଜକୁ ବା ନିଜର ଆତ୍ମୀୟମାନଙ୍କୁ ନୁ୍ୟନ ମନେ କରନ୍ତି ନାହିଁ । ଭଗବାନଙ୍କ ସନ୍ତାନ ହିସାବରେ ସମସ୍ତଙ୍କ ସମସ୍ୟା ବିଚାର କଲାବେଳେ ନିଜ ପାଇଁ ଯାହା ଉପଯୋଗୀ ତାହା ସମସ୍ତଙ୍କ ପାଇଁ ଉପଯୋଗୀ ବୋଲି ଧରି କାର୍ଯ୍ୟ କରିଥାନ୍ତି । ନିଜର ପରମ୍ପରା , ଚଳଣୀ , ମହାନତା ପ୍ରଭୃତିକୁ ବଜାୟ ରଖିବା ପାଇଁ ସଚେତନ ଥାନ୍ତି । ନିଜ ଦେଶ , ଜାତ. ଧର୍ମ, ପରିବାରର ନିନ୍ଦା ହେଲା ଭଳି କୌଣସି କାର୍ଯ୍ୟ କରନ୍ତି ନାହିଁ ।

ସ୍ଥୂଳଚର୍ଯ୍ୟା:

ଚାରଣର ମୌଳିକ ଚର୍ଯ୍ୟା ଗୁଡିକ ମଧ୍ୟରୁ ପ୍ରାଥମିକ ସ୍ତରରେ ପ୍ରତ୍ୟେକ ଚାରଣ ପାଞ୍ଚଟି ସ୍ଥୂଳଚର୍ଯ୍ୟା ପାଳନ କରିବା ପାଇଁ ସାଧନାର ଗତି ହିସାବରେ ଗ୍ରହଣ କରାଯାଇଛି ।ଏହି ସ୍ଥୂଳଚର୍ଯ୍ୟା ଗୁଡିକ ଯାହା ବାହାରୁ କରାଯାଉଥିବାର ଜଣାଯାଇପାରେ ।

୧- ନିତ୍ୟ ସ୍ୱଧ୍ୟାୟ ( ନିଜର ସୁବିଧା ଅନୁଯାୟୀ) କରିବା । ସାଧାରଣତଃ ଚାରଣମାନେ ପ୍ରାତଃକାଳରେ ଶ୍ରୀବିଷ୍ଣୁସହସ୍ରନାମ, ପୁରୁଷୋତ୍ତମ ଯୋଗ ଓ ହନୁମାନ ଚାଳିଶା ପାଠ କରିଥାନ୍ତି ଏବଂ ସନ୍ଧ୍ୟାରେ ଭାଗବତ ଗୀତା, ବିଭିନ୍ନ ସ୍ତୁତି ଓ ଭଜନ ତଥା ଗୀତ ଗୋବିନ୍ଦ ପାଠ କରିଥାଆନ୍ତି । ଏହି ଉପାସନାର ବିଧି ନିର୍ଦ୍ଧାରଣ ପ୍ରଭୁଙ୍କ କୃପାରୁ ଅନୁଭବଦ୍ୱାରା ସିଦ୍ଧ ହୋଇ ଜଗତରେ ଚାରଣ ଗୋଷ୍ଠୀଦ୍ୱାରା ଉପଯୋଗ କରାଯାଉଅଛି । ଏହାକୁ ଶାସ୍ତ୍ର ସମ୍ମତ ଉପାସନା ପଦ୍ଧତି ଭାବରେ ଗ୍ରହଣ କରାଯାଇଅଛି ।

୨- ପ୍ରଭୁଙ୍କର ସାନ୍ନିଧ୍ୟ ଲାଭ ପାଇଁ ପ୍ରଭୁଙ୍କୁ ପ୍ରୀତି କରୁଥିବା ଚାରଣମାନଙ୍କ ସହ ସମୁହ ପ୍ରାର୍ଥନା , ସାପ୍ତାହିକ , ମାସିକ ବୈଠକରେ ଯୋଗଦାନ କରିବା , ବାର୍ଷିକ ଉସôବ ସମ୍ମିଳନୀ , ପ୍ରବ୍ରଜ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ସାମୁହିକ ଅନୁଷ୍ଠାନରେ ଯୋଗ ଦିଅନ୍ତି । ଅର୍ଥାତ୍ ସତ୍ସଂଗ ପାଇଁ ଆଗ୍ରହ ପ୍ରକାଶ କରନ୍ତି ।

୩- ପ୍ରଭୁଙ୍କ ପ୍ରୀତି ଉଦେ୍ଧଶ୍ୟରେ ନିଜର ସାମର୍ଥ୍ୟ ଅନୁଯାୟୀ କିଛି ସମୟ, ଶ୍ରମ ତଥା ଅର୍ଥ ଦାନ କରିବାର ଅଭ୍ୟାସ ଚାରଣମାନେ କରିଥାନ୍ତି । ଯାହାଦ୍ୱାରା ଚାରଣ ଗୋଷ୍ଠୀର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଭୁଙ୍କ ନାମ , ଗୁଣ , ମହିମା ପ୍ରଚାର କରିବାରେ ବିନିଯୋଗ ହୋଇଥାଏ । ଏହାକୁ ଇଷ୍ଟପ୍ରୀତି କୁହାଯାଏ ।

୪- ନିଜ ଭିତରେ ଥିବା ସତ ପ୍ରବୃତ୍ତି ସଦାଚାର (ପୂର୍ବରୁ ବର୍ଣ୍ଣନା କରଯାଇଛି ) ପାଳନ କରନ୍ତି ।

୫- ଅସଦାଚାରରୁ ନିବୃତ୍ତି । କିଛି ବଦଭ୍ୟାସ ତଥା ବଦଗୁଣ ନିଜର ଥିବାର ଜାଣିଲା ମାତ୍ରେ ତ୍ୟାଗ କରିଥାନ୍ତି । ଯେଉଁମାନେ ୫ଟି ସ୍ଥୂଳଚର୍ଯ୍ୟା ନିଷ୍ଠାର ସହିତ ପାଳନ କରୁଥିବାର ଲକ୍ଷ୍ୟ କରଯାଏ ତାହାଙ୍କୁ ସକ୍ରିୟ ଚାରଣ ଭାବରେ ଗ୍ରହଣ କରାଯାଏ ।

ପ୍ରତ୍ୟେକ ସକ୍ରିୟ ଚାରଣ ସ୍ଥୂଳଚର୍ଯ୍ୟା ବ୍ୟତୀତ ନିମ୍ନ ଲିଖିତ ବାହ୍ୟ ଆଚରଣ ଗୁଡିକ ପାଳନ କରିଥାନ୍ତି ।

୧-ନିତ୍ୟ ନିର୍ମାଲ୍ୟ /ଚରଣୋଦକ ସେବନ ।

୨- ପିତା, ମାତା , ସ୍ୱାମୀ ଓ ଗୁରୁଜନ ମାନଙ୍କୁ ପାଦଛୁଇଁ ପ୍ରଣାମ ।

୩- ଜୟ ଜଗନ୍ନାଥ ଧ୍ୱନୀ ସହ ଚାରଣ ମାନଙ୍କୁ ପାଦଛୁଇଁ ମାନ୍ୟ , ଶ୍ରଦ୍ଧା ପ୍ରଦର୍ଶନ ।

୪- ଅନୁଦ୍ଧତ ପୋଷାକ ପରିଧାନ ,

୫-ସରଳ ଓ ନିରାଡମ୍ବର ଜୀବନଯାପନ ।

୬-ପ୍ରତ୍ୟେକ ଚାରଣମାନଙ୍କ ସହ ଘନିଷ୍ଠ ସମ୍ପର୍କ ରକ୍ଷା କରିବା ।

୭-ସଦ୍ଗ୍ରନ୍ଥ ଓ ଆଧ୍ୟାତ୍ମିକ ଶାସ୍ତ୍ର ଅଧ୍ୟୟନ ଓ ଅଧ୍ୟାପନା କରିବା ।

୮- ପ୍ରଭୁ ଜଗନ୍ନାଥଙ୍କ ସମ୍ବନ୍ଧରେ ପ୍ରତ୍ୟହ କିଛି ନା କିଛି ଆଲୋଚନା ମାଧ୍ୟମରେ ସମ୍ବନ୍ଧ ରଖିବା । ତଥା ବିଶ୍ୱର ମଙ୍ଗଳ ପାଇଁ କାର୍ଯ୍ୟ କରିଥାନ୍ତି । ନିଜର ଇଷ୍ଟ ଜଗନ୍ନାଥଙ୍କର ବା ତାଙ୍କ ନାମର ନିନ୍ଦା ନ ହେବା ପାଇଁ ସଚେତନ ଥାନ୍ତି ।

କାର୍ଯ୍ୟକ୍ରମ :

ଚାରଣ ମାନଙ୍କର ସାଧନାର ଆଧାର ନିତ୍ୟ ସତ୍ସଙ୍ଗ ହୋଇଥିବାରୁ ପ୍ରଭୁଙ୍କ ପ୍ରୀତି ଉଦେ୍ଧଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଥାନ୍ତି । ସେଗୁଡିକ ମଧ୍ୟରେ

(୧) ସ୍ଥାନୀୟ ଭାଇମାନଙ୍କ ସାପ୍ତାହିକ , ମାସିକ ବୈଠକ

(୨) ଅଞ୍ଚଳ ଓ ମଣ୍ଡଳ ସ୍ତରରେ ଶ୍ରୀ ରାମ , ଶ୍ରୀ କୃଷ୍ଣ , ଭାଗବତ , ରାସ ପୂର୍ଣ୍ଣିମା , ଜାନୁୟାରୀ ୨୬, ଚାରଣ ଜୟନ୍ତୀ ଓ ଗାଁ ମାନଙ୍କର ବାର୍ଷିକ ଉତ୍ସବ ପାଳନ କରିଥାନ୍ତି । ଏହା ବ୍ୟତିତ ସାମୟିକ ଭାଗବତ ସପ୍ତାହ , ଯଜ୍ଞ , ମାନ. ଗୀତା ପାରାୟଣ , ଶିକ୍ଷା ଶିବିର ଇତ୍ୟାଦି ସାଧନା କାର୍ଯ୍ୟକ୍ରମ କରିଥାନ୍ତି ।

(୩) କେନ୍ଦ୍ର ସ୍ତରରେ ବାର୍ଷିକ ସମ୍ମିଳନୀ , ପ୍ରବ୍ରଜ୍ୟା (ଗ୍ରାମକୁ ଗ୍ରାମ ପ୍ରଭୁ ଜଗନ୍ନାଥଙ୍କ ସହ ଯାତ୍ରାକରି ଲୋକ ସଂଗ୍ରହ କରିବା )

(୪) ଦଳ ପ୍ରବ୍ରଜ୍ୟା (ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ) ଯେଉଁଠାରେ ଚାରଣ ଗୋଷ୍ଠୀ ନାହିଁ ସେହିଠାରେ ଜଗନ୍ନାଥ ଚେତନା ପ୍ରଚାର କରିବା ଓ ଚାରଣ ଗୋଷ୍ଠୀ ସମ୍ବନ୍ଧରେ ଧାରଣା ଦେବା :

(୫) ପ୍ରତ୍ୟେକ ଚାରଣ ନିଜ ନିଜର ବନ୍ଧୁ , ପରିଚିତ ଲୋକ , ପ୍ରିୟ ଜନଙ୍କ ପାଖରେ ଚାରଣ ଗୋଷ୍ଠୀର ବାର୍ତ୍ତା ପହଞ୍ଚାଇ ବ୍ୟକ୍ତି ସଂଗ୍ରହ କରିଥାନ୍ତି ।

୬- ପାଞ୍ଚ ଜଣରୁ ଅଧିକ ଚାରଣ ଭାଇ ଥିବା କ୍ଷୁଦ୍ର ପରିବେଶ ମଧ୍ୟରେ ତଥା ଗାଁ ବା ସାହିରେ ସକ୍ରିୟ ଶିକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ଶାଖା ଗଠନ କରିଥାନ୍ତି । ତନ୍ମଧ୍ୟରୁ ଅଗ୍ରଗାମୀ ଚାରଣ ମାନେ ଦଳପତି ଓ ସମ୍ପାଦକ ଭାବରେ କାର୍ଯ୍ୟ କରିଥାନ୍ତି । ଶାଖାର ସଭ୍ୟ ସଂଗ୍ରହ କରିବା ମାଧ୍ୟମରେ ଜଗନ୍ନାଥଙ୍କ ପ୍ରଚାର କାର୍ଯ୍ୟକ୍ରମକୁ ଲୋକପ୍ରିୟ କରିଥାନ୍ତି ।

(୭) ପାଞ୍ଚ ବା ସାତଟି ଶାଖାକୁ ନେଇ ମଣ୍ଡଳ ଓ ଚାରି ବା ପାଞ୍ଚଟି ମଣ୍ଡଳକୁ ନେଇ ଅଞ୍ଚଳ ଗଠନ କରାଯାଇ ଥାଏ

(୮) ଜଗନ୍ନାଥଙ୍କ ସମ୍ବନ୍ଧୀୟ ପୁସ୍ତକ ତଥା ଆଧ୍ୟାତ୍ମିକ ପୁସ୍ତକ ପ୍ରକାଶନ ନିମନ୍ତେ ଏକ ପୁସ୍ତକ ପ୍ରକାଶନ ପାଣ୍ଠି ଗଠନ କରାଯାଇ ବିଭିନ୍ନ ପୁସ୍ତକ ଓ ତ୍ରୟମାସିକ “ଉନ୍ମନା “ ନାମରେ ଏକ ମୁଖପତ୍ର ପ୍ରକାଶ କରାଯାଉଅଛି ।

ବିଶେଷତ୍ୱ :

୧- ଜଗତରେ ସୃଷ୍ଟିର ପ୍ରାରମ୍ଭରୁ ସାଧାରଣ ମଣିଷକୁ ଧର୍ମ ମାର୍ଗରେ ପ୍ରବୃତ କରି ସମାଜକୁ ସୁସ୍ଥ କରିବା ପାଇଁ ବହୁ ମୁନି , ଋଷି , ସାଧକ , ମହାପୁରୁଷ ଗଣଙ୍କର ପ୍ରଚେଷ୍ଟାକୁ ଯୁଗୋପଯୋଗୀ ଭାବରେ (ଏ ସମୟର ଲୋକମାନେ କରିପାରିଲା ଭଳି ଢଙ୍ଗରେ ) ପ୍ରୟୋଗ କରିବା ଚାରଣ ଗୋଷ୍ଠୀର ମୁଖ୍ୟ ଲକ୍ଷ୍ୟ ।

୨- ସାଧାରଣରେ ଏହା ନୀତିଗତ ଭାବରେ ରଖା ଯାଇଥିବା ବେଳେ ଚାରଣ ଗୋଷ୍ଠୀ ଏହାକୁ ଆନ୍ତରିକତାର ସହିତ ନିଜର ଇଚ୍ଛାକୁ (ବାକ୍ୟକୁ) କାର୍ଯ୍ୟ ବା ନିଜର ବିଚାର ଧାରାକୁ ଅନ୍ୟ ଆଗରେ ଉପସ୍ଥାପନା କରି ବା କାର୍ଯ୍ୟକାରୀ କରି ତାହାର ଯଥାର୍ଥତା ପରୀକ୍ଷା କରି ନିଅନ୍ତି । ପ୍ରଭୁଙ୍କୁ ଆତ୍ମାର ନିର୍ଦ୍ଦେଶକ ଭାବରେ ଗ୍ରହଣ କରି ନିଜର ସମସ୍ତ କର୍ମକୁ ତଥା ତାର ପରିଣାମକୁ ପ୍ରଭୁଙ୍କୁ ସମର୍ପଣ କରି ଆତ୍ମ ସୁଖ ଲାଭ କରିଥାନ୍ତି । ଚାରଣ ମାନେ ଶାସ୍ତ୍ର ନିର୍ଦେଶକୁ ଆଚରଣରେ ପ୍ରଦର୍ଶନ କରିଥାନ୍ତି । ଅନ୍ୟ ଭାଷାରେ କହିଲେ ସେମାନେ ଶାସ୍ତ୍ରକୁ ଆଚରଣ କରନ୍ତି । ଯାହା କହନ୍ତି , ତାହା କରନ୍ତି ।

୩- ହିନ୍ଦୁ ଧର୍ମରେ ଥିବା ବିଭିନ୍ନ ସଂପ୍ରଦାୟିକ ତଥା ଗୁରୁବାଦୀ ଅନୁଷ୍ଠାନ ମାନଙ୍କ ମଧ୍ୟରେ ଥିବା ବିଭେଦ ବୋଧକୁ ଦୂର କରି ଜଗନ୍ନାଥଙ୍କର ବାନା ତଳେ ସଙ୍ଗଠିତ କରି ହିନ୍ଦୁ ଧର୍ମରେ ଥିବା ମୌଳିକ ଅଭାବ ସାର୍ବଜନିନ ସଙ୍ଗଠନ ପ୍ରତିଷ୍ଠା କରିବା ।

୪- ବିଶ୍ୱରେ ଥିବା ବିଭିନ୍ନ ଧର୍ମ ଧାରଣା , ଉପାସନା ପଦ୍ଧତିରେ ମୌଳିକ ଲକ୍ଷ୍ୟକୁ ନେଇ ସବୁ ଧର୍ମ ସହ ସମନ୍ୱୟ ରକ୍ଷା କରିବା ।

୫- ପ୍ରଭୁ ଜଗନ୍ନାଥ ହିଁ ସର୍ବଶ୍ରେଷ୍ଠ ଇଷ୍ଟ ଓ ନିର୍ଭରଶୀଳତା ତଥା ସହାବସ୍ଥାନ ପ୍ରଭୃତି ମଣିଷର ସନାତନ ଚେତନାକୁ ଜଗନ୍ନାଥ ଚେତନା ଭାବରେ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ କରିବା

୬- ଏହି ଲକ୍ଷ୍ୟକୁ ସମସ୍ତଙ୍କ ପାଖରେ ପହଞ୍ଚିବା ପାଇଁ ଶ୍ରୀ ଜଗନ୍ନାଥଙ୍କର ତତ୍ତ୍ୱ , ମହିମା ଏବଂ ଲୀଳାକୁ ଜନପ୍ରିୟ କରିବା ।

୮- ତେଣୁ ଜାତି , ଧର୍ମ , ବର୍ଣ୍ଣ , ଅଞ୍ଚଳ , ଦେଶ , ବିଦେଶ , କୌଣସି ଭେଦ ଚାରଣମାନେ ରଖନ୍ତି ନାହିଁ ।

୯- ମାନବୀୟ ମୂଲ୍ୟବୋଧକୁ ସମ୍ମାନିତ କରନ୍ତି ।

୧୦- ନାରୀ ଓ ପୁରୁଷ ସାଧନା ଦୃଷ୍ଟିରୁ ବୈଷମତାକୁ ଦୂର କରିଥାନ୍ତି ବରଂ ଆବଶ୍ୟକ ସ୍ଥଳରେ ନାରୀମାନଙ୍କର ପ୍ରାଧାନ୍ୟ ସ୍ୱୀକାର କରାଯାଏ ।

୧୧- ସମାଜରେ ଥିବା ଶ୍ରେଣୀ ଭେଦରେ ଧନୀ , ଦରିଦ୍ର , ଶିକ୍ଷିତ , ଅଶିକ୍ଷିତ , ଜ୍ଞାନୀ , ଅଜ୍ଞାନ , ଚାଷୀ , ମୂଲିଆ , କର୍ମଚାରୀ , ପିଲା , ବଡ , ରାଜନୈତିକ , ଅଣ ରାଜନୈତିକ , ପ୍ରତ୍ୟେକଙ୍କ ପାଇଁ ସର୍ବନିମ୍ନ ସାର୍ବଜନୀନ ସାଧନ ପଦ୍ଧତି – ‘ଚାରଣୀୟ ସାଧନା’ ଯାହା କଲେ ପ୍ରତ୍ୟେକ ଦୁଃଖମୟ ସଂସାରରେ ସୁଖରେ . ଆନନ୍ଦରେ ଚଳି ପାରିବେ ।

ଚରୈବେତି

ଉପରୋକ୍ତ ସମସ୍ତ ବିଷୟ ଚାରଣ ମାନେ ଚରୈବେତି ମାର୍ଗରେ ସାଧନ କରି ଥାଆନ୍ତି । ସେମାନେ ବୈଦିକ ମନ୍ତ୍ର “ଚରୈବେତି ଚରୈବେତି ଚରୈନେବ ମଧୁ ବିନ୍ଦନ୍ତି”କୁ ସାଧନୀୟ ମାର୍ଗର ମନ୍ତ୍ର ଭାବରେ ଗ୍ରହଣ କରିଛନ୍ତି ।

ଜୟ ଜଗନ୍ନାଥ