Jump to content

ଚରକ ସଂହିତା

ଉଇକିପିଡ଼ିଆ‌ରୁ
original text extracted from Charak Samhita

ଚରକ ସଂହିତା ଆୟୁର୍ବେଦର ଏକ ପ୍ରସିଦ୍ଧ ସ୍ମୃତିଗ୍ରନ୍ଥ ଅଟେ । ଏହା ଦେବନାଗରୀ (ସଂସ୍କୃତ) ଭାଷାରେ ରଚିତ । ଏହାର ଉପଦେଷ୍ଟା ଆତ୍ରେୟ, ଗ୍ରନ୍ଥକାର ମହାର୍ଷି ଅଗ୍ନିବେଶ ଏବଂ ପୁନର୍ଦ୍ଧାରକ ଆଚାର୍ଯ୍ୟ ଚରକ ଥିଲେ । ଚରକ ସଂହିତା ଏବଂ ସୁଶ୍ରୁତ ସଂହିତା ଆୟୁର୍ବେଦର ଦୁଇଟି ପ୍ରାଚୀନତମ ମୂଳଗ୍ରନ୍ଥ, ଯେଉଁଗୁଡ଼ିକ ଦୀର୍ଘ କାଳ ପର୍ଯ୍ୟନ୍ତ ଅବିକୃତ ଅବସ୍ଥାରେ ରହିଆସିଛି । ଭାରତୀୟ ଔଷଧ ବିଜ୍ଞାନର ତିନୋଟି ମହାନ ନାମ— ଚରକ, ସୁଶ୍ରୁତ ଏବଂ ବାଗ୍‌ଭଟ୍ଟ— ଯାହାଙ୍କ ରଚନା ଆଜି ମଧ୍ୟ ଆୟୁର୍ବେଦ ବିଜ୍ଞାନର ମାନକ ଗ୍ରନ୍ଥ ଭାବେ ଗ୍ରହଣ କରାଯାଉଛି । ଚରକ ସଂହିତା, ସୁଶୃତ ସଂହିତା ତଥା ବାଗ୍‌ଭଟ୍ଟଙ୍କ ଅଷ୍ଟାଙ୍ଗ ସଂଗ୍ରହ ଆଜି ମଧ୍ୟ ଭାରତୀୟ ଚିକିତ୍ସା ବିଜ୍ଞାନ (ଆୟୁର୍ବେଦ)ର ମାନକ ଗ୍ରନ୍ଥ ରୂପେ ବିବେଚିତ ।[]

ରଚନା ସଂପର୍କରେ

[ସମ୍ପାଦନା]

ଚରକ ସଂହିତାର ରଚନା ଦ୍ୱିତୀୟ ଶତାବ୍ଦୀର ପୂର୍ବରୁ ହୋଇଥିବାର ଅନୁମାନ । ଏହା ଆଠଟି ଭାଗରେ ବିଭକ୍ତ ଯାହାକୁ ‘ସ୍ଥାନ’ ବୋଲି କୁହାଯାଏ (ଯଥା— ନିଦାନସ୍ଥାନ) । ପ୍ରତ୍ୟେକ ସ୍ଥାନରେ ଅନେକ ଅଧ୍ୟାୟ ରହିଛି ଏବଂ ମୋଟ ୧୨୦ ଅଧ୍ୟାୟ ଅଟେ । ଏଥିରେ ମାନବ ଦେହ, ତାହାର ସଂରଚନା, ରୋଗ, ଚିକିତ୍ସା, କାରଣ, ଚିହ୍ନ, ପୌଷ୍ଟିକତା, ସ୍ୱଚ୍ଛତା, ରୋଗ ପ୍ରତିରୋଧ, ଶିକ୍ଷା ପ୍ରଣାଳୀ ଏବଂ ରୋଗୀ ସମ୍ପର୍କୀୟ ବ୍ୟାପକ ବିବରଣୀ ରହିଛି । ପ୍ରାଚୀନ ସାହିତ୍ୟ ଅନୁସନ୍ଧାନରୁ ଜଣାଯାଏ ଯେ ସେ ସମୟରେ ଗ୍ରନ୍ଥଗୁଡ଼ିକ ରଚନା ଶାଖା(ମତ) ଆଧାରରେ ତିଆରି ହେଉଥିଲା, ଯେପରି ‘କଠ ଶାଖାରେ କଠୋପନିଷଦ୍‌ର ରଚନା’ । ସେହିପରି ଚରକ ଶାଖାରେ ଏହାର ମାନନିର୍ଦ୍ଧାରଣ ସମ୍ଭବତଃ ହୋଇଥିବ। ଯେତେବେଳେ ଚିକିତ୍ସାବିଜ୍ଞାନ ପ୍ରାରମ୍ଭିକ ଅବସ୍ଥାରେ ଥିଲା, ସେତେବେଳେ ଚରକସଂହିତାର ଆୟୁର୍ବେଦୀୟ ନୀତିଗତ ଧାରଣା ବହୁତ ଉତ୍କୃଷ୍ଟ ଏବଂ ଗମ୍ଭୀର ଥିଲା । ଏହାର ଗୁଣମାନରେ ପ୍ରଭାବିତ ହୋଇ ଆଧୁନିକ ଚିକିତ୍ସା ବିଜ୍ଞାନର ଆଚାର୍ଯ୍ୟ ଆସ୍ଟଲର ୧୮୯୮ ମସିହାରେ ଆମେରିକାର ନ୍ୟୁୟର୍କ ସହରରେ ‘ଚରକ କ୍ଲବ’ ସ୍ଥାପନ କରିଥିଲେ ଯେଉଁଠାରେ ଚରକଙ୍କ ଚିତ୍ର ଲଗାଯାଇଥିଲା । ଆଚାର୍ଯ୍ୟ ଚରକ ଏବଂ ଆୟୁର୍ବେଦର ସମ୍ପର୍କ ଅତ୍ୟନ୍ତ ଘନିଷ୍ଟ । ଆଚାର୍ଯ୍ୟ ଚରକ କେବଳ ଆୟୁର୍ବେଦ ଜ୍ଞାତା ନୁହଁନ୍ତି, ସମସ୍ତ ଶାସ୍ତ୍ରର ଉଚ୍ଚ ପଣ୍ଡିତ ଥିଲେ । ତାଙ୍କର ସାଂଖ୍ୟ ଦର୍ଶନ ଏବଂ ଵୈଶେଷିକ ଦର୍ଶନ ତାଙ୍କର ଅନ୍ୟ ପ୍ରତିଭାର ପରିଚୟ । ସେ ଦେହକୁ ବେଦନା ଓ ବ୍ୟାଧିର ଆଧାର ମନେ କରିଥିଲେ ଏବଂ ଆୟୁର୍ବେଦକୁ ମୋକ୍ଷଦାୟିନୀ ଶାସ୍ତ୍ର ବୋଲି ଘୋଷଣା କରିଥିଲେ । ସ୍ୱାସ୍ଥ୍ୟକୁ ସର୍ବୋତ୍କୃଷ୍ଟ ସଖ୍ୟ ଘୋଷଣା କରି, କହିଥିଲେ ଯେ ସ୍ୱାସ୍ଥ୍ୟ ଥିବାରେ ବଳ, ଆୟୁ, ଆନନ୍ଦ, ଧନ, ଧର୍ମ, କାମ ଓ ମୋକ୍ଷର ପ୍ରାପ୍ତି ହୋଇଥାଏ । ଚରକ ସଂହିତା ରଚନା ସହ ସେ ଗ୍ରାମେ ଗ୍ରାମେ ଘୁରିବୁଲି ଅସୁସ୍ଥଙ୍କ ସେବା ଓ ଚିକିତ୍ସା ତଥା ଅନ୍ୟ କଲ୍ୟାଣକାରୀ କାର୍ଯ୍ୟ କରୁଥିଲେ । ଏହି ଭଳି ଜୀବନ ଶୈଳୀରୁ ସେ ‘ଚରକ’ ନାମରେ ପରିଚିତ ହେଲେ ।

ଆଜି ‘ଚରକସଂହିତା’ ଯେଉଁ ରୂପରେ ଆମ ପାଖରେ ଉପଲବ୍ଧ ଅଛି, ସମ୍ଭବତଃ ଏହାର ମୂଳ ରଚନା ଆତ୍ରେୟଙ୍କ ଏକ ପ୍ରତିଭାଶାଳୀ ଶିଷ୍ୟ ଅଗ୍ନିବେଶଙ୍କ ଦ୍ୱାରା ଖ୍ରିଷ୍ଟପୂର୍ବ ୭ମ କିମ୍ବା ୮ମ ଶତାବ୍ଦୀରେ କରାଯାଇଥିଲା । ଏଥିରେ ଆତ୍ରେୟଙ୍କ ଶିକ୍ଷା ତତ୍ତ୍ୱଗୁଡିକ ସମାବେଶ ହୋଇଛି । ଅଗ୍ନିବେଶଙ୍କ ଦ୍ୱାରା ରଚିତ ଏହି ଗ୍ରନ୍ଥ ୧୧ମ ଶତାବ୍ଦୀ ପର୍ଯ୍ୟନ୍ତ ଉପଲବ୍ଧ ଥିବାରସୂଚନା ମିଳେ । ସମୟ ପରିବର୍ତ୍ତନ ସହିତ ଆୟୁର୍ବେଦିକ ଚିକିତ୍ସା ଶାସ୍ତ୍ରରେ ନୂତନ ସିଦ୍ଧାନ୍ତଗୁଡିକ ଉପସ୍ଥାପିତ ହେବା ଆରମ୍ଭ ହେଲା, ନୂତନ ଓଷଧ ଓ ଚିକିତ୍ସାପ୍ରଣାଳୀ ଖୋଜାଯିବାକୁ ଲାଗିଲା । ତେଣୁ ଅଗ୍ନିବେଶଙ୍କ ଏହି ଶାସ୍ତ୍ରର ସଂଶୋଧନ ଆବଶ୍ୟକ ମନେ ହେଲା ଏବଂ ଏହି କାର୍ଯ୍ୟ ଚରକଙ୍କ ଦ୍ୱାରା କରାଯାଇଥିଲା, ଯିଏ ସମ୍ଭବତଃ ଖ୍ରିଷ୍ଟପୂର୍ବ ୧୭୫ ଅଟନ୍ତି । ଏହି ସଂଶୋଧିତ ରୂପକୁ ‘ଚରକସଂହିତା’ ନାମରେ ପରିଚିତ କରାଗଲା । ପରେ ନବମ ଶତାବ୍ଦୀରେ ଏକ କାଶ୍ମୀରୀ ପଣ୍ଡିତ ଦୃଢବଳ ଏହାକୁ ପୁନଃ ସଂଶୋଧନ କରି ସମ୍ପାଦନା କଲେ, ଏବଂ ବର୍ତ୍ତମାନ ଯେଉଁ ରୂପଟି ଉପଲବ୍ଧ, ତାହା ସେଇଟି ଅଟେ ।

‘ଚରକସଂହିତା’ ଏକ ବିଶାଳ ଗ୍ରନ୍ଥ ଯେଉଁଥିରେ ଆୟୁର୍ବେଦିକ ଚିକିତ୍ସାଶାସ୍ତ୍ରର ବିଭିନ୍ନ ପାର୍ଶ୍ୱ ଓ ବିଷୟବସ୍ତୁର ବିବରଣା ରହିଛି। ଏହି ଗ୍ରନ୍ଥ ଦ୍ୱାରା ଆମେ ସେହି ପ୍ରାଚୀନ ସମୟରେ ଚିକିତ୍ସା ବିଜ୍ଞାନ ସମ୍ପର୍କୀୟ ସମ୍ପୂର୍ଣ୍ଣ ତଥ୍ୟ ପାଇପାରୁ।

ଚରକସଂହିତାର ମୌଳିକ ଅବଦାନ

[ସମ୍ପାଦନା]

ଚରକ ସଂହିତାର ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ଯେଉଁ ମୌଳିକ ଅବଦାନ ରହିଛି, ତନ୍ମଧ୍ୟରୁ କିଛି ପ୍ରମୁଖ ମୌଳିକ ଅବଦାନ ଏହିଭଳି:

  • ରୋଗର କାରଣ ନିର୍ଣ୍ନୟ ଏବଂ ତାହାର ଯୁକ୍ତିସଙ୍ଗତ ଚିକିତ୍ସା ଓ
  • ଚିକିତ୍ସା ସମ୍ବନ୍ଧୀୟ ପରୀକ୍ଷା ପ୍ରଣାଳୀର ବ୍ୟବସ୍ଥିତ ବର୍ଣ୍ଣନା

ରଚନା ର ମୁଖ୍ୟ ବ୍ୟକ୍ତିବର୍ଗ

[ସମ୍ପାଦନା]

ଆଚାର୍ଯ୍ୟ ଅଗ୍ନିବେଶ — ଆତ୍ରେୟଙ୍କ ବିଚାରର ପ୍ରଥମ ରଚନାକାର

ଆଚାର୍ଯ୍ୟ ଚରକ — ସଂଶୋଧକ

ଦୃଢବଳ — କିଛି ଅଂଶର ପୂରଣକାରୀ

ଚରକସଂହିତାର ଗଠନ

[ସମ୍ପାଦନା]

ଏହା ୮ଟି ସ୍ଥାନରେ ବିଭାଗୀକୃତ[][]

  • ସୂତ୍ରସ୍ଥାନ (୩୦ ଅଧ୍ୟାୟ)
  • ନିଦାନସ୍ଥାନ (୮ ଅଧ୍ୟାୟ)
  • ବିମାନସ୍ଥାନ (୮ ଅଧ୍ୟାୟ)
  • ଶରୀରସ୍ଥାନ (୮ ଅଧ୍ୟାୟ)
  • ଇନ୍ଦ୍ରିୟସ୍ଥାନ (୧୨ ଅଧ୍ୟାୟ)
  • ଚିକିତ୍ସାସ୍ଥାନ (୩୦ ଅଧ୍ୟାୟ)
  • କଳ୍ପସ୍ଥାନ (୧୨ ଅଧ୍ୟାୟ)
  • ସିଦ୍ଧିସ୍ଥାନ (୧୨ ଅଧ୍ୟାୟ)
  1. "Charaka-samhita". britannica.com. Retrieved 23 November 2025.
  2. Bhavana KR and Shreevathsa (2014). "Medical geography in Charaka Samhita". AYU. 35 (4): 371–377. doi:10.4103/0974-8520.158984. PMC 4492020. PMID 26195898.
  3. Meulenbeld 1999, IA, part 1, chapter 10 Caraka, his identity and date