ଚନ୍ଦ୍ରଗ୍ରହଣ

ଉଇକିପିଡ଼ିଆ ରୁ
(ଚନ୍ଦ୍ର ଗ୍ରହଣ ରୁ ଲେଉଟି ଆସିଛି)
Jump to navigation Jump to search

ଚନ୍ଦ୍ର ପୃଥିବୀର ଚାରିପଟେ ଘୁରୁଥାଏ, ପୃଥିବୀ ସୂର୍ଯ୍ୟର ଚାରିପଟେ ଘୁରୁଥାଏ , ଏହିପରି ଘୂର୍ଣ୍ଣନ ପ୍ରକ୍ରିୟା ଅହରହ ଚାଲିଥାଏ । ଯେଉଁ ଦିନ ଚନ୍ଦ୍ର, ପୃଥିବୀ ଆଉ ସୂର୍ଯ୍ୟ ଏକା ସରଳ ରେଖାରେ ଅବତୀର୍ଣ୍ଣ କରନ୍ତି ଏବଂ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଅବସ୍ଥାନ କରେ ସେହି ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ପାରେ ନାହିଁ ଏବଂ ସେହି ସମୟରେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ସେହି ସମୟରେ ଚନ୍ଦ୍ର ଲାଲ୍ ଦେଖାଯାଆନ୍ତି , ସେହି ସମୟକୁ ଚନ୍ଦ୍ରଗ୍ରହଣ ବୋଲି କୁହାଯାଏ ।[୧] ଏହା କେବଳ ପୂର୍ଣିମା ତିଥୀରେ ହୋଇଥାଏ !

ଚନ୍ଦ୍ରଗ୍ରହଣର ଜ୍ୟାମିତିକ ଚିତ୍ର

ଚନ୍ଦ୍ରଗ୍ରହଣ ଦୃଶ୍ୟ[ସମ୍ପାଦନା]

ଚନ୍ଦ୍ର ଗ୍ରହଣ ବେଳେ ସୂର୍ଯ୍ୟାଲୋକ ନ ପଡିଲେ ବି ଚନ୍ଦ୍ର ସମ୍ପୂର୍ଣ୍ଣ ଅନ୍ଧକାର ଦେଖାଯାଏ ନାହିଁ । କାରଣ ସୂର୍ଯ୍ୟାଲୋକ ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରୁଥିବାରୁ ସୂର୍ଯ୍ୟରଶ୍ମି ପ୍ରତିସରିତ (Refracted) ହୋଇ ଚନ୍ଦ୍ରର ଛାୟା ଶଙ୍କୁ ମଧ୍ୟ ଦେଇ ଯାଏ । ତେବେ ସୂର୍ଯ୍ୟାଲୋକ ପ୍ରତିସରିତ ହୋଇ ଚନ୍ଦ୍ର ପୃଷ୍ଠରେ ପତିତ ହେବା ବେଳେ ଅପେକ୍ଷାକୃତ କମ ତରଙ୍ଗ-ଦୈର୍ଘ୍ୟ ବିଶିଷ୍ଟ ଆଲୋକ ରଶ୍ମି ଏଭଳି ପ୍ରତିସରଣ ବେଳେ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ପାରନ୍ତି ଯାହାକି ମନୁଷ୍ୟ ଦୃଷ୍ଟିରେ ଇଷତ୍ ଲାଲ ବର୍ଣ୍ନ ଦେଖାଯାଏ । ଅତଏବ ଚନ୍ଦ୍ର ପୃଷ୍ଠ ସମ୍ପୂର୍ଣ୍ଣ ଅନ୍ଧକାର ନ ହୋଇ ଗ୍ରହଣ ବେଳେ ଇଷତ୍ ଲାଲ୍ ଦିଶେ । ଅର୍ଥାତ, ପୃଥିବୀକୁ ଘେରି ଯଦି କୌଣସି ବାୟୁମଣ୍ଡଳ ନ ଥାଆନ୍ତା, ତେବେ ଚନ୍ଦ୍ର ଗ୍ରହଣ ବେଳେ ଚନ୍ଦ୍ର ସଂପୂର୍ଣ୍ଣ ଅନ୍ଧକାର ଦେଖାଯାଆନ୍ତା ।[୨]

ଚନ୍ଦ୍ରଗ୍ରହଣର ପ୍ରକାର[ସମ୍ପାଦନା]

ପୃଥିବୀର ଚନ୍ଦ୍ର ଉପରେ ପଡୁଥିବା ଛାଇ ଅନୁସାରେ ଚନ୍ଦ୍ରଗ୍ରହଣକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

ଆଂଶିକ ଚନ୍ଦ୍ରଗ୍ରହଣ[ସମ୍ପାଦନା]

ଆଂଶିକ ଗ୍ରହଣରେ, ଚନ୍ଦ୍ର ଉପରେ ପୃଥିବୀର ଛାଇ କିଛି ମାତ୍ରାରେ ପଡିଥାଏ ।

ସମ୍ପୂର୍ଣ ଚନ୍ଦ୍ରଗ୍ରହଣ[ସମ୍ପାଦନା]

ସମ୍ପୂର୍ଣ ଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଛାଇରେ ସମ୍ପୂର୍ଣ ଭାବରେ ଲୁଚିଯାଇଥାଏ ।

ଆଧାର[ସମ୍ପାଦନା]

  1. "Century's longest lunar eclipse July 27".
  2. Fred Espenak and Jean Meeus. "Visual Appearance of Lunar Eclipses". NASA. The troposphere and stratosphere act together as a ring-shaped lens that refracts heavily reddened sunlight into Earth's umbral shadow.CS1 maint: Uses authors parameter (link)

ବାହାର ତଥ୍ୟ[ସମ୍ପାଦନା]