ଚନ୍ଦ୍ରଶେଖର ହୋତା
ଚନ୍ଦ୍ରଶେଖର ହୋତା | |
---|---|
![]() ଚନ୍ଦ୍ରଶେଖର ହୋତା କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର ପ୍ରଦାନ ଉତ୍ସବରେ ନିଜ ଅଭିଭାଷଣ ପ୍ରଦାନ କରୁଥିବା ଅବସରରେ | |
ଜନ୍ମ ଓ ଜନ୍ମସ୍ଥାନ | ଗୁର୍ଜିଭଟା, ଲୋଇସିଂହା, ବଲାଙ୍ଗୀର | ୧ ଜୁଲାଇ ୧୯୮୫
ବୃତ୍ତି | ଶିକ୍ଷକ |
ଜାତୀୟତା | ଭାରତୀୟ |
ନାଗରିକତା | ![]() |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର ୨୦୨୦ |
ଚନ୍ଦ୍ରଶେଖର ହୋତା (ଜନ୍ମ: ୧ ଜୁଲାଇ ୧୯୮୫) ଜଣେ ଓଡ଼ିଆ ପ୍ରାବନ୍ଧିକ । ପ୍ରବନ୍ଧ ବ୍ୟତିତ ସେ କବିତା ମଧ୍ୟ ଲେଖନ୍ତି । ପୁସ୍ତକ ଚେତନାର ଅନ୍ୱେଷଣ ପାଇଁ ତାଙ୍କୁ ୨୦୨୦ ବର୍ଷର କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା ।[୧]
ବ୍ୟକ୍ତିଗତ ଜୀବନ[ସମ୍ପାଦନା]
ଚନ୍ଦ୍ରଶେଖର ୧୯୮୫ ମସିହାରେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ଅନ୍ତର୍ଗତ ଗୁର୍ଜିଭଟାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଶମ୍ଭୂଧର ହୋତା ପ୍ରାଚୀନ ସାହିତ୍ୟର ଜଣେ ପଣ୍ଡିତ ଓ ପ୍ରବଚକ । ସେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ସେ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରିଛନ୍ତି । ସେ ଓଡ଼ିଶା ପୁଲିସ ବିଭାଗରେ କାର୍ଯ୍ୟରତ ଓ ବର୍ତ୍ତମାନ ନବରଙ୍ଗପୁରର ଡିଏସପି ଭାବରେ କାର୍ଯ୍ୟରତ ।[୨]
ସାହିତ୍ୟ ସର୍ଜନା[ସମ୍ପାଦନା]
ସେ ପିଲାଦିନରୁ ସାହିତ୍ୟପ୍ରତି ଆକର୍ଷିତ ଥିଲେ । କବିତାରେ ସେ ନିଜ ସାହିତ୍ୟ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ ଓଡ଼ିଆରେ ବିଶେଷ ପ୍ରବନ୍ଧ ଲେଖାନଯାଉଥିବା ହୃଦୟଙ୍ଗମ କରି ସେ ପ୍ରବନ୍ଧ ରଚନା ଲେଖିବାକୁ ଇଚ୍ଛା କରିଥିଲେ ।
ତାଙ୍କ ପୁସ୍ତକ ଚେତନାର ଅନ୍ୱେଷଣ କଟକର ଫ୍ରେଣ୍ଡସ ପ୍ରକାଶନୀ ସଂସ୍ଥାଦ୍ୱାରା ପ୍ରକାଶିତ । ଏହି ପୁସ୍ତକରେ ୧୦ଟି ପ୍ରବନ୍ଧ ରହିଛି । ନିରବତାର ଦୁଃଖ, ଯନ୍ତ୍ରଣାର ଆନନ୍ଦ, ପ୍ରଜ୍ଞାର ସଂଜ୍ଞା, ଭୀମଭୋଈଙ୍କ ନିର୍ଗୁଣ ଚେତନା ଓ ଭାରତର ବିଭିନ୍ନ ବିଭାଗ ବିଷୟ ଆଦି ଏହି ପୁସ୍ତକରେ ପ୍ରବନ୍ଧ ସ୍ଥାନ ପାଇଛି ।[୩]
ରଚନାବଳୀ[ସମ୍ପାଦନା]
- ଚେତନାର ଅନ୍ୱେଷଣ
- କଳ୍ପନା ଅନୁଭବ ଓ ସାହିତ୍ୟ
- ଚେତନାର ଅନ୍ୱେଷଣ
- ଷଡ଼ଜ
- ଗାନ୍ଧୀ କବିତା
- ଗାନ୍ଧୀ ପ୍ରବନ୍ଧ
- ରାଧା ମୋହନ ଗଡ଼ନାୟକଙ୍କ ମନୋଗ୍ରାଫ
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଅକାଦେମି ଯୁବ ପୁରସ୍କାର - ୨୦୨୦
- ଗୋକର୍ଣ୍ଣିକା ପ୍ରବନ୍ଧ ସମ୍ମାନ
- ସାରସ୍ୱତ ସମ୍ମାନ
- ଅଖିଳ ଜଗନ୍ନାଥ ଦାସ ସମ୍ମାନ
- ମହୁରି ସମ୍ମାନ
- କୃଷ୍ଣେନ୍ଦୁ ସ୍ମୃତି ସମ୍ମାନ
- ବ୍ରହ୍ମପୁର ପୁସ୍ତକମେଳା ସମ୍ମାନ
- ନିଗମାନନ୍ଦ ସେବା ସମ୍ମାନ[୪]
ଆଧାର[ସମ୍ପାଦନା]
- ↑ "ଚନ୍ଦ୍ରଶେଖର ହୋତା ପାଇଲେ ' ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର'". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 17 November 2021. Retrieved 17 November 2021.
{{cite web}}
:|archive-date=
/|archive-url=
timestamp mismatch (help) - ↑ "ଜୀବନଚର୍ଯ୍ୟା". www.dharitri.com. ଧରିତ୍ରୀ. Archived from the original on 17 November 2021. Retrieved 17 November 2021.
- ↑ "ସାହିତ୍ୟ ଅକାଦେମି ପୁରସ୍କାର : ବାଲ୍ ସାହିତ୍ୟରେ ରାମଚନ୍ଦ୍ର; ଯୁବ ବର୍ଗରେ ଚନ୍ଦ୍ରଶେଖର". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 17 November 2021. Retrieved 17 November 2021.
- ↑ "ପ୍ରବନ୍ଧ ଜ୍ଞାନର ମାର୍ଗକୁ ପ୍ରସାରିତ କରେ : ଚନ୍ଦ୍ରଶେଖର ହୋତା". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 17 November 2021. Retrieved 17 November 2021.