ଚଣ୍ଡି ପ୍ରସାଦ ମହାନ୍ତି

ଉଇକିପିଡ଼ିଆ‌ରୁ
ଲେଫ୍ଟନାଣ୍ଟ ଜେନେରାଲ

ଚଣ୍ଡି ପ୍ରସାଦ ମହାନ୍ତି

ଅତି ବିଶିଷ୍ଟ ସେବା ମେଡ଼ାଲ, ସେନା ମେଡ଼ାଲ, ବିଶିଷ୍ଟ ସେବା ମେଡ଼ାଲ
୪୨ତମ ଭାରତୀୟ ସେନା ଉପମୁଖ୍ୟ
Assumed office
୨୦୨୧ ଫେବୃଆରୀ ୧
ରାଷ୍ଟ୍ରପତିରାମନାଥ କୋବିନ୍ଦ
ପ୍ରଧାନ ମନ୍ତ୍ରୀନରେନ୍ଦ୍ର ମୋଦୀ
ପୂର୍ବ ଅଧିକାରୀସତିନ୍ଦର କୁମାର ସୈନୀ
ବ୍ୟକ୍ତିଗତ ସବିଶେଷ
ଜନ୍ମଜୟବଡ଼, ଜଗତସିଂହପୁର ସବଡିଭିଜନ, କଟକ ଜିଲ୍ଲା
(ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା), ଓଡ଼ିଶା[୧]
ପୁରସ୍କାର Ati Vishisht Seva Medal
Vishisht Seva Medal
Sena Medal
Military service
ଆନୁଗତ୍ୟ ଭାରତ
Branch/service Indian Army
Years of serviceଜୁନ ୧୯୮୨-
ର‍୍ୟାଙ୍କ Lieutenant General
ୟୁନିଟରାଜପୁତ ରେଜିମେଣ୍ଟ
କମାଣ୍ଡ୍‌ସ Southern Command
Uttar Bharat Area
XXXIII Corps
ଯୁଦ୍ଧInsurgency in Northeast India

ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଜଣେ ଭାରତୀୟ ସେନାର ଅବସରପ୍ରାପ୍ତ ଅଧିକାରୀ । ସେ ପରମ ବିଶିଷ୍ଟ ସେବା ମେଡ଼ାଲ, ଅତି ବିଶିଷ୍ଟ ସେବା ମେଡ଼ାଲ, ବିଶିଷ୍ଟ ସେବା ମେଡ଼ାଲ ଓ ସେନା ମେଡ଼ାଲ ଆଦି ସେନା ପଦକ ଲାଭ କରିଛନ୍ତି । ୨୦୨୧ ଫେବୃଆରୀ ୧ ତାରିଖରେ ସେ ଭାରତୀୟ ସେନାର ଉପମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ [୨][୩] ଓ ୨୦୨୨ ମସିହା ଜାନୁଆରୀ ୩୧ତାରିଖରେ ନିଜ ଅବସର ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ ।[୪] ପୂର୍ବରୁ ସେ ୨୦୨୦ ଜାନୁଆରୀ ୩୦ ତାରିଖରେ ଦକ୍ଷିଣ କମାଣ୍ଡର କମାଣ୍ଡିଂ ଇନ ଚିଫ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । [୫] ସେ ଆରଆଇଏମସିରେ ତାଲିମ ଗ୍ରହଣ କରିଥିଲେ ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଚଣ୍ଡିପ୍ରସାଦଙ୍କ ପିତା ଜିତେନ୍ଦ୍ର ମହାନ୍ତି ଜଣେ ପ୍ରଶାସନିକ ସେବା ଅଧିକାରୀ ଏବଂ ମା ସାରଦା ମହାନ୍ତି ସ୍ୱାମୀ ବିବେକାନନ୍ଦ ସ୍ମାରକୀ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପିକା ଥିଲେ । [୬] ଚଣ୍ଡିପ୍ରସାଦ, ବାଗାସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ିଥିଲେ । ଏହାପରେ ସେ ଡେରାଡୁନର ରାଷ୍ଟ୍ରୀୟ ଭାରତୀୟ ମିଲିଟାରି ମହାବିଦ୍ୟାଳୟ ଓ ରାଷ୍ଟ୍ରୀୟ ରକ୍ଷା ଏକାଡେମୀରେ ତାଲିମ ପାଇଥିଲେ । ସେ ୱେଲିଙ୍ଗଟନ୍‌ର ପ୍ରତିରକ୍ଷା ସେବା କର୍ମଚାରୀ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ପରେ ସେ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର ଓ ଏମଫିଲ ଶିକ୍ଷାଲାଭ କରିଥିଲେ । ଚୀନ, ଦକ୍ଷିଣ ଏସିଆ ଏବଂ ଉତ୍ତର ପୂର୍ବ ଭାରତ ଉପରେ ସେ ବିସ୍ତୃତ ଅଧ୍ୟୟନ କରିଛନ୍ତି । [୫]

ବୃତ୍ତିଗତ ଜୀବନ[ସମ୍ପାଦନା]

ଚଣ୍ଡିପ୍ରସାଦ ୧୯୮୨ ମସିହା ଜୁନ ମାସରେ ରାଜପୁତ ରେଜିମେଣ୍ଟରେ ସେକେଣ୍ଡ ଲେଫ୍ଟନାଣ୍ଟ ଭାବରେ ଯୋଗ ଦେଇଥିଲେ । ସେ ଉଭୟ ଜାମ୍ମୁ କାଶ୍ମୀର ଏବଂ ଉତ୍ତର-ପୂର୍ବ ଭାରତରେ ସେନାର ନେତୃତ୍ୱ ନେଇଥିଲେ । ପଶ୍ଚିମ ଆଫ୍ରିକୀୟ ଦେଶ କଙ୍ଗୋଠାରେ ସେ ଜାତିସଂଘ ପାଇଁ ଏକ ବହୁ ଦେଶିୟ ମିଳିତ ବାଟାଲିୟନରେ ନେତୃତ୍ୱ ମଧ୍ୟ ନେଇଥିଲେ । ସେ ସେଚେଲ୍ସ ସରକାରଙ୍କ ସାମରିକ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ । [୫] ସେ ଭାରତ-ଚୀନ ସୀମା ମଧ୍ୟରେ ଏକ ପାର୍ବତୀୟ ସୈନ୍ୟଦଳ ଓ ୨୦୧୪ରେ ଆସାମରେ ଅନ୍ୟ ଏକ ପାର୍ବତୀୟ ସୈନ୍ୟଦଳର ନେତୃତ୍ୱ ନେଇଥିଲେ । ସେ ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଇଣ୍ଟିଗ୍ରେଟେଡ୍ ହେଡକ୍ୱାର୍ଟରରେ ଅପରେସନ୍ ଲଜିଷ୍ଟିକ୍ ଏବଂ ସାମରିକ ବିଭାଗର ମହାନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୭ ମସିହାରେ ଡୋକଲାମ ଘଟଣା ପରେ, ସେ ଇଷ୍ଟର୍ଣ୍ଣ କମାଣ୍ଡରେ ସେ XXXIII କର୍ପ୍ସର ନେତୃତ୍ୱ ନେଇଥିଲେ ଏବଂ ପରେ ବରେଲିଠାରେ ଉତ୍ତର ଭାରତ କ୍ଷେତ୍ରର ଜିଓସି ଭାବରେ ନିଯୁକ୍ତ ହୋଇଥିଲେ ।

୨୦୨୨ ଜାନୁଆରୀ ୩୧ ତାରିଖରେ ସେ ସେନାବାହିନୀରୁ ଅବସର ଗ୍ରହଣ କରିଥିଲେ ।

ସେନାବାହିନୀରେ ପ୍ରାପ୍ତ ମେଡ଼ାଲ[ସମ୍ପାଦନା]

  • ପରମ ବିଶିଷ୍ଟ ସେବା ମେଡ଼ାଲ
  • ଅତି ବିଶିଷ୍ଟ ସେବା ମେଡ଼ାଲ
  • ବିଶିଷ୍ଟ ସେବା ମେଡ଼ାଲ
  • ସେନା ମେଡ଼ାଲ

ଆଧାର[ସମ୍ପାଦନା]

  1. "Lt Gen Chandi Prasad Mohanty is General Officer Commanding-in-Chief of Southern Army Command". The New Indian Express. 26 January 2020. Retrieved 2 April 2020.
  2. https://www.outlookindia.com/newsscroll/amp/lt-gen-chandi-prasad-mohanty-takes-charge-as-vice-chief-of-army-staff/2021148
  3. https://www.aninews.in/news/national/general-news/lt-gen-cp-mohanty-takes-over-as-vice-chief-of-army-staff20210201135804
  4. "ଅବସର ନେଲେ ସେନା ଉପମୁଖ୍ୟ ସି ପି ମହାନ୍ତି". No. ଧରିତ୍ରୀ ୦୧/୦୨/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଧରିତ୍ରୀ. 1 February 2022. Archived from the original on 1 February 2022. Retrieved 1 February 2022.
  5. ୫.୦ ୫.୧ ୫.୨ "Lt Gen CP Mohanty assumes command of Pune-based Southern Command". Hindustan Times. 2020-01-31. Retrieved 2020-04-02.
  6. "Odisha-Born Lt General Chandi Prasad Mohanty Takes Charge Of Southern Command". OdishaBytes. 30 January 2020. Retrieved 2 April 2020.