ଚକା ଅସରପ

ଉଇକିପିଡ଼ିଆ ରୁ
Jump to navigation Jump to search

ଚକା ଅସରପ କନା ଓ ତୁଳାରେ ଯନ୍ତ୍ର ଆକାରରେ ପ୍ରସ୍ତୁତ ହୋଇଥିବା ଏବଂ ଶାସ୍ତ୍ରୀୟ ବିଧିରେ ତଥା ଶାବର ତନ୍ତ୍ର ପରମ୍ପରାରେ ସଂସ୍କାରିତ ହୋଇଥିବା ଏକ କୋମଳ ଚକା ସଦୃଶ ଗୋଲ ଆସନ । ନୂଆକନା ଓ ତୁଳାରେ ଦରଜୀମାନଙ୍କଦ୍ୱାରା ତିଆରି ଏହି ଗୋଲ ତକିଆକୁ ଅସରପ କୁହାଯାଏ । ଅଣସର ସମୟରେ ଏହାକୁ ବିଗ୍ରହଙ୍କୁ ଲାଗି କରାଯାଏ ଏହାକୁ ଚକା ଅସରପ ନୀତି କୁହାଯାଏ ।[୧] ଏହା ହିଁ ଅଣସରର ଶେଷ ନୀତି । ଏହି ସେବା କରୁଥିବା ସେବକ ହେଉଛନ୍ତି ଚକା ଅପସରା ସେବକ

ଚକା ଅସରପ ଏକ ତାନ୍ତ୍ରିକ ମହାପୂଜାକାଳୀନ ଶବ୍ଦ । ଅସରପ ହେଉଛି ଓଡ଼ିଆ ଜନପଦୀୟ ତନ୍ତ୍ରର ଏକ ଯନ୍ତ୍ର ବିଶେଷ । ଗଜପତିଙ୍କ ପରମ୍ପରାରେ ଏହାକୁ ତୁଳୀତଳ୍ପ କୁହାଯାଏ । ଶାବରତନ୍ତ୍ରରେ ନିତେଇ ଧୋବଣୀ ମଧ୍ୟ ଅସରପ ଯନ୍ତ୍ର ଉପରେ ପୂଜା କରୁଥଲେ । ଚୂଡ଼ଙ୍ଗ ପୋଖରୀର ଅଣତୁଠରେ ଦକ୍ଷିଣ ଦିଗକୁ ମୁହଁ କରି ନିତେଇ ଧୋବଣୀ ନୀଳଚକ୍ରକୁ ଏକ ଲୟରେ ଚାହିଁ ରହି ଅସରପ ଉପରକୁ ମହାପ୍ରଭୁଙ୍କୁ ଫୁଲ ମାଧମରେ ବାଳଗୋପାଳ (ଗୋପୀଜନ) ରୂପରେ ଆବାହନ କରୁଥଲେ । ନବଜାତକଙ୍କୁ ତୁଳୀ ତଳ୍ପ ଉପରେ ବସାଇବାର ପରମ୍ପରା ହେଉଛି ଅଣସରର ଅସରପ ପରମ୍ପରା । ଏହା ଶ୍ରୀମନ୍ଦିର ସ୍ୱତ୍ୱଲିପି ଲେଖାହେବା ପରେ ଅସରପ ଶବ୍ଦଟି ଅପସର ଭାବେ ବ୍ୟବହାର ହେଇଆସୁଛି । ଦଇତାପତି ସେବକମାନେ ତାଙ୍କ ପରମ୍ପରାର ସେବାରେ ସାବଧାନତାର ସହ ମହାପ୍ରଭୁଙ୍କୁ ତାହା ଉପରେ ବିଜେ କରାଇଥାନ୍ତି । [୨]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Puri Jagannath Rath Yatra , Info & Pictures - ShreeDarshan.com". shreedarshan.com. 2012. Retrieved 8 June 2012. The wooden idols of the deities are given a fresh coat of paint
  2. ମିଶ୍ର, ସୁରେନ୍ଦ୍ର କୁମାର. "ଶବରତନ୍ତ୍ରରେ ନିତେଇ ଧୋବଣୀ ଅସରପ ଉପରେ ପୂଜା କରୁଥିଲେ". ଧରିତ୍ରୀ. Retrieved 21 September 2015.