Jump to content

ଘରପୋଡ଼ିଆ

ଉଇକିପିଡ଼ିଆ‌ରୁ

ଘରପୋଡ଼ିଆ
Scientific classification
Kingdom:
(unranked):
(unranked):
(unranked):
Order:
Family:
Subfamily:
Tribe:
Genus:
Oldenlandia

Species:
O. biflora
Binomial name
Oldenlandia biflora[]

ଘରପୋଡ଼ିଆ[] ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ପଡ଼ିଆ ଜମିର ବନ୍ଧରେ ଏହା ଜନ୍ମିଥାଏ। ଉଚ୍ଚତାରେ ଏହା ଫୁଟେ କି ଦେଢ଼ଫୁଟ ହୋଇଥାଏ। ଏହାକୁ ଘର ପୋଡ଼ିଆ ବୋଲି ମଧ୍ୟ କୁହାଯାଏ। ଏହାର ପତ୍ର ଗୁଡ଼ିକ ସରୁ ସରୁ। ଫୁଲ ଓ ଫଳ ଗୁଡ଼ିକ ମଧ୍ୟ ଅତି ଛୋଟ ହୋଇଥାଏ।

ବିବିଧ ଭାରତୀୟ ପ୍ରାଦେଶିକ ନାମ

[ସମ୍ପାଦନା]
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଘରପୋଡ଼ିଆ, କ୍ଷେତପାପଡ଼ା, ଖେତ ପାପଡ଼ା
ସଂସ୍କୃତ ପର୍ପଟ, ପର୍ଯ୍ୟଟକ, କ୍ଷେତପାପଡା, ତିକ୍ତ, କୂଟପତ୍ର, କବଚ, ତୃଷ୍ଣାରି, ଘର୍ମକଣ୍ଟକ, ଓ ତ୍ରିଷଷ୍ଠ
ହିନ୍ଦୀ ଦବନପାପଡା, ପିତ୍ପାପଡା
ତେଲୁଗୁ ପାପଡ଼ିଚେଟ୍ଟୁ
ବଙ୍ଗଳା କ୍ଷେତପାପଡା[]

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]

ଶୀତବୀର୍ଯ୍ୟ, ଧାରକ, ଲଘୁ, ତିକ୍ତରସ ଓ ବାୟୁବର୍ଦ୍ଧକ। ମାତ୍ରା ଏକ ଅଣାରୁ ଚାରି ଅଣା।

ବ୍ୟବହାର

[ସମ୍ପାଦନା]

ଏହାର ସର୍ବାଙ୍ଗ ଔଷଧରୂପେ ବ୍ୟବହୃତ ହୁଏ। ଏହା ତୃଷ୍ଣା, ଦାହ, ଜ୍ୱର, ପିତ୍ତ, ଅରୁଚି, ଗ୍ଲାନି, କୃମି, ଭ୍ରମ, ଶ୍ରାନ୍ତି, ଶ୍ଳେଷ୍ମ ଓ ମତ୍ତତା ନାଶକ ଅଟେ। ପିତ୍ତଜ୍ୱରରେ ଏହାର ସର୍ବାଙ୍ଗର କ୍ୱାଥକୁ ମହୁତ ସହିତ ପ୍ରୟୋଗ କରାଯାଏ। ଅତିସାରରେ ମୁଥାମୁଳ ଓ ମହୁ ସହିତ ବ୍ୟବହାର କରାଯାଏ। ଏହାର କ୍ୱାଥରେ କ୍ଷତକୁ ଧୋଇଲେ ତାହା ଶୀଘ୍ର ଶୁଖିଯାଏ। ବ୍ରଣ, ବାଗୀ ଆଦିରେ ମଧ୍ୟ ଏହାର ଉପଯୋଗ ହୋଇଥାଏ। ଏ ଗଛକୁ ଶୁଖାଇ କୁଟି ଚୂର୍ଣ୍ଣ କରି ନିଆଁରେ ପକାଇ ଧୂଆଁ ଦେଲେ ଘରୁ ସବୁ କୀଟ ପଳାଇ ଯାଆନ୍ତି। କୌଣସି ଜଳାଶୟ ନିକଟରେ ଜନ୍ମିଥିବା ଏହି ଗଛର ଚେରକୁ ଆଣି ଗୋରୁ ଗୁହାଳରେ ବାନ୍ଧିଲେ, ଗୋରୁମାନେ ନୀରୋଗ ରହନ୍ତି ବୋଲି ମାନ୍ୟତା ରହିଛି।

  1. Oldenlandia biflora@the plant list
  2. ପ୍ରହରାଜ, ଗୋପାଳ ଚନ୍ଦ୍ର. "ଘରପୋଡ଼ିଆ". ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. p. ୨୪୦୬. Retrieved 10 January 2016.[permanent dead link]
  3. T. Pullaiah (1 January 2006). Encyclopaedia of World Medicinal Plants. Regency Publications. pp. 1062–. ISBN 978-81-89233-42-6.

ଅଧିକ ତଥ୍ୟ

[ସମ୍ପାଦନା]
  • ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ