Jump to content

ଗ୍ରାନୁଲୋମା ଇଙ୍ଗୁଇନେଲ

ଉଇକିପିଡ଼ିଆ‌ରୁ
Granuloma inguinale
Granuloma inguinale tropicum; granuloma genitoinguinale; granuloma venereum; lupoid form of groin ulceration; serpiginous ulceration of the groin; ulcerating granuloma of the pudendum; ulcerating sclerosing granuloma[]
ଫାଇଲ:Granuloma inguinale (DermNet NZ bacterial-graning2).jpg
Genital ulcers of granuloma inguinale
ବିଭାଗInfectious diseases
ଲକ୍ଷଣPainless genital ulcers that gradually enlarge[][]
ଆକ୍ରାନ୍ତ ସମୟRoughly 50 days after exposure[]
କାରଣKlebsiella granulomatis, often sexually spread[]
ରୋଗ ନିର୍ଣ୍ଣୟ ପଦ୍ଧତିDonovan bodies on staining of a tissue biopsy[]
ସଠିକ ରୋଗ ନିର୍ଣ୍ଣୟSyphilis, chancroid, lymphogranuloma venereum, genital herpes, cancer[][]
ପ୍ରତିକାରSafe sex[]
ଔଷଧAzithromycin 500 mg/d or 1 g/wk, doxycycline 100 mg twice daily[]
ଚିକିତ୍ସାAntibiotics > 3wks, no sex 3 wks, treat partners[]
PrognosisGenerally good with treatment[]
ପୁନଃପୌନିକRare[]

ଗ୍ରାନୁଲୋମା ଇଙ୍ଗୁଇନେଲ, ଯାହାକୁ ଡୋନୋଭାନୋସିସ୍ ମଧ୍ୟ କୁହାଯାଏ, ହେଉଛି ଏକ ଜୀବାଣୁ ସଂକ୍ରମଣ ଯାହା କ୍ଲେବସିଲା ଗ୍ରାନୁଲୋମାଟିସ୍ ଦ୍ୱାରା ହୋଇଥାଏ। [] ଲକ୍ଷଣଗୁଡ଼ିକ ମଧ୍ୟରେ ସାଧାରଣତଃ ଯନ୍ତ୍ରଣାହୀନ ଯୌନାଙ୍ଗ ଘା' ଅନ୍ତର୍ଭୁକ୍ତ, ଯାହା ସମୟ କ୍ରମେ ଧୀରେ ଧୀରେ ବୃଦ୍ଧି ପାଏ ।[] [] କ୍ଷତଗୁଡ଼ିକ ଲାଲ ରଙ୍ଗର ଏବଂ ରକ୍ତ ବାହାରିପାରେ ଓ ଲସିକା ଗ୍ରନ୍ଥିଗୁଡ଼ିକ ସାଧାରଣତଃ ଫୁଲି ନଥାଏ ।[] ଏହା ଶରୀରର ଅନ୍ୟ ସ୍ଥାନକୁ ବ୍ୟାପିପାରେ।[] ଜଟିଳତା ମଧ୍ୟରେ ଅନ୍ୟ ଜୀବାଣୁମାନଙ୍କ ଦ୍ୱାରା ସଂକ୍ରମଣ, କ୍ଷତଚିହ୍ନ କିମ୍ବା କର୍କଟ ରୋଗର ବିକାଶ ହୋଇପାରେ ।[] []

ଏହା ଏକ ଯୌନ ସଂକ୍ରମିତ ସଂକ୍ରମଣ; ଯଦିଓ ଯୌନ କ୍ରିୟା ସଂକ୍ରମଣ ବ୍ୟତୀତ ପ୍ରସବ ସମୟରେ ମଧ୍ୟ ବ୍ୟାପିପାରେ ।[] [] ଲକ୍ଷଣ ଉପରେ ଆଧାର କରି ରୋଗ ସନ୍ଦେହ କରାଯାଏ ଏବଂ ତନ୍ତୁ ବାୟୋପସି ସ୍ଟେନିଙ୍ଗରେ ଡୋନୋଭାନ ବଡି ପାଇଲେ ନିଶ୍ଚିତ କରାଯାଏ । [] [] ଯଦିଓ ସାଧାରଣତଃ ଉପଲବ୍ଧ ନୁହେଁ, ପିସିଆର (PCR) ପରୀକ୍ଷା ଅନ୍ୟ ଏକ ବିକଳ୍ପ ।[] ଲୋକଙ୍କୁ ଏଚଆଇଭି/ଏଡସ ପାଇଁ ମଧ୍ୟ ପରୀକ୍ଷା କରାଯିବା ଉଚିତ ।[] ସମାନ ଦେଖାଯାଉଥିବା ଅନ୍ୟାନ୍ୟ ଅବସ୍ଥାଗୁଡ଼ିକ ମଧ୍ୟରେ ସିଫିଲିସ୍ ଅନ୍ତର୍ଭୁକ୍ତ। []

ନିରାପଦ ଯୌନ ଅଭ୍ୟାସ ଦ୍ୱାରା ପ୍ରତିଷେଧ କରାଯାଏ ।[] ସ ମସ୍ତ କ୍ଷତ ସୁସ୍ଥ ହେବା ପର୍ଯ୍ୟନ୍ତ ସାଧାରଣତଃଅତି କମରେ ୩ ସପ୍ତାହ ପାଇଁ ଆଜିଥ୍ରୋମାଇସିନ୍ ଚିକିତ୍ସା କରାଯାଏ ।[] ଅନ୍ୟ ବିକଳ୍ପରେ ଡକ୍ସିସାଇକ୍ଲିନ୍ କିମ୍ବା ଏରିଥରୋମାଇସିନ୍ ଦିଆଯାଏ ।[] ଚିକିତ୍ସାର ଫଳାଫଳ ସାଧାରଣତଃ ଭଲ ଥାଏ ।[] ଏହି ଅବସ୍ଥର ପୁନରାବୃତ୍ତି ୬ରୁ ୧୮ ମାସ ପରେ ହୋଇପାରେ। []

ଅଷ୍ଟ୍ରେଲିଆ ଏବଂ ଯୁକ୍ତରାଷ୍ଟ୍ରରେ ଗ୍ରାନୁଲୋମା ଇଙ୍ଗୁଇନେଲ ଏକ ବିରଳ ରୋଗ; ପ୍ରତିବର୍ଷ ପ୍ରାୟ ୧୦୦ଟି ମାମଲା ଦେଖାଯାଏ ।[] [] ଏହା ସାଧାରଣତଃ ୨୦ରୁ ୪୦ ବର୍ଷ ବୟସ ମଧ୍ୟରେ ଲୋକଙ୍କଠାରେ ଦେଖାଯାଏ ।[] ଏହି ରୋଗ ଦେଖାଯାଉଥିବା ଦେଶଗୁଡ଼ିକରେ ମଧ୍ୟରେ ଦକ୍ଷିଣ ପୂର୍ବ ଏସିଆ, ଦକ୍ଷିଣ ଆଫ୍ରିକା ବ୍ରାଜିଲ ଏବଂ ଭାରତ ଅନ୍ତର୍ଭୁକ୍ତ ।[] ଯେଉଁମାନେ ଗରିବ ସେମାନେ ସାଧାରଣତଃ ଅଧିକ ପ୍ରଭାବିତ ହୁଅନ୍ତି ।[] ଏହି ରୋଗକୁ ପ୍ରଥମେ ୧୮୮୧ ମସିହାରେ ଭାରତରେ ସ୍କଟିସ ସର୍ଜନ କେନେଥ ମ୍ୟାକଲିଓଡ ବର୍ଣ୍ଣନା କରିଥିଲେ। [] []

  1. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 978-1-4160-2999-1.
  2. ୨.୦ ୨.୧ ୨.୨ ୨.୩ Wilson, Janet D.; Anderson, Jane (2020). "37. Sexually transmitted infections and human immunodeficiency virus". In Feather, Adam; Randall, David; Waterhouse, Mona (eds.). Kumar and Clark's Clinical Medicine (in ଇଂରାଜୀ) (10th ed.). Elsevier. p. 1425. ISBN 978-0-7020-7870-5. Archived from the original on 2023-11-10. Retrieved 2023-11-09.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ "Granuloma Inguinale (Donovanosis) - STI Treatment Guidelines". www.cdc.gov. Retrieved 15 October 2024.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ Santiago-Wickey, JN; Crosby, B (January 2024). "Granuloma Inguinale". StatPearls. PMID 30020678. Archived from the original on 2021-08-28. Retrieved 2021-07-12.
  5. ୫.୦ ୫.୧ ୫.୨ ୫.୩ ୫.୪ "Granuloma inguinale. Donovanosis". DermNet® (in ଇଂରାଜୀ). 26 October 2023. Retrieved 15 October 2024.
  6. ୬.୦ ୬.୧ Murray, Patrick R; Rosenthal, Ken S; Pfaller, Michael A (2005). Medical Microbiology (5th ed.). Philadelphia: Elsevier Mosby. p. 336. ISBN 978-0-323-03303-9.
  7. Bennett, John E.; Dolin, Raphael; Blaser, Martin J.; Mandell, Gerald L. (19 October 2009). Mandell, Douglas, and Bennett's Principles and Practice of Infectious Diseases E-Book (in ଇଂରାଜୀ). Elsevier Health Sciences. p. 3011. ISBN 978-1-4377-2060-0. Retrieved 15 October 2024.
  8. Dutta, Tarun Kumar; Parija, Subhash Chandra; Dutta, Jamini Kanta (30 September 2012). Emerging and Re-Emerging Infectious Diseases (in ଇଂରାଜୀ). JP Medical Ltd. p. 189. ISBN 978-93-5025-960-3. Retrieved 15 October 2024.