ଗୌହାଟି ଉଚ୍ଚ ନ୍ୟାୟାଳୟ
| ଗୌହାଟି ଉଚ୍ଚ ନ୍ୟାୟାଳୟ | |
|---|---|
Guwahati High Court Building | |
| ସ୍ଥାପିତ | 5 ଅପ୍ରେଲ 1948 |
| ସ୍ଥାନ | Principal Seat: Guwahati, Assam Circuit Benches: Kohima, Aizawl & Itanagar |
| ଭୌଗଳିକ ଦିଗବାରେଣି | 26°11′29″N 91°45′05″E / 26.1913°N 91.7514°E |
| ସଂରଚନା | Presidential with confirmation of Chief Justice of India and Governor of respective state. |
| ଅଧିକାର ପ୍ରାପ୍ତ | Constitution of India |
| ବିଚାରପତି କାର୍ଯ୍ୟକାଳ | mandatory retirement by age of 62 |
| ସଦସ୍ଯତା ସଂଖ୍ଯା | 30 (Permanent 22; Additional 8) |
| Website | www.ghconline.gov.in |
| Chief Justice | |
| ବର୍ତ୍ତମାନ | Lanusungkum Jamir (Acting) |
| ନିଯୁକ୍ତି ଦିନ | 30 May 2025 |
ଗୌହାଟି ଉଚ୍ଚ ନ୍ୟାୟାଳୟ ପ୍ରଥମତଃ ଆସାମ, ନାଗାଲ୍ୟାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ରାଜ୍ୟମାନଙ୍କ ପାଇଁ ଏକ ସାଧାରଣ ଉଚ୍ଚ ନ୍ୟାୟାଳୟ ଯାହା ଅରୁଣାଚଳ ପ୍ରଦେଶ ଅଧିନିୟମ, ୧୯୮୬ ଅନୁସାରେ, ୨୦.୨.୧୯୮୭ ଠାରୁ ସ୍ଥାପିତ ହୋଇଥିଲା ।
ଭାରତର ତତକାଳୀନ ଗଭର୍ନର ଜେନେରାଲ ଦ୍ୱାରା ୧ ମାର୍ଚ୍ଚ ୧୯୪୮ ରେ ଗୌହାଟି ଉଚ୍ଚ ନ୍ୟାୟାଳୟ ଘୋଷିତ ହୋଇଥିଲା । ଭାରତ ସରକାର ଆଇନ ୧୯୩୫ ପାସ୍ ହେବା ପରେ, ଏହି ନ୍ୟାୟାଳୟ ୫ ଏପ୍ରିଲ ୧୯୪୮ରୁ ଆସାମ୍ ସୂବା ଉପରେ କ୍ଷେତ୍ରାଧିକାର ସହିତ ପ୍ରତିଷ୍ଠା କରାଯାଇଥିଲା । ଆରମ୍ଭରେ ଏହାକୁ "ଆସମ ଓ ନାଗାଲାଣ୍ଡ ଉଚ୍ଚ ନ୍ୟାୟାଳୟ" ବୋଲି ଡ଼କାଯାଉଥିଲା, କିନ୍ତୁ ୧୯୭୧ ମସିହାର "ଉତ୍ତର-ପୂର୍ବ ଅଞ୍ଚଳ (ପୁନଃସଂଗଠନ) ଆଇନ" ଅନୁଯାୟୀ ଏହାର ନାମ ପରିବର୍ତ୍ତନ କରି "ଗୌହାଟି ଉଚ୍ଚ ନ୍ୟାୟାଳୟ" ରଖାଯାଇଥିଲା ।
ଇତିହାସ
[ସମ୍ପାଦନା]ଭାରତ ସ୍ଵାଧୀନ ହେବା ପରେ, ଆସାମ ବିଧାନ ସଭା 9 ସେପ୍ଟେମ୍ବର 1947 ରେ ଏକ ପ୍ରସ୍ତାବ ଗ୍ରହଣ କରିଥିଲା ଯେଉଁଥିରେ ଆସାମ ପ୍ରାନ୍ତ ପାଇଁ ଏକ ଉଚ୍ଚ ନ୍ୟାୟାଳୟ ସ୍ଥାପନ କରିବା ଦରକାର ବୋଲି କୁହାଯାଇଥିଲା । ଭାରତ ସରକାର ଆଇନ 1935 ଅନୁଯାୟୀ, ଭାରତର ଗଭର୍ନର ଜେନେରାଲ 1 ମାର୍ଚ୍ଚ 1948 ରେ ଆସମ ଉଚ୍ଚ ନ୍ୟାୟାଳୟ ଆଦେଶ ଜାରି କରିଥିଲେ । ଏହି ନ୍ୟାୟାଳୟ 5 ଏପ୍ରିଲ 1948 ରେ ଭାରତର ପ୍ରଥମ ମୁଖ୍ୟ ନ୍ୟାୟାଧୀଶ H. J. କାନିଆଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ସିର୍ ଆର.ଏଫ୍. ଲଜ୍ ଏହି ଦିନ ପ୍ରଥମ ମୁଖ୍ୟ ନ୍ୟାୟାଧୀଶ ଭାବେ ଶପଥ ଗ୍ରହଣ କରିଥିଲେ । ଏହି ଉଚ୍ଚ ନ୍ୟାୟାଳୟ ପ୍ରଥମେ ଶିଲଙ୍ଗରେ କାର୍ଯ୍ୟା କରୁଥିଲା ଏବଂ ପରେ 14 ଅଗଷ୍ଟ 1948 ରେ ଏହାକୁ ଗୌହାଟିକୁ ସ୍ଥାନାନ୍ତର କରାଯାଇଥିଲା ।[୧]
ପରବର୍ତ୍ତୀ ସମୟରେ, 1 ଡିସେମ୍ବର 1963 ରେ ନାଗାଲାଣ୍ଡ ରାଜ୍ୟ ଗଠିତ ହେବା ପରେ ଏହି ଉଚ୍ଚ ନ୍ୟାୟାଳୟ ର ନାମ ଆସାମ ଓ ନାଗାଲାଣ୍ଡ ଉଚ୍ଚ ନ୍ୟାୟାଳୟ ଭାବରେ ପରିବର୍ତ୍ତିତ ହୋଇଥିଲା ।
1971 ମସିହାର "ଉତ୍ତର-ପୂର୍ବ ଅଞ୍ଚଳ (ପୁନଃସଂଗଠନ) ଆଇନ" ଅନୁଯାୟୀ, 21 ଜାନୁଆରୀ 1972 ରୁ ଆସମ ଓ ନାଗାଲାଣ୍ଡ ଉଚ୍ଚ ନ୍ୟାୟାଳୟ ବିଲୋପ ହୋଇଯାଇଥିଲା । ଏହି ଆଇନର ଧାରା 30(1) ଅନୁଯାୟୀ ମଣିପୁର ଓ ତ୍ରିପୁରାର ବିଧି କମିଶନରଙ୍କ ନ୍ୟାୟାଳୟ (ଯେଉଁମାନେ ଉଚ୍ଚ ନ୍ୟାୟାଳୟ ଭାବରେ କାର୍ଯ୍ୟ କରୁଥିଲେ) ତାହା ମଧ୍ୟ ଅପସାରଣ କରାଯାଇଥିଲା । ଏହି ତିନିଟି ପୃଥକ ନ୍ୟାୟାଳୟର ବଦଳରେ ଉତ୍ତର-ପୂର୍ବ ଅଞ୍ଚଳର ପାଞ୍ଚଟି ରାଜ୍ୟ ପାଇଁ "ଗୌହାଟି ଉଚ୍ଚ ନ୍ୟାୟାଳୟ" ନାମକ ଏକ ସାଧାରଣ ଉଚ୍ଚ ନ୍ୟାୟାଳୟ ଗଠିତ କରାଯାଇଥିଲା । ଏହି ଉଚ୍ଚ ନ୍ୟାୟାଳୟକୁ ଧାରା 32 ଅନୁଯାୟୀ ତତକାଳୀନ ଅରୁଣାଚଳ ପ୍ରଦେଶ ଓ ମିଜୋରାମ ପ୍ରତି କ୍ଷେତ୍ରାଧିକାର ଦିଆଯାଇଥିଲା ।
ପରବର୍ତ୍ତୀ ସମୟରେ, ଯେତେବେଳେ ମେଘାଳୟ, ମଣିପୁର ଓ ତ୍ରିପୁରା ରାଜ୍ୟର ନିଜସ୍ୱ ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା ହେଲା, ଗୌହାଟି ଉଚ୍ଚ ନ୍ୟାୟାଳୟର ସେମାନଙ୍କ ପ୍ରତି କ୍ଷେତ୍ରାଧିକାର ସମାପ୍ତ ହେଲା ।
ମୁଖ୍ୟ ଆସନ ଓ ବେଞ୍ଚଗୁଡ଼ିକ
[ସମ୍ପାଦନା]ଗୌହାଟି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ଆସନ ଆସାମର ରାଜଧାନି ଗୌହାଟିରେ ଅବସ୍ଥିତ । ଏହାର 3ଟି ବାହ୍ୟ ବେଞ୍ଚ ଅଛି: ଯଥା କୋହିମା ବେଞ୍ଚ, ଇଟାନଗର ବେଞ୍ଚ ଏବଂ ଆଇଜଲ ବେଞ୍ଚ ।
କୋହିମା ବେଞ୍ଚ
[ସମ୍ପାଦନା]ଏହି ବେଞ୍ଚ ନାଗାଲାଣ୍ଡ ପାଇଁ ଉଦ୍ଦିଷ୍ଟ ଏବଂ ଏହା 1 ଡିସେମ୍ବର 1972ରେ ସ୍ଥାପିତ ହୋଇଥିଲା । କୋହିମା ବେଞ୍ଚ ମିନିଷ୍ଟରସ୍ ହିଲ ପାହାଡ଼ର ପୂର୍ବ ଢାଳରେ ଅବସ୍ଥିତ । ପ୍ରଥମେ ଏହି କୋଠା ଏକ ହଷ୍ଟେଲ୍ ଥିଲା, ଯାହାକୁ ପୁନଃନବୀକରଣ କରି ନ୍ୟାୟାଳୟ ବେଞ୍ଚ ରୂପେ ବ୍ୟବହାର କରାଯାଇଥିଲା । ଏହାର ଉଦ୍ଘାଟନ ନ୍ୟାୟମୂର୍ତ୍ତି ଏମ୍. ସି. ପଥାକ ଦ୍ୱାରା କରାଯାଇଥିଲା । ନାଗାଲାଣ୍ଡ ପାଇଁ ସ୍ଥାୟୀ ବିଚାରପତି ହେଲେ ନ୍ୟାୟମୂର୍ତ୍ତି ଲାନୁସୁଙ୍କୁମ୍ ଜମିର, ଯିଏ 22 ମଇ 2013 ରେ ଅତିରିକ୍ତ ନ୍ୟାୟମୂର୍ତ୍ତି ଭାବେ ପଦୋନ୍ନତି ପାଇଥିଲେ ।
ଇଟାନଗର ବେଞ୍ଚ
[ସମ୍ପାଦନା]ଏହି ବେଞ୍ଚ ଅରୁଣାଚଳ ପ୍ରଦେଶ ପାଇଁ ଉଦ୍ଦିଷ୍ଟ ଏବଂ ଏହା 12 ଅଗଷ୍ଟ 2000ରେ ସ୍ଥାପିତ ହୋଇଥିଲା । ଏହି ବେଞ୍ଚ ଇଟାନଗରରୁ 13 କି.ମି. ଦୂରରେ ନାହାରଲଗୁନ୍ ରେ ଅବସ୍ଥିତ । ଏହି ବେଞ୍ଚ ର ଉଦ୍ଘାଟନ ଏ.ଏସ୍. ଆନନ୍ଦ ଦ୍ୱାରା କରାଯାଇଥିଲା । ଅରୁଣାଚଳ ପ୍ରଦେଶ ପାଇଁ ସ୍ଥାୟୀ ବିଚାରପତି ହେଲେ ନ୍ୟାୟମୂର୍ତ୍ତି ପ୍ରଣୟ କୁମାର ମୁସାହାରୀ ।
ଆଇଜଲ ବେଞ୍ଚ
[ସମ୍ପାଦନା]ଏହି ବେଞ୍ଚ ମିଜୋରାମ ପାଇଁ ଉଦ୍ଦିଷ୍ଟ ଏବଂ ଏହା 5 ଜୁଲାଇ 1990ରେ ସ୍ଥାପିତ ହୋଇଥିଲା । ଏହା ମିଜୋରାମର ରାଜଧାନୀ ଆଇଜଲ ରେ ଅବସ୍ଥିତ । ଏହାର ଉଦ୍ଘାଟନ ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ଏସ୍. ବି. ମୁଖାର୍ଜୀଙ୍କ ଦ୍ୱାରା କରାଯାଇଥିଲା ।[୨] ମିଜୋରାମ ପାଇଁ ସ୍ଥାୟୀ ବିଚାରପତି ହେଲେ ନ୍ୟାୟମୂର୍ତ୍ତି ଏମ୍. ଆର୍. ପଥାକ । ଏଥିପାଇଁ 22 ମଇ 2013 ରେ ମାଇକେଲ ଜୋଥାଙ୍କୁମା ଅତିରିକ୍ତ ନ୍ୟାୟମୂର୍ତ୍ତି ଭାବେ ପଦୋନ୍ନତି ପାଇଥିଲେ ।
ଆଧାର
[ସମ୍ପାଦନା]- ↑ "History". https://ghconline.gov.in. Retrieved 17 June 2025.
{{cite web}}: External link in(help)|website= - ↑ "Gauhati High Court Kohima Bench". kohimahighcourt.gov.in. Archived from the original on 2016-03-28. Retrieved 2025-06-17.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |