ଗୌରୀ ଶିନ୍ଦେ
ଗୌରୀ ଶିନ୍ଦେ | |
|---|---|
Shinde at the HT Style Awards in 2015 | |
| ଜନ୍ମ | ଛାଞ୍ଚ:Birth date and age text |
| ବୃତ୍ତିସମୂହ | |
| ପ୍ରସିଦ୍ଧି | English Vinglish (2012) Dear Zindagi (2016) |
| ବୈବାହିକ-ସାଥୀ | |
ଗୌରୀ ଶିନ୍ଦେ (ଜନ୍ମ ୬ ଜୁଲାଇ ୧୯୭୪) ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶିକା ଓ ପଟକଥା ଲେଖିକା । ସେ ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଇଂଲିଶ ଭିଙ୍ଗ୍ଲିଶ (୨୦୧୨) ଦ୍ୱାରା ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ପଦାର୍ପଣ କରିଥିଲେ, ଯେଉଁଥିରେ ଅଭିନେତ୍ରୀ ଶ୍ରୀଦେବୀଙ୍କର ଚଳଚ୍ଚିତ୍ର ଜଗତକୁ ପୁନରାଗମନ ହୋଇଥିଲା । ୨୦୧୨ ମସିହାରେ ସେ Financial Times ପକ୍ଷରୁ ପ୍ରକାଶିତ ‘25 Indians To Watch’ ତାଲିକାରେ ସ୍ଥାନ ପାଇଥିଲେ। ସେହି ବର୍ଷ ସେ ରେଡ଼ିଫଙ୍କ ‘Bollywood's 5 Best Directors of 2012’ ତାଲିକାରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ।[୧]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ଗୌରୀ ଶିନ୍ଦେଙ୍କ ଜନ୍ମ ଏବଂ ପାଳନପୋଷଣ ପୁନେରେ ହୋଇଥିଲା। ସେ ସେଇଣ୍ଟ ଜୋସେଫ ହାଇସ୍କୁଲରେ ପାଠ ପଢ଼ିଥିଲେ ଏବଂ ପରେ ସିମ୍ବୋଇସିସ ଇନ୍ଷ୍ଟିଚ୍ୟୁଟ ଅଫ ମାସ କମ୍ୟୁନିକେସନରୁ ସ୍ନାତକ ଡିଗ୍ରୀ ଲାଭ କରିଥିଲେ। କଲେଜ ଜୀବନର ଶେଷ ଦିନରୁ ସେ ଚଳଚ୍ଚିତ୍ର ନିର୍ମାଣ ପ୍ରତି ଆକର୍ଷିତ ହୋଇଥିଲେ।
କାର୍ଯ୍ୟଜୀବନ
[ସମ୍ପାଦନା]ସେ ଇଣ୍ଟର୍ନଶିପ ପାଇଁ ବମ୍ବେକୁ ଯାଇ ଡକ୍ୟୁମେଣ୍ଟାରୀ ନିର୍ଦ୍ଦେଶକ ସିଦ୍ଧାର୍ଥ କାକାଙ୍କ ସହ କାମ କରିଥିଲେ। ପରେ ସେ IBW, Bates Clarion ଏବଂ Lowe Lintas ପରି ବିଜ୍ଞାପନ ସଂସ୍ଥାଗୁଡ଼ିକ ସହ କାମ କରିଥିଲେ, ଯେଉଁଠାରେ ଆର୍ ବାଲକି ସୃଜନାତ୍ମକ ନିର୍ଦ୍ଦେଶକ ଥିଲେ।
ପରବର୍ତ୍ତୀ ବର୍ଷଗୁଡ଼ିକରେ ସେ ୧୦୦ରୁ ଅଧିକ ବିଜ୍ଞାପନ ଓ ସ୍ୱଳ୍ପଦୈର୍ଘ୍ୟ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ତାଙ୍କର ସ୍ୱଳ୍ପଦୈର୍ଘ୍ୟ ଚଳଚ୍ଚିତ୍ର Oh Man! (୨୦୦୧) ବର୍ଲିନ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ପାଇଁ ଚୟନିତ ହୋଇଥିଲା।[୨]
ସେ English Vinglish (୨୦୧୨) ଦ୍ୱାରା ନିର୍ଦ୍ଦେଶକା ଭାବେ ପ୍ରଥମ ପୂର୍ଣ୍ଣଦୈର୍ଘ୍ୟ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏହି ଚଳଚ୍ଚିତ୍ରର ନିର୍ମାଣ ତାଙ୍କ ମାଆଙ୍କ ସହ ନିଜସ୍ୱ ସମ୍ପର୍କରୁ ପ୍ରେରିତ ହୋଇଥିଲା। ତାଙ୍କ ମାଆ ପୁଣେରେ ଘରୁ ଆଚାର ବ୍ୟବସାୟ କରୁଥିଲେ ଏବଂ ମରାଠୀ ଭାଷାଭାଷୀ ଥିଲେ, କିନ୍ତୁ ଇଂରାଜୀରେ ପ୍ରବୀଣ ନଥିଲେ। ଶିନ୍ଦେ ଏକ ସାକ୍ଷାତ୍କାରରେ କହିଥିଲେ, “ମୁଁ ଏହି ଚଳଚ୍ଚିତ୍ର ମୋ ମାଆଙ୍କୁ ‘ସରି’ କହିବା ପାଇଁ ବନାଇଛି।”
ଏହି ଚଳଚ୍ଚିତ୍ର ୧୪ ସେପ୍ଟେମ୍ବର ୨୦୧୨ରେ ଟରଣ୍ଟୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା ଏବଂ ୫ ଅକ୍ଟୋବର ୨୦୧୨ରେ ଭାରତ ଓ ବିଶ୍ୱସାରା ବ୍ୟାପାରିକ ଭାବେ ମୁକ୍ତି ପାଇଥିଲା। ଏହା ସମାଲୋଚନାତ୍ମକ ଓ ବ୍ୟବସାୟିକ ଭାବେ ସଫଳ ହୋଇଥିଲା।[୩] ସେ ସର୍ବୋତ୍କୃଷ୍ଟ ପ୍ରଥମ ନିର୍ଦ୍ଦେଶକ ପାଇଁ Filmfare Award for Best Debut Director ଅର୍ଜନ କରିଥିଲେ ଏବଂ ‘Laadli National Media Awards for Gender Sensitivity’ ମଧ୍ୟ ଲାଭ କରିଥିଲେ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଶିନ୍ଦେ ୨୦୦୭ ମସିହାରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଆର୍ ବାଲକିଙ୍କ ସହ ବିବାହ କରିଥିଲେ।[୪]
ଚଳଚ୍ଚିତ୍ର ତାଲିକା
[ସମ୍ପାଦନା]| ବର୍ଷ | ଶିରୋନାମା | ନିର୍ଦ୍ଦେଶକା | ଲେଖିକା | ନିର୍ମାତ୍ରୀ |
|---|---|---|---|---|
| ୨୦୧୨ | ଇଙ୍ଗିଶ ଭିଙ୍ଗଲିଶ | ହଁ | ହଁ | ନା |
| ୨୦୧୬ | ଡିଅର ଜିନ୍ଦେଗି | ହଁ | ହଁ | ହଁ |
| ୨୦୨୨ | Chup: Revenge of the Artist | ନା | ନା | ହଁ |
ଆଧାର
[ସମ୍ପାଦନା]- ↑ "Bollywood's Five Best Directors Of 2012". Rediff (in ଇଂରାଜୀ). Retrieved 2026-02-14.
- ↑ "Symbiosis to honour director Gauri Shinde". The Times Of India (in ଇଂରାଜୀ). Archived from the original on 2013-12-14. Retrieved 2026-02-27.
- ↑ "English Vinglish Movie Review {4/5}: Critic Review of English Vinglish by Times of India". The Times of India (in ଇଂରାଜୀ). Retrieved 2026-02-27.
- ↑ "The Big B is brilliant: Gauri Shinde". The Times of India. 2012-09-11. ISSN 0971-8257. Retrieved 2026-02-27.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |