Jump to content

ଗୌରୀଶ୍ୟାମ ମହାପାତ୍ର

ଉଇକିପିଡ଼ିଆ‌ରୁ


ଗୌରୀଶ୍ୟାମ ମହାପାତ୍ର ଜଣେ ଓଡ଼ିଆ ମଞ୍ଚ ନିର୍ଦ୍ଦେଶକ ତଥା ଭୁବନେଶ୍ଵରର ସର୍ବପୂରାତନ ଓଡିଆ ଥିଏଟର ଗୃପ (ନାଟ୍ୟସଂସ୍ଥା) 'ଉତ୍ତରପୁରୁଷ'ର ସଂପାଦକ ଏବଂ ସଭାପତି ଥିଲେ ।

ସେ ଓଡ଼ିଶା ନାଟ୍ୟଜଗତର ଜଣେ ପ୍ରିୟ ନାଟ୍ୟକର୍ମୀ ଥିଲେ ।[] ନିର୍ଦ୍ଦେଶକ ଭାବେ ଚଇତିଘୋଡ଼ା, ପାଶବିକ, ଈଶ୍ୱର ‌ଶୋଇଛନ୍ତି, ଶୁଣ ପରୀକ୍ଷ ଦଣ୍ଡାଧାରୀ, ବସ୍ତ୍ରହରଣ, ଗୋପୀ ସାହୁ ଦୋକାନ ଆଦି ୨୫ରୁ ଊର୍ଦ୍ଧ୍ବ ନାଟକରେ ନିର୍ଦ୍ଦେଶନା ଦେଇ ନିଜର ସ୍ବତନ୍ତ୍ର ଶୈଳୀ ସୃଷ୍ଟି କରିଥିଲେ । ଓଡ଼ିଶାର ପୂରାତନ ନାଟ୍ୟସଂସ୍ଥା ଉତ୍ତରପୁରୁଷର ପ୍ରତିଷ୍ଠାତା ସମ୍ପାଦକ ଭାବେ ଦୀର୍ଘ ୫୦ ବର୍ଷ ଧରି ନାଟ୍ୟ ଆନ୍ଦୋଳନରେ ଜଡ଼ିତ ଥିଲେ । ଶେଷ ବେଳକୁ ସେ ଉତ୍ତରପୁରୁଷର ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ ।[]

୩ ନଭେମ୍ବର ୨୦୨୧ରେ କୋଭିଡ ମହାମାରୀରେ ଆକ୍ରାନ୍ତ ହୋଇ ସେ ମୃତ୍ୟୁବରଣ କରିଥିଲେ । ତା ପରଦିନ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।[]

  1. "Uttarapurusa's 'Nataka Parikrama' Attracts Theatre Buffs | Mycitylinks". www.mycitylinks.in. Retrieved 2025-04-09.
  2. ୨.୦ ୨.୧ Digital, Sambad (2021-11-07). "'ଉତ୍ତରପୁରୁଷ'ର ପ୍ରତିଷ୍ଠାତା ଗୌରୀଶ୍ୟାମ ମହାପାତ୍ରଙ୍କ ପରଲୋକ". Sambad. Retrieved 2025-04-09.