Jump to content

ଗୋପାଳ ହରି ଦେଶମୁଖ

ଉଇକିପିଡ଼ିଆ‌ରୁ
ଗୋପାଳ ହରି ଦେଶମୁଖ
ବାକି ନାମLokhitwadi
ଜନ୍ମ(1823-02-18)୧୮ ଫେବୃଆରୀ ୧୮୨୩
Pune, Bombay Presidency, British India[]
ଦେହାନ୍ତ୯ ଅକ୍ଟୋବର ୧୮୯୨(1892-10-09) (ବୟସ ୬୯)
Pune, Bombay Presidency, British India
ଦଶନ୍ଧି19th century philosophy
ମୂଳ ଲକ୍ଷEthics, religion, humanism

ଗୋପାଳ ହରି ଦେଶମୁଖ (୧୮ ଫେବୃଆରୀ ୧୮୨୩ – ୯ ଅକ୍ଟୋବର ୧୮୯୨) ଜଣେ ଭାରତୀୟ ଚିନ୍ତକ, ସମାଜ ସୁଧାରକ ଏବଂ ଲେଖକ ଥିଲେ । ମହାରାଷ୍ଟ୍ରରେ ସମାଜ ସୁଧାର ଆନ୍ଦୋଳନରେ ସେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଗୋପାଳ ହରି ଦେଶମୁଖଙ୍କର ଜନ୍ମ ୧୮୨୩ ମସିହାରେ ମହାରାଷ୍ଟ୍ରୀୟ ଚିତପାୱନ ବ୍ରାହ୍ମଣ ପରିବାରରେ ହୋଇଥିଲା । ସେ କୋଙ୍କଣ ଅଞ୍ଚଳର ମୂଳନିବାସୀ ତଥା ଜମିଦାର ବିଶ୍ୱନାଥପନ୍ତ ଶିଧାଏଙ୍କ ବଂଶଜ ଥିଲେ ।[] ସେମାନେ ପୁଣେରେ ପ୍ରତିଷ୍ଠିତ ହେଲେ ଏବଂ ତାହାପରେ ତାଙ୍କ ପରିବାର 'ଦେଶମୁଖ' ଉପନାମରେ ପରିଚିତ ହେଲେ । ତାଙ୍କର ପିତା ଇଂରାଜ-ମରାଠା ଯୁଦ୍ଧ (ତୃତୀୟ) ସମୟରେ ବାଜୀରାଓ-ଦ୍ୱିତୀୟଙ୍କ ସେନାପତି ବାପୁ ଗୋଖଲେଙ୍କ କୋଷାଧ୍ୟକ୍ଷ ଥିଲେ । ଦେଶମୁଖ ପୁଣେର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ।[]

ସମାଜ ସୁଧାରକ

[ସମ୍ପାଦନା]

ମାତ୍ର ୨୫ ବର୍ଷ ବୟସରେ, ଦେଶମୁଖ ପ୍ରଭାକର (ସାପ୍ତାହିକ) ରେ ଲୋକହିତବାଦୀ ଛଦ୍ମନାମରେ ଲେଖା ଲେଖିବା ଆରମ୍ଭ କଲେ, ଯାହାର ଉଦ୍ଦେଶ୍ୟ ମାହାରାଷ୍ଟ୍ରରେ ସମାଜ ସୁଧାର ଥିଲା । ପ୍ରଥମ ଦୁଇ ବର୍ଷରେ ସେ ସମାଜ ସୁଧାର ବିଷୟରେ ୧୦୮ଟି ଲେଖା ଲେଖିଥିଲେ । ଏହି ଲେଖାଗୁଡ଼ିକୁ ମରାଠୀ ସାହିତ୍ୟରେ ଲୋକହିତବାଦୀଁଚୀ ଶତପତ୍ରେ (ଲୋକହିତବାଦୀଙ୍କର ଶତପତ୍ର) ଭାବରେ ପରିଚିତ । ସେ ନାରୀ ସ୍ଵାଧୀନତା ଓ ନାରୀ ଶିକ୍ଷାର ପ୍ରଚାର କରିଥିଲେ ଏବଂ ବାଳ୍ୟବିବାହ, ଯୌତୁକପ୍ରଥା ଓ ବହୁବିବାହର ଘୋର ବିରୋଧ କରିଥିଲେ, ଯାହା ସେତେବେଳେ ଭାରତରେ ପ୍ରଚଳିତ ଥିଲା । ସେ ତତ୍କାଳୀନ ଭାରତରେ ମଜବୁତ ଭାବରେ ପ୍ରଚଳିତ ଜାତିପ୍ରଥାର ଅନ୍ୟାୟର ବିରୋଧ କରିଥିଲେ, ହିନ୍ଦୁ ଧାର୍ମିକ ରୁଢ଼ିବାଦୀତାର ଅନେକ ହାନିକାରକ ପ୍ରଥାର ନିନ୍ଦା କରିଥିଲେ । ସେ ହିନ୍ଦୁ ସମାଜରେ ଧାର୍ମିକ ସୁଧାର ଆଣିବା ପାଇଁ ୧୫ଟି ସିଦ୍ଧାନ୍ତ ପ୍ରସ୍ତାବ କରିଥିଲେ।

ଦେଶମୁଖ ପୁଣେରେ ବମ୍ବେ ପ୍ରେସିଡେନ୍ସୀର ତତକାଳୀନ ଗଭର୍ଣ୍ଣର ହେନ୍ରୀ ବ୍ରାଉନ୍‌ଙ୍କ ନେତୃତ୍ୱରେ ଏକ ସାର୍ବଜନୀନ ପୁସ୍ତକାଳୟ ସ୍ଥାପନ କରିଥିଲେ । ସେ ମଧ୍ୟ ୧୮୭୫ରେ ବମ୍ବେ ବିଶ୍ୱବିଦ୍ୟାଳୟ ପୁସ୍ତକାଳୟକୁ କିଛି ପୁସ୍ତକ ଦାନ କରିଥିଲେ । ତାଙ୍କର ବ୍ୟକ୍ତିଗତ ସଂଗ୍ରହ ମୁମ୍ବାଇ ବିଶ୍ୱବିଦ୍ୟାଳୟର J.N. Library, ବିଦ୍ୟାନଗରୀରେ "ଦେଶମୁଖ ସଂଗ୍ରହ" ନାମରେ ରହିଅଛି । ଏହାବ୍ୟତୀତ ସେ ମହାରାଷ୍ଟ୍ରରେ ଜ୍ଞାନପ୍ରକାଶ, ଇନ୍ଦୁପ୍ରକାଶ ଏବଂ ଲୋକହିତବାଦୀ ପତ୍ରପତ୍ରିକାଗୁଡ଼ିକ ପ୍ରଚଳନ/ପ୍ରତିଷ୍ଠା କରିବାରେ ନେତୃତ୍ୱ ଗ୍ରହଣ କରିଥିଲେ ।

ଲୋକହିତବାଦୀ ଗୋପାଳ ହରି ଦେଶମୁଖ ଟ୍ରଷ୍ଟ ବର୍ତ୍ତମାନ ଦରିଦ୍ର ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଦ୍ୱାରା ଶିକ୍ଷା ସାହାଯ୍ୟ, ପରିଷ୍କାରତା ଅଭିଯାନ, ପୁଣେ ମହାନଗର ନିଗମ (PMC) ଏବଂ ପୋଲିସ ସହଯୋଗରେ ରାସ୍ତା ସୁରକ୍ଷା ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟରେ ଲିପ୍ତ ଅଛି ।

ଇଂରେଜ ସରକାର ତାଙ୍କୁ 'ରାୟବାହାଦୁର' ଉପାଧୀରେ ସମ୍ମାନିତ କରିଥିଲେ ।[]

  1. Garge, S. M., Editor, Bhartiya Samajvigyan Kosh, Vol. III, Page. No. 321, published by Samajvigyan Mandal, Pune
  2. Lethbridge, Sir Roper (2005). The Golden Book of India: A Genealogical and Biographical Dictionary of the Ruling Princes, Chiefs, Nobles, and Other Personages, Titled Or Decorated of the Indian Empire (in ଇଂରାଜୀ). Aakar Books. ISBN 978-81-87879-54-1.
  3. Nanda, Bal Ram (2015-03-08). Gokhale: The Indian Moderates and the British Raj (in ଇଂରାଜୀ). Princeton University Press. ISBN 978-1-4008-7049-3.
  4. Naregal, Veena (2001). Language Politics, Elites, and the Public Sphere (in ଇଂରାଜୀ). Permanent Black. ISBN 978-81-7824-014-5.