Jump to content

ଗୋପାଳ ଚନ୍ଦ୍ର ଦାସ

ଉଇକିପିଡ଼ିଆ‌ରୁ


ଗୋପାଳ ଚନ୍ଦ୍ର ଦାସ (ଜନ୍ମ ୧୯୦୨) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଗୋପାଳ ଚନ୍ଦ୍ର ଦାସଙ୍କ ଜନ୍ମ ପୁରୀ ଜିଲ୍ଲାରେ ୧୯୦୨ ମସିହାରେ ହୋଇଥିଲା । କଳା ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ପରେ, ୧୯୨୭ରେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କଲେ । ଓକିଲାତି ଜୀବନ ଆରମ୍ଭରେ ସେ କୋଲକତା ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟରତ ଓକିଲ ଶ୍ରୀ ଆର.ସି. ମିତ୍ତର ସହ କାମ କରି, ୧୯୨୯ରେ ନିଜର ଓକିଲାତି ପେଶା ପାଇଁ ପାଟନାକୁ ଆସିଥିଲେ । ୧୯୩୬ରେ ଓଡ଼ିଶା ପ୍ରଦେଶ ଗଠିତ ହେବା ପରେ ସରକାରୀ କାଉଁସିଲର ଭୂମିକାରେ କାମ କରିଥିଲେ । ୧୯୪୮ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସ୍ଥାପିତ ହେବା ପରେ କଟକକୁ ଆସିଥିଲେ । ୧୯୪୯ରୁ ଆୟକର କମିଶନର ନିର୍ଦ୍ଦେଶକ ରୂପେ ଓ ୧୯୫୦-୫୨ ମଧ୍ୟରେ ସରକାରୀ ଅଧିବକ୍ତା ରୂପେ କାର୍ଯ୍ୟ ନିର୍ବାହ କରିଥିଲେ ।

ସେ ୯.୮.୧୯୫୬ରୁ ୧୧.୧.୧୯୬୨ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ପଦରେ ରହିଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-04.