ଗୁଲସନ୍ ଦେବେୟା
ଗୁଲସନ୍ ଦେବେୟା | |
|---|---|
![]() Devaiah at an interview with Zoom (Indian TV channel) in 2024 | |
| ଜନ୍ମ | Kambeyanda Devaiah Gulshan ୨୮ ମଇ ୧୯୭୮[୧] Bengaluru, Karnataka, India |
| ବୃତ୍ତି | Actor |
| ସକ୍ରିୟ ବର୍ଷ | 2010–present |
| ଉଲ୍ଲେଖନୀୟ କୃତି | Hunterrr Commando 3[୨] Shaitan Hate Story Guns & Gulaabs |
| ବୈବାହିକ-ସାଥୀ | Kallirroi Tziafeta divorced in 2020[୩] |
ଗୁଲସନ୍ ଦେବେୟା (ଜନ୍ମ ୨୮ ମଇ ୧୯୭୮) ଜଣେ ଭାରତୀୟ ଅଭିନେତା, ଯିଏ ପ୍ରାୟତଃ ହିନ୍ଦି ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ସେ ଶୈତାନ (Shaitan), ହେଟ୍ ସ୍ଟୋରି(Hate Story) ଓ ହଣ୍ଟର୍ (Hunterrr) ଫିଲ୍ମରେ ତାଙ୍କ ଭୂମିକା ପାଇଁ ପରିଚିତ ।[୪][୫] ଶୈତାନ (Shaitan) ଫିଲ୍ମରେ ତାଙ୍କ ଅଭିନୟକୁ ସମାଲୋଚକମାନେ ବହୁତ ପ୍ରଶଂସା କରିଥିଲେ ଓ ଏହି ଭୂମିକା ପାଇଁ ସେ ଫିଲ୍ମ ଫେୟାର ପୁରସ୍କାର (for Best Male Debut) ପାଇଁ ନାମାଙ୍କନ ଲାଭ କରିଥିଲେ । ସେ Afsos, Duranga, Dahaad, Guns & Gulaabs ଓ Bad Cop ଭଳି ୱେବ୍ ସିରିଜ୍ରେ ମଧ୍ୟ ଅଭିନୟ କରିଛନ୍ତି ।
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ଦେବେୟାଙ୍କ ଜନ୍ମ ୨୮ ମଇ ୧୯୭୮ରେ କର୍ଣ୍ଣାଟକର ବେଙ୍ଗାଳୁରୁରେ ଏକ କୋଡାଭା ପରିବାରରେ ହୋଇଥିଲା । ସେ ରାଷ୍ଟ୍ରୀୟ ଫେସନ ପ୍ରାଦ୍ୟୋଗିକି ଅନୁଷ୍ଠାନ (NIFT) ରୁ ସ୍ନାତକ ଡିଗ୍ରୀ ଲାଭ କରିଛନ୍ତି । ତାଙ୍କ ପିତା ଶ୍ରୀ ଦେୱାୟା ଓ ମାଆ ପୁଷ୍ପଲତା Bharat Electronics Ltd. ରେ ଚାକିରି କରୁଥିଲେ । ସେ Cluny Convent ଏବଂ St Joseph's Indian High School ରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । NIFT ରୁ ସ୍ନାତକ ହେବା ପରେ ସେ କିଛି ଫେସନ ସଂସ୍ଥାରେ ଚାକିରି କଲେ ଓ ୧୦ ବର୍ଷ କାମ କରିଲେ। ସେ ବେଙ୍ଗାଳୁରୁର Wigan & Leigh College ରେ ଛାତ୍ରମାନଙ୍କୁ ଫେସନ ବିଷୟରେ ପଢ଼ାଉଥିଲେ। ବେଙ୍ଗାଳୁରୁର ଇଂରାଜୀ ଥିଏଟରରେ ଛୋଟ ଭୂମିକାରୁ ସେ ତାଙ୍କ ବଲିଉଡ୍ ଯାତ୍ରା ଆରମ୍ଭ କଲେ । କିଛି ନାଟକରେ ଅଭିନୟ କରିବା ପରେ ସେ ବଡ଼ ସୁଯୋଗ ପାଇଁ ମୁମ୍ବାଇକୁ ଯାଇଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ୨୦୧୨ ରୁ ୨୦୨୦ ପର୍ଯ୍ୟନ୍ତ ଗ୍ରୀସର ଅଭିନେତ୍ରୀ Kallirroi Tziafeta ସହ ବିବାହିତ ଜୀବନ୍ଥି ବିତାଇଥିଲେ।
ପେଶା ଜୀବନ
[ସମ୍ପାଦନା]ଦେୱାୟା ୨୦୧୦ରେ ଅନୁରାଗ କଶ୍ୟପଙ୍କ ଫିଚର୍ ଫିଲ୍ମ That Girl in Yellow Boots ରୁ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ କଲେ, ଯେଉଁଠି ସେ Kalki Koechlin ଓ ନସୀରୁଦ୍ଦିନ ଶାହା ସହ ଅଭିନୟ କଲେ । ଏହା Toronto International Film Festival ଓ Venice Film Festival ରେ ପ୍ରଦର୍ଶିତ ହୋଇଥିଲା। ଫିଲ୍ମରେ ସେ Chitiappa ଭୂମିକାରେ ଅଭିନୟ କରିଥିଲେ ।
୨୦୧୧ରେ ସେ Rohan Sippyଙ୍କ Dum Maaro Dum ଅପରାଧ ଥ୍ରିଲର୍ ଫିଲ୍ମରେ Ricky ଭୂମିକାରେ ଦେଖାଯାଇଥିଲେ। ସେହିବର୍ଷ ସେ Bejoy Nambiarଙ୍କ Shaitan ଫିଲ୍ମରେ Karan Chaudhary "KC" ଭୂମିକା କଲେ । ଜୁନ୍ ୨୦୧୧ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଭଲ ବ୍ୟବସାୟ କରିବା ସହ ରଚନାତ୍ମକ ଆଲୋଚନା ଲାଭକରି ବହୁତ ସଫଳ ହୋଇଥିଲା । ଦେୱାୟାଙ୍କ ଅଭିନୟ ବହୁତ ପ୍ରଶଂସା ଲାଭ କରିଥିଲା ଓ ସେ ଫିଲ୍ମ ଫେୟାର, ସ୍କ୍ରୀନ,ଷ୍ଟାରଡଷ୍ଟ ଓ ଅପସରା ଆୱାର୍ଡ ରେ Best Male Debut ଓ Best ସହାୟକ ଅଭିନେତା ପାଇଁ ନାମାଙ୍କନ ପାଇଥିଲେ।
୨୦୧୨ରେ ସେ ବିବେକ ଅଗ୍ନିହୋତ୍ରୀଙ୍କ Hate Story ଫିଲ୍ମରେ Paoli Dam ସହ ଅଭିନୟ କଲେ । ଏହା ତାଙ୍କ ପ୍ରଥମ ମୁଖ୍ୟ ଭୂମିକା ଥିଲା, ଯେଉଁଠି ସେ ଧନୀ ବ୍ୟବସାୟୀର ଅଭିମାନୀ ପୁଅ Siddharth Dhanrajgir ର ଭୂମିକା କଲେ । ଫିଲ୍ମ ବ୍ୟାପାରିକ ଭାବେ ସଫଳ ହେଲା ଓ ସମାଲୋଚକମାନଙ୍କ ପକ୍ଷରୁ ଭଲ ପ୍ରତିକ୍ରିୟା ମିଳିଲା। Bollywood Hungamaର Taran Adarsh ଏହି ଫିଲ୍ମକୁ 3/5 ମୂଲ୍ୟାୟନ ଦେଇଥିଲେ ଓ ଦେବେୟାଙ୍କ ଅଭିନୟକୁ ଚମତ୍କାର ବୋଲି ବର୍ଣ୍ଣନା କରିଥିଲେ।
ସେହିବର୍ଷ ସେ ଭାସନ ବଲ୍ଲାଙ୍କ Peddlers ଫିଲ୍ମରେ Nimrat Kaur ସହ ଅଭିନୟ କଲେ । ଏଠାରେ ସେ ୨୦ବର୍ଷର ଏକ ଟୋକା ରଞ୍ଜିତ ଡିସୁଜାର ଭୂମିକା କଲେ, ଯିଏ ମାଦକ ଚୋରାଚାଲାନ ଜାଳରେ ଫସିଯାଏ । ଏହା କାନ୍ସ୍ ଫିଲ୍ମ ଫେସ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ।
୨୦୧୩ ରେ ସେ Sanjay Leela Bhansaliଙ୍କ Ram-Leela ଫିଲ୍ମରେ Bhavani ଭୂମିକା କଲେ, ଯାହା ବର୍ଷର ‘ବ୍ଲକବାଷ୍ଟର୍’ ହୋଇଥିଲା । ଏକ ବର୍ଷ ବ୍ୟବଧାନରେ ୨୦୧୫ ରେ ସେ Harshavardhan Kulkarniଙ୍କ ପ୍ରଯୋଜନା Hunterrr ରେ Mandar Ponkshe ଭୂମିକା କଲେ, ଯେଉଁଠି ସେ ଜଣେ ଯୌନ-ନିର୍ଭରଶୀଳ ପୁରୁଷଙ୍କ ଭୂମିକା କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ।
୨୦୧୬ ରେ ସେ Vivek Agnihotriଙ୍କ Junooniyat ଫିଲ୍ମରେ ଜଣେ NRI ଭୂମିକାରେ ଅଭିନୟ କଲେ । ୨୦୧୭ ରେ ସେ Cabaret, A Death in the Gunj ଓ CandyFlip ଫିଲ୍ମ ସାଇନ୍ କଲେ । ସେ Mard Ko Dard Nahi Hota ଫିଲ୍ମରେ Karate Mani ଓ Jimmy—ଏହି ଦୁଇ ଜଣ ଯମଜ ଭାଇଙ୍କ ଦ୍ଵୈତ ଭୂମିକା କଲେ । ଏହି ଭୂମିକା ପାଇଁ ସେ Screen Award for Best Supporting Actor ଜିତିଥିଲେ ଓ ଫିଲ୍ମ ଫେୟାର ପୁରସ୍କାର ପାଇଁ ମଧ୍ୟ ନାମାଙ୍କନ ହୋଇଥିଲେ ।
ସେ Commando 3 ଫିଲ୍ମରେ ବୁରାକ୍ ଅନ୍ସାରୀ ଭୂମିକାରେ ଅଭିନୟ କଲେ । ୨୦୨୦ରେ ସେ ଆମାଜନ ପ୍ରାଇମର Afsos ସିରିଜ୍ ଓ Netflixର Ghost Stories ରେ ଅଭିନୟ କରିଥିଲେ ।[୬]
ଆଧାର
[ସମ୍ପାଦନା]- ↑ "Happy Birthday Gulshan!". Filmfare webdesk. Filmfare. 28 May 2012. Archived from the original on 8 December 2015. Retrieved 2 December 2015.
- ↑ Steven Rego (20 January 2015). "Hunter Gulshan Devaiah". The Times Group. The Times of India (Kannada). Archived from the original on 16 February 2016. Retrieved 11 February 2016.
- ↑ Kashika, Saxena (1 May 2012). "My wife has no issue with my intimate scenes: Gulshan Devaiah". Times of India. Archived from the original on 23 May 2017. Retrieved 2 December 2015.
- ↑ "Can't spread my arms like Shah Rukh Khan: Gulshan Devaiah". The Indian Express. 11 March 2015. Archived from the original on 8 December 2015. Retrieved 2 December 2015.
- ↑ "Gulshan Devaiah upbeat about first film as lead protagonist". The Indian Express. 17 March 2015. Archived from the original on 8 December 2015. Retrieved 2 December 2015.
- ↑ Singh, Suhani (2020-02-28). "When the shoe fits". India Today (in ଇଂରାଜୀ). Retrieved 2025-11-17.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
