ଗୁଲଶାନ ଆରା ଅଖତାର

ଉଇକିପିଡ଼ିଆ‌ରୁ
(ଗୁଲଶାନ ଆରା ଅଖତାର ଚମ୍ପାରୁ ଲେଉଟି ଆସିଛି)
ଗୁଲଶାନ ଆରା ଅଖତାର
গুলশান আরা আখতার চম্পা
୨୦୧୪ରେ ଚମ୍ପା
Born
ଗୁଲସାନ ଆରା ଅଖତାର ଚମ୍ପା

(1965-01-05) ୫ ଜାନୁଆରୀ ୧୯୬୫ (ବୟସ ୫୯)[୧]
ଜେସୋର୍ ଜିଲ୍ଲା, ଖୁଲ୍‌ନା, ବଙ୍ଗଳାଦେଶ
Nationalityବଙ୍ଗଳାଦେଶୀ
Occupation(s)ଅଭିନେତ୍ରୀ
ମଡେଲ
Years active୧୯୮୧–ଏବେଯାଏଁ
Notable workପଦ୍ମ ନଦୀର ମଝି, ଶାସ୍ତି, ଚନ୍ଦ୍ରଗ୍ରହଣ
Styleଡ୍ରାମା, ରୋମାନ୍ସ, ଆକ୍ସନ ଫିଲ୍ମ
Height5 ft 7 in (1.70 m)
Spouseଶହିଦୁଲ ଇସ୍‌ଲାମ ଖାନ୍ (୧୯୮୨–ଏବେଯାଏଁ)
Childrenଇଶା (ଝିଅ)
Relatives
Awardsବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଗୁଲଶାନ ଆରା ଅଖତାର (ଜନ୍ମ: (1965-01-05)ଜାନୁଆରୀ ୫, ୧୯୬୫


ଜନ୍ମସ୍ଥାନ
ଜେସୋର୍ ଜିଲ୍ଲା, ଖୁଲ୍‌ନା, ବଙ୍ଗଳାଦେଶ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ, ଯିଏକି ବଙ୍ଗଳାଦେଶୀ କଥାଚିତ୍ର ଏବଂ ଦୂରଦର୍ଶନରେ ଅଭିନୟ କରନ୍ତି ।[୨] ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ସେ ମୁଖ୍ୟତଃ ଚମ୍ପା ନାମରେ ପରିଚିତା ।[୩] ଚମ୍ପା ୧୯୮୧ ମସିହାରେ ଏକ ଦୂରଦର୍ଶନ ନାଟକ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ଏହାପରେ ୧୯୮୬ ମସିହାରେ ତାଙ୍କ ଭଉଣୀ ସୁଚନ୍ଦା ପ୍ରଯୋଜିତ କଥାଚିତ୍ର ତିନ୍ କଣା ଜରିଆରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଚମ୍ପାଙ୍କୁ ୫ଥର ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି, ଯେଉଁଥିରେ ତିନିଥର ମୁଖ୍ୟ ନାୟିକା ଏବଂ ଦୁଇଥର ସ‌ହ ଅଭିନେତ୍ରୀ ଭାବରେ ପୁରସ୍କାର ମିଳିଛି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଚମ୍ପା ୫ ଜାନୁଆରୀ ୧୯୬୫ରେ ବଙ୍ଗଳାଦେଶର ଖୁଲ୍‌ନା ଡିଭିଜନ୍‌ର ଜେସୋର ଜିଲ୍ଲାର ବିଜୟ ନଗରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଏ.ଏସ୍.ଏମ୍. ନିଜାମୁଦ୍ଦୀନ ଅୟୁବ ଏବଂ ମାଆ ବେଗମ ଜହ୍ନା ଆରା । ବବିତା ଓ ସୁଚନ୍ଦା ନାମରେ ତାଙ୍କର ଦୁଇ ଭଉଣୀ ଅଛନ୍ତି ।[୪]

ଅଭିନୟ ଜୀବନ[ସମ୍ପାଦନା]

ଚମ୍ପା ୧୯୮୧ ମସିହାରେ ରଙ୍ଗୀନ ଦୁନିଆରେ କାମ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ବୁଲଗାରିଆର ଦୂରଦର୍ଶନ ବିଟିଭିର ଏକ ନାଟଖ ଦୁବ ସତାରରେ କାମ କରିଥିଲେ ।[୫] ଏହାପରେ ସେ ସାହାବଜାଦିର କାଲା ନକାବ, ଆକାଶ ବାରିୟେ ଦାଓ, ଖୋଲା ଦରଜା, ଏକତି ଜାଦୁ ଅନୋ ଏକତି ମେୟେ, ଆପୟୋ, ଏଖନେ ନଗର ଭଳି ଅନେକ ଦୂରଦର୍ଶନ ନାଟକରେ ଅଭିନୟ କରିଥିଲେ ।[୬]

ଚମ୍ପା ଦୂରଦର୍ଶନ ନାଟକରେ ଅଭିନୟ କରିବାପରେ କଥାଚିତ୍ର ଜଗତରେ କାମ କରିବାର ସୁଯୋଗ ପାଇଥିଲେ ଏବଂ ୧୯୮୬ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ତିନ୍ କଣା, ଯାହାର ନିର୍ଦ୍ଦେଶନା ଦେଇଥିଲେ ଶିବଲି ସଦିକ ଏବଂ ତାଙ୍କ ଭଉଣୀ ସୁଚନ୍ଦା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ଏହି କଥାଚିତ୍ରଟିରେ ସେମାନେ ତିନି ଭଉଣୀଯାକ ସୁଚନ୍ଦା, ବବିତା ଏବଂ ଚମ୍ପା ଏକ ଦୃଶ୍ୟରେ ଏକାଠି ଅଭିନୟ କରିଥିଲେ, ଯେଉଁଠି ଚମ୍ପା ଜନେ ପୋଲିସ ଇନିନ୍‌ପେକ୍ଟର ଭୂମିକାରେ ଅଭିନୟ କରିଥିଲେ । ୧୯୯୦ରୁ ୧୯୯୬ ମସିହା ମଧ୍ୟରେ ଚମ୍ପା ବଙ୍ଗଳାଦେଶର ଲୋକପ୍ରିୟ ନାୟିକା ଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

Riaz, Shuchanda, Bobita, Tina and Champa at Cox's Bazar in 2014

ଚମ୍ପା ୧୯୮୨ ମସିହାରେ ବିବାହ କରିଥିଲେ । ତାଙ୍କ ବିବାହ ବଙ୍ଗଳାଦେଶର ଜଣେ ବ୍ୟବସାୟୀ ଶହିଦୁଲ ଇସ୍‌ଲାମ ଖାନ୍‌ଙ୍କ ସ‌ହ ହୋଇଥିଲା । ଏହି ଦମ୍ପତିଙ୍କର ଇଶା ନାମରେ ଗୋଟିଏ ଝିଅ ଅଛି ।[୭][୮] ଚମ୍ପାଙ୍କର ସମ୍ପର୍କୀୟ ଉମାର ଶନି, ମୌସୁମୀ, ରିଆଜ ସମସ୍ତେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ କରୁଛନ୍ତି ।

ପୁରସ୍କାର[ସମ୍ପାଦନା]

ଚମ୍ପାଙ୍କୁ ପାଞ୍ଚଥର ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପୁରସ୍କାର ମିଳିଛି । ପ୍ରଥମେ ୧୯୯୩ ମସିହାରେ ପଦ୍ମ ନଦୀର ମଝି ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ଏବଂ ପରେ ୧୯୯୫ରେ ଉନା ଜୀବନ ଏବଂ ୨୦୦୦ ମସିହାରେ ଉତ୍ତରେର ଖେପ କଥାଚିତ୍ର ପାଇଁ ଆଉ ଦୁଇଥର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ଏହାପରେ ୨୦୦୫ରେ ଶାସ୍ତି ଏବଂ ୨୦୦୮ରେ ଚନ୍ଦ୍ରଗ୍ରହଣ କଥାଚିତ୍ର ପାଇଁ ସ‌ହ-ଅଭିନେତ୍ରୀ ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।

ଆଧାର[ସମ୍ପାଦନା]

  1. "হরতাল নির্বাচনে চম্পার জন্মদিন!". Banglanews24.com. 2014-01-04. Archived from the original on 2014-02-02. Retrieved 2014-02-26.
  2. রিপোর্ট ◊ বিনোদন (2013-09-19). "দিন বদলের অনলাইন দৈনিক". News Bisher Bashi. Archived from the original on 2014-02-01. Retrieved 2014-02-26.
  3. "Champa busy with small screen". Newagebd.com. 2013-07-16. Archived from the original on 2014-02-03. Retrieved 2014-02-26.
  4. "তিন বোনের ঈদ - প্রথম আলো". Archive.prothom-alo.com. Archived from the original on 2014-04-16. Retrieved 2014-02-26.
  5. Harun ur Rashid (2005-01-28). "Films were clearly in her destiny : In conversation with Champa". The Daily Star. Archived from the original on 2014-02-02. Retrieved 2014-02-26.
  6. "এখনো জনপ্রিয় চম্পা..." Karatoa.com.bd. Archived from the original on 2014-02-21. Retrieved 2014-02-26.
  7. "হরতাল নির্বাচনে চম্পার জন্মদিন!". Banglanews24.com. 2014-01-04. Archived from the original on 2014-02-02. Retrieved 2014-02-26.
  8. "পাঁচ জানুয়ারির জন্মদিনে কি করবেন অভিনেত্রী চম্পা?". Protimuhurto.com. 2014-01-04. Archived from the original on 2014-02-02. Retrieved 2014-02-26.

ବାହାର ଆଧାର[ସମ୍ପାଦନା]