ଗୁରୁବାରୀ କର୍ମକାର

ଉଇକିପିଡ଼ିଆ‌ରୁ
(ଗୁରୁବାଈ କର୍ମକାରରୁ ଲେଉଟି ଆସିଛି)
ଗୁରୁବାରୀ କର୍ମକାର
Died୧୯୩୧
Occupationଚିକିତ୍ସକ

ଗୁରୁବାରୀ କର୍ମକାର (ମୃତ୍ୟୁ ୧୯୩୧), ଦ୍ୱିତୀୟ ଭାରତୀୟ ମହିଳା, ଯେ ୧୮୮୬ରେ ପେନ୍‌ସିଲ୍‌ଭାନିଆ ମହିଳା ଡାକ୍ତରୀ ମହାବିଦ୍ୟାଳୟରୁ ସ୍ନାତ୍ତକ ପ୍ରାପ୍ତ କରିଥିଲେ ।[୧]

ଡାକ୍ତରୀ ଜୀବନ[ସମ୍ପାଦନା]

ଗୁରୁବାରୀ କର୍ମକାର ନିଜ ଡାକ୍ତରୀ ଡିଗ୍ରୀ ପାଇବା ପରେ ୧୮୯୩ରେ ଭାରତକୁ ଫେରିଥିଲେ । ସେ ବମ୍ବେର ଏକ ଖ୍ରିଷ୍ଟୀଆନ୍ ଡାକ୍ତରଖାନା, ଆମେରିକାନ୍ ମରାଠୀ ମିଶନ୍‌ରେ ୨୩ ବର୍ଷ କାମ କରିଥିଲେ ।[୧] ତାଙ୍କ ଡାକ୍ତରୀ କାମ ମୁଖ୍ୟତଃ ଭାରତୀୟ ସମାଜରେ ଥିବା ଜାତିପ୍ରଥାଦ୍ୱାରା ପୀଡ଼ିତ ସଭ୍ୟଙ୍କ ପାଇଁ ଥିଲା । ତାଙ୍କ ସେବା କାମର ଏକ ଦଳରେ ସମସ୍ତ ଜାତିର ମହିଳାମାନେ ଥିଲେ ।[୨] ମିଶନ୍‌ର ମହିଳା ବୋର୍ଡ଼୍‌କୁ ଲେଖିଥିବା ଏକ ଚିଠିରେ, ଡଃ କର୍ମକାର, ନିଜେ ଚିକିତ୍ସା କରିଥିବା ଦୁଇଜଣ ଛୁଆ-ସ୍ତ୍ରୀଙ୍କ ବିଷୟରେ ଲେଖିଥିଲେ । ଉଭୟ ମହିଳା ସେମାନଙ୍କ ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ଅତ୍ୟାଚାର ସ‌ହୁଥିଲେ । ଖସି ନଯିବା ପାଇଁ ପ୍ରଥମ ମହିଳାଙ୍କ ଗୋଡ଼ରେ ବେଡି ପଡ଼ିଥିଲା ଓ ଦ୍ୱିତୀୟ ମହିଳା କୁପୋଷଣର ଶିକାର ହେବା ସ‌ହ ପ୍ରବଳ ଜ୍ୱରରେ ପୀଡ଼ିତ ଥିଲେ । ଡଃ କର୍ମକାର ଏହି ଦୁଇଟି କାହାଣୀକୁ ତାଙ୍କ ଆମେରିକୀୟ ସାଥୀଙ୍କୁ, ଭାରତୀୟ ମହିଳାଙ୍କ ପରିସ୍ଥିତି ନୁଝାଇବା ପାଇଁ ବ୍ୟବ‌ହାର କରିଥିଲେ ।[୩]

କର୍ମକାର ଭାରତରେ YWCA ଜାତୀୟ ବୋର୍ଡ଼ରେ ସଭ୍ୟ ଥିଲେ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ Ramanna, Mridula. ''Health Care in Bombay Presidency, 1896-1930.'' Primus Books: 2012. page 138-139. Books.google.com. Retrieved 2012-08-30.
  2. Missions, American Board of Commissioners for Foreign (1915). "Annual report - American Board of Commissioners for Foreign Missions". {{cite journal}}: Cite journal requires |journal= (help)
  3. Boston, Woman's Board of Missions (1896). "Life and light for woman". {{cite journal}}: Cite journal requires |journal= (help)
  4. "Dr. Gurabai Kamarkar" The Woman Citizen (July 6, 1918): 113.

ବାହ୍ୟ ଆଧାର[ସମ୍ପାଦନା]