ଗୁପଚୁପ

ଉଇକିପିଡ଼ିଆ‌ରୁ
(ଗୁପ୍‌ଚୁପ୍ରୁ ଲେଉଟି ଆସିଛି)
ଗୁପଚୁପ

ଗୁପଚୁପ ଏକ ଭାରତୀୟ ଖାଦ୍ୟ । ଏହା ଆଳୁ ଚକଟା ଓ ଖଟାପାଣି ସହ ଖିଆଯାଇଥାଏ ।

ଆବଶ୍ୟକ ସାମଗ୍ରୀ[ସମ୍ପାଦନା]

ପ୍ରସ୍ତୁତି[ସମ୍ପାଦନା]

ଅଧାକପ୍ ମଇଦା ଓ ଏକ କପ୍ ସୁଜିକୁ ଗୋଟିଏ ପାତ୍ରରେ ଭଲକରି ମିଶାଇବା । ସେଥିରେ ଆବଶ୍ୟକ ପରିମାଣର ଉଷୁମ ପାଣି ଦେଇ ଭଲକରି ଚକଟା ଯାଏ । ଚକଟା ହୋଇଥିବା ସୁଜି ଓ ମଇଦାକୁ ଛୋଟ ଛୋଟ ଗୁଳା କରାଯାଏ । ଏହି ଗୁଳାଗୁଡିକୁ ଏକ ଓଦା କପଡାରେ ଟାଇଟ୍ କରି ଅଧଘଣ୍ଟା ଘୋଡେଇ ରଖାଯାଏ । ପରେ ଏହାକୁ ଛୋଟ ଛୋଟ ପୁରୀ ଭଳି ବେଲି ଗରମ ତେଲରେ ଛାଣି ଖୋଲା ରଖାଯାଏ । ଏହା ଥଣ୍ଡା ହୋଇଗଲା ପରେ ଏକ ଟାଇଟ୍‌ ଡବାରେ ରଖାଯାଏ । ପରେ ଅନ୍ୟ ଏକ ଜାଗାରେ ୪/୫ଟା ସିଝା ଆଳୁକୁ ଚୋପା ଛଡ଼ାଇ ଆବଶ୍ୟକ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ସିଝା ମଟର, ଧନିଆ ପତ୍ର ପକାଇ ଚକଡା ଯାଏ । ଅନ୍ୟ ଏକ ପାତ୍ରରେ ତେନ୍ତୁଳିରେ ଆବଶ୍ୟକ ଅନୁସାରେ ପାଣି ଦେଇ ରସ ବାହାର କରାଯାଏ । ସେଥିରେ ଲୁଣ, ଆମ୍ବକଷି ଅଦା ଓ କଞ୍ଚାଲଙ୍କା ଛେଚି ପକାଇବା ସହିତ ପୋଦିନା ପତ୍ର ଛିଣ୍ଡାଇ ପକାଯାଏ । ଖଟାପାଣି ଓ ଆଳୁ ମସଲା ପ୍ରସ୍ତୁତି ହୋଇଗଲା ପରେ ଗୁପ୍‌ଚୁପ୍ କଣା କରି ସେଥିରେ ଆଳୁ ମସଲା ଓ ଖଟାପାଣି ଦେଇ ପରଷା ଯାଏ । [୧]

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. ଖବର, ପୃଷ୍ଠା - ୧୫, ଶୁକ୍ରବାର ୧୩ ଜାନୁଆରୀ ୨୦୧୩