ଗୁଣନିଧି ଦାଶ

ଉଇକିପିଡ଼ିଆ‌ରୁ

ସେ ହାଟପଦା, ବରଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ । କଟକ ନ୍ୟାସନାଲ ମୁଜିକ ଆସୋସିଏସନରେ ସ୍ୱର୍ଗତଃ ଗୁରୁ କୁଣ୍ଡଳ ଆଦିନାରାୟଣ ରାଓଙ୍କଠାରୁ ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ଶିକ୍ଷା କରିଥିଲେ । ଆକାଶବାଣୀରେ ଓଡ଼ିଶୀ, ଚମ୍ପୁ, ପଲ୍ଲୀ ସହିତ ସେ ସମ୍ବଲପୁରୀହିନ୍ଦୀ ଗୀତର ମଧ୍ୟ ଗାୟକ । ସମ୍ବଲପୁରୀ ଗୀତ ରଚନା ପ୍ରତି ତାଙ୍କର ବିଶେଷ ଆଗ୍ରହ ଓ ରୁଚି ରହିଛି । ଓଡ଼ିଆ ଚଳଚ୍ଚିତ୍ର ପାଇଁ ପ୍ରଥମ ସମ୍ବଲପୁରୀ ଗୀତ ଲେଖିଥିଲେ ଗୁଣନିଧି ଦାଶ । ‘ସାଧନା’(୧୯୬୪) ଚଳଚ୍ଚିତ୍ରର ‘ଝୁମ ଝୁମ ବାଜେ ମୋର ଝୁମ୍କା ପଏଁରି’ ଗୀତରେ ସେ ସମ୍ବଲପୁରୀ ଲୋକସାହିତ୍ୟର ‘ସଜନୀ’, ‘ହୁମୋ ବଉଲି' ଛିଟାକୁ ବିନିଯୋଗ କଲେ, ତାହା ଅବଶ୍ୟ ସଂପୂର୍ଣ ‘ସଜନୀ’ କି ‘ହୁମୋ ବଉଲି’ ନ ଥିଲା । ସେହି ଗୀତରେ ପଶ୍ଚିମ ଓଡ଼ିଶାର ‘ଶିଶୁ ଗୀତିକା’କୁ ମଧ୍ୟ ଉପଯୋଗ କରାଗଲା । ‘ଝୁମ ଝୁମ ବାଜେ ମୋର ଝୁମ୍କା ପଏଁରି’ ଗୀତରେ ଲୋକଶବ୍ଦ ଓ ବିଭିନ୍ନ ଯୁକ୍ତି ସୁତ୍ରରେ ଛନ୍ଦା ଯାଇଥିବା ଅବଚେତନ ଦୃଶ୍ୟସବୁ ମନକୁ ଉଚ୍ଚାଟ କରେ । ଖପରରେ ବଡ଼ି ଭାଜିବା, ପାଣିରେ ଫରଫର ଝୁରି(ମାଛ) ଖେଳିବା, ପଣତକାନି ନଦୀ ପାଣିରେ ଓଦା ସରସର ହେବା, ହୁରହୁରିଆ ଧୁକା(ପବନ) ଛୁଆଁରେ ମଲ୍ଲୀ ଫୁଲ ଫୁଟିଯିବା ଭଳି ଚପଳ ଭାବାଙ୍କନ ଦେଇ ଗୁଣନିଧି ଦାଶ ଚମକପ୍ରଦ ଭାବାନ୍ତର ସୃଷ୍ଟି କରିଥିଲେ। ଏହା ତାଙ୍କ ରଚନାର ଏକମାତ୍ର ଚଳଚ୍ଚିତ୍ର ଗୀତ ।[୧]

ଆଧାର[ସମ୍ପାଦନା]

  1. ., ଗୁଣନିଧି ଦାଶ. Encyclopedia of Indian Cinema. pp. ୮୯, ୯୦. {{cite book}}: |last= has numeric name (help)