ଗୁଡ଼ାଖୁ

ଉଇକିପିଡ଼ିଆ‌ରୁ
ଗୁଡାଖୁ

ଗୁଡ଼ାଖୁ ଏକ ତମାଖୁ ଜାତୀୟ ଗାଢ଼ ମାଦକ ଦାନ୍ତଘଷା ଦ୍ରବ୍ୟ l ଏହାକୁ ଆଙ୍ଗୁଠି ସାହାଯ୍ୟରେ ଦାନ୍ତ ଓ ମାଢ଼ିରେ ଘଷା ଯାଏ l[୧] ଧୂଆଁପତ୍ର ବା ଦୋକ୍ତା, ଗୁଡ଼ଚିଟା (ମୋଲାସେସ) ବା ପାଣିଆଗୁଡ଼, ନାଲି ମାଟି, ଚୁନ ଓ କିଛି ପରିମାଣରେ ପାଣି ଓ ଅତର ମିଶାଇ ଏହା ତିଆରି କରାଯାଇଥାଏ । ଏହାର ଉତ୍ପତି ଓଡ଼ିଶାରେ ହୋଇଥିଲା l[୨] ଏହା ଓଡ଼ିଶା ଏବଂ ଏହାର ପଡ଼ୋଶୀ ରାଜ୍ୟମାନଙ୍କରେ ବହୁଳ ଭାବରେ ବ୍ୟବହାର କରାଯାଏ l[୩] ଗୁଡ଼ାଖୁ ଅଧିକ ବ୍ୟବହାର କଲେ, ମୁଖଗହ୍ୱର କର୍କଟ ହେବାର ସମ୍ଭାବନା ରହିଥାଏ l

ଗୁଡ଼ାଖୁ

ଉପାଦାନ[ସମ୍ପାଦନା]

  • ପାଣିଆ ଗୁଡ଼ (୩୫%)
  • ନାଲି ମାଟି (୨୮%)
  • ଜଳ (୨୦%)
  • ତମାଖୁ (୧୦%)
  • ଚୁନ (୭%)

କୁପ୍ରଭାବ[ସମ୍ପାଦନା]

ଗୁଡ଼ାଖୁକୁ ଏକ ସୁବାସ ଦେବା ପାଇଁ, ଏଥିରେ ନିଶାକାରକ ରାସାୟନିକ କ୍ଲୋରୋଫର୍ମ ବ୍ୟବହାର କରାଯାଉଛି, ଯାହା ଶରୀର ପାଇଁ ବହୁତ କ୍ଷତିକାରକ ଅଟେ ।[୪]

ତିଆରି[ସମ୍ପାଦନା]

ତମାଖୁ, ପାଣିଆ ଗୁଡ଼, ଚୁନ, ନାଲି ମାଟି ଏବଂ ଜଳକୁ ଭଲ ଭାବରେ ଚକଟା ଯାଇ ଗୁଡ଼ାଖୁ ପ୍ରସ୍ତୁତ କରାଯାଏ |

ଆଧାର[ସମ୍ପାଦନା]

  1. http://www.ias.ac.in/jarch/currsci/69/00000099.pdf
  2. "Shree Katki Gurakhu Karyalaya". katkigudakhu.com. 2009. Archived from the original on 22 June 2012. Retrieved 3 June 2012. originated and used generally in Orissa
  3. "Genotoxicity of 'gudakhu', a tobacco preparation. ... [Mutat Res. 1992] - PubMed - NCBI". ncbi.nlm.nih.gov. 2012. Retrieved 3 June 2012. used widely in Orissa and neighbouring states
  4. "ଆର୍କାଇଭ୍ କପି". Archived from the original on 2020-02-23. Retrieved 2012-09-27. {{cite web}}: Cite has empty unknown parameter: |1= (help)