ଗୀତା ମହୋତ୍ସବ
| ଗୀତା ମହୋତ୍ସବ | |
|---|---|
| ତାରିଖ | 22 December 2023 11 December 2024 1 December 2025 |
| ସ୍ଥାନ | Kurukshetra Haryana, India |

ଗୀତା ମହୋତ୍ସବ (ସଂସ୍କୃତ: गीतामहोत्सव, ରୋମନାଇଜ୍ଡ: Gītāmahotsava), ଯାହା ଗୀତା ଜୟନ୍ତୀ, ମୋକ୍ଷଦା ଏକାଦଶୀ କିମ୍ବା ମତ୍ସ୍ୟ ଦ୍ୱାଦଶୀ ଭାବରେ ମଧ୍ୟ ପରିଚିତ, ଏକ ହିନ୍ଦୁ ପର୍ବ । ଏହି ହିନ୍ଦୁ ପର୍ବ ସେହି ଦିନକୁ ସ୍ମରଣ କରେ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କୁ ଭଗବଦ୍ ଗୀତାର ଉପଦେଶ ଦେଇଥିଲେ । ଏହି ଦିନ ହିନ୍ଦୁ ପଞ୍ଜିକାର ମାର୍ଗଶୀର ମାସର ଶୁକ୍ଲପକ୍ଷ ଏକାଦଶୀ ଦିନ (ଡିସେମ୍ବର–ଜାନୁଆରୀ ମଧ୍ୟରେ) ପାଳନ କରାଯାଏ ।[୧]
ଭଗବତ ଗୀତାର ସଂଦର୍ଭ
[ସମ୍ପାଦନା]ଭଗବଦ୍ ଗୀତା ହେଉଛି ଏକ ପ୍ରମୁଖ ହିନ୍ଦୁ ଶାସ୍ତ୍ର, ଯାହା ମହାଭାରତ ମହାକାବ୍ୟର ଏକ ଅଂଶ । ଏହାରେ ୧୮ ଅଧ୍ୟାୟ ଓ ୭୦୦ ଶ୍ଲୋକ ରହିଛି । ଗୀତା ହେଉଛି ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଏକ ଦାର୍ଶନିକ ସମ୍ବାଦ। ଏହି ଗ୍ରନ୍ଥ ଉପନିଷଦ୍ମାନଙ୍କୁ ଆଧାର କରି ଜ୍ଞାନ (ଜ୍ଞାନ ଯୋଗ), କର୍ମ (କର୍ମ ଯୋଗ) ଓ ଭକ୍ତି (ଭକ୍ତି ଯୋଗ) ଆଦି ପଥ ମାଧ୍ୟମରେ ମୋକ୍ଷ (ଆତ୍ମ ମୁକ୍ତି) ପ୍ରାପ୍ତିର ଉପାୟ ବିଷୟରେ ଆଲୋଚନା କରେ । ଗୀତାର କୃଷ୍ଣ-ଅର୍ଜୁନ ସମ୍ବାଦ କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ ପୂର୍ବରୁ ଘଟିଥିଲା । ଯେତେବେଳେ ସମସ୍ତ ଆପୋଷ ମିଳାମିଶା ଚେଷ୍ଟା ବିଫଳ ହେଲା, ଯୁଦ୍ଧ ଅନିବାର୍ଯ୍ୟ ହେଲା ।ଅର୍ଜୁନ ଯୁଦ୍ଧକ୍ଷେତ୍ରରେ ନିଜ ସ୍ୱଜନ, ଗୁରୁ ଓ ମିତ୍ରମାନଙ୍କୁ ବିପକ୍ଷରେ ଦେଖି ନୀତିଗତ ଦ୍ୱନ୍ଦ୍ୱରେ ପଡ଼ିଥିଲେ ।ସେ କୃଷ୍ଣଙ୍କୁ ନିଜ ଶଂକା ସମାଧାନ ପାଇଁ ପଚାରିଲେ ।ତାହା ପରେ ଯାହା ସମ୍ବାଦ ହେଲା, ସେହି ଶିକ୍ଷା ଓ ଉପଦେଶକୁ ଆଜି ଭଗବଦ୍ ଗୀତା ଭାବେ ଜଣାଯାଏ । ଅତଏବ ଏହି ଦିନର ମହତ୍ତ୍ଵ ପାଳନ ହେଉଛି ଏହି ହିନ୍ଦୁ ପର୍ବର ମୁଖ୍ୟ ଉଦ୍ଦେଶ୍ୟ ।
ପାଳନ
[ସମ୍ପାଦନା]ଆନ୍ତର୍ଜାତୀୟ ଗୀତା ମହୋତ୍ସବ
[ସମ୍ପାଦନା]ପ୍ରତିବର୍ଷ କୁରୁକ୍ଷେତ୍ର ସହରର ବ୍ରହ୍ମ ସରୋବର ପାଖରେ ୩୦୦ରୁ ଅଧିକ ଦେଶୀ ଓ ବିଦେଶୀ ଷ୍ଟଲ ଲଗାଯାଏ । ଏହି ଉତ୍ସବ ଅବସରରେ ଭକ୍ତମାନେ ୪୮ କୋଶ ପରିକ୍ରମା କରନ୍ତି, ଯାହା କୁରୁକ୍ଷେତ୍ରର ପବିତ୍ର ଯାତ୍ରା ।
୨୦୧୬
[ସମ୍ପାଦନା]ହରିୟାଣା ସରକାର ୬–୧୦ ଡିସେମ୍ବର ୨୦୧୬ ମଧ୍ୟରେ ଆନ୍ତର୍ଜାତୀୟ ଗୀତା ମହୋତ୍ସବ ଆୟୋଜନ କରିଥିଲେ । ତାହାର ଉଦ୍ଘାଟନ ଭାରତର ତତକାଳୀନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀଙ୍କ ଦ୍ୱାରା ହେବାକୁ ଥିଲା, କିନ୍ତୁ ପରେ ହରିୟାଣାର ରାଜ୍ୟପାଳ କପ୍ତାନ ସିଂହ ସୋଲଙ୍କି ଓ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଉଦ୍ଘାଟନ କରିଥିଲେ ।
୨୦୧୭
[ସମ୍ପାଦନା]୨୫ ନଭେମ୍ବର ରୁ ୩ ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ଗୀତା ମହୋତ୍ସବ ଆୟୋଜିତ ହୋଇଥିଲା। ଏହାର ଉଦ୍ଘାଟନ ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କରିଥିଲେ ।
୨୦୧୯
[ସମ୍ପାଦନା]୨୩ ନଭେମ୍ବର ୨୦୧୯ ରେ ହରିୟାଣାର ମୁଖ୍ୟ ସଚିବ କେଶନୀ ଆନନ୍ଦ ଅରୋରା ବ୍ରହ୍ମ ସରୋବର କୂଳରେ ଗୀତା ମହୋତ୍ସବର ଉଦ୍ଘାଟନ କଲେ ।
୨୦୨୦
[ସମ୍ପାଦନା]୧୭–୨୫ ଡିସେମ୍ବର ୨୦୨୦ ମଧ୍ୟରେ ହରିୟାଣା ସରକାର ଆନ୍ତର୍ଜାତୀୟ ଗୀତା ମହୋତ୍ସବ ପାଳନ କଲା ।[୨]
୨୦୨୧
[ସମ୍ପାଦନା]୧୪ ଡିସେମ୍ବର ୨୦୨୧ ରେ ଗୀତା ଜୟନ୍ତୀ ବିଶେଷ ଆଡମ୍ବର ସହ ପାଳନ ହେଲା । ଏହି ଉତ୍ସବ ୨ ଡିସେମ୍ବର ରୁ ୧୯ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ କୁରୁକ୍ଷେତ୍ର ଡ଼େଭଲପମେଣ୍ଟ ବୋର୍ଡ, ହରିୟାଣା ପର୍ଯ୍ୟଟନ, ଜିଲ୍ଲା ପ୍ରଶାସନ ଓ ଉତ୍ତର ମଣ୍ଡଳ ସଂସ୍କୃତି କେନ୍ଦ୍ର, ପଟିଆଳାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା ।
୨୦୨୫
[ସମ୍ପାଦନା]ଜୁନ ୨୦୨୫ ରେ ଘୋଷଣା ହୋଇଥିଲା ଯେ ଭାରତ ଓ ଇଂଲଣ୍ଡ ଯୁକ୍ତ ଭାବେ ଆନ୍ତର୍ଜାତୀୟ ଗୀତା ମହୋତ୍ସବ ପାଳନ କରିବେ, ଯାହା ଏହି ଉତ୍ସବର ଆନ୍ତର୍ଜାତୀୟ ପ୍ରସାର ଓ ଆଧ୍ୟାତ୍ମିକ କୂଟନୀତିର ନୂତନ ଅଧ୍ୟାୟ ରୂପେ ଗଣ୍ୟ ହେବ।[୩]
ଆଧାର
[ସମ୍ପାଦନା]- ↑ Davis, Richard H. (2014-10-26). The Bhagavad Gita: A Biography (in ଇଂରାଜୀ). Princeton University Press. ISBN 978-0-691-13996-8.
- ↑ "Bhagavad Gita is major source of inspiration for youth: Khattar". The Indian Express (in ଇଂରାଜୀ). 2020-12-26. Retrieved 2025-11-03.
- ↑ "India and England to jointly celebrate Int'l Gita Jayanti this year: Haryana chief minister Nayab Singh Saini". The Times of India. 2025-06-16. ISSN 0971-8257. Retrieved 2025-11-03.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |