ଗିଲବର୍ଟ ହିଲ, ମୁମ୍ବାଇ
| ଗିଲବର୍ଟ ହିଲ | |
|---|---|
ଗିଲବର୍ଟ ହିଲ | |
| Elevation | ୬୦ m (୧୯୭ ft) |
| Location | |
| Location of Gilbert Hill in Mumbai | |
| Location | |
| Coordinates | 19°07′15″N 72°50′24.24″E / 19.12083°N 72.8400667°E |
| Geology | |
| Type | Volcanic |
| Age of rock | 66 myr |
| Volcanic arc/belt | Deccan Trap |
| Climbing | |
| Easiest route | East (steps) |
ଗିଲବର୍ଟ ହିଲ ଭାରତୀୟ ରାଜ୍ୟର ମହାରାଷ୍ଟ୍ର ରାଜ୍ୟର ରାଜଧାନୀ ତଥା ଭାରତର ବାଣିଜ୍ୟିକ ରାଜଧାନୀ କୁହାଯାଉଥିବା ସହର ମୁମ୍ବାଇର ଆନ୍ଧେରୀ ଅଞ୍ଚଳଠାରେ ଅବସ୍ଥିତ ଏକ ବିଶାଳ କାୟ ପ୍ରସ୍ତର ସ୍ତୂପ । ଏହାର ଉଚ୍ଛତା 200 ଫୁଟ ।ଏହା 66 ମିଲିୟନ ବର୍ଷ ପୂର୍ବେ ମୋଜଜାଇକ କାଳରେ ପୃଥିବୀର ତରଳ ଲାଭାର ଉଦ୍ଗିରଣଦ୍ୱାରା ସୃଷ୍ଟି ହେଇଥିଲା । ଏହି ଲାଭା ବର୍ତ୍ତମାନର ମହାରାଷ୍ଟ୍ର , ଗୁଜରାଟ ଓ ମଧ୍ୟପ୍ରଦେଶ ଆଦି ଅଞ୍ଚଳର 50,000 କିଲୋମିଟର ଅଞ୍ଚଳକୁ ବ୍ୟାପ୍ତ ହେଇଥିଲା । ଏହି ଅଞ୍ଚଳର ଜୀବ ଓ ଉଦ୍ଭିଦ ଜଗତକୁ ନଷ୍ଟ କିରିଦେଇଥିଲା .। [୧]

ବିଶେଷଙ୍ଗ୍ୟ ମାନଙ୍କ ମତରେ ଏହି ବିରଳ ଭୌଗୋଳିକ ପ୍ରକ୍ରିୟାଦ୍ୱାରା ରିଗ ଓ ସ୍ଥାମ୍ଭାକାର ପାହାଡ ସମୂହର ସୃଷ୍ଟି ହେଇଥିଲା । ଏହି ସ୍ତୂପଗୁଡ଼ିକ ସହ କଲିଫରଣିଆର ୱ୍ଯୋମିଙ୍ଗଠାରେ ଥିବା ଡେଭିଲ ଟାୱାର ଜାତୀୟ ପାର୍କ ର ସାଦୃଶ୍ୟ ଦେଖାଯାଏ । [୨]
1952 ମସିହାରେ କେନ୍ଦ୍ର ସରକାରଙ୍କଦ୍ୱାରା ଗିଲବର୍ଟ ହିଲକୁ ଜାତୀୟ ପାର୍କ ଭାବେ ଘୋଷଣା କରାଯାଇଥିଲା ।2007 ଆସିହାରେ ମୁମ୍ବାଇ ମୁନିସିପାଲ କର୍ପୋରେଷଣ ଦ୍ୱାରା 2 ୟ ଗ୍ରେଡର ପ୍ରତ୍ନତତ୍ତ୍ୱିକ ସମ୍ପଦ ହିସାବରେ ଘୋଷଣା କରାହେଇଥିଲା । ତତ୍ଦ୍ୱାରା ଏଠାରେ ପ୍ରସ୍ତର ଖନନ ଓ ଅନନ୍ୟ ନିର୍ମାଣ କାର୍ଯ୍ୟ ରୋକା ଯାଇପାରିଥିଲା । କିନ୍ତୁ ସମୁଦ୍ର ଲବଣାକ୍ତ ବାୟୁ ହେତୁ ଏହା କ୍ରମଶଃ ଅବକ୍ଷୟ ଘଟୁଛି । [୩]
ଏହାର ଉପର ଭାଗରେ ଗାଓଦେବୀ ଓ ଦୁର୍ଗାମାତା ହିନ୍ଦୁ ମନ୍ଦିର ଏକ ସାନ ଉଦ୍ୟାନ ସହ ରହିଛି ଓ ଉପରକୁ ଯିବାକୁ ଏକ ସୋପାନ ରହିଛି । ହିଲ ଉପରୁ ମୁମ୍ବାଇର ସହରତଳି ଅଞ୍ଚଳର ବ୍ୟାପୃତ ଦୃଶ୍ୟ ଦେଖାଯାଇ
ଗିଲବର୍ଟ ହିଲକୁ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ କରିବା ପାଇଁ ମହାରାଷ୍ଟ୍ର ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଉଦ୍ୟମ ଚାଲିଛି । [୪]
ପୁନଶ୍ଚ ଦେଖଣା
[ସମ୍ପାଦନା]- Devils Postpile National Monument
- Deccan Trap
ଆଧାର
[ସମ୍ପାଦନା]- ↑ Times of India (Bombay) article dated 16 December 2004.
- ↑ Thomas, Shibu (2007-09-10). "Gilbert Hill to be Heritage Structure". Times of India, Mumbai. Bennett, Coleman & Co. Ltd. Archived from the original on 2012-10-20. Retrieved 2008-05-02.
{{cite news}}: More than one of|accessdate=and|access-date=specified (help) - ↑ Singh, Vijay (2006-07-06). "Gilbert Hill is on shaky ground". The Times Of India. Archived from the original on 2012-10-20. Retrieved 2006-07-06.
{{cite news}}: More than one of|accessdate=and|access-date=specified (help) - ↑ Times of India - Efforts on to get Gilbert Hill on tourist map