ଗିରୀଶବାଳା ମହାନ୍ତି
ଗିରୀଶବାଳା ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଢେଙ୍କାନାଳ | ୪ ମାର୍ଚ୍ଚ ୧୯୩୭
ବୃତ୍ତି | ଲେଖିକା, ମନୋବିଜ୍ଞାନୀ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ସ୍ୱୟଂସିଦ୍ଧାର ଆତ୍ମକାହାଣୀ (ଆତ୍ମଜୀବନୀ) |
ଜୀବନସାଥୀ | ଉପେନ୍ଦ୍ର ନାରାୟଣ ମହାନ୍ତି |
ସନ୍ତାନ | ଅତନୁ ମହାନ୍ତି, ଅରୋନ ମହାନ୍ତି |
ପିତାମାତା | ଦୁର୍ଗା ଚରଣ ପଟ୍ଟନାୟକ (ପିତା), ପ୍ରେମମଞ୍ଜରୀ ଦେବୀ (ମାତା) |
ଗିରୀଶବାଳା ମହାନ୍ତି (ଜନ୍ମ: ୪ ମାର୍ଚ୍ଚ ୧୯୩୭) ଜଣେ ଭାରତୀୟ ଓଡ଼ିଆ ପ୍ରାବନ୍ଧିକା, ମନୋବିଜ୍ଞାନୀ ଓ ବଜ୍ଞାନ ଲେଖିକା ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଗିରୀଶବାଳା ୧୯୩୭ରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ୧୯୫୬ରେ ମନୋବିଜ୍ଞାନରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ, ୧୯୫୮ରେ ପାଟନା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ୧୯୭୩ରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍ ଡି କରିଥିଲେ । ୧୯୫୯ରେ ଅଧ୍ୟାପନାରେ ଯୋଗଦେଇ ସେ ରେଭେନସା, ଏମ୍ ସି କଲେଜ, ଶୈଳବାଳା କଲେଜ, ଜି ଏମ୍ କଲେଜ ଆଦିରେ ଦୀର୍ଘ ୨୭ ବର୍ଷ ଅଧ୍ୟାପନା କରିବା ସଙ୍ଗେସଙ୍ଗେ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ମଧ୍ୟ ଯୋଗ ଦେଇଥିଲେ । ବିଭିନ୍ନ ସମୟରେ ସେ ଓଡ଼ିଶା ଟେକ୍ସଟ ବୁକ୍ସ ବ୍ୟୁରୋ ଡାଇରେକ୍ଟର (୧୯୮୬-୮୮), ଉଚ୍ଚଶିକ୍ଷା ବିଭାଗର ଚେୟାରମ୍ୟାନ ଓ ନିର୍ଦ୍ଦେଶକ (୧୯୮୮-୯୦), ଏଲିମେଣ୍ଟାରୀ ଏଜୁକେସନର ନିର୍ଦ୍ଦେଶକ (୧୯୯୦-୯୨), ଓଡ଼ଶା ଷ୍ଟାଫ୍ ସିଲେକ୍ସନ କମିସନର ସଭ୍ୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୯୯ରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିଲେ । ଏତଦ୍ ବ୍ୟତୀତ ଓଡ଼ିଶା ମନୋବିଜ୍ଞାନ ସଂଘର ସଭାନେତ୍ରୀ, ଭାରତୀୟ ବଜ୍ଞାନ ସଂଘର ସଭ୍ୟ ଭାବେ କାର୍ଯ୍ୟ କରିଥିଲେ । ମନୋବିଜ୍ଞାନ ସମ୍ବନ୍ଧୀୟ ବହୁ ପ୍ରବନ୍ଧ ଓଡ଼ିଶା ତଥା ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ ।[୧][୨][୩]
ରଚନାବଳୀ
[ସମ୍ପାଦନା]- ଶିଶୁର ବ୍ୟକ୍ତିତ୍ତ୍ୱର ବିକାଶ (୧୯୯୯)
- କର୍ମଜୀବୀ ମହିଳାଙ୍କ ସମସ୍ୟା ଓ ସମାଧାନ (୨୦୦୦)
- କେମିତି ସାମନା କରିବା : ସାକ୍ଷାତକାର ଓ ଚୟନ (୨୦୦୦)
- ସ୍ୱୟଂସିଦ୍ଧାର ଆତ୍ମକାହାଣୀ (୨୦୨୪, ଆତ୍ମଜୀବନୀ)[୪][୫]
- ବିକାଶ ମନୋବିଜ୍ଞାନ
- ଔଦ୍ୟୋଗିକ ମନୋବିଜ୍ଞାନ
- ଶିଶୁ ମନୋବିଜ୍ଞାନ
- ବିକାଶ ପଥେ ଶିଶୁ
- ସାଧାରଣ ମନୋବିଜ୍ଞାନ
- ଶିଶୁ ମନସ୍ତତ୍ତ୍ୱ
- ବୟସ୍କ ବ୍ୟକ୍ତିଙ୍କ ସମସ୍ୟା ଓ ସମାଧାନ
ଇଂରାଜୀ
[ସମ୍ପାଦନା]- Textbook of ISC Psychology Class 11 & 12
- Industrial Psychology and Organisation Behaviour
- Social Psychology
- Textbook of Psychology
- Basic Development Processes Theory & Practice
- Processes of Human Empowerment Theory & Practical
- Foundations of Educational Psychology Theory & Practical
- Foundations of Social Psychology
- A Textbook of Educational Psychology UG & PG
- Counselling Psychology
- Contemporary Applied Psychology Odisha
- Positive Psychology - Road to Happiness & Wellbeing Theory & Practicals
- Foundations of General Psychology
- Psychopathology Theory & Practical
ଆଧାର
[ସମ୍ପାଦନା]- ↑ "ବହି". 10 November 2024. Retrieved 22 November 2024.
- ↑ https://prabook.com/web/girishbala.mohanty/396062
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୩୦୫-୦୬. ISBN 81-903352-1-9.
- ↑ https://www.prameyaepaper.com/preview/229764/1205416/BHUBANESWAR/20241117/9
- ↑ https://sambadepaper.com/imageview_44148_866170_4_71_10-11-2024_9_i_1_sf.html