ଗିରିଶଭାଇ ପଟେଲ
ଗିରିଶଭାଇ ପଟେଲ | |
|---|---|
| ଜନ୍ମ | Girish Chhotalal Patel 5 December 1932 |
| ମୃତ୍ୟୁ | ୬ ଅକ୍ଟୋବର ୨୦୧୮ (ବୟସ ୮୫) |
| ଜାତୀୟତା | ଭାରତୀୟ |
| ଶିକ୍ଷା | L.L.M. |
| ଶିକ୍ଷାନୁଷ୍ଠାନ | Harvard University |
| ବୃତ୍ତି | Advocate |
| Lok Adhikar Sangh | |
| ବୈବାହିକ-ସାଥୀ | କୁସୁମବେନ୍ ପଟେଲ |
| ପୁରସ୍କାର | Bhagirath Human Rights Award |
ଗିରିଶଭାଇ ପଟେଲ (୫ ଡିସେମ୍ବର ୧୯୩୨ – ୬ ଅକ୍ଟୋବର ୨୦୧୮) ଜଣେ ଭାରତୀୟ ମାନବାଧିକାର ଆଇନଜୀବୀ, ଶିକ୍ଷାବିଦ୍ ଏବଂ ସଂବିଧାନିକ ବିଶେଷଜ୍ଞ ଥିଲେ।[୧]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ପଟେଲ ଏକ ମୁନିସିପାଲ୍ ସ୍କୁଲରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ପରେ ୧୯୫୬ ମସିହାରେ ସେ ଏଲ୍.ଏଲ୍.ବି. ସମାପ୍ତ କରିଥିଲେ ଏବଂ ତାପରେ ଯୁକ୍ତରାଷ୍ଟ୍ର ଆମେରିକାର ହାର୍ଭାର୍ଡ ଲ ସ୍କୁଲରୁ ଏଲ୍.ଏଲ୍.ଏମ୍. ଡିଗ୍ରୀ ଲାଭ କରିଥିଲେ।[୨]
କାର୍ଯ୍ୟଜୀବନ
[ସମ୍ପାଦନା]ପଟେଲ ଆନ୍ତର୍ଜାତୀୟ ନ୍ୟାୟାଳୟ (International Court of Justice)ରେ ଆଇନ ଅଭ୍ୟାସ କରିଥିଲେ । ପରେ ଭାରତକୁ ଫେରି ଆସି ଅହମଦାବାଦର ମଣେକଲାଲ୍ ନାନାବଟି ଲ କଲେଜର ପ୍ରଧାନ ଭାବେ କାର୍ଯ୍ୟ କରିଥିଲେ। ସେ ଗୁଜରାଟ ବିଶ୍ୱବିଦ୍ୟାଳୟ ସେନେଟର ସଦସ୍ୟ ଏବଂ ଗୁଜରାଟ ରାଜ୍ୟ ଆଇନ ଆୟୋଗର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ପଟେଲ ‘ଲୋକ ଅଧିକାର ସଂଘ’ ପ୍ରତିଷ୍ଠା କରିଥିଲେ ଏବଂ ଏହାର ପତାକା ତଳେ ସେ ଦଳିତ, ଆଦିବାସୀ, ଅଲ୍ପସଂଖ୍ୟକ, ନାରୀ, ଶିଶୁ ଶ୍ରମିକ, ବନ୍ଧକ ଶ୍ରମିକ ଏବଂ କୃଷି ଶ୍ରମିକମାନଙ୍କ ପକ୍ଷରେ ଅନେକ ମାମଲା ଲଢ଼ିଥିଲେ ।[୩] ୧୯୭୫ ମସିହାରୁ ସେ ୪୦ ବର୍ଷରୁ ଅଧିକ ସମୟ ଧରି ଗୁଜରାଟ ଉଚ୍ଚ ନ୍ୟାୟାଳୟରେ ଆଇନ ଅଭ୍ୟାସ କରିଥିଲେ । ତାଙ୍କ ଅଧିକାଂଶ ମହକିଲଙ୍କୁ ସେ ନିଶୁଳ୍କ ଆଇନ ସେବା (ପ୍ରୋ ବୋନୋ) ପ୍ରଦାନ କରୁଥିଲେ ।[୧]
ପଟେଲ ୨୦୦ ରୁ ଅଧିକ ସାର୍ବଜନିକ ହିତ ମାମଲା (Public Interest Litigations – PIL) ଦାଖଲ କରିଥିଲେ।[୧] ସେ ନ୍ୟାୟତତ୍ତ୍ୱ ଏବଂ ଆଇନର ଦାର୍ଶନିକତାରେ ବିଶେଷ ଦକ୍ଷ ଥିଲେ। ତାଙ୍କ ଶିଷ୍ୟମାନେ ତାଙ୍କ ଚିନ୍ତାଧାରାକୁ “ଗିରିଶପ୍ରୁଡେନ୍ସ” ବୋଲି ଅଭିହିତ କରିଥିଲେ।[୩] ପଟେଲ ଏମ୍.ସି. ଭଟ୍ଟଙ୍କ ସହିତ ମିଶି ନର୍ମଦା ବଚାଓ ଆନ୍ଦୋଳନକୁ ଆଇନଗତ ସହାୟତା ପ୍ରଦାନ କରିଥିଲେ ଏବଂ ମେଧା ପାଟକରଙ୍କ ସହିତ ନିକଟତର ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ ।
୨୦୦୨ ମସିହାରେ ପଟେଲଙ୍କୁ ‘ଭାଗୀରଥ ମାନବାଧିକାର ପୁରସ୍କାର’ ପ୍ରଦାନ କରାଯାଇଥିଲା।[୪]
ମୃତ୍ୟୁ ଓ ଐତିହ୍ୟ
[ସମ୍ପାଦନା]୨୦୧୮ ମସିହାରେ ବୟସ ଜନିତ ଜଟିଳତା ହେତୁ ଅହମଦାବାଦରେ ନିଜ ଘରେ ଗିରିଶ ପଟେଲଙ୍କ ଦେହାନ୍ତ ହୋଇଥିଲା। ନିଜ ଇଚ୍ଛାଅନୁସାରେ ସେ ଦେହଦାନ କରିଥିଲେ। ତାଙ୍କ ଦେହାନ୍ତରେ ସିଭିଲ୍ ସୋସାଇଟି ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଥିଲା।[୫] ତାଙ୍କ ସ୍ମୃତିର ସମ୍ମାନରେ ‘ଗିରିଶ ପଟେଲ ସ୍ମରଣାଞ୍ଜଳି ବକ୍ତୃତା ମାଳା’ ଆରମ୍ଭ କରାଯାଇଛି । ଦଳିତ ନେତା ଏବଂ ଗୁଜରାଟ ବିଧାନସଭା ସଦସ୍ୟ ଜିଗ୍ନେଶ ମେଭାନୀ, ଗିରିଶଭାଇ ପଟେଲଙ୍କ ମେଣ୍ଟରସିପ୍ ଅଧୀନରେ କାମ କରିଥିଲେ।[୬]
ଆଧାର
[ସମ୍ପାଦନା]- 1 2 3 "Girish Patel, prominent human rights lawyer from Gujarat, dies at 85". The Indian Express (in ଇଂରାଜୀ). 2018-10-06. Retrieved 2026-01-09.
- ↑ "Tribute to Girish Patel, a Lawyer-Activist Who Helped Keep Society Humane". The Wire (in ଇଂରାଜୀ). Retrieved 2026-01-09.
- 1 2 "Jignesh Mevani's Tribute to Girish Patel, Custodian of Human Rights and Dignity". The Wire (in ଇଂରାଜୀ). Retrieved 2026-01-09.
- ↑ "Human rights activist Girish Patel awarded". The Times of India. 2002-08-28. ISSN 0971-8257. Retrieved 2026-01-09.
- ↑ PTI (2022-10-03). "India rarely saw accountability of State in targeted violence: Teesta Setalvad". The Hindu (in Indian English). ISSN 0971-751X. Retrieved 2026-01-09.
- ↑ "From Dalit activist to Gujarat MLA: Tracking Jignesh Mevani's journey". Hindustan Times (in ଇଂରାଜୀ). 2018-01-20. Retrieved 2026-01-09.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |