ଗଲତେଶ୍ଵର ମହାଦେବ ମନ୍ଦିର
ଗଲତେଶ୍ୱର ମହାଦେବ ମନ୍ଦିର | |
---|---|
![]() General view of the temple from northeast corner | |
Religion | |
ସମ୍ବନ୍ଧତା | Hinduism |
ଦେବତା | ଶିବ |
Location | |
ଅବସ୍ଥିତି | Sarnal village near Dakor, Kheda district, Gujarat |
ଭୌଗଳିକ ଦିଗବାରେଣି | 22°47′06″N 73°16′39″E / 22.7850416°N 73.2774858°ECoordinates: 22°47′06″N 73°16′39″E / 22.7850416°N 73.2774858°E |
Architecture | |
ପ୍ରକାର | Chaulukya with Malwa influence |
ନିର୍ମାଣ ସମ୍ପୂର୍ଣ୍ଣ | ୧୨ ଶ ଶତାବ୍ଦୀ ଚାଲୁକ୍ୟ (Chaulukya) ସମୟ |
ମନ୍ଦିର ସଂଖ୍ୟା | 1 |
ଗଲତେଶ୍ୱର ଏକ ହିନ୍ଦୁ ମନ୍ଦିର ଯାହା ଭାରତର ଗୁଜରାଟ ପ୍ରଦେଶରେ ଥିବା ଖେଡ଼ା ଜିଲ୍ଲାର ଦକୋର ପାଖରେ ଥିବା ସରନାଲ ଗ୍ରାମରେ ଅବସ୍ଥିତ ଏକ ଶିବ ମନ୍ଦିର । ଦ୍ୱାଦଶ ଶତାବ୍ଦୀର ଏହି ମନ୍ଦିର କେନ୍ଦ୍ରୀୟ ଭାରତର ଏକ ଅପୂର୍ବ ମାଲୱା (Malwa) ଶୈଳୀର ଭୂମିଜରେ(bhumija) ନିର୍ମିତ ହୋଇଛି ଯେଉଁଥିରେ ପରମର (Paramara) ବା ଚାଲୁକ୍ୟ (Chaulukya architecture) ସ୍ଥାପତ୍ୟର ଚିହ୍ନ ନାହିଁ । ଏହି ମନ୍ଦିରରେ ଏକ ଚାରି କୋଣିଆ ଗର୍ଭଗୃହ ( garbhagriha) ଓ ଆଠ କୋଣିଆ ନୃତ୍ୟ ହଲ ମଣ୍ଡପ ଅଛି ।
ସ୍ଥାନ[ସମ୍ପାଦନା]
ଗଲତା ବା ଗଲାତି ନଦୀ ଦ୍ୱୟର ମିଳନ ସଂଗମ ସ୍ଥଳରେ ତିଆରି ହୋଇଛି ।[୧] ଏହି ଗଲତା ନଦୀର ନାମରୁ ମନ୍ଦିର ନାମକରଣ ଗଲତେଶ୍ୱର ହୋଇଛି ।[୨]
ଇତିହାସ[ସମ୍ପାଦନା]
ଏହି ମନ୍ଦିରର ପୁରାଣ ବର୍ଣ୍ଣିତ ଋଷି ଗଲଭ ଓ ହିନ୍ଦୁ ପୁରାନର ଭକ୍ତ ଚନ୍ଦ୍ରହାସ ସହିତ ସମ୍ପର୍କ ରହିଛି ।[୩][୪] ଏଥିରେ ଥିବା ନୃତ୍ୟ ଗୃହର ଆକାର ଓ ଅଳଙ୍କରଣ ସହିତ ଚାଲୁକ୍ୟ ରାଜ ବଂଶର (Chalukya architecture) ସ୍ଥାପତ୍ୟର ସାମଞ୍ଜସ୍ୟ ଥିବା କଥା ହସମୁଖ ଧୀରାଜଲାଲ ଶଙ୍ଖାଳିଆ ଚିହ୍ନଟ କରିଛନ୍ତି ।[୫]
ମଧୁସୂଦନ ଧାକି (Madhusudan Dhaky) ଏହାର ଭୁଲ ଥିବା କଥା ଲେଖିଛନ୍ତି । ତାଙ୍କ ମତରେ ଯିଏ ଏ କଥା ଲେଖିଛନ୍ତି ତାଙ୍କର ଭୂମିଜ ଓ ମାଲୱା ବିଷୟର ପ୍ରଥମ ଧାଡ଼ିର ଖବର ନାହିଁ ଓ ଶିଖର ଓ ସାଜ ସଜ୍ଜାରେ ଗୁଜରାଟୀ ସ୍ଥାପତ୍ୟର ପ୍ରଭାବ ବିଷୟରେ ଅବଗତ ଅଛନ୍ତି । ମନ୍ଦିରଟି ଦ୍ୱାଦଶ ଶତାବ୍ଦୀରେ ନିଶ୍ଚୟ ନିର୍ମିତ ହୋଇଥିବ । ଦ୍ୱାଦଶ ଶତାବ୍ଦୀର ଚାଲୁକ୍ୟ ରାଜା କୁମାରପାଲ ସମୟରେ ନିର୍ମିତ ସୋମନାଥର କୁମାରପାଳ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିର ସହିତ ଏହାର ତିଆରି, ସାଜସଜ୍ଜା ଓ ସ୍ଥାପତ୍ୟର ସାମଞ୍ଜସ୍ୟ ଅଛି ।[୬] ଏହି ମନ୍ଦିରକୁ ଜାତୀୟ ମହତ୍ୱପୂର୍ଣ୍ଣ ସ୍ମାରକ ଭାବରେ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ (Archaeological Survey of India) (ASI) [୪] ମାନ୍ୟତା ଦେଇଛନ୍ତି ।
୧୯୦୮ ମସିହାରେ ଏହାର ଶିଖର ଓ ମଣ୍ଡପ ଭାଂଗିଯାଇଥିଲା ।[୫] ସେପ୍ଟେମ୍ବର ୨୦୨୧ ମସିହାରେ ଏଏସଆଇ ଏହାର ପୁନର୍ନିମାଣ କରିଥିଲେ ।[୭]
ସ୍ଥାପତ୍ୟ[ସମ୍ପାଦନା]
ଗଲଟେଶ୍ୱର ମନ୍ଦିର ଗୁଜରାଟର ଏକ ବିରଳ ଶୈଳୀର ମନ୍ଦିର । ମାଲୱା ରାଜତ୍ୱ କାଳରେ ଭୂମିଜ ଏକ ଲୋକପ୍ରିୟ ଶୈଳୀ ଥିଲା । ଏହି ମନ୍ଦିରରେ ପରମାର ପ୍ରଭାବ ଆଦୌ ନାହିଁ । ଏଥିରେ ଥିବା ଗର୍ଭଗୃହ ଓ ମଣ୍ଡପ ଏକ ନିରନ୍ଧର ପ୍ରକାରର ମନ୍ଦିର ।[୫][୬]
ଗର୍ଭଗୃହ[ସମ୍ପାଦନା]
ମଣ୍ଡପରେ ନିମନଦେଶର ଗର୍ଭଗୃହ ଅଛି । ଏହା ଭିତରେ ଦେଖିଲେ ଚାରିକୋଣିଆ ଓ ବାହାରୁ ଦେଖିଲେ ଗୋଲାକାର ଯାହାର ବ୍ୟାସ ୨୫ ଫୁଟ ଅଛି । ଏହା ମଧ୍ୟରେ କୋଟର ଓ ପ୍ରକ୍ଷେପ ଅଛି । ସାତୋଟି କୋଟରରେ ଦିଗପାଳ - ଠାକୁରଙ୍କର ଅଭିଭାବକ ଅଛନ୍ତି । ସାମନା କାନ୍ଥରେ ଶିବଙ୍କର ବିଗ୍ରହ ଖୋଦିତ ହୋଇଥିଲା ଯାହା ଅଧୁନା ନଷ୍ଟ ହୋଇଯାଇଛି । ପ୍ରବେଶ ପଥଟି ମାଉଣ୍ଟ ଆବୁ ଭଳି ରୂପସ୍ତମ୍ଭରେ ଅଳଙ୍କୃତ ହୋଇଛି ।[୫][୬] ଏହି ଚିତ୍ରରେ ଗନ୍ଧର୍ବ, ସାଧୁ, ଘୋଟକ ଓ ହାତୀ ଚଢାଳୀ, ରଥ, ପାଲିଙ୍କି ଓ ଜନ୍ମରୁ ମୃତ୍ଯୁ ପର୍ଯ୍ୟନ୍ତ ଦୈନନ୍ଦିନ ଜୀବନର ଚିତ୍ର ଅଙ୍କିତ ହୋଇଛି ।[୩]
ମଣ୍ଡପ[ସମ୍ପାଦନା]
ଆଠ କାନ୍ଥ ବିଶିଷ୍ଟ ମଣ୍ଡପର ଗୁଜରାଟର ଚାଲୁକ୍ୟ ମନ୍ଦିର ସହ ମୋଧେରା ସୂର୍ଯ୍ୟ ମନ୍ଦିର,ସୋମନାଥ ମନ୍ଦିର ଓ ସେଜକପୁର ମନ୍ଦିରମାନଙ୍କର ଅନେକ ସାମଞ୍ଜସ୍ୟ ଅଛି । ସାଧାରଣ ଦୁଇ ଭୁଜ ବଦଳରେ ମଣ୍ଡପର ତିନି ଭୁଜ ଅଛି । [୫][୬] ଭିତର ପାଖରେ ଏହାର ୮ଟି ଓ ବାହାର ପାଖରେ ୧୬ଟି ଛୋଟ ସ୍ତମ୍ଭ ଅଛି ଯାହା ମଣ୍ଡପର ଛାତକୁ ଧରି ରଖିଛି ।
ଗ୍ୟାଲେରି[ସମ୍ପାଦନା]
ସଂସ୍କୃତି[ସମ୍ପାଦନା]
ଜନ୍ମାଷ୍ଟମୀ ଓ ଶରତ ପୂର୍ଣ୍ଣମୀ ଦିନ ଦ୍ୱୟରେ ପ୍ରତି ବର୍ଷ ମେଳା ହୁଏ । ମହାଶିବରାତ୍ରୀ ଦିନ ବହୁ ସଂଖ୍ୟକ ଭକ୍ତ ଏଠାରେ ସମବେତ ହୁଅନ୍ତି ।[୮]
ଆଧାର[ସମ୍ପାଦନା]
- ↑ Bharat Sevashram Sangha, Hyderabad Branch (1977). Hindu Regeneration. p. 313.
- ↑ India. Superintendent of Census Operations, Gujarat (1964). District Census Handbook. Director, Government Print. and Stationery, Gujarat State. p. 50.
- ↑ ୩.୦ ୩.୧ "Galteshwar, Shiva Temple, Dakor". www.gujarattourism.com (in ଇଂରାଜୀ). Retrieved 2018-01-31.
- ↑ ୪.୦ ୪.୧ Gujarat (1977). Gujarat State Gazetteers: Kheda District. Directorate of Government Print., Stationery and Publications, Gujarat State. p. 825.
- ↑ ୫.୦ ୫.୧ ୫.୨ ୫.୩ ୫.୪ Sankalia, Hasmukh (1941). "III. Architecture. Section III. Medieval Period.". The Archaeology of Gujarat: Including Kathiawar. Vol. Part II. Natwarlal & Company. pp. 113–115. Archived from the original on 2015.
- ↑ ୬.୦ ୬.୧ ୬.୨ ୬.୩ Dhaky, Madhusudan A. (1961). Deva, Krishna (ed.). "The Chronology of the Solanki Temples of Gujarat". Journal of the Madhya Pradesh Itihas Parishad. Bhopal: Madhya Pradesh Itihas Parishad. 3: 61–62, 79–80.
- ↑ "Ancient Galteshwar Mahadev Mandir gets Shikhar through Central govt arm ASI efforts". DeshGujarat (in ଆମେରିକୀୟ ଇଂରାଜୀ). 2021-09-07. Retrieved 2021-09-12.
- ↑ Census of India, 1991: Kheda. Government Photo Litho Press. 1992. p. 30.