ଗନ୍ଧଣ ମେକାପ

ଉଇକିପିଡ଼ିଆ‌ରୁ

ଗନ୍ଧଣ ମେକାପ (ନିକାପ ବା ପିକାପ ନାମରେ ମଧ୍ୟ ଜଣା) ଜଗନ୍ନାଥ ମନ୍ଦିରରେ ମସଲା ତିଆରି ତଥା ଅନ୍ୟ କେତେକ ସେବାକାମ କରୁଥୁବା ଶାଢ଼ୀବନ୍ଧା କରଣ ସେବକ । ଅଦା, ହେଙ୍ଗୁ, ଗୋଲମରିଚ, ଘିଅ, ଜିରା ଆଦି ସୁଗନ୍ଧ ମସଲାଦ୍ରବ୍ୟ ଗନ୍ଧଣ ନାମରେ ଜଣା । ପ୍ରତି ଧୂପ ପାଇଁ ଗନ୍ଧଣ ନିକାପ ଗନ୍ଧଣ ଥାଳି ପ୍ରସ୍ତୁତ କରନ୍ତି । ଚନ୍ଦନ ୪୨ ଦିନରେ ଷୋଳଟିଆ ପଣା, ଆଲଟ ଲାଗି ପାଇଁ ପଣା ଏହାଙ୍କ ସରଘରେ ପ୍ରସ୍ତୁତ ହୁଏ । ଗନ୍ଧଣ ନିକାପ ବାଳଧୂପ, କାଳୀୟଦଳନ ଏକାଦଶୀରେ ବଣଭୋଜି ସର ଜଗିବା, ଜଳକ୍ରୀଡ଼ାରେ ପଣା ଭୋଗ ଓ ଗ୍ରହଣରେ ଖଇକୋରା ଭୋଗ ଜଗିବା, ମକରରେ ଗଡ଼ିଆ ଓ ମହାଭୋଇ ଦେଉଥିବା ଜିନିଷ ଜଗିବା, ଅଣସର ପଣା ପାଇଁ ସାଚି ଯୋଗାଇବା, ପହିଲି ଭୋଗ ମାସରେ ଦୈନିକ ମସଲା, ଅଦା ଛେଚା, ଖଦିନଡ଼ିଆ ଆଦି ରୋଷଘରେ ଯୋଗାଇବା, ଗୁଣ୍ଡିଚା, ମକର, ସାତପୁରିରେ ଘିଅ ବାଣ୍ଟିବା ଆଦି କାର୍ଯ୍ୟ କରନ୍ତି । ମେକାପ ଦୁଇ ପ୍ରକାରର । ପ୍ରଥମଟି ଭିତରେ ଗନ୍ଧଣ ମେକାପ ଓ ବାହାର ମେକାପ ଓ ଅନ୍ୟଟି ଭିତର ମେକାପ ।[୧]

ଆଧାର[ସମ୍ପାଦନା]

  1. "ଯବ ମାପରେ ଗଢ଼ା ହୁଅନ୍ତି ଠାକୁର" (PDF). ପ୍ରମେୟ (ପୃଷ୍ଠା-୨). ୨୯ ମେ ୨୦୧୫. Retrieved 12 September 2015. {{cite news}}: Check date values in: |date= (help)[permanent dead link]

ଅଧିକ ପଠନ[ସମ୍ପାଦନା]