Jump to content

ଗଣେଶ୍ୱର ମିଶ୍ର

ଉଇକିପିଡ଼ିଆ‌ରୁ
(ଗଣେଶ୍ଵର ମିଶ୍ରରୁ ଲେଉଟି ଆସିଛି)
ଗଣେଶ୍ୱର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ(1942-10-28)୨୮ ଅକ୍ଟୋବର ୧୯୪୨
ପୁରୁଷୋତ୍ତମପୁର, ପୁରୀ ଜିଲ୍ଲା
ମୃତ୍ୟୁ୧୦ ଅଗଷ୍ଟ ୨୦୧୫(2015-08-10) (ବୟସ ୭୨)
ବୃତ୍ତିପ୍ରାଧ୍ୟାପକ
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାଡକ୍ଟରେଟ, (ଇଂରାଜୀ ଭାଷା)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀସୁରଙ୍ଗିଣୀ ମିଶ୍ର
ସନ୍ତାନସୁବ୍ରତ, ସୁନନ୍ଦ, ସନ୍ଦୀପ ଓ ସିଦ୍ଧାର୍ଥ
ପିତାମାତାବାନାମ୍ବର ମିଶ୍ର, ଗୌରୀ ଦେବୀ

ଗଣେଶ୍ୱର ମିଶ୍ର (୨୮ ଅକ୍ଟୋବର ୧୯୪୨ - ୧୦ ଅଗଷ୍ଟ ୨୦୧୫) ଜଣେ ଓଡ଼ିଆ ଲେଖକ, ଅନୁବାଦକ ଓ ଶିକ୍ଷାବିଦ ଥିଲେ ।[] ସେ ତାଙ୍କ ଶିଶୁ ସାହିତ୍ୟ ପୁସ୍ତକ "ବିଲାତରେ ବାବୁ ଓ ପପୁ" ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[] ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ମଧ୍ୟ ଥିଲେ । ଉଭୟ ଓଡ଼ିଆଇଂରାଜୀ ଭାଷାରେ ସେ ପ୍ରାୟ ୧୦୦ରୁ ଉର୍ଦ୍ଧ ପୁସ୍ତକ ରଚନା କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟ, କେଣ୍ଟ ବିଶ୍ୱବିଦ୍ୟାଳୟଲଣ୍ଡନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । []

ବାଲ୍ୟଜୀବନ ଓ ଶିକ୍ଷା

[ସମ୍ପାଦନା]

ଗଣେଶ୍ୱର ମିଶ୍ର, ୨୮ ଅକ୍ଟୋବର ୧୯୪୨ମସିହାରେ ପୁରୀ ଜିଲ୍ଲାର ପୁରୁଷୋତ୍ତମପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ପିତା ଥିଲେ ବାନାମ୍ବର ମିଶ୍ର ଓ ମାତା ଗୌରୀ ଦେବୀ । ପୁରୀ ଜିଲ୍ଲାର ଦଇତାପଡା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଙ୍କ ଶିକ୍ଷାରମ୍ଭ ହୋଇଥିଲା । ତାପରେ ପୁରୀ ଜିଲ୍ଲା ସ୍କୁଲରେ ପଢ଼ିଥିଲେ । ଏହିଠାରୁ ତାଙ୍କର ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲା । ସ୍କୁଲ ପତ୍ରିକା "ମହୋଦଧୀ"ରେ ତାଙ୍କର କବିତା ପ୍ରକାଶିତ ହୋଇଥିଲା । ୧୯୫୯ରୁ ୧୯୬୩ ମସିହା ମଧ୍ୟରେ, ସେ ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।[] ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା ସମୟରେ ସେ ନିଜ ପ୍ରଥମ ଉପନ୍ୟାସ "ସାମୁଦ୍ରିକ" ଲେଖିବା ଆରମ୍ଭ କରିଥିଲେ ।[]

ପାରିବାରିକ ଜୀବନ

[ସମ୍ପାଦନା]

ଅର୍ଥନୀତି ରିଡ଼ର ସୁରଙ୍ଗିଣୀ ମିଶ୍ର ତାଙ୍କର ଧର୍ମପତ୍ନୀ ଓ ଫୋକସ ଓଡ଼ିଶା ଟେଲିଭିଜନ ଚ୍ୟାନେଲର ମୁଖ୍ୟ ସମ୍ପାଦକ ସନ୍ଦୀପ ମିଶ୍ର ତଥା ଖେଳ-ସାମ୍ବାଦିକ ସିଦ୍ଧାର୍ଥ ମିଶ୍ର[] ତାଙ୍କର ପୁଅ । [] କ୍ୟାନସରରେ ପୀଡ଼ିତ ଥାଇ ୨୦୧୫ ମସିହାରେ ଅଗଷ୍ଟ ୧୦ ତାରିଖରେ ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା ।[]

ବୃତ୍ତିଗତ ଜୀବନ

[ସମ୍ପାଦନା]

୧୯୬୫ ମସିହାରେ ସେ ନୟାଗଡ଼ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରିଥିଲେ । ପରେ ସେ ରାଜସ୍ଥାନ କଲେଜ, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ, ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ୧୯୬୯ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗରେ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ୧୯୭୮ମସିହାରେ ସେ ଆମେରିକାନ ଇଂରାଜୀ ସାହିତ୍ୟରେ ଗବେଷଣା କରି କେଣ୍ଟ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ । ୨୦୦୨ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ୨୦୦୫-୦୭ ପର୍ଯ୍ୟନ୍ତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ରୂପେ ମନୋନୀତ ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଓ ସମ୍ପାଦକ ଥିଲେ । ସେ ୨୦୧୦ ଜୁଲାଇରୁ ଦୈନିକ ସମ୍ବାଦପତ୍ର "ପ୍ରମେୟ"ର ମୁଖ୍ୟସମ୍ପାଦକ ଭାବରେ କାମ କରୁଥିଲେ ।[]

ସାହିତ୍ୟିକ ଜୀବନ

[ସମ୍ପାଦନା]

ଗଣେଶ୍ୱର ମିଶ୍ର ଓଡ଼ିଆ, ଇଂରାଜୀ ବ୍ୟତିତ ହିନ୍ଦୀ, ବଙ୍ଗଳା ଓ ସଂସ୍କୃତ ସାହିତ୍ୟରେ ପାରଦର୍ଶୀ ଥିଲେ । ସେ ୮ଟି ଉପନ୍ୟାସ, ୫ଟି ଗଳ୍ପ ସଂକଳନ, ୫ଟି ଭ୍ରମଣ କାହାଣୀ, ୩ଟି ଫିଚର ସଂକଳନ, ୫ଟି ଅନୁବାଦ ପୁସ୍ତକ, ୧୦ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଛନ୍ତି । ସେ ନିଜ ଆତ୍ମଜୀବନୀ ଓ 'ଗାନ୍ଧିବାଦୀ ଶିକ୍ଷାବିତ ସର୍ବେଶ୍ୱର ଦାଶ' ଶୀର୍ଷକ ଜୀବନୀ ପୁସ୍ତକ ରଚନା କରିଛନ୍ତି । ବହୁ ଇଂରାଜୀ ପତ୍ରିକାର ସମ୍ପାଦନା ସହ, କିଛିଦିନ ପାଇଁ ସମାଜର ପରିଚାଳନା ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ପ୍ରମେୟର ସେ ପ୍ରତିଷ୍ଠାତା ସମ୍ପାଦକ ଥିଲେ ।[୧୦]

ରଚନାବଳୀ

[ସମ୍ପାଦନା]
  • ଶୁଣ ଭାଇ ସାଧୁ (କବୀରଙ୍କ ଦୋହା ଓ ଭଜନ), ୨୦୧୫[୧୧]
  • ଆରୋହୀ
  • ସକାଳର ମୁହଁ
  • ନେତା
  • ସାମୁଦ୍ରିକ
  • ନିଜ ଠିକଣା
  • ସୃଜନ ସମଗ୍ର
  • ଶ୍ରେଷ୍ଠ ଗଳ୍ପ
  • ନୂତନ ମାଟିର ସ୍ପର୍ଶ
  • ଅନୁଭୂତିର ଇଉରୋପ
  • ତିନୋଟି ଉପନ୍ୟାସ
  • ନିର୍ବାଚିତ ଗଳ୍ପ
  • ଆରୋହୀ
  • ୱର୍ଡ଼୍ସ ଅନ କାନଭାସ
  • ବିଲାତରେ ବାବୁ ଓ ପପୁ[୧୨]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୩
  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୨୦୦୩
  • ଧରିତ୍ରୀ ସମ୍ମାନ
  • ଉତ୍କଳ ସମ୍ମାନ
  • ବାଗଦେବୀ ସମ୍ମାନ
  • ଆର୍ତ୍ତତ୍ରାଣ ସ୍ମୃତି ସମ୍ମାନ
  • ପ୍ରଜାତନ୍ତ୍ର ପ୍ରଚାର ସମିତି ସମ୍ମାନ
  1. http://www.uniindia.com/news/other/noted-academician-ganeswar-mishra-passes-away/159181.html
  2. http://odishasuntimes.com/2015/08/10/eminent-odisha-litterateur-ganeswar-mishra-passes-away/
  3. "Eminent Odisha litterateur Ganeswar Mishra passes away". OdishaSunTimes. Retrieved 10 August 2015.
  4. "ପରଲୋକର ସାହିତ୍ୟିକ ଗଣେଶ୍ୱର". ଧରିତ୍ରୀ ୧୧/୦୮/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. 11 August 2015. Retrieved 6 December 2020.
  5. ୫.୦ ୫.୧ "ସାହିତ୍ୟିକ ଗଣେଶ୍ୱର ମିଶ୍ରଙ୍କ ପରଲୋକ". ସମାଜ. ୧୧ ଅଗଷ୍ଟ ୨୦୧୫. {{cite news}}: |access-date= requires |url= (help); Check date values in: |accessdate= and |date= (help)
  6. "ଡ଼ ଗଣେଶ୍ୱର ମିଶ୍ର". ସମ୍ବାଦ ୧୦/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 10 August 2016.[permanent dead link]
  7. "Rich tribute paid to Siddhartha Mishra". Times of India. 31 October 2014. Retrieved 10 August 2015.
  8. "Ganeswar Mishra passes away". Odishachannel.com. Retrieved 10 August 2015.
  9. "Renowned Litterateur Prof. Ganeswar Mishra dies at 72". Retrieved 10 August 2015.
  10. "ଗଣେଶ୍ୱରଙ୍କ ପରଲୋକ". ସମ୍ବାଦ ୧୧/୦୮/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. 11 August 2015. Archived from the original on 4 March 2016. Retrieved 11 August 2015.
  11. http://www.dharitri.com/sahityayan/140516/p8.htm
  12. "ଆର୍କାଇଭ୍ କପି". Archived from the original on 2015-08-17. Retrieved 2015-08-10. {{cite web}}: Cite has empty unknown parameter: |1= (help)