ଗଞ୍ଜପା

ଉଇକିପିଡ଼ିଆ ରୁ
Jump to navigation Jump to search
ପାରମ୍ପାରିକ ପଟ୍ଟଚିତ୍ର ଅଙ୍କା "ଆଠରଙ୍ଗୀ ଗଞ୍ଜପା" ପଟ

ଗଞ୍ଜପା ଭାରତୀୟ ରାଜ୍ୟ ଓଡ଼ିଶାର ଏକ ପାରମ୍ପାରିକ ତାସ ଖେଳ[୧] ଗୋଲାକାର ଅଙ୍କିତ ପଟ୍ଟଚିତ୍ରରେ ଏହା ଖେଳାଯାଇଥାଏ । ୧୬ ଶହ ଶତାବ୍ଦୀରେ ଗଞ୍ଜପା ଖେଳ ଓଡ଼ିଆ ପୁରୁଷମାନଙ୍କ, ବିଶେଷ କରିଗାଁମାନଙ୍କରେ ଅବସର ବିନୋଦନ ଖେଳ ଭାବେ ଆରମ୍ଭ ହୋଇଥିଲା । ରାଜା ଓ ତାଙ୍କର ଦରବାରୀମାନେ ଏହା ଆଗକାଳରେ ଖେଳୁଥିଲେ । ଗଞ୍ଜପା "ଚାରିରଙ୍ଗୀ" (ଚାରୋଟି ରଙ୍ଗର ପଟ), "ଆଠରଙ୍ଗୀ"(ଆଠଟି ରଙ୍ଗର ପଟ), "ଦଶରଙ୍ଗୀ" (ଦଶଟି ରଙ୍ଗର ପଟ), "ବାରରଙ୍ଗୀ" (ବାରଟି ରଙ୍ଗର ପଟ), "ଚଉଦରଙ୍ଗୀ" (ଚଉଦଟି ରଙ୍ଗର ପଟ) ଏବଂ "ଷୋହଳରଙ୍ଗୀ" ଭାବେ ଖେଳାଯାଇଥାଏ । ମୋଗଲମାନଙ୍କ ଗଞ୍ଜିଫାଦ୍ୱାରା ପ୍ରଭାବିତ ଏହି ଖେଳର ଆଉ ଏକ ପ୍ରକାର "ମୋଗଲ ଗଞ୍ଜପା" ନାମରେ ଜଣା । ଏହି ଖେଳ ପୁରୀଗଞ୍ଜାମ ଜିଲ୍ଲାରେ ଜଣା । [୨][୩]

ନାମକରଣ[ସମ୍ପାଦନା]

ଓଡ଼ିଆରେ ଗଞ୍ଜପା ମୋଗଲମାନଙ୍କ ସମୟରେ ପ୍ରଚଳିତ ପାରସୀ "ଗଞ୍ଜିଫେ"ର ସହ ସମ୍ବନ୍ଧିତ ବୋଲି ଜଣାଯାଏ । [୪][୨]

ଅଙ୍କନ[ସମ୍ପାଦନା]

ପଟ୍ଟଚିତ୍ରରେ ଅଙ୍କାଯାଇ ଗଞ୍ଜପା ପଟ ତିଆରି କରାଯାଇଥାଏ । [୫] ପଟ୍ଟଚିତ୍ରରେ ଥିବା ଅଙ୍କନ ଶୈଳୀରେ ନଟ-ନଟୀ ଓ ଅନ୍ୟାନ୍ୟ ଲୋକେ, ରାମାୟଣଦଶାବତାର ଆଦି ପଟମାନଙ୍କରେ ଅଙ୍କାଯାଇଥାଏ । ଅଙ୍କନ ଶୈଳୀ ଓଡ଼ିଶାର ପାରମ୍ପାରିକ ଓ ଅଞ୍ଚଳ ଭେଦରେ ବଦଳିଥାଏ । [୩]

ପଟ ତିଆରି[ସମ୍ପାଦନା]

ପୁରୀ ଜିଲ୍ଲାର ରଘୁରାଜପୁରଠାରେ ଗଞ୍ଜପା ପଟ ଆଙ୍କୁଥିବା ଝିଅଟିଏ ।

ପଟ ତିଆରି ପାରମ୍ପାରିକ ପଟ୍ଟଚିତ୍ର ଢଙ୍ଗରେ ହୋଇଥାଏ । ଶୁଖିଲା କପଡ଼ାରେ ତେନ୍ତୁଳି ମଞ୍ଜି ମଣ୍ଡରେ ତିଆରି ଅଠା ବୋଳି ତାହାକୁ ଶୁଖାଇ ଦିଆଯାଏ । ଶୁଖିଗଲା ପରେ ଗୋଲାକାର କରି ସେସବୁକୁ କାଟି ଦିଆଯାଏ । ଏହି ପଟରେ ପରେ ବିଭିନ୍ନ ପ୍ରାକୃତିକ ରଙ୍ଗ ଯଥା: ଚୂନ (ଧଳା ପାଇଁ), ହାଣ୍ଡିକଳା (କଳା ପାଇଁ), ହଳଦୀ (ହଳଦିଆ ପାଇଁ) ଆଦି ଦେଇ ଲାଖ ବୋଳି ରଙ୍ଗକୁ ଦୀର୍ଘସ୍ଥାୟି କରାଯାଏ । [୪]

ଆଧାର[ସମ୍ପାଦନା]

  1. Singha, Minati (22 May 2014). "Ganjapa lost in the mists of time". Times of India. Retrieved 8 November 2014.
  2. ୨.୦ ୨.୧ Panda, Namita. "Days numbered for Ganjapa cards". Telegraph. Retrieved 8 November 2014.
  3. ୩.୦ ୩.୧ Das, Sib Kumar. "A unique pack of cards". Hindu. Retrieved 8 November 2014.
  4. ୪.୦ ୪.୧ Jena, Monalisa. "Playing cards of yore". Hindu. Retrieved 8 November 2014.
  5. Samantaray, Prafulla Kumar. "Patta Chitra - It's Past and Present" (PDF) (December 2005): 50. Retrieved 9 November 2014.