ଖାଦ୍ୟ ଖଣିଜ ଲବଣ
ଖାଦ୍ୟ ଖଣିଜ ଲବଣ (ଖଣିଜ ଲବଣ ପୋଷକ) ସଜୀବ ପ୍ରାଣୀଙ୍କ ଦରକାରୀ ଏକ ପ୍ରକାର ରାସାୟନିକ ମୂଳ ପଦାର୍ଥକୁ ବୁଝାଏ । କାର୍ବନ, ହାଇଡ୍ରୋଜେନ, ନାଇଟ୍ରୋଜେନ ଓ ଅକ୍ସିଜେନ ବ୍ୟତିରେକ ଏହି ଲବଣ ପଦାର୍ଥ ଜୈବ ମୌଳିକ ପଦାର୍ଥରେ ଥାଏ । ଏହା ଖଣିଜ ସମ୍ପଦ ବିଷୟରେ ନ ହୋଇ ରାସାୟନିକ ମୌଳିକ ପଦାର୍ଥ ବିଷୟରେ ଆଲୋଚନା କରେ ।
ସାତୋଟି ଖଣିଜ ଲବଣ ମନୁଷ୍ୟ ଶରୀରରେ ଅଧିକ ପରିମାଣରେ ଥାଏ । ସେ ଗୁଡିକର ନାମ କ୍ୟାଲସିୟମ, ଫସଫରସ, ପୋଟାସିୟମ, ଗନ୍ଧକ, ସୋଡିୟମ, କ୍ଳୋରିନ ଓ ମ୍ୟାଗନେସିୟମ । ଏହା ବ୍ୟତୀତ ଜୀବନ ନିର୍ବାହ ନିମନ୍ତେ କିଛି ଚିହ୍ନ (Trace element) ମାତ୍ର ଖଣିଜ ଉପାଦାନ ସ୍ତନ୍ୟପାୟୀ ଜୀବ ଆବଶ୍ୟକ କରନ୍ତି । ସେ ଗୁଡିକର ନାମ: ଲୌହ (iron), କୋବାଲ୍ଟ (Cobalt), ତମ୍ବା (Copper), ଦସ୍ତା (Zinc), ମୋଲିବଡେନମ (Molibdenum), ଆୟୋଡିନ ([Iodine) ଓ ସେଲେନିୟମ (Slenium) ।
ସ୍ତନ୍ୟପାୟୀ ଜୀବଙ୍କ ନିମନ୍ତେ ୨୦ରୁ ଅଧିକ ଖାଦ୍ୟ ଲବଣ ଆବଶ୍ୟକ ହୁଏ । ବୋରୋନ ଓ କ୍ରୋମିୟମ ଭଳି କେତେକ ପଦାର୍ଥ ଅତି ଚିହ୍ନ (Trace) ମାତ୍ର ପରିମାଣରେ ଆବଶ୍ୟକ ହୁଏ କିନ୍ତୁ ସଠିକ କାର୍ଯ୍ୟପ୍ରଣାଳୀ ଜଣା ନାହିଁ । ଆଉ କେତେକ ପଦାର୍ଥ ଯଥା ଆର୍ସେନିକ ଓ ସିଲିକନର କାର୍ଯ୍ୟ ପ୍ରଣାଳୀର ପ୍ରମାଣ ନାହିଁ ।
ରାସାୟନିକ ମୌଳିକ ପଦାର୍ଥଦ୍ୱାରା ଗଠିତ ସାଧା ଯୌଗିକ ପଦାର୍ଥମାନଙ୍କୁ ନେଇ ଜୀବର ଶରୀର କାମ କରେ । ଖାଦ୍ୟରେ ଗ୍ରହଣ କରାଯାଉଥିବା ସମସ୍ତ ଯୌଗିକ ପଦାର୍ଥ ଶରୀରରେ ଶୋଷିତ ହେବା ନିମନ୍ତେ ଛୋଟ ଛୋଟ ପଦାର୍ଥରେ ପରିଣତ ହେବା ଆବଶ୍ୟକ । ଖାଦ୍ୟନଳୀରେ ଶୋଷଣ (Absorption) ନିମନ୍ତେ କେତେକ ପଦାର୍ଥ, ଯେ ଭଳି ବ୍ୟାକ୍ଟେରିଆଦ୍ୱାରା କୋବାଲ୍ଟ ଯୌଗିକ ପଦାର୍ଥରେ ପରିଣତ ହୁଏ । ବୈଜ୍ଞାନିକମାନେ ଅଧୁନା କ୍ଷୁଦ୍ରାଦପି କ୍ଷୁଦ୍ର ଅଣୁଜୀବଙ୍କର ଜୈବ ଖଣିଜ ଲବଣର ଜୀବ ଚକ୍ର ପରିବର୍ତ୍ତନ କରିବାରେ ସାହାଯ୍ୟକୁ ଅନୁଭବ ଓ ମୂଲ୍ୟାୟନ କରୁଛନ୍ତି ।
ସ୍ତନ୍ୟପାୟୀଙ୍କ ନିମନ୍ତେ ଅତ୍ୟାବଶ୍ୟକ ରାସାୟନିକ ମୌଳିକ ପଦାର୍ଥ
[ସମ୍ପାଦନା]କେତେକ ଉତ୍ସ ଅନୁସାରେ ମନୁଷ୍ୟର ଜୈବ ରାସାୟନିକ ପ୍ରକ୍ରିୟାରେ ଗଠନ, କାର୍ଯ୍ୟ ତଥା ଇଲେକ୍ଟ୍ରୋଲାଇଟ ନିମନ୍ତେ ୧୬ ତି ମୌଳିକ ରାସାୟନିକ ପଦାର୍ଥ ଆବଶ୍ୟକ ହୁଏ[୧] । ଜୈବ ରସାୟନ, ସ୍ୱତନ୍ତ୍ର ଅପଟେକ ଓ ମେଟାବୋଲିଜ୍ମ ଅନୁଶୀଳନରୁ ଜଣା ଯାଉଛି ୨୬ଟି ମୌଳିକ ପଦାର୍ଥ ଶରୀର ଆବଶ୍ୟକ କରେ[୨] । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ କାର୍ଯ୍ୟ ପ୍ରଣାଳୀ ଏ ପର୍ଯ୍ୟନ୍ତ ଆବିଷ୍କାର ହୋଇ ପାରି ନାହିଁ ।
ପିରିଅଡ଼ିକ ଟେବୁଲରେ ଖାଦ୍ୟ ମୌଳିକ ଖଣିଜ ପଦାର୍ଥ
H | He | ||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|
Li | Be | B | C | N | O | F | Ne | ||||||||||||
Na | Mg | Al | Si | P | S | Cl | Ar | ||||||||||||
K | Ca | Sc | Ti | V | Cr | Mn | Fe | Co | Ni | Cu | Zn | Ga | Ge | As | Se | Br | Kr | ||
Rb | Sr | Y | Zr | Nb | Mo | Tc | Ru | Rh | Pd | Ag | Cd | In | Sn | Sb | Te | I | Xe | ||
Cs | Ba | * | Lu | Hf | Ta | W | Re | Os | Ir | Pt | Au | Hg | Tl | Pb | Bi | Po | At | Rn | |
Fr | Ra | ** | Lr | Rf | Db | Sg | Bh | Hs | Mt | Ds | Rg | Cn | Uut | Fl | Uup | Lv | Uus | Uuo | |
* | La | Ce | Pr | Nd | Pm | Sm | Eu | Gd | Tb | Dy | Ho | Er | Tm | Yb | |||||
** | Ac | Th | Pa | U | Np | Pu | Am | Cm | Bk | Cf | Es | Fm | Md | No |
ଚାରୋଟି ଜୈବ ମୌଳିକ ପଦାର୍ଥ | ପରିମାଣ ମୌଳିକ ପଦାର୍ଥ | ଅତ୍ୟାବଶ୍ୟକ ଚିହ୍ନ ମୌଳିକ (trace element) ପଦାର୍ଥ | ସ୍ତନ୍ୟପାୟୀଙ୍କଠାରେ ସମ୍ଭାବ୍ୟ ଗଠନ ଓ କାର୍ମିକ ଭୂମିକା |
ଆଧାର
[ସମ୍ପାଦନା]- ↑ Nelson, David L.; Michael M. Cox (2000-02-15). Lehninger Principles of Biochemistry, Third Edition (3 Har/Com ed.). W. H. Freeman. p. 1200. ISBN 1-57259-931-6.
- ↑ Ultratrace minerals. Authors: Nielsen, Forrest H. USDA, ARS Source: Modern nutrition in health and disease / editors, Maurice E. Shils ... et al.. Baltimore : Williams & Wilkins, c1999., p. 283-303. Issue Date: 1999 URI: [୧]