ଖାକରା
ଦେଖଣା
![]() ତିନୋଟି ଖାକରା | |
| ମୂଳ ସ୍ଥାନ | ଭାରତ |
|---|---|
| ଅଞ୍ଚଳ ବା ରାଜ୍ୟ | ଗୁଜରାଟ, ରାଜସ୍ଥାନ |
| ମୁଖ୍ୟ ଉପାଦାନ | ମୁଗଡାଲି, ଅଟା |
| |
ଖାକରା ପଶ୍ଚିମ ଭାରତ ତଥା: ଗୁଜରାଟ ଏବଂ ରାଜସ୍ଥାନର ଏକ ପାରମ୍ପରିକ ଖାଦ୍ୟ ଅଟେ । ଏହା ଦେଖିବାକୁ ପତଳା ବିସ୍କୁଟ ପରି ।[୧] ମୁଗଡାଲି, ଅଟା ଏବଂ ତେଲ ଖାକରା ପ୍ରସ୍ତୁତିର ମୁଖ୍ୟ ସାମଗ୍ରୀ । ଏହା ମୁଖ୍ୟତଃ ଜଳଖିଆ ହିସାବରେ ଖିଆଯାଏ ।
ପ୍ରକାରଭେଦ
[ସମ୍ପାଦନା]ମୁଖ୍ୟ ଉପାଦାନ ବ୍ୟତୀତ ଅନ୍ୟ ପ୍ରସ୍ତୁତିସାମଗ୍ରୀକୁ ଦୃଷ୍ଟିରେ ରଖି ଖାକରା ବିଭିନ୍ନ ପ୍ରକାରର, ଯେପରି: ମେଥି ଖାକରା, ଜୀରା ଖାକରା, ବାଜରା ଖାକରା, ପୋଦିନା ଖାକରା, ରସୁଣ ଖାକରା ଇତ୍ୟାଦି ।[୨]
ରୋଷେଇପ୍ରଣାଳୀ
[ସମ୍ପାଦନା]ଖାକରା ତିଆରିର ଅନେକ ପ୍ରଣାଳୀ ଥିବାସତ୍ତ୍ୱେ ନିମ୍ନୋକ୍ତ ପ୍ରଣାଳୀଟି ଅଧିକ ଜଣା ।
- ପ୍ରଥମେ ଅଟା, ଲୁଣ, ମସଲାଦିକୁ ମିଶାଇଦିଆଯାଏ ।
- ଖାକରାକୁ ନରମ କରିବାପାଇଁ ସେହି ମିଶ୍ରଣରେ ତେଲ, ପାଣି କିମ୍ବା କ୍ଷୀର ମିଶାଯାଏ ଏବଂ ଛୋଟ ଛୋଟ ଗୋଳା ତିଆରି କରାଯାଏ ।
- ଛୋଟ ଗୋଳାମାନଙ୍କୁ ବେଲାଯାଇ ରୁଟି ଭଳି ଗୋଲ କରିଦିଆଯାଏ ।
- ପତଳା ଆଞ୍ଚରେ ଟିକେ ଟାଣ ଏବଂ ବାଦାମୀରଙ୍ଗ ନହେବା ପର୍ଯ୍ୟନ୍ତ ସେଗୁଡିକୁ ସେକାଯାଏ ।
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2017-08-13. Retrieved 2018-07-12.
{{cite web}}: Cite has empty unknown parameter:|1=(help) - ↑ https://www.livemint.com/Leisure/Qb936WqQX7X2YaQQ9ef3NP/Snack-Attack.html
