ଖାକରା

ଉଇକିପିଡ଼ିଆ‌ରୁ
ଖାକରା
ତିନୋଟି ଖାକରା
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଗୁଜରାଟ, ରାଜସ୍ଥାନ
ମୁଖ୍ୟ ଉପାଦାନମୁଗଡାଲି, ଅଟା

ଖାକରା ପଶ୍ଚିମ ଭାରତ ତଥା: ଗୁଜରାଟ ଏବଂ ରାଜସ୍ଥାନର ଏକ ପାରମ୍ପରିକ ଖାଦ୍ୟ ଅଟେ । ଏହା ଦେଖିବାକୁ ପତଳା ବିସ୍କୁଟ ପରି ।[୧] ମୁଗଡାଲି, ଅଟା ଏବଂ ତେଲ ଖାକରା ପ୍ରସ୍ତୁତିର ମୁଖ୍ୟ ସାମଗ୍ରୀ । ଏହା ମୁଖ୍ୟତଃ ଜଳଖିଆ ହିସାବରେ ଖିଆଯାଏ ।

ପ୍ରକାରଭେଦ[ସମ୍ପାଦନା]

ମୁଖ୍ୟ ଉପାଦାନ ବ୍ୟତୀତ ଅନ୍ୟ ପ୍ରସ୍ତୁତିସାମଗ୍ରୀକୁ ଦୃଷ୍ଟିରେ ରଖି ଖାକରା ବିଭିନ୍ନ ପ୍ରକାରର, ଯେପରି: ମେଥି ଖାକରା, ଜୀରା ଖାକରା, ବାଜରା ଖାକରା, ପୋଦିନା ଖାକରା, ରସୁଣ ଖାକରା ଇତ୍ୟାଦି ।[୨]

ରୋଷେଇପ୍ରଣାଳୀ[ସମ୍ପାଦନା]

ଖାକରା ତିଆରିର ଅନେକ ପ୍ରଣାଳୀ ଥିବାସତ୍ତ୍ୱେ ନିମ୍ନୋକ୍ତ ପ୍ରଣାଳୀଟି ଅଧିକ ଜଣା ।

  • ପ୍ରଥମେ ଅଟା, ଲୁଣ, ମସଲାଦିକୁ ମିଶାଇଦିଆଯାଏ ।
  • ଖାକରାକୁ ନରମ କରିବାପାଇଁ ସେହି ମିଶ୍ରଣରେ ତେଲ, ପାଣି କିମ୍ବା କ୍ଷୀର ମିଶାଯାଏ ଏବଂ ଛୋଟ ଛୋଟ ଗୋଳା ତିଆରି କରାଯାଏ ।
  • ଛୋଟ ଗୋଳାମାନଙ୍କୁ ବେଲାଯାଇ ରୁଟି ଭଳି ଗୋଲ କରିଦିଆଯାଏ ।
  • ପତଳା ଆଞ୍ଚରେ ଟିକେ ଟାଣ ଏବଂ ବାଦାମୀରଙ୍ଗ ନହେବା ପର୍ଯ୍ୟନ୍ତ ସେଗୁଡିକୁ ସେକାଯାଏ ।

ଆଧାର[ସମ୍ପାଦନା]

  1. https://www.tarladalal.com/glossary-khakhra-1138i
  2. https://www.livemint.com/Leisure/Qb936WqQX7X2YaQQ9ef3NP/Snack-Attack.html

ଆହୁରି ଦେଖିପାରିବେ[ସମ୍ପାଦନା]