କ୍ଷୀରୋଦ ବିହାରୀ ବିଶ୍ୱାଳ
କ୍ଷୀରୋଦ ବିହାରୀ ବିଶ୍ୱାଳ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ପିତାମାତା | କାର୍ତ୍ତିକ ଚନ୍ଦ୍ର ବିଶ୍ୱାଳ (ବାପା) ସଂଘମିତ୍ରା ବିଶ୍ୱାଳ (ମାଆ) |
ପୁରସ୍କାର | ରବି ପଟ୍ଟନାୟକ ସ୍ମୃତି ପୁରସ୍କାର, ୨୦୧୮ |
କ୍ଷୀରୋଦ ବିହାରୀ ବିଶ୍ୱାଳ ଜଣେ ଓଡ଼ିଆ ଗାଳ୍ପିକ, କବି ଓ ମଞ୍ଚ ଅଭିନେତା । ୧୯୯୫ ମସିହାରୁ ଗାଁ ଯାତ୍ରାରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ମଞ୍ଚରେ ଅଭିନୟ କରିଛନ୍ତି । ୨୦୦୯ ମସିହାରେ, ତାଙ୍କ ରଚିତ ପ୍ରଥମ ଗପ ପ୍ରକାଶିତ ହୋଇଥିଲା ଏବଂ ମୁକ୍ତିପଥ ଓ ଅଇଁଠା ପଥର ନାମକ ଦୁଇଟି ଗଳ୍ପ ସଂକଳନ ପ୍ରକାଶିତ ହୋଇଛି ।[୧]
ଜୀବନୀ
[ସମ୍ପାଦନା]ସେ ବାଲେଶ୍ୱର ଜିଲ୍ଲାର ବାହାନଗ ବ୍ଲକ ଅନ୍ତର୍ଗତ ନୂଆପୁର ଗ୍ରାମର ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାର୍ତ୍ତିକ ଚନ୍ଦ୍ର ବିଶ୍ୱାଳ ଓ ମାଆଙ୍କ ନାମ ସଂଘମିତ୍ରା ବିଶ୍ୱାଳ । ପେଷାରେ ସେ ଜଣେ ମେକାନିକାଲ୍ ଇଞ୍ଜିନିୟର୍ ଏବଂ ସୁବର୍ଣ୍ଣପୁର ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯରତ ।[୧]
ସାହିତ୍ୟ ସର୍ଜନା ଓ ମଞ୍ଚରେ ଅଭିନୟ
[ସମ୍ପାଦନା]ଜଣେ ଶିଶୁ କଳାକାର ଭାବରେ ସେ ୧୯୯୫ ମସିହାରେ, ତାଙ୍କ ଗାଆଁ ଯାତ୍ରାରେ ଅଭିନୟ କରିବା ଆରମ୍ଭ କରିଥିଲେ । ପରେ ସ୍କୁଲ ଓ କଲେଜ ପଢ଼ିବା ସମୟରେ, ବିଭିନ୍ନ ମଞ୍ଚରେ ଅଭିନୟ କରିଛନ୍ତି । ତାଙ୍କ ଜେଜେ ମଦନ ମୋହନ ବିଶ୍ୱାଳ ଜଣେ ନାଟ୍ୟକାର ତଥା ନିର୍ଦ୍ଦେଶକ ଥିଲେ, ଯାହାଙ୍କ ପ୍ରେରଣାରେ ସେ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ ।[୧]
୨୦୦୯ ମସିହାରେ, ସୁବର୍ଣ୍ଣପୁରରେ ଚାକିରୀରେ ଯୋଗ ଦେବା ପରେ, ସେ ତାଙ୍କ ବଡ଼ ଭାଇ ପ୍ରଦ୍ୟୁମ୍ନ ସାହୁଙ୍କ ପ୍ରେରେଣାରେ ଗପ ଲେଖିବା ଆରମ୍ଭ କରିଥିଲେ ଏବଂ ତାଙ୍କ ରଚିତ ପ୍ରଥମ ଗପ ୨୦୦୯ ମସିହାରେ ପ୍ରକାଶିତ ହୋଇଥିଲା ।[୨]
ରଚନାବଳୀ
[ସମ୍ପାଦନା]- ମୁକ୍ତିପଥ
- ଅଇଁଠା ପଥର
- ଗୋଟେ ଗାଳ୍ପିକର କବିତା
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ରବି ପଟ୍ଟନାୟକ ସ୍ମୃତି ପୁରସ୍କାର, ୨୦୧୮
- କଥା କଳିକା ଯୁବ ପୁରସ୍କାର, ୨୦୧୮
- କଳିଙ୍ଗ ଲିଟେରାରୀ ୟୁଥ୍ ଆୱାର୍ଡ଼, ୨୦୧୭
- ବ୍ରହ୍ମପୁର ସାହିତ୍ୟ ପରିଷଦ ଯୁବ ପୁରସ୍କାର, ୨୦୧୭
- ସ୍ୱାସ୍ଥ୍ୟ ସ୍ୱର ସମ୍ମାନ, ୨୦୧୬
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ମଞ୍ଚ ନାଟକ ଅଭିନୟରେ ପରିପକ୍ୱତା ଆଣେ". ଧରିତ୍ରୀ. ୮ ଅଗଷ୍ଟ ୨୦୧୯. p. ୧୨. Retrieved 4 March 2022.
{{cite web}}
: Check date values in:|date=
(help) - ↑ "ନାଟକ, ସାହିତ୍ୟର ସବୁଠୁ ସୁନ୍ଦର ରୂପ : କ୍ଷୀରୋଦ ବିହାରୀ ବିଶ୍ୱାଳ". Odisha Sambad (in ଆମେରିକୀୟ ଇଂରାଜୀ). 2022-06-26. Retrieved 2025-04-02.
ବାହାର ଆଧାର
[ସମ୍ପାଦନା]