କ୍ରୀଷ୍ଣା ପୁନିୟା

ଉଇକିପିଡ଼ିଆ‌ରୁ

କ୍ରୀଷ୍ଣା ପୁନିୟା
ବ୍ୟକ୍ତିଗତ ତଥ୍ୟ
ଜନ୍ମ (1977-05-05) ୫ ମଇ ୧୯୭୭ (ବୟସ ୪୬)
Agroha, Haryana, India
ଉଚ୍ଚତା1.86 m (6 ft 1 in)[୧]
ଓଜନ79 kg (174 lb; 12.4 st) (2013–present)
Sport
ଦେଶ ଭାରତ
କ୍ରୀଡ଼ାAthletics
Event(s)Discus
Achievements and titles
Personal best(s)64.76 m (Wailuku 2012)
Medal record
Asian Games
Bronze 2006 Doha Discus
Bronze 2010 Guangzhou Discus
Commonwealth Games
Gold 2010 Delhi Discus

କ୍ରୀଷ୍ଣା ପୁନିୟା (ଇଂରାଜୀ :Krishna Poonia) (ଜନ୍ମ ୦୫ ମଇ ୧୯୭୭) ଜଣେ ଭାରତୀୟ ଡିସ୍କସ ଥ୍ରୋଅର ଅଟନ୍ତି । ସେ 11 ଅକ୍ଟୋବର 2010 ମସିହାରେ ଦିଲ୍ଲୀରେ ଆୟୋଜିତ ହୋଇଥିବା ରାଷ୍ଟ୍ର ମଣ୍ଡଳ ଖେଳର ଫାଇନାଲ ମ୍ୟାଚରେ ଡିସ୍କସ ପକାଇ 61.51 ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ 2011 ମସିହାରେ ଭାରତ ସରକାର ନାଗରିକ ସମ୍ମାନରେ ପଦ୍ମଶ୍ରୀ ପୁରସ୍କାର ଦେଇଥିଲେ । [୨]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସେ ଜଣେ ଜାଟ ପରିବାରରୁ [୩] ଅଗ୍ରୋହା ହିସାର ହରିୟାଣାରୁ ଅଟନ୍ତି ।[୪][୫][୬] ସେ 2000 ମସିହାରେ ରାଜସ୍ଥାନର ଚୂରୁ ଜେଲର ଗାଗବାସ ଗ୍ରାମର ବିରେନ୍ଦ୍ର ସିଂ ପୁନିୟାଙ୍କୁ ବିବାହ କରିଥିଲେ । ସେ ଜୟପୁରରେ ଭାରତୀୟ ରେଳରେ କାର୍ଯ୍ୟରତ ଅଟନ୍ତି । କ୍ରୀଷ୍ଣା ନିଜର ପାଠ ପଢ଼ା ସାଇକୋଲୋଜିରେ ଜୟପୁରରେ କରିଥିଲେ ।

ଖେଳ ଜୀବନ[ସମ୍ପାଦନା]

ସେ 2006 ମସିହାରେ ଦୋହା ଏସିୟାନ ଖେଳରେ କାଂସ୍ୟ ପଦକ ଜିତିଥିଲେ । ସେହି ସମୟରେ ସେ ଚୀନର ଏମୀନ ସିଂଗଙ୍କୁ ହରେଇଥିଲେ । କ୍ରୀଷ୍ଣା 46ତମ ଓପନ ନ୍ୟାସନାଲ} ଏଥଲେଟିକ୍ସ ଚମ୍ପିୟାନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେତେବେଳେ ତାଙ୍କର (୬୦.୧୦ ମିଟର ଦୂର) ଥିଲା , ଯାହା ତାଙ୍କର ସବୁଠାରୁ ଭଲ ପ୍ରଦର୍ଶନ ଥିଲା । 2008 ବିଞ୍ଜିଗ ଓଲିଓମ୍ପିକ ଖେଳରେ ସେ ଅଂଶଗ୍ରହଣ କରିଥିଲେ କିନ୍ତୁ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ । 08 ମଇ 2012 ମସିହାରେ ସେ ନିଜ କ୍ୟାରିଅରର ସବୁଠାରୁ ଭଲ ପ୍ରଦର୍ଶନ କରି ୬୪.୭୬ ମିଟରରେ ହବାଇ, ସଂଯୁକ୍ତ ରାଷ୍ଟ୍ର ସଂଘରେ ବିଶ୍ୱ ରେକର୍ଡ ବନେଇଥିଲେ ।

2010 ରାଷ୍ଟ୍ର ମଣ୍ଡଳ[ସମ୍ପାଦନା]

କ୍ରୀଷ୍ଣା ଭାରତର ପ୍ରଥମ ମହିଳା ଆଥେଲେଟିକ୍ସ ଅଟନ୍ତି ଯିଏ ରାଷ୍ଟ୍ରମଣ୍ଡଳ ଖେଳରେ ସ୍ୱର୍ଣ୍ଣ ପଦକ ଜିତିଥିଲେ , ଯାହା 2010 ମସିହାରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା । ସେଥିରେ ସେ କ୍ଲିନ ସିପ କରିଥିଲେ ।

2012 ଲଣ୍ଡନ ଓଲିଓମ୍ପିକ[ସମ୍ପାଦନା]

2012 ମସହରେ ଲଣ୍ଡନରେ ହୋଇଥିବା ଓଲିଓମ୍ପିକରେ ମଧ୍ୟ କ୍ରୀଷ୍ଣା ଭଲ ପ୍ରଦର୍ଶନ କରିଥିଲେ । ଏଥିରେ ତାଙ୍କର ଭଲ ପ୍ରଦର୍ଶନ 63.62 ଥିଲା । [୭][୮]

ଆଧାର[ସମ୍ପାଦନା]

  1. "KRISHNA POONIA". g2014results.thecgf.com. Commonwealth Games Federation. Retrieved 29 ଜୁଲାଇ 2016.
  2. "ପଦ୍ମଶ୍ରୀ ପୁରସ୍କାର" (PDF). ଗୃହ ମନ୍ତ୍ରାଳୟ, Government of India. Archived from the original (PDF) on 15 October 2015. Retrieved 07 ଜୁନ 2016. {{cite web}}: Check date values in: |accessdate= (help)
  3. "Discuss Trio Makes History". ଦି ଇଣ୍ଡିଆନ ଏକ୍ସପ୍ରେସ.
  4. "Jats Leads the pack at commonwealth". ଇଣ୍ଡିଆ ଟୁଡେ.
  5. "A Level playing field". CNN IBN. Archived from the original on 30 ଜୁଲାଇ 2014. Retrieved 2 ଜୁଲାଇ 2017.
  6. "Krishna Poonia: Profile 2012 London Olympics". Zee News. Retrieved 10 ଜୁଲାଇ 2013.
  7. "Krishna Poonia Finishes 7th". ଦି ହିନ୍ଦୁ.
  8. "Krishna Poonia Qualifies for Discus Final". ଦି ହିନ୍ଦୁ.