କ୍ରନ୍ଦନ
କ୍ରନ୍ଦନ ଅର୍ଥ ଭାବପ୍ରବଣ ବା ଆବେଗ ଯୋଗୁ ସ୍ୱତଃପ୍ରବୃତ୍ତ ଭାବେ ଚକ୍ଷୁରୁ ଲୋତକ ବୋହିବା । କ୍ରନ୍ଦନ ଏକ ଜଟିଳ ଘଟଣା (secretomotor phenomenon) ଯେଉଁଥିରେ ଲୋତକ ଗ୍ରନ୍ଥିରେ କୌଣସି ସ୍ଥାନୀୟ ଉତ୍ତେଜନା ନ ଥାଇ ମଧ୍ୟ ସେଥିରୁ ଅଶ୍ରୁ ଝରିଯାଏ । [୧] ଏହି ସମ୍ପର୍କୀୟ ଆଉ ଏକ ଶବ୍ଦ ଲୁହ ବୋହିବା ବ୍ୟବହାର କରାଯାଏ ଯେଉଁଥିରେ କୌଣସି ଆବେଗ ଜନିତ ଲୁହ ବୋହିବା ନ ଥାଏ ଯାହା କେତେକ ରୋଗ ଯୋଗୁ ହୁଏ । ବିଭିନ୍ନ ପ୍ରକାର କ୍ରନ୍ଦନ ଶୁଣାଯାଏ ଯେପରିକି ଅନିୟମିତ ଶ୍ୱାସରୋଧକାରୀ କ୍ରନ୍ଦନ (sobbing), ଅତ୍ୟଧିକ କ୍ରନ୍ଦନ (weeping), ଉଚ୍ଚ ସ୍ୱରରେ କ୍ରନ୍ଦନ (wailing), ଭଙ୍ଗା ଭଙ୍ଗା ଧୀର ସ୍ୱରରେ କ୍ରନ୍ଦନ (whimpering), ଉଚ୍ଚ ସ୍ୱରରେ ବାରମ୍ବାର କ୍ରନ୍ଦନ (bawling) ଓ ଉଚ୍ଚ ସ୍ୱରରେ କଥା କହିବା ସହ କ୍ରନ୍ଦନ (blubbering) । [୨]
ସବ୍ (sob) ବର୍ଣ୍ଣନା କଲେ ଏହିପରି ହେବ: କ୍ରନ୍ଦନ ସହିତ ଧୀର ଅନିୟମିତ ପ୍ରଶ୍ୱାସ ଗ୍ରହଣ, ସାମୟିକ ଶ୍ୱାସକ୍ରିୟା ବନ୍ଦ ଓ ଦୈହିକ ମାଂସପେଶୀୟ କମ୍ପନ (tremor) ।
ଆବେଗ ସହିତ ମାନବ ମସ୍ତିଷ୍କର କେତେକ ସ୍ଥାନ ଓ ଲୋତକ ଗ୍ରନ୍ଥି ତଥା ଲୋତକ ନଳୀର ସଂଯୋଗ ଥିବା ନିଧାର୍ଯ୍ୟ ହୋଇ ସାରିଛି । କେତେକ ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ ଆବେଗ ଅବସ୍ଥା ହେଲେ ଲୋତକ ନିର୍ଗତ ହୁଏ,[୩] କିନ୍ତୁ ଅନ୍ୟ କେତେକ ଏହା ସହିତ ଏକମତ ନୁହେଁ ।[୪]
ଭାବାବେଗ କ୍ରନ୍ଦନ ହେଲାବେଳେ ନିର୍ଗତ ହେଉଥିବା ଲୁହର ରାସାୟନିକ ସଂଯୋଜନା ଅନ୍ୟ ପ୍ରକାର ଲୁହର ସଂଯୋଜନାଠରୁ ପୃଥକ୍ । ସେଥିରେ ହରମୋନ୍ ପ୍ରୋଲାକ୍ଟିନ, ଆଡ୍ରେନିକର୍ଟିକୋଟ୍ରପିକ ହରମୋନ୍, ଲିଉ-ଏନ୍କେଫାଲିନ,[୫] ଓ ପୋଟାସିଅମ, ମାଙ୍ଗାନିଜ ପରିମାଣ ଉଲ୍ଲେଖନୀୟ ପରିମାଣରେ ଅଧିକ ଥାଏ । [୩]
କର୍ମ ପ୍ରଣାଳୀ
[ସମ୍ପାଦନା]ଭାବାବେଗ କ୍ରନ୍ଦନରେ ଲୋତକ ବୋହିବା କାର୍ଯ୍ୟ ପ୍ରଣାଳୀ ଏବେବି ପ୍ରଶ୍ନବାଚୀ ହୋଇ ରହିଛି । ସାଧାରଣ ତଥ୍ୟଠାରୁ (ଯେପରିକି ଯନ୍ତ୍ରଣାର ପ୍ରତିକ୍ରିୟା) ଆରମ୍ଭ କରି ବିନା ବାର୍ତ୍ତାଳାପରେ ପରୋପକାରୀ ବ୍ୟବହାର ପାଇବାର ଯୋଗାଯୋଗ ଭଳି ଜଟିଳ ତଥ୍ୟ ପ୍ରସ୍ତୁତ ହୋଇଛି । [୬] କେତେକ ଦାବୀ କରନ୍ତି ଯେ କ୍ରନ୍ଦନ ଯୋଗୁ କେତେକ ଜୈବରାସାୟନିକ ଲକ୍ଷ ସାଧିତ ହୋଇଥାଏ ଯେପରିକି ଚାପମୁକ୍ତି ଓ ଦେହରୁ ଦେହରୁ ବିଷାକ୍ତ ପଦାର୍ଥର ରେଚନ ହୁଏ । [୭] ଏହି ଦର୍ଶନକୁ କେତେକ ମନସ୍ତତ୍ୱବିତ୍ ପ୍ରଶ୍ନବାଚୀ ଉଠାଇଛନ୍ତି, ଯେଉଁମାନେ ଅନୁଭବ କରନ୍ତି ଯେ ସାମାଜିକ ପ୍ରଭାବ ଯୋଗୁ ଏକ ଉତ୍ତମ କ୍ରନ୍ଦନଦ୍ୱାରା ଚିନ୍ତାଶକ୍ତି ପରିସ୍କାର ହୁଏ । କ୍ରନ୍ଦନଦ୍ୱାରା ତୀବ୍ର ମାନସିକ ଆବେଗର (ଯେପରିକି ତୀବ୍ର ଶାରୀରିକ ବା ମାନସିକ ଯନ୍ତ୍ରଣା, ଆନନ୍ଦ ଓ ଆଶ୍ଚର୍ଯ୍ୟ) ବିଷ୍ଫୋଟ ହୋଇ ନିର୍ଗମ ହୁଏ । ଏହି ତଥ୍ୟ ସଠିକ ଥିବାର ସମ୍ଭାବନା ଅଧିକ, କାରଣ ଏହା ଅତ୍ୟଧିକ ଖୁସି ଓ ଦୁଃଖ ସମୟରେ କାନ୍ଦିବାର ସ୍ପଷ୍ଟୀକରଣ ଦିଏ । [୮]
ଲୋକମାନେ କାନ୍ଦର ଯୁକ୍ତାତ୍ମକ ଦିଗଟି ମନେ ରଖନ୍ତି ଓ ଏହା ସହିତ ଦୁଃଖ ଉପଶମ ହେବା କଥା ଚିନ୍ତା କରନ୍ତି । ସ୍ମରଣରେ ରହେ, କ୍ରନ୍ଦନ ମାନବକୁ ସାହାଯ୍ୟ କରେ । [୯]
ହିପୋକ୍ରେଟ ସମୟର ମଧ୍ୟ ଯୁଗୀୟ ସମୟରେ ଲୁହକୁ ଦେହର ରସ ବୋଲି ଗଣନା କରାଯାଉଥିଲା ଓ ମସ୍ତିଷ୍କରେ ଜମା ହୋଇ ରହିଥିବା ଅତ୍ୟଧିକ ରସ (humor) କାନ୍ଦିବାଦ୍ୱାରା ନିଷ୍କାସିତ ହେବ ବିଶ୍ୱାସ କରାଯାଉଥିଲା । [୧୦] ଉଇଲିଅମ ଜେମ୍ସ ଭାବିଥିଲେ, ଯୁକ୍ତିଯୁକ୍ତ ଚିନ୍ତା ପୂର୍ବରୁ ଆବେଗ ଏକ ପ୍ରକାର ରିଫ୍ଲେକ୍ସ ଯାହା ଭୟ ବା କ୍ରୋଧରୁ ଜାତ ଚାପ କିମ୍ବା ଉତ୍ପୀଡ଼ନ ବିଷୟରେ ସଚେତନ ରହୁଥିଲେ ।
ଜୈବରସାୟନବିତ୍ ଉଇଲିଅମ ଏଚ ଫ୍ରେ୨ଙ୍କର ପ୍ରସ୍ତାବ ଅନୁସାରେ କ୍ରନ୍ଦନ ପରେ ହାଲୁକା ଅନୁଭବ କରିବାର କାରଣ ହେଲା ଚାପ ସମୟରେ କାନ୍ଦିବା ଯୋଗୁ ହର୍ମୋନ ଯେପରିକି ଆଡ୍ରେନୋକର୍ଟିକାଲ ହର୍ମୋନ ଦେହରୁ ନିଷ୍କାସିତ ହୋଇଯାଏ । ଅଧିକ ନିଷ୍କାସନ ଝିଲ୍ଲୀରୁ (mucosa) ହେବାରୁ ଚାପ ସମୟରେ କାନ୍ଦିବା ଯୋଗୁ ହର୍ମୋନ ବାହାରିଯିବା ତଥ୍ୟ ସଠିକ ମନେ ହେଉତିଲା । [୧୧]
ସାହାଯ୍ୟ ବିହୀନତା ଅନୁଭବରୁ କ୍ରନ୍ଦନ ଜାତ ହେବାର ସମ୍ପର୍କ ବିଷୟରେ ଆଧୁନିକ ଥିଓରୀ ସୃଷ୍ଟି ହୋଇଛି ।[୧୨] ଏହି ଚିନ୍ତାଧାରାରୁ କ୍ରନ୍ଦନର କାରଣ ସ୍ପଷ୍ଟକରଣ ହୁଏ । ଉଦାହରଣ ସ୍ୱରୁପ ହଠାତ୍ ସୁଖ ଖବର ମିଳିଲେ ମନୁଷ୍ୟ ଅନୁଭବ କରେ ଯେ ସେ କେତେ ଶକ୍ତିହୀନ ।
ଆବେଗ ଜନିତ ଲୁହ ବିଷୟରେ ବିକାଶମୂଳକ ତଥ୍ୟ ମିଳୁଛି । ଗୋଟିଏ ଅନୁଶୀଳନ ପ୍ରସ୍ତାବ ଦେଉଛି; କାନ୍ଦିବା ସମୟରେ ଲୁହ ବୋହି ଆଖିର ଦୃଷ୍ଟିଶକ୍ତି ଅସ୍ପଷ୍ଟ ହୋଇ ଆକ୍ରମଣାତ୍ମକ ବା ଆତ୍ମରକ୍ଷା କରିବା କ୍ରିୟାକୁ ଅସମର୍ଥ କରିଦିଏ ଓ ଏହା ତୁଷ୍ଟିକରଣ, ଆବଶ୍ୟକତା କିମ୍ବା ଆଶକ୍ତିର ସଙ୍କେତ ଦେଖାଏ ।[୧୩] ଟେଲ ଆଭିଭ୍ ବିଶ୍ୱବିଦ୍ୟାଳୟର Tel Aviv University ଜୀବବିଜ୍ଞାନ ବିଭାଗସ୍ଥିତ ମନୋବିଜ୍ଞାନୀ ଡଃ ଓରେନ ହାସନ ( Dr. Oren Hasson) ବିଶ୍ୱାସ କରନ୍ତି ଯେ କ୍ରନ୍ଦନ କରିବାଦ୍ୱାରା ଲୋକ ଆକ୍ରମଣକାରୀ ଆଗରେ ନିଜେ ଭେଦ୍ୟ ବା ସମର୍ପଣ କରିବା ଅନୁଭୁତି ଦେଇ ଦର୍ଶକମାନଙ୍କଠାରୁ ସାହାଯ୍ୟ ଓ ସମବେଦନା ସହିତ ଆବେଗପୂର୍ଣ୍ଣ ଆସକ୍ତି ମିଳେ ।[୧୪]
ପଲ୍ ଡି କ୍ୟାକଲିନ୍ ପ୍ରସ୍ତାବ ଦିଅନ୍ତି ଯେ କାନ୍ଦିବା ସମୟରେ ପାଟି କରିବାଦ୍ୱାରା ପିଲା ଓ ପିତାମାତାଙ୍କ ପୁନର୍ମିଳନ ହୁଏ । ଲୁହର ମସ୍ତିଷ୍କ ଓ ନିଆଁ ସହିତ ଲିଙ୍କ ଥିବା ସେ ବିଶ୍ୱାସ କରନ୍ତି । ପ୍ରାକ୍ ମାନବ ନିଆଁ ଉପରେ ନିର୍ଭରଶୀଳ ଥିଲେ; ତାଙ୍କର ଆଖିରୁ ଧୁଆଁଯୋଗୁ ଲୁହ ବାହାରୁଥିଲା ।ବିବର୍ତ୍ତନ ଅନୁଯାୟୀ ଜୀବନାଶ ଓ ଦୁଃଖ ସହିତ ଧୁଆଁର ଗୋଟିଏ ସମ୍ପର୍କ ରହି ଆସିଛି । [୧୫]
ଜୈବିକ ପ୍ରତିକ୍ରିୟା
[ସମ୍ପାଦନା]କ୍ରନ୍ଦନର ଜୈବିକ ପ୍ରଭାବ ଅନୁଶୀଳନ କରିବା ଅତି କଷ୍ଟକର, ମନୋବିଜ୍ଞାନୀମାନଙ୍କ ମତରେ କାନ୍ଦୁଥିବା ଲୋକର ଅନୁଭୁତି ପରିବେଶ ଅନୁସାରେ ବଦଳିଯାଏ । ପରୀକ୍ଷାଗାରରେ ଦେଖାଯାଇଛି, କାନ୍ଦିବାଦ୍ୱାରା ହୃତ୍ପିଣ୍ଡ ସ୍ପନ୍ଦନ ହାର ଦୃତ ହୁଏ, ଝାଳ ବୁହେ ଓ ଶ୍ୱାସକ୍ରିୟା ଧୀରେ ହୁଏ । ଅନେକ ଲୋକଙ୍କ ମତରେ କାନ୍ଦିବାଦ୍ୱାରା ମନ ଶାନ୍ତ ହୋଇଯାଏ, ଏଣୁ ଏହାକୁ ସାହାଯ୍ୟକାରୀ ଓ ଉପକାରୀ ବୋଲି ବିବେଚନା କରାଯାଏ । [୧୬]
ପାର୍ଶ୍ୱପ୍ରତିକ୍ରୟା ମଧ୍ୟରେ ତଣ୍ଟିରେ କିଛି ଜମିଗଲା ଭଳି ଲାଗେ ଯାହାକୁ ଗ୍ଲୋବସ୍ ସେନ୍ସେସନ (globus sensation) କୁହାଯାଏ । [୧୭] ଏହି ଅନୁଭୁତିର ଅନେକ କାରଣ ଥିଲେ ମଧ୍ୟ ସିମ୍ପାଥେଟିକ ସ୍ନାୟୁ ମଣ୍ଡଳ ଚାପ ଯୋଗୁ ଏହା ହେବା ସମ୍ଭାବନା ଅଧିକ । କୌଣସି ବିପଦ ଆସିଲେ ପ୍ରାଣୀ ପଳାୟନ କରେ ବା ଲଢ଼େ । ଏହି ସମୟରେ ହଜମ କ୍ରିୟା ବନ୍ଦ ହୋଇ ରକ୍ତ ସଞ୍ଚାଳନ ଅଧିକ ହୁଏ । ଦୁଃଖ ଆଗତ ହେଲେ ମଧ୍ୟ ସିମ୍ପାଥେଟିକ ମଣ୍ଡଳ ଅଧିକ କ୍ରିୟାଶୀଳ ହୁଏ । [୧୮] ଶ୍ୱାସ ଗତ ଅଧିକ ହେବା ଯୋଗୁ ଅଧିକ ବାୟୁ ପ୍ରବାହ ହୁଏ । ଗ୍ଲଟିସ ଖୋଲିଯିବା ଯୋଗୁ ଏହା ସମ୍ଭବ ହୁଏ । ପାରାସିମ୍ପାଥେଟିକ ସ୍ନାୟୁ ମଣ୍ଡଳ ଅଧିକ କର୍ମଶୀଳ ହୋଇ ଏହି କ୍ରିୟାଗୁଡ଼ିକୁ କମେଇ ଦିଅନ୍ତି ଓ ହଜମ କ୍ରିୟାକୁ ପୁନଶ୍ଚ ଚାଲୁ ରଖନ୍ତି । ଗିଳିବା ନିମନ୍ତେ ଗ୍ଲଟିସ ବନ୍ଦ ହେବା ଆବଶ୍ୟକ ନ ହେଲେ ଖାଦ୍ୟ ଲାରଙ୍କ୍ସ୍ରେ ପଶିଯାଏ । କାନ୍ଦିଲା ବେଳେ ଗ୍ଲଟିସ ପୁରା ବନ୍ଦ ରହେ । ଏହି ଗ୍ଲଟିସ୍ ବନ୍ଦ ରଖିବା ଚେଷ୍ଟା ଯୋଗୁ ତଣ୍ଟିରେ କିଛି ରହିଗଲା ଭଳି ଲାଗେ । [୧୯]
କ୍ରନ୍ଦନ ଆବୃତ୍ତି
[ସମ୍ପାଦନା]ଜର୍ମାନୀ ସୋସାଇଟି ଅଫ ଅଫଥାଲମୋଲୋଜିର ବିଭିନ୍ନ ବୈଜ୍ଞାନିକ ଅନୁଶୀଳନରୁ ଜଣାଯାଏ, ଜଣେ ମହିଳା ବର୍ଷକୁ ୩୦ରୁ ୬୪ ଥର କାନ୍ଦନ୍ତି ଓ ପୁରୁଷ ବାର୍ଷିକ ୬ରୁ ୧୭ ଥର କାନ୍ଦନ୍ତି ।[୨୦]
ପୁରୁଷମାନେ ୨ରୁ ୪ ମିନିଟ କାନ୍ଦନ୍ତି ଓ ମହିଳାମାନେ ପ୍ରାୟ ୬ମିନିଟ ଧରି କାନ୍ଦନ୍ତି । ମହିଳାଙ୍କର କ୍ରନ୍ଦନ ୬୫ % କେଶରେ ସବ୍ରେ ପରିବର୍ତ୍ତିତ ହୁଏ ଓ ପୁରୁଷଙ୍କର ୬ % ସବ୍ରେ ପରିବର୍ତ୍ତିତ ହୁଏ । କୌମାତ୍ୱ ହେବା ପୂର୍ବରୁ ଏଭଳି ପାର୍ଥକ୍ୟ ଦେଖାଯାଏ ନାହିଁ ।[୨୧][୨୨]
ଆଧାର
[ସମ୍ପାଦନା]- ↑ Patel, V. (1993). "Crying behavior and psychiatric disorder in adults: a review". Compr Psychiatry. 34 (3): 206–11. doi:10.1016/0010-440X(93)90049-A. PMID 8339540. Quoted by Michelle C.P. Hendriks, A.J.J.M. Vingerhoets in Crying: is it beneficial for one's well-being?
- ↑ "List of 426 Sets of Synonyms and How they Differ in Meaning". Paulnoll.com. Retrieved 2014-08-04.
- ↑ ୩.୦ ୩.୧ Walter, Chip (December 2006). "Why do we cry?". Scientific American Mind. 17 (6): 44.
- ↑ Langseth, Muriel; Frey, William H. (1985). "Ch. 14: Do Animals Shed Emotional Tears?". Crying: the mystery of tears. Minneapolis, Minn: Winston Press. pp. 135–9. ISBN 0-86683-829-5.
{{cite book}}
: CS1 maint: multiple names: authors list (link) - ↑ Skorucak A. "The Science of Tears." ScienceIQ.com.
- ↑ "On the Origin of Crying and Tears". Human Ethology Newsletter. 5 (10): 5–6. June 1989.
- ↑ Doheny, Kathleen. "Why We Cry: The Truth About Tearing Up". WebMD. Retrieved 23 June 2011.
- ↑ "Crying; The Mystery of Tears" personal page of Frey WH with quote from his book
- ↑ Carey, Benedict (2 February 2009). "The Muddled Tracks of All Those Tears". The New York Times. The New York Times. Retrieved 18 July 2011.
- ↑ Lutz (2001), 69ff.
- ↑ "Emotional Freedom". Retrieved 30 January 2015.
- ↑ Miceli, M.; Castelfranchi, C. (2003). "Crying: discussing its basic reasons and uses". New Ideas in Psychology. 21 (3): 247–73. doi:10.1016/j.newideapsych.2003.09.001.
{{cite journal}}
: CS1 maint: multiple names: authors list (link) - ↑ New Theory for Why We Cry
- ↑ "Why Cry? Evolutionary Biologists Show Crying Can Strengthen Relationships". Science Daily. Tel Aviv University. Retrieved 8 September 2011.
- ↑ Lutz, Tom (1999). Crying : the natural and cultural history of tears (1. ed.). New York: W. W. Norton. pp. 90–91. ISBN 0-393-04756-3.
- ↑ "Cry Me A River: The Psychology of Crying". Science Daily. Association for :Psychological Science. 19 December 2008. Retrieved 18 July 2011.
- ↑ "What Causes a Lump in the Throat Feeling? Globus Sensation". Heath Talk. Retrieved 18 July 2011.
- ↑ Glass, Don (15 January 2007). "A Lump in Your Throat". Moment of Science.
- ↑ Onken, Michael (16 February 1997). "What causes the 'lump' in your throat when you cry?". MadSci. Washington University Medical School. Retrieved 18 July 2011.
- ↑ "Frauen und Männer weinen anders [German: Woman and Men Cry Differently]" (PDF). Pressearchiv 2009. Deutsche Ophtalmologische Gesellschaft. October 2009. Archived from the original (PDF) on 19 January 2015. Retrieved 19 January 2015.
- ↑ "Women cry more than men, and for longer, study finds". The Telegraph. London. 15 October 2009.
- ↑ "Frauen und Männer weinen anders [German: Woman and Men Cry Differently]" (PDF). Pressearchiv 2009. Deutsche Ophtalmologische Gesellschaft. October 2009. Archived from the original (PDF) on 19 January 2015. Retrieved 19 January 2015.