କୋଶଳାନନ୍ଦ କାବ୍ୟମ୍
କୋଶଳାନନ୍ଦ କାବ୍ୟମ୍ ହେଉଛି ଏକ ସଂସ୍କୃତ କାବ୍ୟ ଗ୍ରନ୍ଥ,[୧] ଯାହାକୁ ୧୬୬୩ ଖ୍ରୀଷ୍ଟାବ୍ଦରେ ପଣ୍ଡିତ ଗଙ୍ଗାଧର ମିଶ୍ର ଓଡ଼ିଆ ଲିପିରେ ଖଜୁରୀ ପତ୍ରର ପାଣ୍ଡୁଲିପି ଉପରେ ରଚନା କରିଥିଲେ। ଏହି କୃତି ମଧ୍ୟରେ ପୁରୁଣା କୋଶଳ ରାଜ୍ୟର ଐତିହ୍ୟ, ଧାର୍ମିକତା, ସାହିତ୍ୟ ଓ ରାଜନୈତିକ ଦିଗକୁ ଚିତ୍ରିତ କରାଯାଇଛି। ଏହି କୃତିଟି ପଶ୍ଚିମ ଓଡିଶା ଅଞ୍ଚଳରେ ଚୌହାଣ ଶାସନର ଇତିହାସ ସମ୍ପର୍କରେ ରଚିତ ସଂସ୍କୃତ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ କାବ୍ୟ ଅଟ। ପଣ୍ଡିତ ଗଙ୍ଗାଧର ମିଶ୍ର ସମ୍ବଲପୁରର ରାଜା ବଳିଆରସିଂହ ଦେବଙ୍କ (୧୬୫୦–୮୯ ଖ୍ରୀ.) ରାଜସଭା କବି ଥିଲେ।[୨] ରାଜା ପଣ୍ଡିତ ମିଶ୍ରଙ୍କୁ ତାଙ୍କ କବିତା ଓ ଜ୍ଞାନର ଦକ୍ଷତା ପାଇଁ ସମ୍ମାନିତ କରିଥିଲେ। ତାଙ୍କ କୃତି "କୋଶଳାନନ୍ଦ କାବ୍ୟମ୍" ମାଧ୍ୟମରେ ସେ ରାଜାଙ୍କ ଶାସନକାଳ ଓ ତାଙ୍କର ରାଜ୍ୟ ଇତିହାସକୁ କାବ୍ୟମୟ ଭାବେ ଉପସ୍ଥାପନ କରିଛନ୍ତି। ସେ ପୁରୀ ଜିଲ୍ଲାର ବୀରରାମଚନ୍ଦ୍ରପୁର ଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ପୁରୀର ପ୍ରସିଦ୍ଧ ପଣ୍ଡିତ ଓ କବି — ଶମ୍ଭୁକର ଓ ବିଦ୍ୟାକରଙ୍କ ବଂଶଧର ଥିଲେ।[୩]
ଆଧାର
[ସମ୍ପାଦନା]- ↑ Shishir Kumar Panda (2022), "Kosalananda Kavyam and the making of a Rajput dynasty", The Routledge Handbook of the State in Premodern India, Routledge India, pp. 401–412, doi:10.4324/9781003242062-24, ISBN 978-1-003-24206-2, retrieved 14 September 2022
- ↑ Pabitra Mohan Nayak (June 2004), Srikshetra and Sri Jagannath in Gangadhar Mishra's Kosalananda Kavyam (PDF), Odisha Review, archived from the original (PDF) on 17 September 2021, retrieved 12 March 2021
- ↑ Ashok Kumar Patnaik (December 2009), The Mirror Reflection of Sambalpur State through the Courtly Chronicle called Kosalananda Kavyam, Odisha History Congress, retrieved 12 March 2021