Jump to content

କୋକା ସୁବ୍‌ବା ରାଓ

ଉଇକିପିଡ଼ିଆ‌ରୁ
କୋକା ସୁବ୍‌ବା ରାଓ
Koka Subba Rao photo in 1955
9th Chief Justice of India
କାର୍ଯ୍ୟକାଳ
30 June 1966 – 11 April 1967
Appointed bySarvepalli Radhakrishnan
ପୂର୍ବ ଅଧିକାରୀAmal Kumar Sarkar
ପର ଅଧିକାରୀKailas Nath Wanchoo
Chief Justice of Andhra Pradesh High Court
କାର୍ଯ୍ୟକାଳ
1956–1958
ପୂର୍ବ ଅଧିକାରୀNawab Alam yar jung Bahadur
ପର ଅଧିକାରୀP. Chandra Reddy
ବ୍ୟକ୍ତିଗତ ସବିଶେଷ
ଜନ୍ମ(1902-07-15)୧୫ ଜୁଲାଇ ୧୯୦୨
Rajahmundry, Madras Presidency, British India
ମୃତ୍ୟୁ୬ ମଇ ୧୯୭୬(1976-05-06) (ବୟସ ୭୩)

କୋକା ସୁବ୍‌ବା ରାଓ (୧୫ ଜୁଲାଇ ୧୯୦୨– ୬ ମେ ୧୯୭୬) ଭାରତର ଜଣେ ନ୍ୟାୟାଧୀଶ ଓ ଭାରତର ସର୍ବୋଚ୍ଚ ନ୍ୟାୟାଲୟର ପୂର୍ବତନ ମୁଖ୍ୟ ନ୍ୟାୟାଧୀଶ ଥିଲେ । ୩୦ ଜୁନ ୧୯୬୬ରେ ଅମଲ କୁମାର ସରକାର ଅବସରଗ୍ରହଣ କରିବା ପରେ ସେ ଭାରତର ମୁଖ୍ୟ ନ୍ୟାୟାଧୀଶ ହେଲେ । ଏହା ପରେ ମାତ୍ର ଗୋଟିଏ ବର୍ଷ ଭିତରେ ସେ ପଦ ତ୍ୟାଗ କରି ରାଜନୀତିରେ ପ୍ରବେଶ କଲେ । ସେତେବେଳେ ତାଙ୍କ ଅବସର ପାଇଁ ୩ ମାସ ସମୟ ବାକି ଥିଲା । ସନ ୧୯୬୭ର ଭାରତର ରାଷ୍ଟ୍ରପତି ନିର୍ବାଚନରେ ସେ ଜାକିର ହୁସେନଙ୍କ ବିରୁଦ୍ଧରେ ପ୍ରତିଦ୍ଵନ୍ଦ୍ୱିତା କରିଥିଲେ ।[]

ସୁବ୍ବାରାଓ ଭାରତର ମୁଖ୍ୟ ନ୍ୟାୟାଧୀଶ ହେବାର କିଛି ମାସ ମଧ୍ୟରେ ‘ଗୋଲକନାଥ ମାମଲା’ରେ ପ୍ରସିଦ୍ଧ ରାୟ ଦେଇଥିଲେ । ସେ କହିଥିଲେ ଯେ ସଂସଦ ପାଖରେ ସଂବିଧାନରେ ଦିଆଯାଇଥିବା ମୌଳିକ ଅଧିକାରଗୁଡିକୁ ହଟାଇବାର/କ୍ଷୀଣ କରିବାର କୌଣସି ଅଧିକାର ନାହିଁ ।[] ଏହି ରାୟଟି ଗଭୀର ଅର୍ଥରେ ସରକାରଙ୍କ ହାର ବୋଲି କୁହାଯାଇଛି ।

ଜନ୍ମ ଓ ସଂକ୍ଷିପ୍ତ ପେଶାଜୀବନ

[ସମ୍ପାଦନା]

ଶ୍ରୀ କେ. ସୁବ୍ବାରାଓଙ୍କ ଜନ୍ମ ୧୫ ଜୁଲାଇ ୧୯୦୨ରେ ହୋଇଥିଲା । ତାଙ୍କ ପିତା ଜନେ ଓକିଲ ଥିଲେ । ତାଙ୍କ ଶିକ୍ଷା ଗଭର୍ନମେଣ୍ଟ ଆର୍ଟ୍ସ କଲେଜ, ରାଜମୁନ୍ଦ୍ରୀ ଏବଂ ଆଇନ ଶିକ୍ଷା, ମାଦ୍ରାସ୍‌ ଆଇନ ମହାବିଦ୍ୟାଳୟରେ ହୋଇଥିଲା ।[ଆଧାର ଲୋଡ଼ା] ସନ ୧୯୨୬ ରୁ ସେ ମାଦ୍ରାସ ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ। ମାର୍ଚ୍ଚ ୧୯୪୮ରୁ ଜୁଲାଇ ୧୯୫୪ ପର୍ଯ୍ୟନ୍ତ ସେ ମାଦ୍ରାସ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ଥିଲେ । ୫ ଜୁଲାଇ ୧୯୫୪ ରୁ ୩୧ ଅକ୍ଟୋବର ୧୯୫୬ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ହେଲେ ।[][] ପୁଣି ୧ ନଭେମ୍ବର ୧୯୫୬ରୁ ଜାନୁଆରୀ ୧୯୫୮ ପର୍ଯ୍ୟନ୍ତ ସେ ପୁନର୍ବାର ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ହେଲେ । ୩୧ ଜାନୁଆରୀ ୧୯୫୮ରୁ ସେ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ହେଲେ ।

୩୦ ଜୁନ ୧୯୬୬ରେ ସେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ । ୧୧ ଅପ୍ରେଲ ୧୯୬୭ରେ ସେ ଅବସରଗ୍ରହଣ କଲେ ।[]

  1. Supreme Court of India: Biography of K. Subba Rao
  2. "I. C. Golaknath & Ors vs State Of Punjab & Anrs". indiankanoon.org. Retrieved 3 December 2025.
  3. "Profile of the Honorable justice Koka Subba Rao at High Court of Andhra Pradesh". Archived from the original on 21 July 2011. Retrieved 3 October 2009.
  4. Koka Subba Rao: Strong-Willed Judge in The Great Indian Patriots
  5. "Justice K. Subba Rao | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-03.