କେ. ଜି. ବାଳକୃଷ୍ଣନ୍
କୋନକୁପ୍ପକଟିଲ୍ ଗୋପୀନାଥନ୍ ବାଲକୃଷ୍ଣନ୍ | |
|---|---|
Justice K. G. Balakrishnan, during an official visit to Brasília in 2008 | |
| 6th Chairperson of National Human Rights Commission of India | |
| କାର୍ଯ୍ୟକାଳ 7 June 2010 – 11 May 2015 | |
| Appointed by | Pratibha Patil |
| ପୂର୍ବ ଅଧିକାରୀ | S. Rajendra Babu |
| ପର ଅଧିକାରୀ | H. L. Dattu |
| 37th Chief Justice of India | |
| କାର୍ଯ୍ୟକାଳ 14 January 2007 – 11 May 2010 | |
| Appointed by | A. P. J. Abdul Kalam |
| ପୂର୍ବ ଅଧିକାରୀ | Y. K. Sabharwal |
| ପର ଅଧିକାରୀ | Sarosh Homi Kapadia |
| Judge of Supreme Court of India | |
| କାର୍ଯ୍ୟକାଳ 8 June 2000 – 14 January 2007 | |
| Nominated by | Adarsh Sein Anand |
| Appointed by | K. R. Narayanan |
| 29th Chief Justice of Madras High Court | |
| କାର୍ଯ୍ୟକାଳ 9 September 1999 – 5 June 2000 | |
| Nominated by | Adarsh Sein Anand |
| Appointed by | K. R. Narayanan |
| ପୂର୍ବ ଅଧିକାରୀ | Ashok Chhotelal Agarwal |
| ପର ଅଧିକାରୀ | Nagendra Kumar Jain |
| 16th Chief Justice of Gujarat High Court | |
| କାର୍ଯ୍ୟକାଳ 16 July 1998 – 8 September 1999 | |
| Nominated by | M. M. Punchhi |
| Appointed by | K. R. Narayanan |
| ପୂର୍ବ ଅଧିକାରୀ | Kumar Sreedharan |
| ପର ଅଧିକାରୀ | D. M. Dharmadhikari |
| Judge of Gujarat High Court | |
| କାର୍ଯ୍ୟକାଳ 24 November 1997 – 15 July 1998 | |
| Nominated by | J. S. Verma |
| Appointed by | K. R. Narayanan |
| Judge of Kerala High Court | |
| କାର୍ଯ୍ୟକାଳ 26 June 1985 – 23 November 1997 | |
| Nominated by | P. N. Bhagwati |
| Appointed by | Zail Singh |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୨ ମଇ ୧୯୪୫ Kaduthuruthy, Travancore, British India |
| ଜୀବନ ସାଥୀ | Nirmala Balakrishnan |
| ଶିକ୍ଷାନୁଷ୍ଠାନ | Government Law College, Ernakulam |
କୋନକୁପ୍ପକଟିଲ୍ ଗୋପୀନାଥନ୍ ବାଲକୃଷ୍ଣନ୍ (ଜନ୍ମ ୧୨ ମେ ୧୯୪୫) ଜଣେ ଭାରତୀୟ ନ୍ୟାୟାଧୀଶ, ଯିଏ ୨୦୦୭ ରୁ ୨୦୧୦ ପର୍ଯ୍ୟନ୍ତ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଭାବେ କାର୍ଯ୍ୟରତ ଥିଲେ, ଏବଂ ପରେ ଭାରତୀୟ ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ସେ କେରଳର ପ୍ରଥମ ନ୍ୟାୟାଧୀଶ ଏବଂ ପ୍ରଥମ ଦଳିତ ବ୍ୟକ୍ତି ଯିଏ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ହୋଇଥିଲେ। ୨୦୨୫ ମସିହାରେ ଭୂଷଣ ରାମକୃଷ୍ଣ ଗୱାଇଙ୍କ ମୁଖ୍ୟ ନ୍ୟାୟାଧୀଶ ପଦକୁ ପଦୋନ୍ନତି ପର୍ଯ୍ୟନ୍ତ, ସେଇ ପଦ ଧାରଣ କରିଥିବା ସେ ଏକମାତ୍ର ଦଳିତ ଥିଲେ।[୧][୨] ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ତାଙ୍କର କାର୍ଯ୍ୟକାଳ ସୁପ୍ରିମ୍ କୋର୍ଟର ସବୁଠାରୁ ଦୀର୍ଘ କାର୍ଯ୍ୟକାଳମାନଙ୍କ ମଧ୍ୟରୁ ଗୋଟିଏ ଥିଲା । ଗୁଜରାଟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଥିବା ସମୟରେ, ୧୬ ଜାନୁଆରୀ ୧୯୯୯ ରୁ ୧୮ ମାର୍ଚ୍ଚ ୧୯୯୯ ପର୍ଯ୍ୟନ୍ତ ସେ ଗୁଜରାଟର କାର୍ଯ୍ୟବାହକ ରାଜ୍ୟପାଳ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ । ୨୦୧୦ ମସିହାରେ କୋଚିନ୍ ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ ତାଙ୍କୁ ଗୌରବମୟ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲା।[୩]
ପ୍ରାରମ୍ଭିକ ଜୀବନ ଓ ଶିକ୍ଷା
[ସମ୍ପାଦନା]ନ୍ୟାୟମୂର୍ତ୍ତି କେ. ଜି. ବାଳକୃଷ୍ଣନ୍ କାଦୁଥୁରୁଥି, ଭାଇକୋମ୍ ନିକଟସ୍ଥ ତ୍ରାବାଙ୍କୋର୍ ରାଜ୍ୟରେ, କୋନକୁପ୍ପକଟିଲ୍ ଗୋପୀନାଥନ୍ ଓ ସାରଦାଙ୍କ ଦ୍ୱିତୀୟ ପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ। ବାଲକୃଷ୍ଣନଙ୍କ କହିବାନୁସାରେ, “ମୋ ପିତା କେବଳ ମାଟ୍ରିକ୍ ପର୍ଯ୍ୟନ୍ତ ପଢ଼ିଥିଲେ ଏବଂ ମୋ ମାଆ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ, ତଥାପି ସେମାନେ ତାଙ୍କ ସନ୍ତାନମାନଙ୍କୁ ସର୍ବୋତ୍ତମ ଶିକ୍ଷା ଦେବାକୁ ଚାହୁଁଥିଲେ।” ତାଙ୍କ ପିତା ଭାଇକୋମ୍ ମୁନ୍ସିଫ୍ କୋର୍ଟରେ ଜଣେ କ୍ଲାର୍କ ଥିଲେ ଏବଂ ଭାଇକୋମ୍ ନିକଟସ୍ଥ ଉଝାଭୂର୍ ଗ୍ରାମର କେ. ଆର୍. ନାରାୟଣନଙ୍କ ସହପାଠୀ ଥିଲେ।
ଥାଲାୟୋଲପରମ୍ବୁରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ, ସେ ଭାଇକୋମ୍ ସରକାରୀ ଉଚ୍ଚ ବିଦ୍ୟାଳୟରୁ ତାଙ୍କର ଶିକ୍ଷା ଶେଷ କରିଥିଲେ, ଯାହା ପାଇଁ ସେ ପ୍ରତିଦିନ ୫ କି.ମି. ପଦେ ପଦେ ଯାତ୍ରା କରୁଥିଲେ। ପରେ ସେ ଏର୍ଣ୍ଣାକୁଲମ୍ ମହାରାଜା କଲେଜରେ ଭର୍ତ୍ତି ହୋଇ ବି.ଏସ୍.ସି. ଅଧ୍ୟୟନ କରିଥିଲେ। ସେ ଏର୍ଣ୍ଣାକୁଲମ୍ ସରକାରୀ ଆଇନ କଲେଜରୁ ବ୍ୟାଚେଲର୍ ଅଫ୍ ଲସ୍ (ଏଲ୍.ଏଲ୍.ବି.) ଡିଗ୍ରୀ ହାସଲ କରି, ୧୯୬୮ ମସିହାରେ କେରଳ ବାର୍ କାଉନ୍ସିଲରେ ଅଧିବକ୍ତା ଭାବେ ନିବନ୍ଧିତ ହୋଇ, ଭାଇକୋମ୍ ମୁନ୍ସିଫ୍ କୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ। ପରେ ସେ ୧୯୭୧ ମସିହାରେ ତାଙ୍କର ଏଲ୍.ଏଲ୍.ଏମ୍. ଡିଗ୍ରୀ ସମାପ୍ତ କରିଥିଲେ।
କାର୍ଯ୍ୟଜୀବନ
[ସମ୍ପାଦନା]ଏକ ଅଧିବକ୍ତା ଭାବେ ସେ ଏର୍ଣ୍ଣାକୁଲମ୍ କୋର୍ଟରେ ଫୌଜଦାରୀ ଓ ଦେୱାନୀ (ସିଭିଲ୍) ମାମଲା ଉଭୟରେ ଓକିଲାତି କରୁଥିଲେ। ୧୯୭୩ ମସିହାରେ ସେ କେରଳ ନ୍ୟାୟିକ ସେବାରେ ମୁନ୍ସିଫ୍ ଭାବେ ନିଯୁକ୍ତ ହେଲେ। ପରେ ସେ ସେବାରୁ ପଦତ୍ୟାଗ କରି କେରଳ ହାଇକୋର୍ଟରେ ପୁନଃ ଅଧିବକ୍ତା ଭାବେ ଆଇନ ଅଭ୍ୟାସ ଆରମ୍ଭ କଲେ। ୧୯୮୫ ମସିହାରେ ସେ କେରଳ ହାଇକୋର୍ଟର ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ ଏବଂ ୧୯୯୭ ମସିହାରେ ଗୁଜରାଟ ହାଇକୋର୍ଟକୁ ସ୍ଥାନାନ୍ତରିତ ହେଲେ। ୧୯୯୮ ମସିହାରେ ସେ ଗୁଜରାଟ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ହେଲେ ଏବଂ ୧୯୯୯ ମସିହାରେ ସେ ମାଦ୍ରାସ୍ ହାଇକୋର୍ଟ (ହାଇକୋର୍ଟ ଅଫ୍ ଜୁଡିକେଚର୍ ଆଟ୍ ମଦ୍ରାସ୍)ର ମୁଖ୍ୟ ନ୍ୟାୟାଧୀଶ ଭାବେ ଦାୟିତ୍ୱ ଗ୍ରହଣ କଲେ। ଗୁଜରାଟ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ ଥିବା ସମୟରେ, ୧୬ ଜାନୁଆରୀ ୧୯୯୯ ରୁ ୧୮ ମାର୍ଚ୍ଚ ୧୯୯୯ ପର୍ଯ୍ୟନ୍ତ ସେ ଗୁଜରାଟର କାର୍ଯ୍ୟବାହକ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ସେ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ (ନ୍ୟାସନାଲ୍ ଲିଗାଲ୍ ସର୍ଭିସ୍ ଅଥରିଟି)ର ପ୍ରମୁଖ ସରକ୍ଷକ (ପ୍ୟାଟ୍ରନ୍-ଇନ୍-ଚିଫ୍) ଏବଂ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ମଧ୍ୟ ସେବା ଦେଇଥିଲେ । ସେ ଗୁଜରାଟ ନ୍ୟାସନାଲ୍ ଲ ଯୁନିଭର୍ସିଟିର ସାଧାରଣ ପରିଷଦର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
୮ ଜୁନ୍ ୨୦୦୦ ତାରିଖରେ ସେ ସୁପ୍ରିମ୍ କୋର୍ଟର ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ । ୧୪ ଜାନୁଆରୀ ୨୦୦୭ ତାରିଖରେ ସେ ସେତବେଳେର ରାଷ୍ଟ୍ରପତି ଏ. ପି. ଜେ. ଅବ୍ଦୁଲ୍ କଲାମଙ୍କ ଦ୍ୱାରା ଭାରତର ମୁଖ୍ୟ ନ୍ୟାୟାଧୀଶ ଭାବେ ଶପଥ ଗ୍ରହଣ କଲେ।[୪] ସେ ମୁଖ୍ୟ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିବା ପ୍ରଥମ ଦଳିତ ନ୍ୟାୟାଧୀଶ ଥିଲେ ଏବଂ ମେ ୨୦୨୫ ମସିହାରେ ଭୂଷଣ ରାମକୃଷ୍ଣ ଗୱାଇଙ୍କ ମୁଖ୍ୟ ନ୍ୟାୟାଧୀଶ ପଦକୁ ଉନ୍ନତି ପର୍ଯ୍ୟନ୍ତ ସେଇ ପଦ ଧାରଣ କରିଥିବା ସେ ଏକମାତ୍ର ଦଳିତ ଥିଲେ। ସେ ୧୨ ମେ ୨୦୧୦ ତାରିଖରେ ଅବସର ଗ୍ରହଣ କଲେ ଏବଂ ୭ ଜୁନ୍ ୨୦୧୦ ରୁ ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ ସେବା ଦେଇଆସୁଥିଲେ । ସୁପ୍ରିମ୍ କୋର୍ଟରେ ତାଙ୍କର କାର୍ଯ୍ୟକାଳ ଅବଧିରେ, ବାଲକୃଷ୍ଣନ୍ ୨୧୯ଟି ରାୟ ଲେଖିଥିଲେ ଏବଂ ୭୮୭ଟି ବେଞ୍ଚରେ ବସିଥିଲେ।[୫]
ଭାରତର ମୁଖ୍ୟ ନ୍ୟାୟାଧୀଶ ଥିବା ସମୟରେ, ସେ ଭାରତର ୧୨ତମ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ପଦ ଓ ଗୋପନୀୟତାର ସପଥ ପାଠ କରାଇଥିଲେ।
ଆଧାର
[ସମ୍ପାଦନା]- ↑ Anand, Utkarsh (24 January 2024). "In a first, Supreme Court to have 3 Dalit judges as Centre clears name". Hindustan Times. Retrieved 7 July 2025.
- ↑ Mahapatra, Dhananjay (15 May 2025). "BR Gavai sworn in as 52nd CJI; President's 14 posers his 1st test". The Times of India. Retrieved 7 July 2025.
- ↑ "Acceptance speech by Justice K.G Balakrishnan". CUSAT. 2010-12-07. Archived from the original on 2015-09-15. Retrieved 2020-11-05.
- ↑ "Justice K.G. Balakrishnan | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-19.
- ↑ "K.G. Balakrishnan". Supreme Court Observer (in ଆମେରିକୀୟ ଇଂରାଜୀ). Retrieved 2025-12-19.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |