କେଶବ ଚନ୍ଦ୍ର ଦାଶ
କେଶବ ଚନ୍ଦ୍ର ଦାଶ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୬ ମାର୍ଚ୍ଚ ୧୯୫୫ ହାଟସାହି, ଯାଜପୁର |
| ବୃତ୍ତି | ଅଧ୍ୟାପକ |
| ଜାତୀୟତା | ଭାରତୀୟ |
| ନାଗରିକତା | ଭାରତୀୟ |
| ସାହିତ୍ୟ କୃତି | ଋତମ୍ |
| ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୦ |
| ପିତାମାତା | ନାରାଯଣ ଦାଶ, କୁମୁଦିନୀ ଦେବୀ |
କେଶବ ଚନ୍ଦ୍ର ଦାଶ (ଜନ୍ମ: ୬ ମାର୍ଚ୍ଚ ୧୯୫୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସଂସ୍କୃତ କବି । ସେ ୧୯୯୦ ମସିହାରେ ସେ ନିଜ ସଂସ୍କୃତ ଉପନ୍ୟାସ ଋତମ୍ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]କେଶବ ଚନ୍ଦ୍ର ୧୯୫୫ ମସିହାରେ ଯାଜପୁର ଜିଲ୍ଲାର ହାଟସାହିରେ ଜନ୍ମଗ୍ରହଣ କରିଥିଲେ । ସେ ପୁନା ବିଶ୍ବବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକୋତ୍ତର(୧୯୭୯) ଓ ପିଏଚ୍.ଡି(୧୯୮୮) ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ପୁରୀରୁ ଡି.ଲିଟ୍(୧୯୯୩) ଉପାଧି ପ୍ରାପ୍ତ । ଅଧ୍ୟାପନା ବୃତ୍ତିରୁ ଅବସରପ୍ରାପ୍ତ କେଶବ ଜର୍ମାନୀ, ଫରାସୀ ଭାଷା, ଚଳଚ୍ଚିତ୍ର ନିର୍ଦ୍ଦେଶନା ଏବଂ କଂପ୍ୟୁଟର ପ୍ରୋଗ୍ରାମିଂରେ ଡିପ୍ଲୋମା ଡିଗ୍ରୀ ପ୍ରାପ୍ତ । ଓଡ଼ିଆ, ସଂସ୍କୃତ ଓ ଇଂରାଜୀ ଭାଷାରେ ସେ ପ୍ରାୟ ଅର୍ଦ୍ଧଶତାଧିକ ଗ୍ରନ୍ଥର ସ୍ରଷ୍ଟା । ପ୍ରାଚୀନ ଭାଷା ସଂସ୍କୃତ ସହିତ ଆଧୁନିକ କଂପ୍ୟୁଟର ଭାଷା ସହ ଯୋଗସୂତ୍ର ରକ୍ଷା କରିପାରିଥିବା କେଶବ ନିଜ ପ୍ରତିଭାର ଉତ୍କର୍ଷ ନିମନ୍ତେ ବହୁ ଜାତୀୟ ଆନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନୀତ । ତନ୍ମଧ୍ୟରୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପକ୍ଷରୁ ଶ୍ରେଷ୍ଠ ସଂଳାପ ଲେଖକ ପୁରସ୍କାର (୧୯୮୩), ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଡ. ଭି. ରାଘବନ୍ ପୁରସ୍କାର (୧୯୮୯), ଦିଲ୍ଲୀ ସଂସ୍କୃତ ଏକାଡେମୀ ପୁରସ୍କାର, ଭାରତୀୟ ଭାଷା ପରିଷଦ ପୁରସ୍କାର, ଆନ୍ତର୍ଜାତୀୟ ଶଙ୍କର ପୁରସ୍କାର, ଆମେରିକାର ମେରିଲ୍ୟାଣ୍ଡରୁ ଇଣ୍ଟରନ୍ୟାସନାଲ ପୋଏଟ୍ ଅଫ୍ ଦି ଇଅର ସମ୍ମାନ ସହ ତନ୍ତ୍ର ଶିରୋମଣି, ବିଦ୍ବାନ ମଣି ଆଦି ଉଲ୍ଲେଖନୀୟ ଅଟେ ।[୨][୩][୪]
ରଚନାବଳୀ
[ସମ୍ପାଦନା]ସଂସ୍କୃତ କାବ୍ୟ-କବିତା
[ସମ୍ପାଦନା]- ଅଳକା
- ବରଷା
- ଭିନ୍ନ ପୁଲିନଂ
- ପ୍ରତୀୟ ପ୍ରଦୀପମ୍
- ହୃଦୟେ ଚାରୀ
- ମହାତୀର୍ଥଂ
- ଈଶା
ସଂସ୍କୃତ ଲଘୁକଥା
[ସମ୍ପାଦନା]- ଦିଶା ବିଦିଶା ୧୯୮୮
- ଉର୍ମିଚୂଡା ୧୯୯୫
- ନିମ୍ନ ପୃଥିବୀ
ସଂସ୍କୃତ ଉପନ୍ୟାସ
[ସମ୍ପାଦନା]- ଶୀତଳ ତୃଷ୍ଣା
- ଋତମ୍
- ଅଂଜଳୀ
- ବିସର୍ଗ
- ଶିଖା
- ଶଶିରେଖା
- ଓମ୍ ଶାନ୍ତି
- ତିଳୋତ୍ତମା
- ପ୍ରତିପଦ
- ଆବର୍ଷନମ୍
- ନିକଷ୍ୟ
- ଅରୁଣା
ସଂସ୍କୃତ ଶିଶୁ ସାହିତ୍ୟ
[ସମ୍ପାଦନା]- ପତାକା (ଉପନ୍ୟାସ)
- ମୋହନ
- ଏକଦା (ଗପ)
ଇଂରାଜୀ ପ୍ରକାଶନ
[ସମ୍ପାଦନା]- Social Justice and its Indian Base
- Thoughts and Quotes
- Relations in Knowledge Representations
- Logic of Knowledge Base
- Elements of Research Methodology in Sanskrit
- Indian Semantics (A Computational Model)
ଓଡ଼ିଆ
[ସମ୍ପାଦନା]- ଅନ୍ଧସ୍ରୋତ ‐ ଓଡ଼ିଆ, ଇଂରାଜୀ ଓ ସଂସ୍କୃତ କବିତା
- ଆଧ୍ୟାତ୍ମ ଜୀବନର ଆଧାର
- ଓଡ଼ିଆ ଭାଷା ବିଜ୍ଞାନର ପରିଚିତି
ଗ୍ରନ୍ଥାବଳି
[ସମ୍ପାଦନା]- କେଶବ କାବ୍ୟ କଳାନିଧିଃ ‐ ୧ମ ଭାଗ (ସଂସ୍କୃତ କାବ୍ୟ ସଂଗ୍ରହ)
- କେଶବ କାବ୍ୟ କଳାନିଧିଃ ‐ ୨ୟ ଭାଗ ଲୁଘୁକଥା ଖଣ୍ଡଃ
- କେଶବ କାବ୍ୟ କଳାନିଧିଃ ‐ ୩ୟ ଭାଗ ଲଘୁ ଉପନ୍ୟାସ ଖଣ୍ଡଃ
- କେଶବ କାବ୍ୟ କଳାନିଧିଃ ‐ ୪ର୍ଥ ଖଣ୍ଡଃ ଉପନ୍ୟାସଖଣ୍ଡଃ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଋତମ୍) ପାଇଁ - ୧୯୯୦
ଆଧାର
[ସମ୍ପାଦନା]- ↑ http://odishasahityaakademi.org/English/sahitya-award6.php
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୨୪୭-୪୮. ISBN 81-903352-1-9.
- ↑ http://profkeshabchandradash.blogspot.com/p/biography.html
- ↑ https://kalnet.kshec.kerala.gov.in/vufind/Author/Home?author=Keshab+Chandra+Dash[permanent dead link]