Jump to content

କେରଳ ଉଚ୍ଚ ନ୍ୟାୟାଳୟ

Coordinates: 09°59′10″N 76°16′30″E / 9.98611°N 76.27500°E / 9.98611; 76.27500
ଉଇକିପିଡ଼ିଆ‌ରୁ
କେରଳ ଉଚ୍ଚ ନ୍ୟାୟାଳୟ
ସ୍ଥାପିତ1 ନଭେମ୍ବର 1956; 68 years ago (1956-୧୧-01)
ସ୍ଥାନକୋଚି, କେରଳ
ଭୌଗଳିକ ଦିଗବାରେଣି09°59′10″N 76°16′30″E / 9.98611°N 76.27500°E / 9.98611; 76.27500
ସଂରଚନାPresidential with confirmation of Chief Justice of India and Governor of respective state.
ଅଧିକାର ପ୍ରାପ୍ତConstitution of India
ବିଚାରପତି କାର୍ଯ୍ୟକାଳMandatory retirement by age of 62
ସଦସ୍ଯତା ସଂଖ୍ଯାPermanent Judges: 35 (including CJ)
Additional Judges: 12
Websitehighcourt.kerala.gov.in
Chief Justice of Kerala
ବର୍ତ୍ତମାନNitin Madhukar Jamdar
ନିଯୁକ୍ତି ଦିନ26 September 2024
Lead position ends9 January 2026

କେରଳ ଉଚ୍ଚ ନ୍ୟାୟାଳୟ ହେଉଛି ଭାରତୀୟ ରାଜ୍ୟ କେରଳ ଓ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପର ସର୍ବୋଚ୍ଚ ନ୍ୟାୟାଳୟ । ଏହା କୋଚିରେ ଅବସ୍ଥିତ । ଭାରତୀୟ ସଂବିଧାନର ଅନୁଚ୍ଛେଦ ୨୨୬ ଅନୁଯାୟୀ ଏହି ଉଚ୍ଚ ନ୍ୟାୟାଳୟ ରିଟ୍‌ ସମ୍ବନ୍ଧିୟ ପାଞ୍ଚଟି ଆଦେଶ (ହେବିଅସ କର୍ପସ୍, ମାଣ୍ଡାମସ୍, ପ୍ରୋହିବିସନ୍, କ୍ୱୋ ଓରାଣ୍ଟୋ, ସର୍ଟିଓରାରି) ଜାରି କରିପାରେ, ଯାହା ଦ୍ୱାରା ସଂବିଧାନ ଦ୍ୱାରା ନାଗରିକମାନେ ପାଇଥିବା ମୂଳ ଅଧିକାରର ରକ୍ଷା ପ୍ରଦାନ ଓ ଅନ୍ୟାନ୍ୟ ଉଦ୍ଦେଶ୍ୟ ପାଇଁ କାର୍ଯ୍ୟାନ୍ୱୟନ କରାଯାଏ । ଏହି ଉଚ୍ଚ ନ୍ୟାୟାଳୟର ଦେୱାନୀ ଓ ଫୌଜଦାରୀ ଉଭୟ ମାମଲାରେ ମୂଳ, ଅପିଲ ଓ ପୁନଃପରୀକ୍ଷଣ ଅଧିକାର ରହିଛି ଓ ଏକ ନିର୍ଦ୍ଦିଷ୍ଟ ଆଇନ ଅନୁଯାୟୀ ଅନୁପ୍ରେରଣ ପ୍ରଶ୍ନର ଉତ୍ତର ଦେବା ଶକ୍ତି ମଧ୍ୟ ରହିଅଛି ।[] ଏହାର ଅଧିନସ୍ଥ ସମସ୍ତ ନିମ୍ନ ଅଦାଲତ ଓ ଅଦାଲତ ସଦୃଶ ଆୟୋଗଗୁଡିକ ଉପରେ ଏହାର ନିରୀକ୍ଷଣ ଓ ପରିଦର୍ଶନ ଅଧିକାର ମଧ୍ୟ ରହିଅଛି ।[]

ବର୍ତ୍ତମାନ, କେରଳ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଧାରିତ ବିଚାରପତି ସଂଖ୍ୟା ୩୫ ଜଣ ସ୍ଥାୟୀ ବିଚାରପତି (ମୁଖ୍ୟ ବିଚାରପତି ସମେତ) ଓ ୧୨ ଜଣ ଅତିରିକ୍ତ ବିଚାରପତି ଅଛନ୍ତି । ବିଚାରାଧୀନ ଆଇନଗତ ପ୍ରଶ୍ନର ଗୁରୁତ୍ୱ ଓ ପ୍ରକୃତି ଅନୁଯାୟୀ ବିଚାରପତିମାନେ ଜଣିକିଆ ବିଚାରପତି (ସିଂଗଲ୍ ବେଞ୍ଚ), ଦୁଇଜଣିଆ (ଡିଭିଜନ୍ ବେଞ୍ଚ), ତିନିଜଣିଆ (ଫୁଲ୍ ବେଞ୍ଚ) କିମ୍ବା ଏହାଠାରୁ ବୃହତ୍ ସଂଖ୍ୟାର ବେଞ୍ଚରେ ବସନ୍ତି ।

ନୂଆ ବହୁତଳ ଉଚ୍ଚ ନ୍ୟାୟାଳୟ ଭବନର ଶିଳାନ୍ୟାସ ୧୪ ମାର୍ଚ୍ଚ ୧୯୯୪ ତାରିଖରେ ତତ୍କାଳୀନ ଭାରତୀୟ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଏମ୍. ଏନ୍. ଭେଙ୍କେଟଚଲୟାଙ୍କ ଦ୍ୱାରା କରାଯାଇଥିଲା । ଏହି ଭବନ ନିର୍ମାଣ ପାଇଁ ଅନୁମୋଦିତ ବ୍ୟୟ ୧୦ କୋଟି ଟଙ୍କା ଥିଲା । ଏହା ୨୦୦୫ ମସିହାରେ ୮୫ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଥିଲା । ନୂଆ ଉଚ୍ଚ ନ୍ୟାୟାଳୟ ଭବନ ନିର୍ମିତ ହେବାପରେ ୧୧ ଫେବୃଆରୀ ୨୦୦୬ ତାରିଖରେ ତତକାଳୀନ ଭାରତର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ୱାଇ. କେ. ସଭରୱାଲଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଏହି ଭବନରେ ଆଧୁନିକ ସୁବିଧାସବୁ ଯଥା ଭିଡିଓ କନଫରେନ୍ସିଂ, ଶୀତତାପ ନିୟନ୍ତ୍ରିତ କୋର୍ଟ ରୁମ, ଇଣ୍ଟରନେଟ, ଆଦେଶ ନକଲ୍ ଓ ମାମଲା ସ୍ଥିତି ଇଣ୍ଟରନେଟ ମାଧ୍ୟମରେ ଦେଖିବା ସୁବିଧା ରହିଅଛି । ଏହି ଭବନ ୫ ଏକର ଜମିରେ ନିର୍ମିତ, ଏହାର ବିନ୍ୟାସିତ କ୍ଷେତ୍ରଫଳ ୫.୫ ଲକ୍ଷ ବର୍ଗଫୁଟ୍ (୫୧,୦୦୦ ବର୍ଗ ମିଟର), ଯାହା ୯ ତଳବିଶିଷ୍ଟ ମହଲରେ ବିସ୍ତାରିତ । ଏହି କୋଠାମଧ୍ୟରେ ଏକ ଡାକଘର, ବ୍ୟାଙ୍କ, ଚିକିତ୍ସା କ୍ଲିନିକ୍, ଲାଇବ୍ରେରୀ, କ୍ୟାଣ୍ଟିନ୍ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସେବା ସୁବିଧା ରହିଅଛି । ଉଦ୍‌ଘାଟନ ତାରିଖରୁ ଏହି ଉଚ୍ଚ ନ୍ୟାୟାଳୟ ପୂର୍ବରୁ ଥିବା ପୁରୁଣା ଭବନରୁ ଏହି ନୂଆ ଭବନକୁ ସ୍ଥାନାନ୍ତରିତ ହୋଇଛି ।

କେରଳର ନ୍ୟାୟ ବ୍ୟବସ୍ଥାର ଐତିହ୍ୟ

[ସମ୍ପାଦନା]

ବର୍ତ୍ତମାନର କେରଳ ରାଜ୍ୟ ପୂର୍ବତନ ଟ୍ରାଭାଙ୍ଗକୋର ଓ କୋଚିନ୍ ଗଡ଼ଜାତ ରାଜ୍ୟ, ମାଲବାର ଜିଲ୍ଲା ଓ କାସାରଗୋଡ୍ ଅଞ୍ଚଳକୁ ଏକତ୍ର କରି ଗଠିତ ହୋଇଅଛି । କେରଳର ବର୍ତ୍ତମାନ ନ୍ୟାୟ ବ୍ୟବସ୍ଥାର ପ୍ରାଅଚୀନତା ଟ୍ରାଭାଙ୍ଗକୋର ଓ କୋଚିନ୍ ରାଜ୍ୟର ରାଜାମାନଙ୍କ ଶାସନ କାଳକୁ ସୂଚାଏ ।

୧ ନଭେମ୍ବର ୧୯୫୬ ତାରିଖରେ ରାଜ୍ୟ ପୁନର୍ଗଠନ ଆଇନ, ୧୯୫୬ ମାନ୍ୟତା ପାଇଲା, ଯାହା ମାଧ୍ୟମରେ ଟ୍ରାଭାଙ୍ଗକୋର-କୋଚିନ୍ ରାଜ୍ୟକୁ ମାଲବାର ଜିଲ୍ଲା ଓ କାସାରଗୋଡ୍ ସହ ଏକତ୍ର କରାଯାଇ ବର୍ତ୍ତମାନର କେରଳ ରାଜ୍ୟ ଗଠନ ସମ୍ଭବ ହେଲା । କେରଳ ଉଚ୍ଚ ନ୍ୟାୟାଳୟ ଆଇନ, ୧୯୫୮ ମାଧ୍ୟମରେ ଏହି ଉଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାର, କାର୍ଯ୍ୟ ବିବରଣୀ ଓ ଶକ୍ତି ବିବରଣୀ ନିର୍ଦ୍ଧାରିତ ହୋଇଥିଲା । ପ୍ରାରମ୍ଭରେ, ଟ୍ରାଭାଙ୍ଗକୋର-କୋଚିନ୍ ଉଚ୍ଚ ନ୍ୟାୟାଳୟ ଓ ମାଦ୍ରାସ ଉଚ୍ଚ ନ୍ୟାୟାଳୟର ଅନେକ ମାମଲା କେରଳ ଉଚ୍ଚ ନ୍ୟାୟାଳୟକୁ ସ୍ଥାନାନ୍ତର କରାଯାଇ ନିର୍ଣ୍ଣୟ ପାଇଁ ଦିଆଯାଇଥିଲା । ନ୍ୟାୟମୂର୍ତ୍ତି କେ. ଟି. କୋଶି କେରଳ ଉଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ।

ବିବାଦ

[ସମ୍ପାଦନା]

କୋଚିରେ ଅବସ୍ଥିତ କେରଳ ଉଚ୍ଚ ନ୍ୟାୟାଳୟ ଭବନରେ ତ୍ରିସ୍କାଇଡେକାଫୋବିଆ (ଅର୍ଥାତ୍ ୧୩ ନମ୍ବର ସହିତ ଭୟ ଜଡିତ ଅନ୍ଧଶ୍ରଦ୍ଧା) ତଥାକଥିତ କାରଣରୁ କୌଣସି କୋର୍ଟ ରୁମ୍‌କୁ ୧୩ ନମ୍ବର ଦିଆଯାଇନଥିଲା । ଏହି ବିଷୟ ଉପରେ କେରଳରେ ବିବାଦ ସୃଷ୍ଟି ହେଲା, କାରଣ କେରଳ ରାଜ୍ୟ ନିଜକୁ ଭାରତର ସବୁଠାରୁ ଶିକ୍ଷିତ ରାଜ୍ୟ ଭାବେ ଗର୍ବ କରେ । ଗୋଟିଏ ଅଭିଯୋକକାରୀ କେରଳ ଉଚ୍ଚ ନ୍ୟାୟାଳୟରେ ଏହି ନମ୍ବର ବାଦ୍‌ ଦେବା ବିଷୟ ଅନ୍ଧଶ୍ରଦ୍ଧା ପ୍ରେରିତ କି ନୁହେଁ ବୋଲି ପ୍ରଶ୍ନ କରିଥିଲେ, କାରଣ କୋଠରୀ ଗୁଡିକର ନାମକରଣରେ ୧୩କୁ ବାଦ୍‌ଦେଇ ୧୨ ରୁ ସିଧା ୧୪ କୁ ଯାଇଥିଲା ।

ଏହି ଅଭିଯୋଗ ଶୁଣିବା ପରେ, କେରଳ ଉଚ୍ଚ ନ୍ୟାୟାଳୟ ସେହି ଅଭିଯୋଗକୁ ଖାରଜ କରିଥିଲା ଓ ଅଭିଯୋକକାରୀ ଉପରେ ₹10,000 (ମାନେ US$120) ଅର୍ଥଦଣ୍ଡ ପ୍ରଦାନ କରିଥିଲେ । ପରେ, ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟ ଉଚ୍ଚ ନ୍ୟାୟାଳୟର ଏହି ନିଷ୍ପତିକୁ ବାତିଲ କରି ଅନ୍ଧଶ୍ରଦ୍ଧାକୁ ଉତ୍ସାହିତ କରିବା ଉପରେ ମନ୍ତବ୍ୟ କରି କହିଥିଲେ:

"ଉଚ୍ଚ ନ୍ୟାୟାଳୟ ଏକ ସାମ୍ବିଧାନିକ ସଂସ୍ଥା । ଏହାକୁ ଅନ୍ଧଶ୍ରଦ୍ଧା ପ୍ରଚାର କରିବାରେ ଅନୁମତି ଦିଆଯିବା ଉଚିତ୍ ନୁହେଁ ।"[]

କେରଳ ବିଧାନସଭା ତିରୁବନନ୍ଥପୁରମ (କେରଳର ରାଜଧାନୀ) ରେ ଏକ ଉଚ୍ଚ ନ୍ୟାୟାଳୟ ବେଞ୍ଚ ସ୍ଥାପନା ପାଇଁ ଏକ ପ୍ରସ୍ତାବ ପାସ୍ କରିଛି । ଭାରତ ସରକାର ଓ ତତକାଳୀନ ସର୍ବୋଚ୍ଚ ନ୍ୟାୟାଳୟ ଦେଶର ବିଭିନ୍ନ ଅଞ୍ଚଳରେ ଅଧିକ ଉଚ୍ଚ ନ୍ୟାୟାଳୟ ବେଞ୍ଚ ସ୍ଥାପନ ପ୍ରତି ରୁଚିପୂର୍ଣ୍ଣ ଓ ପକ୍ଷରେ ଥିଲେ ଓ ଅନ୍ୟାନ୍ୟ ରାଜ୍ୟରେ ଏପରି ଅନେକ ବେଞ୍ଚକୁ ଅନୁମୋଦନ ମଧ୍ୟ କରିଛନ୍ତି ।

ତଥାପି, ତିରୁବନନ୍ତପୁରମରେ ନୂତନ ବେଞ୍ଚ ସ୍ଥାପନ ଏପର୍ଯ୍ୟନ୍ତ ବିଳମ୍ବ ହେଉଛି, କାରଣ କୋଚି ଉଚ୍ଚ ନ୍ୟାୟାଳୟର କିଛି ତତ୍ତ୍ଵ ତାହାକୁ ବିରୋଧ କରୁଛନ୍ତି । ସେମାନଙ୍କର ବିରୋଧର ପୂର୍ବାଧାର ଏହା ଯେ:

ଟ୍ରାଭାଙ୍ଗକୋର-କୋଚିନ୍ ସଂଯୁକ୍ତ ରାଜ୍ୟ (ଯାହା ପରେ କେରଳ ଗଠିତ ହେଲା) ଗଠନ ସମୟରେ ଏହି ସମ୍ମତି ହୋଇଥିଲା ଯେ ରାଜଧାନୀ ହେବ ତିରୁବନନ୍ତପୁରମ (ଟ୍ରାଭାଙ୍ଗକୋର ରାଜଧାନୀ), ଯେଉଁଠାରେ ବିଧାନ ଓ କାର୍ଯ୍ୟପାଳନ ଶାଖା ରହିବ, କିନ୍ତୁ ନ୍ୟାୟ ବ୍ୟବସ୍ଥା ରହିବ କୋଚି (କୋଚିନ୍ ରାଜଧାନୀ) ରେ।

  1. "Kerala - Resources, Power, Agriculture | Britannica". www.britannica.com (in ଇଂରାଜୀ). 2025-05-28. Retrieved 2025-05-29.
  2. "Index of /". highcourt.kerala.gov.in. Archived from the original on 2025-02-17. Retrieved 2025-05-29.
  3. "Kerala high court told not to be superstitious". https://archive.ph. Archived from the original on 26 September 2012. Retrieved 29 May 2025. {{cite web}}: External link in |website= (help)