Jump to content

କୃଷ୍ଣ ଶ୍ରୀପଦ ଦୀକ୍ଷିତ

ଉଇକିପିଡ଼ିଆ‌ରୁ


କୃଷ୍ଣ ଶ୍ରୀପଦ ଦୀକ୍ଷିତ (ଜନ୍ମ:୨୦ ଜୁଲାଇ ୧୯୬୪)[] ଜଣେ ଭାରତୀୟ ନ୍ୟାୟବିଦ୍‌ ତଥା କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି । ଭାରତର ଉଚ୍ଚତମ ନ୍ୟାୟାଳୟର କଲିଜିୟମ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ତାଙ୍କର ବଦଳି ପାଇଁ ସୁପାରିଶ କରିବା ପରେ ସେ ୧୨ ମେ ୨୦୨୫ ଦିନ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।[][]

ଶିକ୍ଷା ଓ ପେଶା

[ସମ୍ପାଦନା]

ଶ୍ରୀ ଦୀକ୍ଷିତ ଜୁଲାଇ ୧୯୮୯ରେ ଏକ ଅଧିବକ୍ତା ଭାବରେ ଯୋଗ ଦେଇ କର୍ଣ୍ଣାଟକ ଓ ମାଡ୍ରାସ ଉଚ୍ଚ ନ୍ୟାୟାଳୟରେ ରିଟ୍ କାନୁନ, ନିର୍ବାଚନ ଆଇନ ଓ ସେବା ଆଇନ ବିଶେଷଜ୍ଞ ଭାବରେ ଓକିଲତି ଆରମ୍ଭ କରିଥିଲେ । ସେ ୧୯୯୯ ମସିହାରୁ ନିର୍ବାଚନ ଆୟୋଗ ପାଇଁ ବରିଷ୍ଠ ସ୍ଥାୟୀ ଅଧିବକ୍ତା ଏବଂ କେନ୍ଦ୍ର ସରକାର ପାଇଁ ଅତିରିକ୍ତ ସ୍ଥାୟୀ ଅଧିବକ୍ତା ଭାବରେ ନିଯୁକ୍ତ ହେଇଥିଲେ ।

ସେ ବିଶ୍ବବିଦ୍ୟାଳୟ ମାନ୍ୟତା ଆୟୋଗ (UGC), ଭାରତ ପ୍ରତିସ୍ପର୍ଦ୍ଧା ଆୟୋଗ, ଟେଲିକମ୍ ନିୟନ୍ତ୍ରଣ କର୍ତ୍ତୃପକ୍ଷ, କର୍ଣ୍ଣାଟକ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ବବିଦ୍ୟାଳୟ, ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର, ଜାତୀୟ ଉନାନୀ ଔଷଧ ସଂସ୍ଥାନ ପାଇଁ ମଧ୍ୟ ସ୍ଥାୟୀ ଅଧିବକ୍ତା ଭାବରେ କାର୍ଯ୍ୟ କରିଥିଲେ । କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର କିଛି ମହତ୍ତ୍ୱପୂର୍ଣ୍ଣ ମାମଲାରେ ସେ Amicus Curiae (ନ୍ୟାୟାଳୟଙ୍କ ସହାୟକ) ଭାବରେ ମଧ୍ୟ ନିଯୁକ୍ତ ହୋଇଥିଲେ । ଏହାସହିତ ସେ କିଛି ବର୍ଷ ଧରି ବେଙ୍ଗାଲୁରୁର ଏକ ଆଇନ ମହାବିଦ୍ୟାଳୟରେ ସାମୟିକ ଅଧ୍ୟାପକ ଭାବରେ ଶିକ୍ଷାଦାନ କରିଥିଲେ ।

୨୦୧୪ ମସିହାରେ ସେ ଭାରତ ସହାୟକ ଆଇନ ପରାମର୍ଶଦାତା(Assistant Solicitor General) ଭାବରେ ନିଯୁକ୍ତ ହୋଇଥିଲେ, ଏବଂ ୧୪ ଫେବୃଆରୀ ୨୦୧୮ ରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତି ପାଇଲେ ଏବଂ ୭ ଜାନୁୟାରୀ ୨୦୨୦ରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହେଲେ ।[]

ଭାରତର ସର୍ବୋଚ୍ଚ ନ୍ୟାୟାଳୟର କଲିଜିୟମ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ତାଙ୍କର ବଦଳି ପାଇଁ ସୁପାରିଶ କ୍ରମେ ୧୨ ମେ ୨୦୨୫ ରେ ସେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଯୋଗ ଦେଲେ ।[][][]

  1. "CDJ Law Journal". www.cdjlawjournal.com. Retrieved 2025-04-23.
  2. ୨.୦ ୨.୧ Sucheta (2025-04-22). "Supreme Court Collegium recommends transfer of 7 High Court Judges". SCC Times (in ଆମେରିକୀୟ ଇଂରାଜୀ). Retrieved 2025-04-23.
  3. "Judicial Appointment Orissa: Justice Dixit Krishna Shripad Sworn In as HC Judge". Deccan Herald (in ଇଂରାଜୀ). Retrieved 2025-05-12.
  4. "Hon'ble Mr. Justice Krishna S. Dixit". karnatakajudiciary.kar.nic.in. Retrieved 2025-04-23.
  5. "ଓଡ଼ିଶା ହାଇକୋର୍ଟ ଆସିବେ ଜଷ୍ଟିସ୍‌ କୃଷ୍ଣ ଦୀକ୍ଷିତ -" (in ଆମେରିକୀୟ ଇଂରାଜୀ). Retrieved 2025-04-23.
  6. "Breaking News Live: Justice Dixit Krishna Shripad takes oath as Orissa HC judge". The Times of India (in ଇଂରାଜୀ). 2025-05-12. Retrieved 2025-05-12.