Jump to content

କୃଷ୍ଣ ପ୍ରସାଦ ମହାପାତ୍ର

ଉଇକିପିଡ଼ିଆ‌ରୁ


କୃଷ୍ଣ ପ୍ରସାଦ ମହାପାତ୍ର (ଜନ୍ମ: ୧୨ ଏପ୍ରିଲ, ୧୯୨୮) ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି [] ତଥା ଓଡ଼ିଶାର ତୃତୀୟ ଲୋକପାଳ ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

କୃଷ୍ଣ ପ୍ରସାଦ ମହାପାତ୍ର ୧୨ ଏପ୍ରିଲ, ୧୯୨୮ରେ ଜନ୍ମ ଗ୍ରହଣ କରିଥିଲେ । ପ୍ରାଥମିକ ଶିକ୍ଷା ବରଗଡ଼ ଓ ସମ୍ବଲପୁରରେ ସମାପ୍ତ କରି ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ୧୪ ଜୁଲାଇ, ୧୯୫୫ରେ ମୁନ୍ସିଫ୍ ଭାବେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗ ଦେଲେ । ପରବର୍ତ୍ତୀ ସମୟରେ ସେ , ଏବଂ ମୁନ୍ସିଫ୍, ସବୋର୍ଡିନେଟ ଜଜ୍, ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍, ଜିଲ୍ଲା ଜଜ୍, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର୍, ଲିଗାଲ୍ ରିମେମ୍ବ୍ରାନସର୍ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ୧୯୭୯ରୁ ୧୯୮୩ ମସିହା ଅବଧିରେ ସେ ଓଡ଼ିଶା ସରକାରଙ୍କ ଆଇନ ସଚିବ ଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି । ସେ ଜୁନ୍ ୧୯୮୩ରୁ ଜିଲ୍ଲା ଏବଂ ଦୌରା ଜଜ୍ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ ।[][]

ସେ ୨୦.୬.୧୯୮୪ରୁ ୧୧.୪.୧୯୯୦ ପର୍ଯ୍ୟ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[] ୧୬ ଫେବୃଆରୀ ୧୯୯୭ଠାରୁ ୧୫ ଫେବୃଆରୀ ୨୦୦୨ ପର୍ଯ୍ୟନ୍ତ ସେ ଓଡ଼ିଶାର ତୃତୀୟ ଲୋକପାଳ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[]

୨୮ ଡିସେମ୍ବର ୨୦୧୮ରେ ୯୦ ବର୍ଷ ବୟସରେ ସେ ମୃତ୍ୟୁବରଣ କରିଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-10.
  2. ୨.୦ ୨.୧ "LOKPALS OF ORISSA" (PDF). magazines.odisha.gov.in. Retrieved 10 January 2025.
  3. ୩.୦ ୩.୧ "Odisha: Former Lokpal KP Mohapatra passes away". The Times of India. 2018-12-28. ISSN 0971-8257. Retrieved 2025-01-10.
  4. Network, L. I. (2021-04-25). "KRISHNA PRASAD MOHAPATRA". LAW INSIDER INDIA- INSIGHT OF LAW (SUPREME COURT, HIGH COURT AND JUDICIARY (in ଆମେରିକୀୟ ଇଂରାଜୀ). Retrieved 2025-01-10.