କୃଷ୍ଣଚନ୍ଦ୍ର ପାତ୍ର (ନାଟ୍ୟକାର)
କୃଷ୍ଣଚନ୍ଦ୍ର ପାତ୍ର | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ନାଟ୍ୟକାର (ଯାତ୍ରା) |
ସକ୍ରିୟ ବର୍ଷ | ୨୦୧୧ରୁ ଏପର୍ଯ୍ୟନ୍ତ |
ପିତାମାତା | ଶମ୍ଭୁନାଥ ପାତ୍ର (ପିତା), ଅନ୍ନପୂର୍ଣ୍ଣା ପାତ୍ର (ମାତା) |
କୃଷ୍ଣଚନ୍ଦ୍ର ପାତ୍ର ଜଣେ ଓଡ଼ିଆ ନାଟ୍ୟକାର ଓ ଅଧ୍ୟାପକ ଏବଂ ଅନେକ ଯାତ୍ରାନାଟକ ରଚନା ନିମନ୍ତେ ଜଣାଶୁଣା। ୨୦୧୧ ମସିହାରୁ ସେ ପ୍ରଥମ ଥର ପାଇଁ ଯାତ୍ରାନାଟକ ରଚନା କରିବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ କୋଣାର୍କ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ଯାତ୍ରା ସିଂହବାହିନୀ, ଯାତ୍ରା ଦର୍ଶକ ମହଲ, ତୁଳସୀ ଗଣନାଟ୍ୟ, ବାଘାଯତୀନ ଲୋକନାଟ୍ୟ ଆଦି ଯାତ୍ରା ଦଳ ପାଇଁ ନାଟକ ରଚନା କରିଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]କୃଷ୍ଣଚନ୍ଦ୍ର ବାଲେଶ୍ୱର ଜିଲ୍ଲାର ବାଲିଆପାଳ ବ୍ଲକ ଅନ୍ତର୍ଗତ କଙ୍କଡ଼ାପାଳ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ।
ସାହିତ୍ୟ ରଚନା
[ସମ୍ପାଦନା]ସେ ପ୍ରଥମେ ନିଜ ଗ୍ରାମର କ୍ଲବ୍ ପାଇଁ ଯାତ୍ରା ଲେଖୁଥିଲେ। ପରେ ଫକୀର ମୋହନ ମହାବିଦ୍ୟାଳୟରେ ପଢ଼ୁଥିଲା ବେଳେ କଲେଜ ଡ୍ରାମା ପାଇଁ ନାଟକ ଲେଖା ଆରମ୍ଭ କରିଥିଲେ। ଏହାପରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ ସମୟରେ ସକ୍ରିୟ ଭାବେ ମଞ୍ଚ ଓ ବେତାର ନାଟକ ରଚନା କଲେ। ତେବେ ୨୦୧୧ରେ ସେ ବିଧିବଦ୍ଧ ଭାବେ ଉତ୍ତର ଓଡ଼ିଶାର ପାର୍ଥସାରଥୀ ଅପେରା ପାଇଁ ଫେରିଲେ ଦେବି ମୁଁ ଗୁରୁଦକ୍ଷିଣା ନାଟକ ଲେଖି ଲୋକଲୋଚନକୁ ଆସିଥିଲେ । କୃଷ୍ଣଚନ୍ଦ୍ର ଇଂରାଜୀ ଓ ଶିକ୍ଷାରେ ସ୍ନାତକୋତ୍ତର ଓ ଶିକ୍ଷାରେ ଏମ୍ ଫିଲ୍ ଓ ଡକ୍ଟରେଟ୍ କରିଥିଲେ । ଅଧ୍ୟାପନାକୁ ବୃତ୍ତି ରୂପେ ଆପଣେଇ ନେଇଥିଲେ ମଧ୍ୟ ନାଟକ ରଚନା କରିବା ତାଙ୍କର ନିଶା ଥିଲା ।[୧] ଓଡ଼ିଶାର ଅନେକ ଆଗଧାଡ଼ିର ଯାତ୍ରା ନିର୍ଦ୍ଦେଶକ ଯଥା ଅଶ୍ରୁମୋଚନ ମହାନ୍ତି, ବିନୋଦ ରାଉତ, କିଶୋର ଖଣ୍ଡୁଆଳ, ଓ ତାପସ ସ୍ୱାଇଁ ତାଙ୍କ ନାଟକର ନିର୍ଦ୍ଦେଶନା ଦେଇଛନ୍ତି ।
ରଚିତ ନାଟକ
[ସମ୍ପାଦନା]- କାଇଁଚ ମାଳି
- ଅନ୍ଧ-ମୁକ-ବଧିର
- କନିଆଁ କାନ୍ଦୁଛି କୋଣାରକରେ
- ମା'ଲୋ କଲିକତିଆ ବୋହୁ
- ସଙ୍ଗୀତ ସାଥି ସଙ୍ଗୀତା
- ମାୟାଜାଲ
- କଳଙ୍କିନୀ
- ସତ ସିନ୍ଦୂରକୁ ମିଛ କନିଆଁ
- ସବୁ ପ୍ରେମ ଗପ ଅଧାରୁ ସରେ
ଆଧାର
[ସମ୍ପାଦନା]- ↑ କୁମାର ରାଉତରାୟ, ନାରାୟଣ (18 August 2024). "ଯାତ୍ରା ଯାତ୍ରା: ପେସାରେ ଅଧ୍ୟାପକ ନିଶାରେ ନାଟ୍ୟକାର".