କୁଷ୍ମାଣ୍ଡ ସରୋବର ତ୍ରିବେଣୀ ଧାମ

Coordinates: 27°25′11″N 85°00′41″E / 27.419733°N 85.011276°E / 27.419733; 85.011276
ଉଇକିପିଡ଼ିଆ‌ରୁ
Kushmanda Sarowar Triveni Dham
कुष्माण्ड सराेवर त्रिवेणी धाम
A view of Kushmanda Sarowar
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictMakwanpur District
ଦେବାଦେବୀKushmanda Bhagwati
FestivalsKushmanda nawami, Makar Sankranti, Haritalika Teej
Location
ସ୍ଥାନHetauda
CountryNepal
କୁଷ୍ମାଣ୍ଡ ସରୋବର ତ୍ରିବେଣୀ ଧାମ is located in Nepal
କୁଷ୍ମାଣ୍ଡ ସରୋବର ତ୍ରିବେଣୀ ଧାମ
Shown within Nepal
ଭୌଗଳିକ ଅବସ୍ଥିତି27°25′11″N 85°00′41″E / 27.419733°N 85.011276°E / 27.419733; 85.011276
Architecture
TypePagoda

କୁଷ୍ମାଣ୍ଡ ସରୋବର ତ୍ରିବେଣୀ ଧାମ (ନେପାଳୀ: कुष्माण्ड सराेवर त्रिवेणी धाम) ଏକ ପବିତ୍ର ତୀର୍ଥ ସ୍ଥାନ ଯାହା ଦେବୀ କୁଷ୍ମାଣ୍ଡ ଭଗବତୀଙ୍କୁ (Goddess Kushmanda)ସମର୍ପିତ ହୋଇଛି । କୁଷ୍ମାଣ୍ଡ ଶବ୍ଦର ପ୍ରଥମ ଅକ୍ଷର ‘କୁ’ ଅର୍ଥ ସ୍ୱଳ୍ପ, ‘ଷ୍ମା’ ଅର୍ଥ ଉଷୁମ ଓ ‘ଣ୍ଡ’ ଏଠାରେ ସ୍ୱର୍ଗୀୟ ଅଣ୍ଡାକୁ ନିର୍ଦ୍ଦେଶ କରୁଛି । ଏଣୁ ଦେବୀଙ୍କୁ ସଂସାରର ସୃଷ୍ଟି କର୍ତ୍ତା ଭାବରେ ଦର୍ଶାଯାଉଛି । ତାଙ୍କର ଆଠ ବା ଦଶ ହାତରେ ଅସ୍ତ୍ର ଶସ୍ତ୍ର, ମାଳି ଇତ୍ୟାଦି ଧରି ତାଙ୍କୁ ସିଂହ ଉପରେ ଉପବେଶନ କରିଥିବା ଦର୍ଶାଯାଏ । କୁହାଯାଏ ସେ ଦୁର୍ଗାଙ୍କର ଏକ ଶୁଖି ଆକାର, ଦଶହରାରେ ପୂଜା ପାଉଥିବା ନବଗ୍ରହ ମଧ୍ୟରୁ ଚତୁର୍ଥ ଦେବୀ । ତାଙ୍କର ସ୍ମିତହସ ଦୁନିଆର ଅନନ୍ତ ଘୋର ଅନ୍ଧାରକୁ ଦୂର କରି ଆଲୋକ ଆଣିଲା ଓ ସଂସାର ସୃଷ୍ଟି କଲା ।[୧][୨] ପାଣି କଖାରୁ ଦେବୀଙ୍କର ଅତି ପ୍ରିୟ ଖାଦ୍ୟ ।[୧]

ମଧ୍ୟ ନେପାଳର ହେଟାଉଡା (Hetauda) ସବ- ମେଟ୍ରୋପଲିସର ସୀମାବର୍ତ୍ତୀ ଅଞ୍ଚଳରେ ଏହି ତୀର୍ଥ ସ୍ଥାନ ଅବସ୍ଥିତ ।[୩] ଏଠାରେ ଦୁଇ ଡାହାଣ ପାଖ ଉପନଦୀ କରା ନଦୀ ଓ କୁଖରେଣୀ ନଦୀ ସାଥିରେ ବାମ ରାପ୍ତି ନଦୀ ମିଶି ଏକ ତ୍ରିବେଣୀ ସଂଗମ ସୃଷ୍ଟି ହୋଇଛି ।[୧] ବିଗତ ଦଶକରେ ଏହି ସ୍ଥାନର ଅନେକ ବିକାଶ କରାଯାଇଛି । ଏହାର ପରିଚାଳନା ଭାର ଓ ତଦାରଖ ଏକ କମିଟି ହାତକୁ ନେଇଛି ।[୩] କୁଷ୍ମାଣ୍ଡ ସରୋବର ତ୍ରିବେଣୀ ତିର୍ଥସ୍ଥାନ ବିକାଶ କମିଟି ମୁଖ୍ୟତଃ କୁଷ୍ମାଣ୍ଡ ଭାଗବତୀଙ୍କର ପୂଜା ଓ ଆରାଧନାର ବିକାଶ ରକ୍ଷଣାବେକ୍ଷଣ କରେ । କୁଷ୍ମାଣ୍ଡ ସରୋବର ଏକ ପବିତ୍ର ପୁଷ୍କରିଣୀ ଯାହା କୁଷ୍ମାଣ୍ଡ ଦେବୀଙ୍କୁ ସମର୍ପିତ ହୋଇଛି । ହେଟାଉଡା ସ୍ଥାନରେ ନଦୀ ତୀରରେ ହିନ୍ଦୁ ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରାଯାଏ ।

ତୀର୍ଥଯାତ୍ରୀଙ୍କର ସମାଗମ ମୁଖ୍ୟତଃ କୁଷ୍ମାଣ୍ଡ ନବମୀ ବା ମକର ସଂକ୍ରାନ୍ତିରେ (Makar Sankranti)[୩] ଓ ତିଜ (Teej) ଦିନମାନଙ୍କରେ ପାଳନ କରାଯାଏ । ଦେବୀ ଓ ଅନ୍ୟାନ୍ୟ ଦେବତାମାନେ ସେହି ସ୍ଥାନରେ ସ୍ନାନ କରୁଥିବା ବିଶ୍ୱାସ କରାଯାଏ । ଭକ୍ତମାନେ ସରୋବରରେ ପବିତ୍ର ସ୍ନାନ କରନ୍ତି ଅଥବା ମନ୍ଦିର ପରିସରରେ ତିଆରି ହୋଇଥିବା ୧୦୮ଟି ଟ୍ୟାପରୁ ବାହାରୁଥିବା ଜଳରେ ଦୌଡ଼ି ଦୌଡ଼ି ସ୍ନାନ କରନ୍ତି ।[୩] ମକର ସଂକ୍ରାନ୍ତି ଦିନ ହଜାର ହଜାର ଲୋକ ଏହି ପବିତ୍ର ସ୍ଥାନକୁ ଦର୍ଶନ କରନ୍ତି, ପବିତ୍ର ସ୍ନାନ କରନ୍ତି ତଥା ଅଳ୍ପ ବୟସ୍କ ପିଲାଙ୍କର ଉପନୟନ କରାନ୍ତି ।[୩] ମହିଳାମାନେ ତିଜ ପାଳନ କରୁଥିଲେ ଏଠାରେ ଋଷି ପଞ୍ଚମୀ ଦିନ ପବିତ୍ର ସ୍ନାନ କରି ପର୍ବ ସମାପ୍ତ କରନ୍ତି ।

ଆଧାର[ସମ୍ପାଦନା]

<ଆଧାର>

  1. ୧.୦ ୧.୧ ୧.୨ www.onlinepuja.org. "Onlinepuja org - We offer online Puja at Kushmanda Triveni Dham". www.onlinepuja.org. Archived from the original on 2015-05-16. Retrieved 2015-08-20.
  2. "The temple of Kushmanda Devi in Trikhandi - Boss Nepal". Archived from the original on 2016-04-25. Retrieved 2015-08-20.
  3. ୩.୦ ୩.୧ ୩.୨ ୩.୩ ୩.୪ Tara. "Preparations for Makar Mela in full swing". Retrieved 2015-08-20.[permanent dead link]