କୁମୁଦଲତା ମହାନ୍ତି
କୁମୁଦଲତା ମହାନ୍ତି | |
---|---|
ଜନ୍ମ | ତୋଟାପଡ଼ା, ଖୋର୍ଦ୍ଧା | ୧୧ ନଭେମ୍ବର ୧୯୪୬
ମୃତ୍ୟୁ | ୧୯ ନଭେମ୍ବର ୨୦୨୨ କଟକ | (ବୟସ ୭୬)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସାହିତ୍ୟିକା |
ବୈବାହିକ-ସାଥୀ | ଇଂ ନଗେନ କୁମାର ମହାନ୍ତି |
ପିତାମାତା | ନନ୍ଦକିଶୋର ଦାସ, ସତ୍ୟଭାମା ଦେବୀ |
କୁମୁଦଲତା ମହାନ୍ତି ଜଣେ ଓଡ଼ିଆ ଲେଖିକା । ଏହା ସହିତ ଆକାଶବାଣୀ ଓ ଦୂରଦର୍ଶନରେ ଜଣେ ସ୍ୱୀକୃତି ପ୍ରାପ୍ତ ଗୀତିକାର ହେବା ସହିତ ନିଜ ସାରସ୍ୱତ ସାଧନା ନିମନ୍ତେ ଓଡ଼ିଶା ଶିଶୁ ସାହିତ୍ୟ ସମିତି ଦ୍ୱାରା ସମ୍ମାନୀତ ହୋଇଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସେ ଖୋର୍ଦ୍ଧା ଜିଲ୍ଲାର ତୋଟାପଡ଼ା ଗ୍ରାମରେ ୧୧ ନଭେମ୍ବର ୧୯୪୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଜଣେ ପୋଲିସ ଅଧିକାରୀ । କାର୍ଯ୍ୟୋପଲକ୍ଷେ ବିଭିନ୍ନ ସ୍ଥାନକୁ ବଦଳି ହେଉଥିବାରୁ କୁମୁଦଲତାଙ୍କ ପାଠପଢ଼ା ମଧ୍ୟ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସମାପନ ହୋଇଥିଲା । ଦଶମ ଶ୍ରେଣୀରେ ପଢୁଥିବା ବେଳେ ଇଂ ନଗେନ କୁମାର ମହାନ୍ତିଙ୍କ ସହ ତାଙ୍କର ବିବାହ ହେଲା । ଘରସଂସାର ଭିତରେ ବ୍ୟସ୍ତ ରହିଲେ ମଧ୍ୟ ସ୍ବାମୀଙ୍କ ପ୍ରେରଣା ଓ ଦିଗଦର୍ଶନ ଯୋଗୁଁ ସେ ଘରୋଇ ଭାବେ ମାଟ୍ରିକ ଓ ପରେ ପରେ ଆଇ.ଏ, ବି.ଏ ଏବଂ ବି.ଇଡ଼ି. ପାସ୍ କରିପାରିଥିଲେ । ସୁନାବେଡ଼ା ଏରୋନଟିକ୍ସ ଉଚ୍ଚ ବାଳିକା ବିଦ୍ୟାଳୟରେ ପ୍ରଥମ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରି ୨୦୦୦ ମସିହାରେ ଅବସର ନେଲେ । ବାଲ୍ୟକାଳରୁ ତାଙ୍କର ଓଡିଶୀ ନୃତ୍ୟ, ହାରମୋନିଅମ ବାଦନ, ଗୀତ ଗାଇବାରେ ରୁଚି ଥିଲା । ସୁନ୍ଦର ଭାଷଣ ମଧ୍ୟ ଦେଇ ପାରୁଥିଲେ ।
ସାହିତ୍ୟ କୃତି
[ସମ୍ପାଦନା]୭ମ ଶ୍ରେଣୀରେ ପଢୁଥିବା ବେଳେ କବିତା ଲେଖିବା ଆରମ୍ଭ କରିଥିଲେ । ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣ ଭିତରେ ତାଙ୍କ ଲେଖାଲେଖି ସମାନ୍ତରାଳ ଭାବେ ଚାଲିଥିଲା । ରାଜ୍ୟର ପ୍ରାୟ ସମସ୍ତ ପତ୍ରପତ୍ରିକାରେ ତାଙ୍କର ଅଜସ୍ର ଲେଖା ପ୍ରକାଶିତ । କବିତା, ଗୀତିକବିତା, ଉପନ୍ୟାସ, ଶିଶୁସାହିତ୍ୟ, ନାଟକ, ଗୀତିନାଟ୍ୟ, ପ୍ରବନ୍ଧ ଆଦି ସାହିତ୍ୟର ପ୍ରତ୍ୟେକ ବିଭାଗରେ ତାଙ୍କର ୭୦ରୁ ଉର୍ଦ୍ଧ୍ବ ପୁସ୍ତକ ପ୍ରକାଶିତ । ୨୦୦୧ରେ ପ୍ରକାଶିତ "ଅନେକ ସ୍ଵପ୍ନ" ତାଙ୍କରି ଏକ ଲୋକପ୍ରିୟ ଗ୍ରନ୍ଥ ।[୧] ଏଥିରେ ସେ ମଣିଷ ଜୀବନର ଜଟିଳତା ସହ ତାହାର ଅନ୍ତର୍ନିହିତ ସ୍ଵପ୍ନ ଏବେଂ ଅଭିଳାଷକୁ ଜୀବନ୍ତ ରୂପରେ ପ୍ରକାଶ କରିଛନ୍ତି ।[୨] ଆଧୁନିକ, ସୁଗମ ସଂଗୀତ, ଭଜନ, ଜଣାଣ, ଦେଶାତ୍ମବୋଧ, ପଲ୍ଲୀଭିତ୍ତିକ ଗୀତିକବିତା ଓ ଓଡିଶୀ ସଂଗୀତ ରଚନାରେ ସେ ବେଶ୍ ସଫଳ । ଗୀତିକାର ଭାବେ ସେ ଉଭୟ ଆକାଶବାଣୀ ଓ ଦୂରଦର୍ଶନ ଦ୍ବାରା ସ୍ବୀକୃତିପ୍ରାପ୍ତ । ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ସେ ରଚନା କରିଛନ୍ତି ସଂଖ୍ୟାଧିକ ଭଜନ, ଜଣାଣ, ଚଉତିଶା । ତାଙ୍କ ରଚିତ ଶିଶୁ ନାଟକ ଶ୍ରବଣ କୁମାର, ଯୌତୁକ ଲୋଭ, ପଲ୍ଲୀ ପଥେ, ଅପାଠୁଆ ରାଜୁଆ ଭାଇ, ଏକଲବ୍ୟ, ଦାସିଆ ବାଉରୀ, କବିବର ରାଧାନାଥ ଓ ଗୀତିନାଟ୍ୟ ଦଳବେହେରା ଆକାଶବାଣୀରେ ପ୍ରସାରିତ । ଶିଶୁପ୍ରେମୀ କୁମୁଦଲତା ଶିଶୁମାନଙ୍କ ପାଇଁ ସ୍ଥାପନ କରିଛନ୍ତି 'କୁମୁଦକଳି ପାଠାଗାର' । ବନପ୍ରଭା ସାହିତ୍ୟ ସଂସଦର ସଭାପତି ରହିବା ସହ ବହୁ ପତ୍ରପତ୍ରିକା ଓ ସାହିତ୍ୟାନୁଷ୍ଠାନ ସହ ଓତପ୍ରୋତଃ ଭାବେ ଜଡିତ କୁମୁଦଲତା ନିଜ ସାରସ୍ବତ ସାଧନା ପାଇଁ ଅନେକ ସମ୍ମାନରେ ସମ୍ମାନୀତ । 'ଜୀବନ ନଈର ସୁଅ' ତାଙ୍କର ସଂଘର୍ଷପୂର୍ଣ୍ଣ ଜୀବନର ମନୋଜ୍ଞ ଆତ୍ମଲିପି ।
ରଚନାବଳୀ
[ସମ୍ପାଦନା]ଉପନ୍ୟାସ
[ସମ୍ପାଦନା]- ଏକ ମନ ଦୁଇ ଧାର
- ମନର କୁହେଳି
- ଧରିତ୍ରୀର ଲୁହ
- ବୋହୁ ଯଦି ଏମିତି ହୁଏ
- ଝଡ଼ର ଶେଷ କଥା
- ବିବାହ ପରେ
- ଅବଳା ମନ
- ତଥାପି ସଂପର୍କ
ନାଟକ
[ସମ୍ପାଦନା]- ସ୍କୁଲ ସେକ୍ରେଟାରୀ
- ମିଳନ ଏକ ଭଙ୍ଗା ନୀଡର
- କାଞ୍ଚନ
- ଛଡା ଫୁଲ
- ଜୀବନ ନାଟକ
ଶିଶୁ ସାହିତ୍ୟ
[ସମ୍ପାଦନା]- କୁନା ଓ ପରୀ
- ହୀରା ହାର
- ସମୁଦ୍ରର ଶଙ୍ଖ
- ଶିଶୁ ଶ୍ରମିକ
- ତିନି ବନ୍ଧୁ
- ଆଜି କାମ ଆଜି କର
- ଫୁଲ ଚାଙ୍ଗୁଡି
- ସହିଷ୍ଣ ବନ୍ଧୁ
- ପଶୁପକ୍ଷୀଙ୍କ ହୃଦୟ
- ଭଗବାନ ଅଛନ୍ତି
ଗୀତିକବିତା
[ସମ୍ପାଦନା]- ଭକ୍ତି ଗଙ୍ଗା
- ଭକ୍ତି ଫୁଲ
- ପ୍ରଣତି ଏକ ବ୍ୟଥିତ ହୃଦୟର
- ଅର୍ଘ୍ୟ ତୁମ ପାଇଁ
- ଭକ୍ତି ଚନ୍ଦନ
- ଭକ୍ତି ଦୀପ
- ଭକ୍ତି ପୂଜାଫୁଲ
- ତୁମକୁ ଜଣାଣ
- ନିବେଦନ
- ନୈବେଦ୍ୟ ତୁମ ପାଦତଳେ
ଅନ୍ୟାନ୍ୟ
[ସମ୍ପାଦନା]- ଜୀବନ ନଈର ସୁଅ ‐ ଆତ୍ମଜୀବନୀ
- ସଂପ୍ରତି ସାହିତ୍ୟ
- ପ୍ରବନ୍ଧ ସାଗର
- ଅନୁଭୂତିରୁ ଚେନାଏ
- ଜୀବନ ସମୀକ୍ଷା
- ଅନେକ ସ୍ବପ୍ନ
- କଳି କାହାଣୀ
- ଅଭିନନ୍ଦନିକା
ସମ୍ମାନ ଓ ସମ୍ବର୍ଦ୍ଧନା
[ସମ୍ପାଦନା]ସାହିତ୍ୟ ସଂସ୍କୃତିରେ ତାଙ୍କ ଅବଦାନ ପାଇଁ ସେ ୬୦ ରୁ ଅଧିକ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।[୨]
- ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ୱାରା ସମ୍ମାନୀତ
- ଓଡ଼ିଶା ଶିଶୁ ସାହିତ୍ୟ ସମିତି ଦ୍ୱାରା ସମ୍ମାନୀତ
- ସଚେତନ ସାହିତ୍ୟ ଅନୁଷ୍ଠାନ ତରଫରୁ 'ସ୍ୱୟଂପ୍ରଭା' ଉପାଧି ପ୍ରାପ୍ତ
୧୯ ନଭେମ୍ବର ୨୦୨୨ ଦିନ ସେ ମାତ୍ର ୭୫ ବର୍ଷ ବୟସରେ ଭୁବନେଶ୍ୱରରେ ପରଲୋକ ଗମନ କରିଥିଲେ ।[୩]
ଆଧାର
[ସମ୍ପାଦନା]- ↑ କୁମୁଦଲତା ମହାନ୍ତି (2001). ଅନେକ ସ୍ୱପ୍ନ (in Oriya).
{{cite book}}
: CS1 maint: unrecognized language (link) - ↑ ୨.୦ ୨.୧ "Odia Book Anek Swapna PDF Download - Odisha Magazines" (in ଆମେରିକୀୟ ଇଂରାଜୀ). 2022-12-05. Retrieved 2025-03-31.
- ↑ Bureau, O. B. (2022-11-19). "Eminent Odia Litterateur Kumudalata Mohanty Passes Away". Odisha Bytes (in ବ୍ରିଟିଶ୍ ଇଂରାଜୀ). Retrieved 2025-03-31.