କୁନି ଛତ୍ରିଆ
ଦେଖଣା
କୁନି ଛତ୍ରିଆ | |
|---|---|
| ଜନ୍ମ | |
| ମୃତ୍ୟୁ | ୧୪ ଜାନୁଆରୀ ୨୦୨୬ (୩୬ ବର୍ଷ) |
| ବୃତ୍ତି | କଣ୍ଠଶିଳ୍ପୀ |
କୁନି ଛତ୍ରିଆ (ମୃତ୍ୟୁ:୧୪ ଜାନୁଆରୀ ୨୦୨୬) ଜଣେ ଓଡ଼ିଆ କଣ୍ଠଶିଳ୍ପୀ ଥିଲେ । ସେ ମୁଖ୍ୟତଃ ସମ୍ବଲପୁରୀ ତଥା ଲୋକଗୀତ ଗାନ କରିବା ପାଇଁ ଜଣାଶୁଣା ଥିଲେ ।[୧] ବଲାଙ୍ଗୀର ଜିଲ୍ଲାର ତୁଷାର ଗ୍ରାମରେ ଜନ୍ମିତ ଛତ୍ରିଆ ସାନ ଘୁଡ଼କା ଓ ବଡ଼ ଘୁଡ଼କା ଭଳି ଲୋକବାଦ୍ୟର ପରିବେଷଣକାରୀ ଭାବରେ ଭାବରେ ସେ ଜଣାଶୁଣା ଥିଲେ ଏବଂ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ପ୍ରଚାର ପ୍ରସାର ପାଇଁ କାମ କରୁଥିଲେ ।[୨] ସେ କୃଷ୍ଣ ପ୍ରିୟା କଳା ପରିଷଦ ତୁଷୁରାର ଜଣେ ସ୍ଥାୟୀ ସଦସ୍ୟା ମଧ୍ୟ ଥିଲେ ।[୩]
ମୃତ୍ୟୁ
[ସମ୍ପାଦନା]୨୦୨୬ ମସିହାର ଜାନୁଆରୀ ୧୪ ତାରିଖରେ, ସେ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "ପରଲୋକରେ ବିଶିଷ୍ଟ ଲୋକଗୀତ ଗାୟିକା କୁନି ଛତ୍ରିଆ". www.thesakala.in. 2026-01-08. Retrieved 2026-01-16.
- ↑ "ଲୋକଗୀତ ଗାୟିକା ତଥା ଘୁଡ଼ୁକା ବାଦ୍ୟ କଳାକାର କୁନି ଛତ୍ରିଆଙ୍କ ଦେହାନ୍ତ". khabarodisha.com. Retrieved 2026-01-16.
- ↑ ୩.୦ ୩.୧ Dharitri; Mohanty, Padmini (2026-01-15). "ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଗାୟିକା କୁନି ଛତ୍ରିଆ, ଆଉ ଶୁଭିବନି ତାଙ୍କ... - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2026-01-16.