କୁତବି ବ୍ରଦର୍ସ
କୁତବି ବ୍ରଦର୍ସ | |
---|---|
ଜନ୍ମସ୍ଥାନ | ମୁ'ଇନ୍ ଅଲ୍-ଦିନ୍ କ୍ରିଷ୍ଟି, ଅମିର ଖୁସରାଉ, ଭାରତ |
ଶୈଳୀ | ସୁଫି, କବାଲି |
ବାଦ୍ୟଯନ୍ତ୍ର | ହାର୍ମୋନିଅମ୍, ତବଲା, ଢୋଲକ |
କାର୍ଯ୍ୟକାଳ | ୮୦୦ |
ଲେବଲ | ଜୀ ମ୍ୟୁଜିକ୍ କମ୍ପାନୀ ଟି-ସିରିଜ୍ |
ୱେବସାଇଟ | http://qawwalqutbibrothers.in |
ସଭ୍ୟ | ହାଜି ମହମ୍ମଦ ଇଦ୍ରିସ, ଅର୍ସଦ ହୁସେନ୍, ଅଦନାନ କୁତବି |

କୁତବି ବ୍ରଦର୍ସ ହେଉଛି ଏକ ଭାରତୀୟ କବାଲି ଦଳ ଯାହାର ନେତୃତ୍ୱ ନେଉଛନ୍ତି ହାଜି ମହମ୍ମଦ ଇଦ୍ରିସ ଓ ଅରଶଦ କୁତବି । ଏମାନଙ୍କୁ ଭାରତର ଏକ ଜଣାଶୁଣା କବାଲି ଗାୟକ ଦଳ ଭାବରେ ବିବେଚନା କରାଯାଏ ।
ଇତିହାସ
[ସମ୍ପାଦନା]କୁତବି ବ୍ରଦର୍ସ ଭାରତରେ ଅନେକ ପୀଢ଼ି ଧରି ପୋଷିତ ଓ ବିକଶିତ ହୋଇଥିବା ୭୫୦ ବର୍ଷ ପୁରୁଣା ପରମ୍ପରାର ଉତ୍ତରାଧିକାରୀ ଅଟନ୍ତି । ସେମାନେ ଦିଲ୍ଲୀର କୁତବୁଦ୍ଦିନ ବଖତିଆର କାକିଙ୍କ ଦରଗାର ଅଟନ୍ତି, ଯେଉଁଠାରେ ସେମାନେ ନିଜକୁ "କୁତବି ବ୍ରଦର୍ସ" ବୋଲି କହିବା ଆରମ୍ଭ କରିଥିଲେ ।
ପେଷା
[ସମ୍ପାଦନା]କୁତବି ବ୍ରଦର୍ସ ବହୁତ କମ୍ ବୟସରୁ ନିଜର ଗୀତ ଗାଇବା ଆରମ୍ଭ କରିଥିଲେ । ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସଙ୍ଗୀତ ନାଟକ ଏକାଡେମୀ ସମର୍ଥିତ ୧୨ ଘଣ୍ଟିଆ ନିରବଚ୍ଛିନ୍ନ ଗୀତ (ଲାଇଭ୍) ପାଇଁ ସେମାନେ ବିଶ୍ୱ ରେକର୍ଡ଼ ସୃଷ୍ଟି କରିଛନ୍ତି ।
କଥାଚିତ୍ର/ଆଲବମ୍/ଗୀତ
[ସମ୍ପାଦନା]- ୨୦୧୫: ମେରେ ମୌଲା (ହିନ୍ଦୀ କଥାଚିତ୍ର)
- ୨୦୨୧: ପିୟା ବିନ୍ (ଜୀ ମ୍ୟୁଜିକ୍ କମ୍ପାନୀ)
- ୨୦୦୨: ଖୱାଜା ନେ ନୱାଜା (ଟି-ସିରିଜ୍)
ସମାଜ ସେବା
[ସମ୍ପାଦନା]ଲାଇଭ୍ ପରଫର୍ମିଂ ସହିତ କୁତବି ବ୍ରଦର୍ସ ବିଭିନ୍ନ ସାମାଜିକ କାର୍ଯ୍ୟ ସହ ଜଡ଼ିତ ଅଛନ୍ତି । ପାଣ୍ଠି ସଂଗ୍ରହ ପାଇଁ ସେମାନେ ବିଭିନ୍ନ ସାମାଜିକ କାର୍ଯ୍ୟ ପାଇଁ ଲାଇଭ୍ କନସର୍ଟ ପରିବେଷଣ କରନ୍ତି । ୨୦୧୮ମସିହାରେ, ସଲାମ ବାଲକ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଅଣପ୍ରାଥମିକ ପିଲାଙ୍କ ପାଇଁ ଆୟୋଜିତ ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରେ ସେମାନେ ନୃତ୍ୟ ପରିବେଷଣ କରିଥିଲେ ।
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]କବାଲି ସଙ୍ଗୀତରେ ତାଙ୍କର କାର୍ଯ୍ୟ ଓ ଅବଦାନ ପାଇଁ ଇଦ୍ରିସ କୁତବି (କୁତବି ବ୍ରଦର୍ସ) ଅନେକ ସମ୍ମାନଜନକ ପୁରସ୍କାର ପାଇଛନ୍ତି ଯେପରିକି, ଜିନିୟସ୍ ଇଣ୍ଡିଆନ୍ ଆଚିଭର୍ସ ଆୱାର୍ଡ଼, ପାର୍ଲାମେଣ୍ଟ ହାଉସ୍ (ଭାରତ)ରୁ ସ୍ୱତନ୍ତ୍ର ପୁରସ୍କାର, ଅଟଳ ବିହାରୀ ପୁରସ୍କାର ୨୦୧୯, ରାଜୀବ ଗାନ୍ଧୀ ପୁରସ୍କାର ଇତ୍ୟାଦି ।
ଆଧାର
[ସମ୍ପାଦନା]- Keepers of Tradition Qutbi Brothers Qawwals The Pioneer (India) on 06, October 2018
- Renowned Qawwals Qutbi Brothers (Haji Mohammad Idris & Mohammad Ilyas) Hindustan Times on 4 May 2016
- Qawwals-weave-magic The Tribune on 1 Oct 2019
- A walk through India's history and culture[permanent dead link] CNBC TV18 on 16 February 2020
- Jashn-e-Qawwali: a celebration of timeless renditions The Hindu Published on FEBRUARY 13, 2018