Jump to content

କୁଟଲେ ଖାନ

ଉଇକିପିଡ଼ିଆ‌ରୁ
କୁଟଲେ ଖାନ
୨୦୨୪ ମସିହାରେ କୁଟଲେ ଖାନ
Background information
ଜନ୍ମ ସମୟରେ ନାମକୁଟଲେ ଖାନ
Also known asକୁଟଲେ ଖାନ ପ୍ରୋଜେକ୍ଟ
ଜନ୍ମ (1984-01-10) ୧୦ ଜାନୁଆରୀ ୧୯୮୪ (ବୟସ ୪୧)
ରାଜସ୍ଥାନ
ଶୈଳୀଲୋକଗୀତ, ସୁଫି ସଙ୍ଗୀତ, ହିନ୍ଦୀ କଥାଚିତ୍ର
ପେଷାକଣ୍ଠଶିଳ୍ପୀ, ଗୀତିକାର
କାର୍ଯ୍ୟକାଳ୨୦୦୧-ଏବେଯାଏଁ
ଲେବଲଟି-ସିରିଜ୍, ସୋନି ମ୍ୟୁଜିକ୍

କୁଟେଲ ଖାନ (ଜନ୍ମ: ୧୦ ଜାନୁଆରୀ ୧୯୮୪) ରାଜସ୍ଥାନର ଜଣେ ଭାରତୀୟ ଗାୟକ, ସଙ୍ଗୀତକାର ଓ ଗୀତିକାର ।[][] ସେ ଅମ୍ବାଲା, ଆକ୍ସନ, ଆଫ୍‌ୱା, ଦାହାଦ୍, ଲଭ୍ ଶାଦି ଡ୍ରାମା ଭଳି ଅନେକ କଥାଚିତ୍ର ଓ ଟିଭି ଧାରାବାହିକ ଆଦିରେ ଜଣେ ପ୍ରଚ୍ଛଦପଟ ଗାୟକ ଭାବରେ କାମ କରିଛନ୍ତି । ତାଙ୍କୁ କୋକ୍ ଷ୍ଟୁଡିଓ @ ଏମଟିଭି ସିଜନ୍ ୩ରେ ଦେଖିବାକୁ ମିଳିଥିଲା ।[] ତାଙ୍କ ରଚନା 'ମୁମାଲ' ପାଇଁ ତାଙ୍କୁ ଗ୍ଲୋବାଲ ଇଣ୍ଡିଆନ୍ ମ୍ୟୁଜିକ୍ ଏକାଡେମୀ ଆୱାର୍ଡ (ଜିଆଇଏମ୍ଏ) ୨୦୧୫ରେ ଶ୍ରେଷ୍ଠ ଲୋକଗୀତ ଭାବରେ ଏକକ ପୁରସ୍କାର ମିଳିଥିଲା ।[][]

ଖାନ ଟିଭି ସିରିଜ୍ ଓ ଏମଟିଭି କୋକ୍ ଷ୍ଟୁଡିଓ ସିଜନ ୩, ଏମଟିଭି ଅନ୍‌ପ୍ଲଗ୍ଡ, ଦି ଦେଓରିଷ୍ଟ, ରେଡିଓସିଟି ଫ୍ରିଡମ୍ ଆୱାର୍ଡ଼ ଭଳି ଧାରାବାହିକରେ ଅଭିନୟ କରିଥିଲେ ।[] ସେ ୮୦ରୁ ଅଧିକ ଦେଶରେ ସଙ୍ଗୀତ ପରିବେଷଣ କରିଛନ୍ତି ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

୧୦ ଜାନୁଆରୀ ୧୯୮୪ରେ ରାଜସ୍ଥାନରେ ମଙ୍ଗନିଆରଙ୍କ ଏକ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପା ଉସ୍ତାଦ ଜେଥୁ ଖାନ୍ ତାଙ୍କୁ ୮ ବର୍ଷ ବୟସରେ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ ।[] ଚତୁର୍ଥ ଶ୍ରେଣୀ ପରେ କୁଟ୍ଲେ ଖାନ୍ ପାଠ ପଢ଼ିବା ଓ ସଙ୍ଗୀତ ଶିଖିବା ପାଇଁ ସ୍କୁଲ୍ ଛାଡ଼ିଥିଲେ ।[]

୨୦୧୧ ମସିହାରେ, ସେ ସଙ୍ଗୀତଜ୍ଞ ଚମ୍ପେ ଖାନ୍, ଦୟାମ୍ ଖାନ୍ ଓ ଗଫୁର ଖାନ୍‌ଙ୍କୁ ନେଇ 'ଦ କୁଟ୍ଲେ ଖାନ୍ ପ୍ରୋଜେକ୍ଟ' ଗଠନ କରିଥିଲେ । ତାଙ୍କ ବ୍ୟାଣ୍ଡ ଗଠନ କରିବା ପୂର୍ବରୁ, ଖାନଙ୍କୁ ଜୈସଲମେରର କଳାକାର କଲୋନୀରେ ଖାରତାଲଙ୍କ ସହ ରାଗ ପରୀକ୍ଷଣ କରୁଥିବା ଦେଖିବା ପରେ କିଛି କଳାକାର ତାଙ୍କୁ ଫ୍ରାନ୍ସରେ ପରିବେଷଣ କରିବାକୁ ନିମନ୍ତ୍ରଣ କରିଥିଲେ ।[][]

୨୦୧୩ ମସିହାରେ, କୋକ୍ ଷ୍ଟୁଡିଓ ଏମ୍‌ଟିଭି (ସିଜିନ୍-୩)ର ଏକ ଏପିସୋଡ଼ରେ ଖାରୀ ଖାରୀ ଗୀତ ପରିବେଷଣ କରି ସେ ବେଶ୍ ଲୋକପ୍ରିୟତା ପାଇଥିଲେ ।[୧୦][]

ପୁରସ୍କାର

[ସମ୍ପାଦନା]
ବର୍ଷ ବର୍ଗ ପୁରସ୍କାର ଫଳାଫଳ ଆଧାର
୨୦୧୯ ଶ୍ରେଷ୍ଠ ଲୋକଗୀତ ଗାୟକ ଇଣ୍ଡିଆନ୍ ଆଇକନ୍ ଆୱାର୍ଡ଼ସ୍ ବିଜେତା []
୨୦୧୫ ବେଷ୍ଟ ଇଲେକ୍‌ଟ୍ରୋନିକା ସଙ୍ଗ୍ ଗ୍ଲୋବାଲ୍ ଇଣ୍ଡିଆନ୍ ମ୍ୟୁଜିକ୍ ଏକାଡେମୀ ଆୱାର୍ଡ଼ [୧୧][୧୨]
  1. Singh, Ayesha (2014-05-11). "Songs from the Desert in Delhi". The New Indian Express (in ଇଂରାଜୀ). Retrieved 2024-07-31.
  2. "Kutle Khan: Rajasthan's Musical Ambassador to the World". Ashirvachan. 2024-04-16. Retrieved 2024-07-31.
  3. ୩.୦ ୩.୧ ୩.୨ "Tunes from the dunes: Kutle Khan's musical journey is one long road trip". India Today (in ଇଂରାଜୀ). 2017-02-02. Retrieved 2024-07-31.
  4. "Kutle Khan Project to perform 4 concerts as part of India by the Nile Festival". EgyptToday. 2020-03-03. Retrieved 2024-07-31.
  5. ୫.୦ ୫.୧ "The Kutle Khan Project". India By the Nile (in ଇଂରାଜୀ). 2013-09-17. Retrieved 2024-07-31.
  6. ୬.୦ ୬.୧ Deepak, Sukant (2024-03-24). "I want the desert wind of Rajasthani folk to touch everyone: Kutle Khan". www.thehansindia.com (in ଇଂରାଜୀ). Retrieved 2024-07-31.
  7. "Popular Rajasthani folk musician Kutle Khan speaks about challenges, growth in music and more". www.radioandmusic.com (in ଇଂରାଜୀ). Retrieved 2024-07-31.
  8. "Tunes from the Thar". The Hindu (in Indian English). 2015-03-30. ISSN 0971-751X. Retrieved 2024-07-31.
  9. ୯.୦ ୯.୧ Prashanth Vidyasagar (September 24, 2015). "The 'Sing' Khan". Bangalore Mirror (in ଇଂରାଜୀ). Retrieved 2024-07-31.
  10. "Kutle Khan को कैसे मिला Coke Studio में Amit Trivedi के साथ गाने का मौका". ABP News Bureau (in ହିନ୍ଦୀ). 2022-10-27. Retrieved 2024-07-31.
  11. Kuthiala, Tushaar (2022-08-29). "Special music set for Singapore, says Kutle Khan about his upcoming show". Connected to India News I Singapore l UAE l UK l USA l NRI (in ଇଂରାଜୀ). Retrieved 2024-07-31.
  12. "Midival Punditz". Six Degrees Records (in ଆମେରିକୀୟ ଇଂରାଜୀ). 1991-03-04. Retrieved 2024-07-31.