Jump to content

କୁଞ୍ଜ ବିହାରୀ ପଣ୍ଡା

ଉଇକିପିଡ଼ିଆ‌ରୁ

କୁଞ୍ଜ ବିହାରୀ ପଣ୍ଡା (ଜନ୍ମ: ୧ ଅକ୍ଟୋବର ୧୯୧୮) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

କୁଞ୍ଜ ବିହାରୀ ପଣ୍ଡାଙ୍କର ପ୍ରାରମ୍ଭିକ ଶିକ୍ଷା ମାଟ୍ରିକୁଲେସନ୍ ପର୍ଯ୍ୟନ୍ତ ଅନୁଗୋଳଠାରେ ହୋଇଥିଲା । କିଛି ଘରୋଇ ସମସ୍ୟା ଯୋଗୁଁ ସେ ୧୯୩୫ ମସିହାରେ ଗୋଟିଏ ବର୍ଷ ପାଇଁ ପାଠପଢ଼ା ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ୧୯୩୬ ମସିହାରେ ସେ ପୁନଃ ରେଭେନ୍ସା ମହାବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କଲେ ଏବଂ ୧୯୪୦ ମସିହାରେ ତାଙ୍କର କଳା ବିଷୟରେ ( ବି.ଏ.) ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ୧୯୪୫ ମସିହାରେ ଏକ ଓକିଲ ଭାବରେ ଆଇନ ବୃତ୍ତିରେ ଯୋଗଦେଲେ ।[] ପ୍ରଥମେ ସେ ପାଟନା ଉଚ୍ଚ ନ୍ୟାୟାଳୟ ଏବଂ ପରେ ଇଷ୍ଟର୍ନ ଷ୍ଟେଟ୍ସ ଯୁକ୍ତ ହାଇକୋର୍ଟ ଉଭୟ ନ୍ୟାୟିକ ଅନୁଷ୍ଠାନରୁ ଓକିଲାତି ନିମନ୍ତେ ଲାଇସେନ୍ସ ପ୍ରାପ୍ତ କରିଥିଲେ ।

ଢେଙ୍କାନାଳ ରାଜ୍ୟର ଏକତ୍ରୀକରଣ ପରେ, ୧୯୫୧ ମସିହାରେ ଶ୍ରୀ ପଣ୍ଡା ଓଡ଼ିଶା ଉଚ୍ଚନ୍ୟାୟାଲରେ ଏକ ଅଧିବକ୍ତା ଭାବରେ ଯୋଗ ଦେଇଥିଲେ । ୧୯୫୭ ମସିହାରେ ତାଙ୍କୁ ଜିଲ୍ଲା ଏବଂ ଦୌରା ଜଜ ପଦବୀ ପାଇଁ ଚୟନ କରାଯାଇଥିଲା । ୨୭ ଏପ୍ରିଲ ୧୯୫୯ ମସିହାରେ ଶ୍ରୀ ପଣ୍ଡା ବ୍ରହ୍ମପୁରର ଅତିରିକ୍ତ ଜିଲ୍ଲା ଜଜ ଭାବରେ ଓଡ଼ିଶା ସୁପିରିୟର ନ୍ୟାୟିକ ସେବାରେ ଯୋଗଦେଲେ ।

ସେ ୯.୩.୧୯୭୨ରୁ ୩୦.୯.୧୯୮୦ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ କାର୍ଯ୍ୟଭାର ନିର୍ବାହ କରିଥିଲେ ।

  1. "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-06.
  2. "Nandi case: Orissa High Court judge Kunjabihari Panda fights against child labour". India Today (in ଇଂରାଜୀ). 2014-01-10. Retrieved 2025-01-06.