କିନାବାଲୁ ଉଦ୍ୟାନ
| କିନାବାଲୁ ଉଦ୍ୟାନ | |
|---|---|
IUCN Category II (National Park) | |
| ଅବସ୍ଥାନ | Sabah, Malaysia |
| ପାଖ ସହର | Kota Kinabalu, Tuaran (Tamparuli), Kota Belud, Ranau |
| କ୍ଷେତ୍ରଫଳ | 754 km2 (291 sq mi) |
| ସ୍ଥାପିତ | 1964 |
| ପର୍ଯ୍ୟଟକ ସଂଖ୍ୟା | 611,624 (in 2010) |
| ପରିଚାଳନା | Sabah Parks |
କିନାବାଲୁ ଉଦ୍ୟାନ (ମାଲେ: ତାମନ୍ କିନାବାଲୁ) ମାଲେସିଆର ପ୍ରଥମ ଜାତୀୟ ଉଦ୍ୟାନମାନଙ୍କ ମଧ୍ୟରୁ ଅନ୍ୟତମ , ଯାହା ୧୯୬୪ ମସିହାରେ ସ୍ଥାପିତ ହୋଇଥିଲା । ଏହା ମାଲେସିଆର ପ୍ରଥମ ୟୁନିସ୍କୋ (UNESCO) ବିଶ୍ୱ ଐତିହ୍ୟ ସ୍ଥଳ, ଯାହାକୁ ଡିସେମ୍ବର ୨୦୦୦ ମସିହାରେ ଏହାର “ଅସାଧାରଣ ସାର୍ବଜନୀନ ମୂଲ୍ୟ” ପାଇଁ ବିଶ୍ୱ ଐତିହ୍ୟ ସ୍ଥଳର ସ୍ୱୀକୃତି ମିଳିଥିଲା ।[୧] ଏହି ଉଦ୍ୟାନ ପୃଥିବୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜୈବ ବିବିଧତା ସ୍ଥଳମାନଙ୍କ ମଧ୍ୟରେ ଗୋଟିଏ, ଯେଉଁଠି 4,500 ରୁ ଅଧିକ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ, ସହିତ ୩୨୬ ପକ୍ଷୀ ପ୍ରଜାତି, ପ୍ରାୟ ୧୦୦ ସ୍ତନ୍ୟପାୟୀ ପ୍ରଜାତି[୨] ଏବଂ ୧୧୦ରୁ ଅଧିକ ଭୂମି ଗେଣ୍ଡା ବା ଶାମୁକା ପ୍ରଜାତିର ଜୀବ ଦେଖିବାକୁ ମିଳିଥାଏ ।[୩] ଏହା ମାଲେସିଆନ୍ ବୋର୍ନିଓର ସାବାହ୍ ରାଜ୍ୟର ପ୍ରଥମ ଜାତୀୟ ଉଦ୍ୟାନ ।
ସାବାହ୍ ର ପଶ୍ଚିମ କୂଳରେ ଅବସ୍ଥିତ ଏହି ଉଦ୍ୟାନ ମାଉଣ୍ଟ କିନାବାଲୁ ପରିସରର ୭୫୪ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତାରିତ ହୋଇ ରହିଛି । ଏହା ସାବାହ୍ ଏବଂ ସମଗ୍ର ମାଲେସିଆର ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳମାନଙ୍କ ମଧ୍ୟରେ ଗୋଟିଏ । ୧୯୬୭ ମସିହାରେ, 987,653 ରୁ ଅଧିକ ପର୍ଯ୍ୟଟକ ଏବଂ 43,430 ରୁ ଅଧିକ ପର୍ବତାରୋହୀ ଏହି ଉଦ୍ୟାନକୁ ଦେଖିବାକୁ ଆସିଥିଲେ ।
ଇତିହାସ
[ସମ୍ପାଦନା]ଏହି ଅଞ୍ଚଳକୁ ୧୯୬୪ ମସିହାରେ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଥିଲା । ବ୍ରିଟିଶ ଉପନିବେଶୀ ଅଧିକାରୀ ଓ ପ୍ରାକୃତିତତ୍ତ୍ୱବିଦ୍ ହ୍ୟୁ ଲୋ (Hugh Low) ୧୮୫୧ ମସିହାରେ ତୁରେନ୍ ଠାରୁ ଏକ ଅଭିଯାନ ନେଇ ଏହି ଅଞ୍ଚଳକୁ ଆସିଥିଲେ। ସେ ମାଉଣ୍ଟ କିନାବାଲୁର ଶିଖରକୁ ପହଞ୍ଚିବାକୁ ସମର୍ଥ ପ୍ରଥମ ଲୋକ ଭାବେ ରେକର୍ଡ ସୃଷ୍ଟି କରିଥିଲେ। ପରେ, ପର୍ବତର ସର୍ବୋଚ୍ଚ ଶିଖରକୁ ତାଙ୍କ ନାମରେ ନାମକରଣ କରାଯାଇଥିଲା — “ଲୋ’ସ ପିକ୍ (Low’s Peak)”।
ଭୂଗୋଳ
[ସମ୍ପାଦନା]କିନାବାଲୁ ଉଦ୍ୟାନ ସାବାହ୍ ର ପଶ୍ଚିମ କୂଳରେ କ୍ରୋକର୍ ରେଞ୍ଜ (Crocker Range) ଉପରେ ଅବସ୍ଥିତ । କ୍ରୋକର୍ ରେଞ୍ଜ ନ୍ୟାସନାଲ୍ ପାର୍କ ସହିତ ଏହାର ସାମ୍ୟତା ନେଇ କୌଣସି ଭ୍ରମାତ୍ମକ ଧାରଣା ରହିବା ଉଚିତ ନୁହେଁ; କାରଣ ସେଇଟା ଦକ୍ଷିଣ ଅଞ୍ଚଳର ଅନ୍ୟ ଗୋଟିଏ ଉଦ୍ୟାନ । ଏଠାରେ ବିଭିନ୍ନ ପକ୍ଷୀ, ପୋକ, ସ୍ତନଧାରୀ, ଉଭୟଚର ଓ ସରୀସୃପ ପ୍ରଜାତି ଦେଖିବାକୁ ମିଳିଥାଏ ।
ପ୍ରଶାସନ ଓ ବିଶେଷତା
[ସମ୍ପାଦନା]ଉଦ୍ୟାନର ମୁଖ୍ୟାଳୟ କୋଟା କିନାବାଲୁ ସହରରୁ ୮୮ କିଲୋମିଟର ଦୂରରେ ଅବସ୍ଥିତ । ଏହା 1,563 ମିଟର (5,128 ଫୁଟ୍) ଉଚ୍ଚତାରେ, ଉଦ୍ୟାନର ଦକ୍ଷିଣ ସୀମାରେ ଅବସ୍ଥିତ । ଏହି ଉଦ୍ୟାନକୁ “ସାବାହ୍ ପାର୍କ୍ସ” (Sabah Parks) ନାମକ ସଂଗଠନ ପରିଚାଳନା କରେ । ପର୍ବତ ଶିଖରକୁ ଯିବା ପଥ ଟିମ୍ପୋହନ୍ ଗେଟ୍ (Timpohon Gate) ଠାରୁ ଆରମ୍ଭ ହୁଏ । ଏକ ବିକଳ୍ପ ମାର୍ଗ ମେସିଲାଉ ଟ୍ରେଲ୍ (Mesilau Trail) ନାମରେ ମଧ୍ୟ ଅଛି । ଯେ କେହି ଏହି ପର୍ବତ ଶିଖର ଆରୋହଣ କରିବାକୁ ଚାହିଁଲେ, ଏକ ଗାଇଡ୍ର ସହାୟତା ନେବା ଅତ୍ୟନ୍ତ ଜରୂରୀ । ଉଦ୍ୟାନର ଏକ ଉଲ୍ଲେଖନୀୟ ବିଶେଷତା ହେଉଛି ଲୋ ଘାଟି ।
ଆଧାର
[ସମ୍ପାଦନା]- ↑ "Mount Kinabalu | Malaysia, Map, Elevation, & Facts | Britannica". www.britannica.com (in ଇଂରାଜୀ). 2025-10-28. Retrieved 2025-10-29.
- ↑ Post, The Jakarta. "Chilling out in a tropical destination - Sun, June 12, 2011". The Jakarta Post (in ଇଂରାଜୀ). Retrieved 2025-10-29.
- ↑ Liew, Thor‐Seng; Schilthuizen, Menno; bin Lakim, Maklarin (2010-05-13). "The determinants of land snail diversity along a tropical elevational gradient: insularity, geometry and niches". Journal of Biogeography. 37 (6): 1071–1078. doi:10.1111/j.1365-2699.2009.02243.x. ISSN 0305-0270.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |